Posted inଜାତୀୟ

ଗୁଜରାଟ-ଝାଡ଼ଖଣ୍ଡ ସରକାରଙ୍କ ବିରୋଧରେ ପ୍ରଦର୍ଶନ କଲେ ଜୈନ ସମ୍ପ୍ରଦାୟ…

ମୁମ୍ବାଇ,୧।୧ : ଜୈନ ସମ୍ପ୍ରଦାୟ ପକ୍ଷରୁ ଗୁଜରାଟ ଏବଂ ଝାଡ଼ଖଣ୍ଡ ସରକାରଙ୍କ ବିରୋଧରେ ପ୍ରଦର୍ଶନ କରାଯାଇଛି। ରବିବାର ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇରେ ଏଭଳି କରାଯାଇଛି। ଝାଡ଼ଖଣ୍ଡ ସରକାରଙ୍କ ପକ୍ଷରୁ ଶ୍ରୀ ସମ୍ମେଦ ଶିଖରଜୀକୁ ପର୍ଯ୍ୟଟନ ସ୍ଥଳୀ ଭାବରେ ଘୋଷଣା କରିବା ଏବଂ ଗୁଜରାଟର ପଲିତାନା ଠାରେ ଥିବା ଜୈନ ମନ୍ଦିରକୁ ଭଙ୍ଗାରୁଜା କରିବାକୁ ନେଇ ଏକ ବିରାଟ ବିରୋଧ ପ୍ରଦର୍ଶନ କରାଯାଇଥିଲା। ଏହି ସମୟରେ ହଜାର ହଜାର ଲୋକ ରାସ୍ତାରେ ପ୍ରଦର୍ଶନ କରିଥିଲେ।

ବାସ୍ତବରେ, ଝାଡ଼ଖଣ୍ଡ ସରକାର ଜୈନ ସମ୍ପ୍ରଦାୟର ଦିଗମ୍ବର ଶ୍ୱେତାମ୍ବର ସମାଜର ପବିତ୍ର ସ୍ଥାନ ପ୍ରଭୁ ପରସନାଥ ପର୍ବତକୁ ଏକ ପର୍ଯ୍ୟଟନ ସ୍ଥଳ ଭାବରେ ଘୋଷଣା କରିଛନ୍ତି। ଯେଉଁ କାରଣରୁ ସେଠାରେ ହୋଟେଲ ଖୋଲିବ। ଏହି ପରିବର୍ତ୍ତନକୁ ନେଇ ଜୈନ ସମାଜ ଅସନ୍ତୁଷ୍ଟ ହୋଇ ବିରୋଧ କରିବାକୁ ରାସ୍ତାକୁ ଓହ୍ଲାଇଛନ୍ତି। ଜୈନ ସମାଜର ସାଧୁମାନେ କହିଛନ୍ତି ଯେ ଆମର ଯାହା ବି ଦାବି ତାହା ଆମେ ଶାନ୍ତିପୂର୍ଣ୍ଣ ଢଙ୍ଗରେ ଉପସ୍ଥାପନ କରୁଛୁ। ଏହା ଭୁଲିଯିବା ଉଚିତ ନୁହେଁ ଯେ ଜୈନ ସମ୍ପ୍ରଦାୟ ଦେଶର ମାତ୍ର ଏକ ପ୍ରତିଶତ, କିନ୍ତୁ ସେମାନେ ଦେଶର ମୋଟ ଟ୍ୟାକ୍ସର ୨୪ ପ୍ରତିଶତ ଦେଇଥାନ୍ତି।

ଗୁଜରାଟର ଭବନଗର ଜିଲା ଅନ୍ତର୍ଗତ ପାଲିତାନାର ଶତ୍ରୁଞ୍ଜୟ ପାହାଡ ଉପରେ ଥିବା ବୋର୍ଡ ଏବଂ ଲୁହା ସ୍ତମ୍ଭକୁ ଭଙ୍ଗାରୁଜା କରାଯାଇଛି। ସ୍ତମ୍ଭରେ ଲଗାଯାଇଥିବା ସିସିଟିଭି କ୍ୟାମେରାରେ ପୁରା ଘଟଣା କଏଦ ହୋଇଛି। ସେବେଠାରୁ ସେଠ ଆନନ୍ଦଜୀ କଲ୍ୟାଣଜୀ ଟ୍ରଷ୍ଟ ଏବଂ ନୀଳକଣ୍ଠ ମହାଦେବ ସେବା ସମିତି ଦୁଇ ସମ୍ପ୍ରଦାୟ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

କଳାକାରଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଭେଟି: ବଢ଼ିଲା ସହାୟତା ଭତ୍ତା, ଉପକୃତ ହେବେ ୪୭ ହଜାର

ଭୁବନେଶ୍ୱର,୨୮ା୧୨: କେନ୍ଦୁଝର ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର କଳାକାରମାନଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ‘ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା’ରେ...

ଭୁବନେଶ୍ବର ପରେ କଟକରେ ବିଜେଡି ମେଳି, ନାଁ ଧରି ଅସନ୍ତୋଷ ଝାଡ଼ିଲେ ଦେବାଶିଷ ସାମନ୍ତରାୟ

କଟକ,୨୮ା୧୨: ବିଜେଡି ନେତାଙ୍କର ମେଳି ପରେ ମେଳିର ଫଟୋ ସାମ୍ନାକୁ ଆସୁଛି । ବିଜେଡି ନେତାଙ୍କ ଘନ ଘନ ମେଳିକୁ ନେଇ ରାଜନୈତିକ ଚର୍ଚ୍ଚା ବଢ଼ିବାରେ...

ମଇଁଷିର କ୍ଷୀରରେ ତିଆରି ହେଲା ରାଇତା.. ଏବେ ରାବିଜ ଟିକା ପାଇଁ ହସ୍ପିଟାଲରେ ପୁରା ଗ୍ରାମବାସୀ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୨୮ା୧୨:  ଉତ୍ତର ପ୍ରଦେଶର ବଦାଉନରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। କୁକୁର କାମୁଡ଼ାରେ ମୃତ୍ୟୁବରଣ କରିଥିବା ଏକ ମଇଁଷି ଏବେ ସମଗ୍ର ଗାଁ ପାଇଁ...

ପାଟପୁରରେ କଂଗ୍ରେସର ପ୍ରତିଷ୍ଠା ଦିବସ ପାଳିତ, ସଙ୍ଗଠନ ସୁଦୃଢ ପାଇଁ ଆହ୍ବାନ ଦେଲେ ବିଧାୟକ

ଦିଗପହଣ୍ଡି,୨୮|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ସାରଙ୍ଗ ପଡିଆ ଠାରେ ରବିବାର ଭାରତୀୟ ଜାତୀୟ କଂଗ୍ରେସ ଦଳର ୧୪୦ ତମ ପ୍ରତିଷ୍ଠା...

ଦାରିଙ୍ଗବାଡିର ଗର୍ବ ଓ ଗୌରବ, ଓପିଏସ୍‌ସି ପରୀକ୍ଷାରେ ୧୬ତମ ସ୍ଥାନରେ ମାନସ

ଦାରିଙ୍ଗବାଡି, ୨୮/୧୨ (ଅରୁଣ ସାହୁ): ଓପିଏସସିର ଫଳାଫଳ ବାହାରି ସାରିଥିବା ବେଲେ ଏଥିରେ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଥାନା ମେରାମାହା ଗ୍ରାମର ମାନସ...

୨୦୨୫ରେ ବଦଳିଲା ଚାକିରିର ରୂପରେଖ: ଜାଣନ୍ତୁ କେଉଁ କ୍ୟାରିୟରକୁ ଅଧିକ ବାଛିଲେ ଜେନ ଜି?

ନୂଆଦିଲ୍ଲୀ,୨୮ା୧୨: ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ର ପ୍ରଭାବ ଏବଂ ଅର୍ଥନୈତିକ ଅସ୍ଥିରତା ଯୋଗୁଁ ୨୦୨୫ ମସିହାରେ ନୂତନ ଗ୍ରାଜୁଏଟମାନେ ନିଜର କର୍ମକ୍ଷେତ୍ର ବାଛିବା ଶୈଳୀରେ ବ୍ୟାପକ...

ଗଟାମାହା ଜଙ୍ଗଲରେ ଅତର୍କିତ ଚଢ଼ାଉ, ଗଞ୍ଜେଇ ଗଛ ପୋଡ଼ିଦେଲା ପୋଲିସ

ଜି.ଉଦୟଗିରି,୨୮/୧୨( ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ପୋଲିସ ଥାନା ଅନ୍ତର୍ଗତ ଗଟାମାହା ଗ୍ରାମ ନିକଟସ୍ଥ ଜଙ୍ଗଲରେ ଗଞ୍ଜେଇ ଚାଷ ହେଉଥିବା ଖବର ପାଇ...

ବାଲେଶ୍ୱରରେ କାଠ ମାଫିଆଙ୍କ ଆତଙ୍କ: ବନ ବିଭାଗ ଗାଡ଼ି ଭଙ୍ଗାରୁଜା ସହ ଜବତ ଗାଡ଼ି ଛଡ଼ାଇ ନେଲେ

ବାଲେଶ୍ୱର,୨୮ା୧୨: ନୀଳଗିରି ବନଖଣ୍ଡରେ କାଠ ମାଫିଆଙ୍କ ଦୌରାତ୍ମ୍ୟ ଚରମ ସୀମାରେ ପହଞ୍ଚିଛି। ବନବିଭାଗ କର୍ମଚାରୀଙ୍କ ଉପରେ ଆକ୍ରମଣ କରି ନେଇଗଲେ ଜବତ ହୋଇଥିବା କାଠ ବୋଝେଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri