କୁଶପଡାରେ କ୍ରିକେଟ ଟୁର୍ନାମେଣ୍ଟ:   ମହାମାୟୀ ଟିମ୍ ଚାମ୍ପିୟନ 

ଦିଗପହଣ୍ଡି,୨୪|୪(ଅଶେଷ ନାଥ ମିଶ୍ର)ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କୁଶପଡା ଗ୍ରାମ ଖେଳପଡିଆ ଠାରେ ଚାଲିଥିବା ଶ୍ରୀ ସିଦ୍ଧି ବିନାୟକ କ୍ରିକେଟ ଟୁର୍ନାମେଣ୍ଟ ଶୁକ୍ରବାର ସନ୍ଧ୍ୟାରେ ଉଦଯାପିତ ହୋଇଯାଇଛି । ଫାଇନାଲ ମ୍ୟାଚରେ ମହାମାୟୀ ଟିମ୍ ପ୍ରଥମେ ବ୍ୟାଟିଂ କରି ୮୬ ରନ୍ କରିଥିଲା । ଜବାବରେ ବଜରଙ୍ଗୀ ଟିମ୍ ମାତ୍ର ୫୦ ରନ୍ ହାସଲ କରି ପରାଜିତ ହୋଇଥିଲା । ମହାମାୟୀ ଟିମ୍ କୁ ଚାମ୍ପିୟନ ଘୋଷଣା କରାଯାଇଥିଲା।। ଉଦଯାପନୀ ସମାରୋହରେ  ଜିଲା ପରିଷଦ ସଦସ୍ୟା ଙ୍କ ପ୍ରତିନିଧି ଏମ୍. ନିରଞ୍ଜନ ରେଡ୍ଡୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ପୂର୍ବତନ ସରପଞ୍ଚ  ଏସ୍. ଗାନ୍ଧୀ ଦୋରା ସମ୍ମାନିତ ଅତିଥି ରୂପେ ଯୋଗଦାନ କରିଥିଲେ । ଶେଷରେ ଅତିଥି ଦ୍ବୟ ଉଭୟ ଟିମ୍ ର ଖେଳାଳୀ ମାନଙ୍କୁ  ପୁରସ୍କାର ବିତରଣ କରିବା ସହ ଚାମ୍ପିୟନ ଟିମ୍ କୁ ୧୬ ହଜାର ଏବଂ ରନର୍ଷଅପ୍ ଟିମ୍ କୁ ୧୨ ହଜାର ଟଙ୍କା ସହ ଟ୍ରଫି ପ୍ରଦାନ କରିଥିଲେ । ଅକ୍ଷୟ ସାହୁ ଓ ଚନ୍ଦନ ଦୋରା ଫାଇନାଲ ମ୍ୟାଚ ରେ ଅମ୍ପାୟରିଂ  କରିଥିବା ବେଳେ ଅଶ୍ବିନୀ ସାହୁ , ସୀମା ଦୋରା , ରବି ଦୋରା , କିରଣ ବିଷୋୟୀ , ଜିତେନ ଦୋରା , ସାଗର ଦୋରା , ଚନ୍ଦନ ସେଠୀ , ବବୁଲ ଦୋରା , ରିତେଶ ଦୋରା , ଶଙ୍କର ସେଠୀ , ସାନୁ ମହାରଣା , ଶୁଭମ ଦୋରା , ପ୍ରେମ ଦୋରା ପ୍ରମୁଖ ଆୟୋଜକ କ୍ଳବ୍ ସଦସ୍ୟ ବୃନ୍ଦ ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ  କରିଥିଲେ ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଯୁବତୀଙ୍କ ସହ ଗଢ଼ି ଉଠିଲା ପ୍ରେମ ସମ୍ପର୍କ, ବିବାହର ପ୍ରତିଶ୍ରୁତି ଦେଇ ବଳାତ୍କାର; OISF ଯବାନଙ୍କୁ ବାନ୍ଧିଲା…

ସୁନ୍ଦରଗଡ,୨୪।୪(ଜୟ ନାରାୟଣ ମେଣ୍ଡୁଳି): ବିବାହର ପ୍ରତଶ୍ରୁତି ଦେଇ ଜଣେ ଯୁବତୀଙ୍କୁ ବଳତ୍କାର କରିଥିବା ଅଭିଯୋଗରେ ସଦରଥାନା ପୋଲିସ ଶୁକ୍ରବାର ଏମ୍‌ସିଏଲ୍‌ରେ କାର୍ଯ୍ୟରତ ଓଡିଶା ଶିଳ୍ପାଞ୍ଚଳ ସୁରକ୍ଷା ପୋଲିସ…

ଜାତୀୟ ପଞ୍ଚାୟତିରାଜ ଦିବସରେ ଥୁଆମୂଳ ରାମପୁରରେ ବଡ଼ ଆୟୋଜନ:କାର୍ଯ୍ୟାଦେଶ ବଣ୍ଟନ ସହ ଶ୍ରେଷ୍ଠ ପଞ୍ଚାୟତ ସମ୍ମାନିତ, ହେଲେ ଶେଷ ବେଳକୁ ଖାଲି ପଡ଼ିଥିଲା ଚେୟାର

ଥୁଆମୂଳରାମପୁର, ୨୪ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ପ୍ରାଙ୍ଗଣରେ ଶୁକ୍ରବାର ସନ୍ଧ୍ୟାରେ ଜାତୀୟ ପଞ୍ଚାୟତିରାଜ ଦିବସ – ୨୦୨୬ ବ୍ଲକ ସ୍ତରୀୟ ସମାରୋହ…

ଦିଗପହଣ୍ଡିରେ ଜାତୀୟ ପଞ୍ଚାୟତରାଜ ଦିବସ: ପାଳିତ ବ୍ଲକ ପ୍ରଶାସନ ପକ୍ଷରୁ ୧୦ ସରପଞ୍ଚ ପୁରସ୍କୃତ 

ଦିଗପହଣ୍ଡି,୨୪|୪(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କାର୍ଯ୍ୟାଳୟ ପରିସରରେ ଶୁକ୍ରବାର ଅପରାହ୍ନରେ ଜାତୀୟ ପଞ୍ଚାୟତରାଜ ଦିବସ ମହାସମାରୋହରେ ପାଳନ କରାଯାଇଛି । ରାଜ୍ୟ ପଞ୍ଚାୟତରାଜ…

୨ ଯୁବକଙ୍କ ଉନ୍ମତ୍ତ କାଣ୍ଡ: ପ୍ରତିବାଦ କରିବାରୁ ପେଟ୍ରୋଲ ଢାଳି ହତ୍ୟା ଉଦ୍ୟମ

ଦାରିଙ୍ଗବାଡ଼ି,୨୪ା୪(ଅରୁଣ ସାହୁ): ଦାରିଙ୍ଗବାଡ଼ି ଥାନା ଅଞ୍ଚଳ ସିମନବାଡ଼ି ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ୨ ଜଣ ଯୁବକ ବାଇକରେ ଆସି ପ୍ରାୟ ୨ ଘଣ୍ଟା ଧରି ଉତ୍ପାତ ଚଳାଇଥିଲେ।…

ଗାଁ ପୋଖରୀକୁ ଗାଧୋଇବାକୁ ଯାଇଥିଲେ ମହିଳା: ଏକୁଟିଆପାଇ ଟଣାଓଟରା କଲେ, ଏବେ ଥାନାରେ…

ଦିଗପହଣ୍ଡି,୨୪।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମଳାଭଞ୍ଜା ଗ୍ରାମର ଜଣେ ବିବାହିତା ମହିଳାଙ୍କୁ ଗ୍ରାମର ଦୂର୍ଯ୍ୟ ବେହେରା ଅସଦାଚରଣ କରିବା ସହ ତଳେ ପକାଇ…

Paytm ଗ୍ରାହକଙ୍କୁ ବଡ଼ ଝଟ୍‌କା! RBI ରଦ୍ଦ କଲା ବ୍ୟାଙ୍କିଂ ଲାଇସେନ୍ସ, ଏବେ ଆଉ…

ମୁମ୍ବାଇ,୨୪।୪: ଡିଜିଟାଲ କାରବାର କ୍ଷେତ୍ରରେ ଦେଶର ଅନ୍ୟତମ ପ୍ରତିଷ୍ଠିତ ସଂସ୍ଥା ପେଟିଏମ୍‌ ପେମେଣ୍ଟ ବ୍ୟାଙ୍କ ଲିମିଟେଡକୁ ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ପକ୍ଷରୁ ଏକ ବଡ଼ ଶକ୍ତ…

ହିତାଧିକାରୀଙ୍କୁ ଅନ୍ତଦୋୟ ଗୃହ ଯୋଜନାରେ କାର୍ଯ୍ୟାଦେଶ ଦେଲେ ଭଞ୍ଜନଗର ବିଧାୟକ

ଭଞ୍ଜନଗର,୨୪।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ପ୍ରଶାସନ ପକ୍ଷରୁ ଶୁକ୍ରବାର ସାରେ ଜାତୀୟ ପଞ୍ଚାୟତ ରାଜ ଦିବସ ପାଳିତ ହୋଇଯାଇଛି। ଏଥିରେ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ…

ସଲମାନ ହିରୋ, ବିବେକ ଭିଲେନ୍‌; ବକ୍ସ ଅଫିସରେ ମୁହାଁମୁହିଁ ହେବେ…

ମୁମ୍ବାଇ: ୨୦୨୭ ମସିହା ଇଦ୍‌ ଅବସରରେ ବକ୍ସ ଅଫିସରେ ଏକ ବଡ଼ ଧରଣର ମହାଲଢ଼େଇ ଦେଖିବାକୁ ମିଳିବ। ବଲିଉଡର ସୁଲତାନ ସଲମାନ ଖାନଙ୍କ ଆଗାମୀ ଆକ୍ସନ ଫିଲ୍ମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri