Posted inଜାତୀୟ

ବିଶ୍ୱ କଲ୍ୟାଣ ପାଇଁ ଚିନ୍ତାଧାରାରେ ପରିବର୍ତ୍ତନ ଜରୁରୀ : ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ,୧।୧୨ : ବିଶ୍ୱର ବୃହତ୍ତମ ଅର୍ଥନୀତିର ଫୋରମ ଜି-୨୦ ରେ ଭାରତର ଅଧ୍ୟକ୍ଷତା ଗୁରୁବାରଠାରୁ ଆରମ୍ଭ ହୋଇଛି। ଏହି ମର୍ମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ, ମାନବିକତାର ସାମଗ୍ରିକ ଉନ୍ନତି ପାଇଁ ଚିନ୍ତାଧାରାରେ ଏକମୌଳିକ ପରିବର୍ତ୍ତନର ଆବଶ୍ୟକତା ରହିଛିି।

ବିଶ୍ୱର କଲ୍ୟାଣ ପାଇଁ ଏକ ସାମଗ୍ରିକ, ଉଚ୍ଚାଭିଳାଷୀ, କାର୍ଯ୍ୟ-ଆଧାରିତ ତଥା ନିର୍ଣ୍ଣାୟକ ଏଜେଣ୍ଡା ଆଧାରରେ କାର୍ଯ୍ୟ କରାଯିବା ସହିତ ଜଳବାୟୁ ପରିବର୍ତ୍ତନ ନେଇ ଉପଯୋଗୀ ପଦକ୍ଷେପ ଜରୁରୀ। ଦେ ଜି-୨୦ ପାଇଁ ଭାରତର ଉଦ୍ଦେଶ୍ୟ ହେଉଛି ଗୋଟିଏ ପୃଥିବୀ, ଗୋଟିଏ ପରିବାର, ଗୋଟିଏ ଭବିଷ୍ୟତ।

ଜି-୨୦ ହେଉଛି ବିଶ୍ୱ ଅଥନୈତିକ ସହଯୋଗର ଏକ ପ୍ରଭାବଶାଳୀ ସଂଗଠନ। ଏହା ବିଶ୍ୱର ମୋଟ ଘରୋଇ ଉତ୍ପାଦର (ଜିଡିପି) ୮୫ ପ୍ରତିଶତ, ବିଶ୍ୱ ବାଣିଜ୍ୟର ୭୫ ପ୍ରତିଶତରୁ ଅଧିକ ଏବଂ ବିଶ୍ୱ ଜନସଂଖ୍ୟାର ପ୍ରାୟ ଦୁଇ ତୃତୀୟାଂଶ ପ୍ରତିନିଧିତ୍ୱ କରିଥାଏ। ଏଥିରେ ଆର୍ଜେଣ୍ଟିନା, ଅଷ୍ଟ୍ରେଲିଆ, ବ୍ରାଜିଲ, କାନାଡା, ଚୀନ, ଫ୍ରାନ୍ସ, ଜର୍ମାନୀ, ଭାରତ, ଇଣ୍ଡୋନେସିଆ, ଇଟାଲୀ, ଜାପାନ, ଦକ୍ଷିଣ କୋରିଆ, ମେକ୍ସିକୋ, ରୁଷିଆ, ସୌଦି ଆରବ, ଦକ୍ଷିଣ ଆଫ୍ରିକା, ତୁର୍କୀ, ବ୍ରିଟେନ, ଆମେରିକା ଏବଂ ୟୁରୋପୀୟ ୟୁନିଅନ (ଇୟୁ) ଅନ୍ତର୍ଭୁକ୍ତ।

 


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦଳରେ ସ୍ଥାନ ପାଇଲେ ବିରାଟ କୋହଲି ଓ ଋଷଭ ପନ୍ତ, ଏପଟେ BCCI ଦେଲା ବଡ ଖବର

ନୂଆଦିଲ୍ଲୀ,୧୧।୧୨: ଆଗାମୀ ବିଜୟ ହଜାରେ ଟ୍ରଫି ପାଇଁ ଦିଲ୍ଲୀର ସମ୍ଭାବ୍ୟ ଦଳରେ ଭାରତର ଦୁଇ ଷ୍ଟାର ଖେଳାଳି ବିରାଟ କୋହଲି ଏବଂ ଋଷଭ ପନ୍ତଙ୍କୁ ସାମିଲ...

ଟସ୍‌ ଜିତିଲା ଭାରତ: ସୂର୍ଯ୍ୟକୁମାରଙ୍କୁ ମିଳିଲା ବଡ଼…

ଚଣ୍ଡିଗଡ,୧୧।୧୨: ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦ୍ୱିତୀୟ ଟି-୨୦ରେ ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ମ୍ୟାଚ...

ବାଜିଲା ବାଂଲାଦେଶ ନିର୍ବାଚନ ବିଗୁଲ, ଲଢ଼ିପାରିବନି ଶେଖ ହସିନାଙ୍କ ପାର୍ଟି

ନୂଆଦିଲ୍ଲୀ,୧୧ା୧୨: ବାଂଲାଦେଶର ତ୍ରୟୋଦଶ ସଂସଦୀୟ ନିର୍ବାଚନ  ଆସନ୍ତା ଫେବୃଆରୀ 12 ତାରିଖରେ ଅନୁଷ୍ଠିତ ହେବ । ବାଂଲାଦେଶର ମୁଖ୍ୟ ନିର୍ବାଚନ କମିଶନର ଏଏମଏମ ନାସିର ଉଦ୍ଦିନ...

ସଙ୍କୁଚିତ ହେଉଛି ଉପଜିଲାପାଳ-ଆରଡିସିଙ୍କ କ୍ଷମତା, ଗଞ୍ଜାମ ଜଲାକୁ ୪ ଜିଲା ପାଇଁ ଉଠିଲା ଦାବି

ଭଞ୍ଜନଗର,୧୧ା୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲାକୁ ଭାଗଭାଗ କରି ୪ଟି ଜିଲା ଘୋଷଣା କରାଯାଉ। ଉପଜିଲାପାଳ ଏବଂ ଆରଡିସିଙ୍କ କ୍ଷମତା ଦିନକୁ ଦିନ ସରକାର ସଙ୍କୁଚିତ କରୁଛନ୍ତି।...

ଗୋଆ ନାଇଟ କ୍ଲବ ମାଲିକ ଲୁଥ୍ରା ବ୍ରଦର୍ସଙ୍କୁ ବଡ଼ ଝଟକା, ଆଗୁଆ ଜାମିନ ଖାରଜ କଲେ କୋର୍ଟ

ନୂଆଦିଲ୍ଲୀ,୧୧।୧୨: ଗୋଆର ପ୍ରସିଦ୍ଧ ବିର୍ଚ ବାଇ ରୋମିଓ ନାଇଟ କ୍ଲବରେ ଅଗ୍ନିକାଣ୍ଡ ଘଟଣାରେ ଦିଲ୍ଲୀର ରୋହିଣୀ କୋର୍ଟ ରେଷ୍ଟୁରାଣ୍ଟ ମାଲିକ ଗୌରବ ଲୁଥ୍ରା ଏବଂ ସୌରଭ...

‘ଧୁରନ୍ଧର’ ଷ୍ଟାଇଲରେ ମୋଦି, ପୁଟିନଙ୍କ ସହ ଜବରଦସ୍ତ କେମେଷ୍ଟ୍ରି, ସୋସିଆଲ ମିଡ଼ିଆରେ ଟ୍ରେଣ୍ଡ କଲା…

ନୂଆଦିଲ୍ଲୀ,୧୧।୧୨: ମଧ୍ୟପ୍ରଦେଶ ସରକାର ସୋସିଆଲ ମିଡିଆରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ‘ଧୁରନ୍ଧର ଷ୍ଟାଇଲ’ରେ ଏକ ଭିଡିଓ ଶେୟାର କରିଛନ୍ତି। ଭିଡିଓଟି ସହିତ ଏକ କ୍ୟାପସନ ଅଛି ଯାହା...

କାହିଁକି ଆପଲକୁ ନୋଟିସ ପଠାଇଲେ ସରକାର? ୟୁଜର୍ସଙ୍କୁ ଏଭଳି ଆଲର୍ଟ ପଠାଇଥିଲା କମ୍ପାନୀ

ନୂଆଦିଲ୍ଲୀ,୧୧ା୧୨: ଗତ କିଛିଦିନ ତଳେ ଆପଲ୍ ଏବଂ ଗୁଗୁଲ ନିଜ ୟୁଜର୍ସଙ୍କୁ ଆଲର୍ଟ ପଠାଇଥିଲେ । ସ୍ପାଇବେୟାରରେ ଦ୍ବାରା ୟୁଜର୍ସଙ୍କୁ ନିଶାନା କରାଯାଇପାରେ ବୋଲି ମେସେଜ...

କୋହଲିଙ୍କ ସହ ରିଲ୍ସ କରି ରାତାରାତି ସୋସିଆଲ ମିଡିଆ ଷ୍ଟାର ପାଲଟିଗଲେ ଅର୍ଶଦୀପ, ଜାଣନ୍ତୁ କାହିଁକି ଆରମ୍ଭ କରିଥିଲେ YouTube

ନୂଆଦିଲ୍ଲୀ,୧୧।୧୨: ଟିମ ଇଣ୍ଡିଆର ଯୁବ ଦ୍ରୁତ ବୋଲର ଅର୍ଶଦୀପ ସିଂହ କେବଳ ପଡ଼ିଆରେ ନୁହେଁ ବରଂ ସୋସିଆଲ ମିଡିଆରେ ମଧ୍ୟ ଲୋକପ୍ରିୟତା ହାସଲ କରିଛନ୍ତି। ତାଙ୍କର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri