ନଦୀରେ ବନ୍ଧ ବାନ୍ଧି ଜମିକୁ ପାଣି ମଡ଼ାଇଲେ ଚାଷୀ

ପଦ୍ମପୁର, ୧୨।୧୧(ଡି.ଏନ.ଏ.):  ଚଳିତବର୍ଷ ଧାନ ବିହନର ଅଭାବୀ ବିକ୍ରି, ବିହନ ଗଜା ନ ହେବା ସହ ବନ୍ୟାଜଳ ତଳିରେ ମାଡ଼ିଯିବା ଆଦି ସମସ୍ୟା ଯୋଗୁ ପ୍ରଭାବିତ ହୋଇଛନ୍ତି ଭଦ୍ରକ ଜିଲା ବାସୁଦେବପୁର ବ୍ଲକର ଧାନଚାଷୀ। ବହୁ ଘାତ ପ୍ରତିଘାତକୁ ସାମ୍ନା କରି ବର୍ଷକର ଦାନା ଓ ସାହୁକାର, ବ୍ୟାଙ୍କର କରଜ ପୈଠ କରିବା ପାଇଁ ଆଶା ବାନ୍ଧି ଚାଷ କରିଥିଲେ। ହେଲେ ଧାନ ଅମଳ ହେବା ସମୟରେ ଅଭାବୀ ବର୍ଷା ଦାଉ ସାଧିଲା। କିଛି ସଅଳ କିସମର ଧାନ ବିନା ପାଣିରେ ପାଚିବା ଅବସ୍ଥାରେ। ବିଳମ୍ବରେ ଚାଷ ହୋଇଥିବା ଧାନବିଲରେ ଥୋଡ଼ ମଞ୍ଜ ବାହାରିବା ବେଳେ ଜମି ଫାଟି ଅଁା କଲାଣି। ଜଳକୁ ଅଟକାଇବା ପାଇଁ ଥିବା ସ୍ଲୁଇସ୍‌ ଗେଟ୍‌ ଅଚଳ ହୋଇପଡ଼ିଛି। ରକ୍ଷଣାବେକ୍ଷଣ ଅଭାବରୁ ଗେଟ୍‌ ଭାଙ୍ଗିରୁଜି ଯିବା ସହ ପାଣି ଅଟକାଇବାରେ ସହାୟକ ହେଉନାହିଁ। ଫଳରେ ଉପର ମୁଣ୍ଡରୁ ଆସୁଥିବା ଜଳ ଚାଷୀଙ୍କ ବିଲକୁ ଯିବା ପରିବର୍ତ୍ତେ ନଦୀକୁ ବହିଯାଉଛି। ଜଳସେଚନ କିମ୍ବା କୃଷି ବିଭାଗର ଏଥିପାଇଁ ତତ୍ପରତା ନାହିଁ। ଧାନ ଗଛ ମରିଯିବା ଭୟରେ ଚାଷୀମାନେ ନଦୀରେ ବାଉଁଶ ବନ୍ଧ ଓ ଜେସିବି ଲଗାଇ ମାଟି ପକାଇ ପାଲ ବାନ୍ଧି ପାଣିକୁ ଅଟକାଇବା ସହ ଚାଷଜମିରେ ମଡ଼ାଇଛନ୍ତି। ବାସୁଦେବପୁର ବ୍ଲକର ପଦ୍ମପୁର ପଞ୍ଚାୟତରେ ଏଭଳି ଦେଖିବାକୁ ମିଳିଛି।
ବ୍ଲକର ୩୨ହଜାର ହେକ୍ଟର ଧାନ ଚାଷ ଜମି ଥିବାବେଳେ ପ୍ରାୟ ୩୦ ହଜାର ହେକ୍ଟର ଜମିରେ ଚାଷ ହୋଇଛି। ସେଥିରୁ ପାଖାପାଖି ୧୫ ହଜାର ହେକ୍ଟର ଜମିରେ ଧାନ ହେବା ପାଇଁ ପାଣି ଆବଶ୍ୟକ ହେଲେ ବ୍ଲକର ଥିବା ଉଠା ଜଳସେଚନର ଅର୍ଦ୍ଧାଧିକ ପଏଣ୍ଟ ବିଭିନ୍ନ କାରଣରୁ ଅଚଳ ହୋଇପଡ଼ିଥିବା ବେଳେ ନଦୀ ଓ ହଦଗଡ଼ ଡ୍ୟାମ୍‌ ଭରସା। ହଦଗଡ଼ ଡ୍ୟାମ୍‌ ରାଣୀତାଲ ଦେଇ ଭଦ୍ରକ ସଦର ବ୍ଲକର ବ୍ରହ୍ମପୁର, ଗୋରାମାଟି, ସାହାଡ଼ା, ଏରେଇଁ, କୋଡ଼ବରୁଅଁା, ଏରଡ଼ା ଦେଇ ବାସୁଦେବପୁର ବ୍ଲକର ସୁଗୋ, ପଦ୍ମପୁର, ଏଡ଼ତାଳ, ଲୁଙ୍ଗା ଓ ଜଗନ୍ନାଥପ୍ରସାଦ ପଞ୍ଚାୟତକୁ ଜଳ ଯୋଗାଇଥାଏ। ପଦ୍ମପୁର ପଞ୍ଚାୟତର ଦଧିବାମନପୁରଠାରେ କଞ୍ଚୁଡ଼ି ଓ ହଦଗଡ଼ ଡ୍ୟାମ୍‌ର ଜଳ ମନ୍ତେଇ ନଦୀରେ ମିଶିଥାଏ। ମଧୁର ପାଣି ହୋଇଥିବାରୁ ମନ୍ତେଇ ନଦୀରେ ମିଶି ଏହି ଜଳ ବ୍ଲକର ଅର୍ଦ୍ଧାଧିକ ପଞ୍ଚାୟତର ଚାଷୀମାନଙ୍କର ଜଳର ଉତ୍ସ ପାଲଟିଥାଏ। ହେଲେ ବିଭାଗୀୟ ଅଧିକାରୀଙ୍କ ଅବହେଳାରୁ ଏହି ଜଳକୁ ଅଟକାଇବା ପାଇଁ ପଦ୍ମପୁର ମେଳକସାହିଠାରେ ନିର୍ମିତ ସ୍ଲୁଇସ୍‌ ଗେଟ୍‌ ଅଚଳ ହୋଇପଡ଼ିଛି। ସ୍ଥାନୀୟ ଅଞ୍ଚଳର ଚାଷୀମାନେ ଏକାଠି ହୋଇ ନିଜ ଖର୍ଚ୍ଚରେ ଗତ ୩ ଦିନ ଧରି ଆବଶ୍ୟକ ଉପକରଣ ଯୋଗାଡ଼ କରି କଞ୍ଚୁଡ଼ି ନଦୀରେ ବନ୍ଧ ବାନ୍ଧିଛନ୍ତି। ଫଳରେ ତଳୁଆ ଅଞ୍ଚଳର କିଛି ଚାଷଜମିକୁ ଜଳ ଯୋଗାଇବା ସମ୍ଭବ ହୋଇଥିବା ବେଳେ ଉପରମୁଣ୍ଡରେ ଥିବା ଧାନଜମିକୁ ପାଣି ଯାଇପାରୁ ନାହିଁ। ଏଥିପାଇଁ ଚାଷୀମାନେ ହଜାରରୁ ଊର୍ଦ୍ଧ୍ୱ ଫୁଟ୍‌ର ପ୍ଲାଷ୍ଟିକ ପାଇପ୍‌ ଯୋଗାଡ଼ କରି ପମ୍ପସେଟ ସାହାଯ୍ୟରେ ପାଣି ନେଉଛନ୍ତି। ସ୍ଥାନୀୟ ଚାଷୀ ଦେବେନ୍ଦ୍ର ନାୟକ, ସୁବାସ ନାୟକ, ବୃନ୍ଦାବନ ସେଠୀ, ବିଭୁରଞ୍ଜନ ନାୟକ, ଭାଗୀରଥି ବେହେରା, ଅଚ୍ୟୁତାନନ୍ଦ ଦଳେଇ, ପୀତାମ୍ବର ନାୟକ, ପ୍ରଶାନ୍ତ ନାୟକ, ନାରାୟଣ ନାୟକଙ୍କ ସମେତ ଶତାଧିକ ଚାଷୀ ଏଥିରେ ସହଯୋଗ କରିଛନ୍ତି। ଏନେଇ ପଦ୍ମପୁର ସରପଞ୍ଚ ରାଜେନ୍ଦ୍ର ନାରାୟଣ ନାୟକ କହିଛନ୍ତି, ଗତବର୍ଷ ଚାଷୀମାନେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ସ୍ଲୁଇସ୍‌ ଗେଟ୍‌କୁ ମରାମତି କରି ବିଭାଗୀୟ ଅଧିକାରୀମାନଙ୍କୁ ଜଣାଇଥିଲେ ମଧ୍ୟ ପରବର୍ତ୍ତୀ ସମୟରେ କୌଣସି ପଦକ୍ଷେପ ନିଆଯାଇ ନାହିଁ। ତେବେ ଅଚଳ ସ୍ଲୁଇସ୍‌ ଗେଟ୍‌ ପୁନଃ ମରାମତି ପାଇଁ ସେ ବିଭାଗୀୟ ଅଧିକାରୀଙ୍କୁ ଭେଟି ଆଲୋଚନା କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri