ଅବାଧରେ ଚାଲିଛି ଚୋରା ନିଶା କାରବାର

ଜଗତ୍‌ସିଂହପୁର ଅଫିସ, ୩୦ା୧୧: ଜଗତ୍‌ସିଂହପୁର ଜିଲାରେ ଦିନକୁ ଦିନ ଚୋରା ନିଶା କାରବାର ବଢ଼ି ଚାଲିଛି। ସହରରୁ ଗାଁ ପର୍ଯ୍ୟନ୍ତ ଚାରିଆଡେ ଛାତ୍ରୀଛାତ୍ରଙ୍କଠାରୁ ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ ସଭିଁଏ ଏଥିଯୋଗୁ ପ୍ରଭାବିତ ହେଉଛନ୍ତି। ଜିଲା ସଦର ମହକୁମାରେ ଏହି କାରବାର ଅବାଧରେ ଚାଲିଛି। ସେନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଜଗତ୍‌ସିଂହପୁର ସାନ ବଜାର ଅର୍ଥାତ୍‌ ଜିଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ଥିବା ଏକ ମଦ ଦୋକାନ ସାମ୍ନା ଓ ଏହାର ଆଖପାଖ ସ୍ଥାନରେ ସନ୍ଧ୍ୟା ହେଲେ ରାସ୍ତା ପାର୍ଶ୍ୱରେ ଖୁଲମଖୁଲା ମଦ ଆସର ଜମୁଛି। ଏହାଦ୍ୱାରା ମଦ ଦୋକାନ ସାମ୍ନା ଦେଇ ମହିଳା ଓ ଝିଅମାନଙ୍କ ସମେତ ସାଧାରଣ ଲୋକେ ଯାତାୟାତ କରିବାକୁ ଡରୁଛନ୍ତି। ମଦ୍ୟପମାନେ ପ୍ରତ୍ୟହ ମଦ ପିଇବା ପରେ ବୋତଲ, ପ୍ଲାଷ୍ଟିକ ଗ୍ଲାସ ଓ ଖାଦ୍ୟ ଖାଉଥିବା ଆମିଷ ପ୍ଲେଟ୍‌ଗୁଡିକୁ ଯେଉଁଠି ପାରୁଛନ୍ତି ଫିଙ୍ଗୁଛନ୍ତି। ଫଳରେ ରାସ୍ତା ପାର୍ଶ୍ୱ, କ୍ୟାବିନ୍‌ ତଳ ଓ କେନାଲରେ ଏଗୁଡିକ ଅସ୍ବାଭାବିକ ପରିବେଶ ସାଙ୍ଗକୁ ବିପଦ ସୃଷ୍ଟି କରୁଛି। କେବଳ ଏତିକି ନୁହେଁ, ଏହି ଦୋକାନରୁ ପ୍ରତ୍ୟହ ପେଟି ପେଟି ମଦ ଚୋରା ଚାଲାଣ ହେଉଛି । କିଛି ଦିନ ପୂର୍ବରୁ ଜିଲା ଅବକାରୀ ବିଭାଗର ଜଣେ ସବ୍‌ଇନ୍ସପେକ୍ଟର ଏ ସମ୍ପର୍କରେ ସୂଚନା ପାଇ ଚୋରା ଚାଲାଣର ଗୁମର ଖୋଜିବା ପାଇଁ ଉଦ୍ୟମ କରିଥିଲେ। କିନ୍ତୁ ତାଙ୍କୁ ବିଭାଗୀୟ କେତେଜଣ କନ୍‌ଷ୍ଟେବଳ ଓ ଅନ୍ୟମାନେ ସହଯୋଗ କରି ନ ଥିବା ଜଣାପଡ଼ିଛି । ଅସହଯୋଗ କରିଥିବା ଅବକାରୀ କର୍ମଚାରୀମାନେ ସମ୍ପୃକ୍ତ ମଦ ଦୋକାନୀଙ୍କଠାରୁ ମାସିକା ଚାନ୍ଦା ନେଉଥିତ୍ବାରୁ ଚଢାଉରେ ସାମିଲ ହେବାକୁ ଚାହିଁ ନ ଥିବା କୁହାଯାଇଛି। ଅନ୍ୟପଟେ ସମ୍ପୃକ୍ତ ମଦ ଦୋକାନୀ ଜଣେ ପ୍ରଭାବଶାଳୀ ବ୍ୟକ୍ତି ହୋଇଥିବାରୁ ଚୋରା ଚାଲାଣ ସମ୍ପର୍କିତ ଅଭିଯୋଗ ଉପରେ ଘଣ୍ଟା ଘୋଡ଼ାଇବାକୁ ଉଦ୍ୟମ କରାଯାଇଥିତ୍ବା ଚର୍ଚ୍ଚା ହେଉଛି।
ଏହାର ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ସାଧାରଣରେ ଦାବି ହୋଇଛି । ସେହିପରି ଜିଲାରେ ଗଞ୍ଜେଇ ଓ ବ୍ରାଉନସୁଗାର ଚୋରା କାରବାର ମଧ୍ୟ ବଢ଼ି ଚାଲିଛି। ହାଇସ୍କୁଲଠାରୁ କଲେଜ ପର୍ଯ୍ୟନ୍ତ ଅନେକ ଛାତ୍ରୀଛାତ୍ର ଏହି ନିଶା କବଳରେ ପଡ଼ୁଛନ୍ତି। ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଉଥିଲେ ମଧ୍ୟ ତାହା ସନ୍ତୋଷଜନକ ହେଉନାହିଁ। ମୋଟାମୋଟି ଭାବେ କହିବାକୁ ଗଲେ ଚୋରା ଚାଲାଣ ଉପରେ ଅଙ୍କୁଶ ନ ଲାଗିବା ପର୍ଯ୍ୟନ୍ତ ଜିଲାରେ ଦେଖା ଦେଇଥିବା ଅଭାବନୀୟ ପରିସ୍ଥିତିରେ ସୁଧାର ଆସିବ ନାହିଁ ବୋଲି ସ୍ଥାନୀୟ ଅଞ୍ଚଳର କେତେଜଣ ବୁଦ୍ଧିଜିବୀ ମତପ୍ରକାଶ କରିଛନ୍ତି ।
ଅତୀତରେ ସ୍ଥାନୀୟ ମକୁନ୍ଦପୁର ମୌଜାର ଲୋକେ ଏହାକୁ ବିରୋଧ କରି ରାଜରାସ୍ତାକୁ ଓହ୍ଲାଇଥିଲେ । ମାନବ ଟ୍ରଷ୍ଟ ଆହ୍ବାନକ୍ରମେ ବହୁ ମହିଳା, ପୁରୁଷ ଶୋଭାଯାତ୍ରାରେ ସ୍ଥାନୀୟ ଟାଉନ ହଲ ନିକଟରେ ପହଞ୍ଚତ୍ ପ୍ରତିବାଦ ସଭା କରିଥିଲେ । ସେଠାରେ ଆଡଭୋକେଟ୍‌ ବାସୁଦେବଙ୍କ ସହ ଅନ୍ୟମାନେ ଚୋରା ମଦ କାରବାରକୁ ନେଇ ସରକାରୀ ଉଦାସୀନତାକୁ ଦାୟୀ କରିଥିଲେ। ସେମାନେ କହିଥିଲେ, ନିଶା କବଳରେ ପଡ଼ି ଜଗତ୍‌ସିଂହପୁରର ବହୁ ଯୁବଗୋଷ୍ଠୀ ପଥଚ୍ୟୁତ ହେବାରେ ଲାଗିଛନ୍ତି। ଦେଶୀ, ବିଦେଶୀ ମଦ, ବ୍ରାଉନସୁଗାର, ଗଞ୍ଜେଇ ଓ ଅଫିମ ଆଦି ଗାଁ ଗହଳିରେ ଚୋରାରେ ବିକ୍ରି ଚାଲିଛି। ଏଥିଯୋଗୁ ବହୁ ଲୋକ ଅସୁସ୍ଥ ହେବା ସହ ମୃତ୍ୟୁବରଣ କରୁଛନ୍ତି । ତେଣୁ ମାଦକଦ୍ରବ୍ୟ କାରବାର ଉପରେ ଯଥାଶୀଘ୍ର ଅଙ୍କୁଶ ଲଗାଯିବା ପାଇଁ ସେମାନେ ଦାବି କରିଥିଲେ । ଏ ସମ୍ପର୍କରେ ଅବକାରୀ ସୁପରିଣ୍ଟେଣ୍ଡେଣ୍ଟ ବୈଜୟନ୍ତୀ ପଣ୍ଡା, ଜଗତ୍‌ସିଂହପୁର ଥାନା ଆଇଆଇସି ପ୍ରଭାସ ଚନ୍ଦ୍ର ସାହୁଙ୍କୁ ପଚାରିବାରୁ ଚୋରା ମଦ କାରବାର ରୋକିବା ପାଇଁ ଉଦ୍ୟମ ଜାରି ରହିଛି। ଆଗକୁ ଏହାକୁ ଅଧିକ କ୍ରିୟାଶୀଳ କରାଯିବ। ଜଗତ୍‌ସିଂହପୁର ମଦ ଦୋକାନ ନିକଟରେ ଖୁଲମଖୁଲା ମଦ ଆସର ବସୁଥିବା ଓ ବୋତଲ ଆଦି ଫିଙ୍ଗା ଯାଉଥିବା ଅଭିଯୋଗ ଉପରେ ଅନୁଧ୍ୟାନ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଫସିଲେ କିଙ୍ଗ ଖାନଙ୍କ ପୁଅ ଆର୍ଯ୍ୟନ ଖାନ, ଭିଡିଓ ଭାଇରାଲ ପରେ ବଢିଲା ଅଡୁଆ

ମୁମ୍ବାଇ,୬।୧୨: ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନ ବିବାଦରେ ଗଭୀର ଭାବରେ ଜଡିତ। ପ୍ରଥମେ ଡ୍ରଗ୍ସ ମାମଲା, ତା’ପରେ ‘ବ୍ୟାଡ୍ସ ଅଫ ବଲିଉଡ’ରେ ତାଙ୍କ ଭୂମିକାକୁ...

ଭାରତର ଏସବୁ ଜିନିଷ ଉପରେ ନିର୍ଭର କରେ ଋଷିଆ, ଖର୍ଚ୍ଚ କରେ ଏତେ ଟଙ୍କା

ନୂଆଦିଲ୍ଲୀ,୬।୧୨: ରୁଷିଆ ଏବଂ ଭାରତ ଦୀର୍ଘଦିନ ଧରି ଦୃଢ଼ ସମ୍ପର୍କ ଉପଭୋଗ କରିଆସିଛନ୍ତି। ଏହି ଗଭୀର ସମ୍ପର୍କ ଦୁଇ ଦେଶ ମଧ୍ୟରେ ବାଣିଜ୍ୟରେ ପ୍ରତିଫଳିତ ହୋଇଛି।...

ଇଣ୍ଡିଗୋ ସଙ୍କଟ: ଖୁବ୍‌ ଜୋର ପାଟି କରି କାଉଣ୍ଟର ଉପରକୁ ଚଢିଗଲେ ବିଦେଶିନୀ

ନୂଆଦିଲ୍ଲୀ,୬।୧୨: ଗତ ଚାରି ଦିନ ମଧ୍ୟରେ ସାରା ଦେଶରେ ୧,୦୦୦ରୁ ଅଧିକ ଇଣ୍ଡିଗୋ ବିମାନ ବାତିଲ କରାଯାଇଛି, ଯାହା ଯାତ୍ରୀମାନଙ୍କୁ ବହୁତ ଅସୁବିଧାର ସମ୍ମୁଖୀନ କରୁଛି।...

ସ୍ବାମୀ ରଣବୀରଙ୍କୁ ନେଇ ଏମିତି କହିଦେଲେ ଦୀପିକା, ଚର୍ଚ୍ଚା ଆରମ୍ଭ

ମା’ ହେବା ପରେ ବଦଳିଗଲେଣି ଅଭିନେତ୍ରୀ ଦୀପିକା ପାଦୁକୋନ। ସେ ଏବେ ନିଜ କ୍ୟାରିୟର୍‌ ନୁହେଁ, ଝିଅ ଦୁଆକୁ ଅଧିକ ସମୟ ଦେଉଛନ୍ତି। ଏସବୁ ଭିତରେ...

ଭାରତ ସହ ମ୍ୟାଚ ପୂର୍ବରୁ ଦକ୍ଷିଣ ଆଫ୍ରିକାକୁ ଲାଗିଲା ୩ ବଡ଼ ଝଟକା!

ନୂଆଦିଲ୍ଲୀ,୬।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ତୃତୀୟ ଏକଦିବସୀୟ ମ୍ୟାଚ ବିଶାଖାପାଟଣାରେ ଖେଳାଯାଉଛି, ଯାହା ତିନି ମ୍ୟାଚ ବିଶିଷ୍ଟ ସିରିଜର ନିର୍ଣ୍ଣାୟକ ମ୍ୟାଚ। ଦକ୍ଷିଣ...

କରୁଣ ନାୟାରଙ୍କୁ ଅଣଦେଖା କଲା BCCI!

ନୂଆଦିଲ୍ଲୀ,୬।୧୨: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ହେଉଛି ଭାରତର ସର୍ବୋଚ୍ଚ ପ୍ରଶାସକ ସଂସ୍ଥା। କୁହାଯାଏ ଯେ ଏହି ଦେଶର ପ୍ରତ୍ୟେକ କ୍ରିକେଟର୍‌ BCCI ସହ...

ଭାରତର ୫ ମହଙ୍ଗା ମହିଳା ପ୍ରବଚକ, ଯିଏ କଥା କହି ନେଇଯାଆନ୍ତି ଏତେ ଫି

ନୂଆଦିଲ୍ଲୀ,୬।୧୨: ବୃନ୍ଦାବନର ପ୍ରସିଦ୍ଧ କାହାଣୀକାର ଇନ୍ଦ୍ରେଶ ଉପାଧ୍ୟାୟ ଏବଂ ପୂର୍ୱତନ ଡିଏସପିଙ୍କ ଝିଅ ଶିପ୍ରା ଶର୍ମା ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଶୁକ୍ରବାର, ଡିସେମ୍ୱର 5...

ଜି.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା: ଶୀତର ମଜା ଉଠାଉଛନ୍ତି ପର୍ଯ୍ୟଟକ

ଜି.ଉଦୟଗିରି,୬।୧୨(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ ): ଜି.ଉଦୟଗିରି ଅଞ୍ଚଳରେ ଫେରିଛି ହାଡ଼ଭଙ୍ଗା ଶୀତ । ସରକାରୀ ସୂଚନା ଅନୁସାରେ କନ୍ଧମାଳ ଜିଲାରେ ସର୍ବନିମ୍ନ ତାପମାତ୍ରା ସହ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri