ଫିଲ୍ମ ରିଲିଜ ପୂର୍ବରୁ ହାତଯୋଡି ଅପିଲ କଲେ ବିଗ ବି!

ମୁମ୍ବାଇ: ମଲ୍ଟି ଷ୍ଟାରର ଫିଲ୍ମ ‘ଉଁଚାଇ’ ୧୧ ନଭେମ୍ବର ୨୦୨୨ରେ ରିଲିଜ୍ ହେବାକୁ ଯାଉଛି । ଏଥିରେ ଅମିତାଭ ବଚ୍ଚନ, ବୋମନ ଇରାନୀ, ଅନୁପମ ଖେର, ଡ୍ୟାନି ଡେନଜୋଂଗପା, ପରିଣିତି ଚୋପ୍ରା, ସାରିକା ଓ ନିନା ଗୁପ୍ତା ଲିଡ ରୋଲରେ ଦେଖିବାକୁ ମିଳିବେ । ଫିଲ୍ମର ପ୍ରମୋଶନ ପାଇଁ ଏହାର ଟିମ୍ ଏବେ ଲାଗି ପଡିଛନ୍ତି । ହେଲେ ଅମିତାଭ ବଚ୍ଚନ ତାଙ୍କ ଶୋ’ କୌନ ବନେଗା କରୋଡପତି ପାଇଁ ବ୍ୟସ୍ତ ଥିବାରୁ ସେ ଫିଲ୍ମର ପ୍ରମୋଶନ କରିପାରୁ ନାହାନ୍ତି । କିନ୍ତୁ ନିକଟରେ ସେ ଏମିତି ଏକ ଅପିଲ କରିଛନ୍ତି ଯାହା ଚର୍ଚ୍ଚାକୁ ଆସିଛି ।
ଅମିତାଭ ତାଙ୍କ ଶୋ’ର ସ୍ପେଶାଲ ଏପିସୋଡରେ ଲୋକଙ୍କୁ କହୁଛନ୍ତି , ‘ଥିଏଟର ଯାଇ ଟିକେଟ କିଣି ଫିଲ୍ମ ଦେଖିବାର ଯେଉଁ ମଜା ଅଛି, ଏହା କିଛି ଅଲଗା ହୋଇଥାଏ । କୃପାକରି ଟିକେଟ କିଣି ଆମ ଫିଲ୍ମ ଦେଖିବାକୁ ଥିଏଟର ଯାଆନ୍ତୁ, ଆଜିକାଲି ବଡ ମହାମାରୀ ଚାଲିଛି, କେହି ଥିଏଟର ଯାଉ ନାହାନ୍ତି । ଆମେ ଆପଣଙ୍କୁ ହାତ ଯୋଡୁଛୁ, ଟିକେଟ ନେଇ ଯାଆନ୍ତୁ ।’ ବିଗ ବିଙ୍କର ଏହି ବୟାନକୁ ନେଇ କେତେକ ତାଙ୍କ ଫିଲ୍ମ ଦେଖିବା କଥା କହୁଛନ୍ତି ତ କେତେଜଣ ନେଟିଜନ୍ସ କହୁଛନ୍ତି ଫିଲ୍ମ ରିଲିଜକୁ ନେଇ ଅମିତାଭ ହାତ ଯୋଡୁଛନ୍ତି ।
ଏହି ସମୟରେ ନିନା ଆଗକୁ ଆସି କହୁଛନ୍ତି, ବିଗ ବି ଲୋକଙ୍କୁ କୁହନ୍ତୁ ଟିକେଟର ଦାମ ୩୦୦-୪୦୦ରୁ କମ ହୋଇ ୧୫୦ ଟଙ୍କା ହୋଇଯାଇଛି । ଏହାଶୁଣି ସେଠାରେ ଥିବା ଲୋକେ ଖୁବ୍ ଖୁସି ହୋଇଛନ୍ତି । ନିନା ଏହି ସମୟରେ ଫିଲ୍ମ ଶୁଟିଂ ସମୟର ଏକ କଥା ଶେୟାର କରିଛନ୍ତି । ଗୋଟିଏ ଦିନ ବିଗ ବି କାହାକୁ କିଛି ନ କହି ଜ୍ୱରରେ ବି ଶୁଟିଂ ପାଇଁ ସେଟ୍‌ରେ ପହଞ୍ଚିଯାଇଛନ୍ତି । ଏହାକୁ ନେଇ ନିନା କହିଛନ୍ତି, ଚାକରିରି ସୁରକ୍ଷିତ ଥାଉ, ଏଥିପାଇଁ କ’ଣ କ’ଣ ନ କରିବାକୁ ପଡୁଛି ।
ସେ ଯାହା ହେଉ, ନିକଟରେ କେବିସି ବା କୌନ ବନେଗା କରୋଡପତିରେ ଆପଣମାନେ ‘ଉଁଚାଇ’ର ଟିମକୁ ଦେଖିବାକୁ ପାଇବେ । ଏଠି ଅନୁପମ ଖେର ବିଗ ବିଙ୍କୁ ମସାଜ କରୁଥିବା ଦେଖାଯିବ । ହେଲେ ଏହାରି ଭିତରେ ଏମିତି ମୁହୂର୍ତ୍ତ ଆସିବ ଯେତେବେଳେ ସମ୍ପୂର୍ଣ୍ଣ ଟିମ ଭାବୁକ ହୋଇଯାଉଥିବେ । ଏହି ଭିଡିଓକୁ ଦେଖିବା ପରେ ଦର୍ଶକେ ଖୁବ୍ ପସନ୍ଦ କରିଛନ୍ତି । ଏହାକୁ କଲର୍ସ ସେମାନଙ୍କ ଇନଷ୍ଟାଗ୍ରାମ ପେଜରେ ଶେୟାର କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ମୁଁ ବ୍ରେକଅପ କରି ନେଇଛି, ସୁହାନା ଖାଁଙ୍କ ପୋଷ୍ଟ ହେଲା ଭାଇରାଲ!

ମୁମ୍ବାଇ: ଶାହାରୁଖ ଖାଁ ଏବଂ ଗୌରୀ ଖାଁଙ୍କ ଝିଅ ସୁହାନା ଖାଁ ସବୁଠାରୁ ଲୋକପ୍ରିୟ ଷ୍ଟାର କିଡସଙ୍କ ମଧ୍ୟରୁ ଅନ୍ୟତମ । ସେ ଜୋୟା ଅଖତରଙ୍କ...

ବ୍ରେକ ନେଲେ ଶାହାରୁଖ

ମୁମ୍ବାଇ: ବଲିଉଡ ବାଦଶାହା ଶାହାରୁଖ ଖାନ ଗତ ବର୍ଷ ଅର୍ଥାତ୍‌ ୨୦୨୩ ରେ ଏକ ଚମତ୍କାର ପ୍ରତ୍ୟାବର୍ତ୍ତନ କରିଥିଲେ। ପାଞ୍ଚ ବର୍ଷ ପରେ ଶାହାରୁଖ ଫିଲ୍ମ...

‘ଲାହୋର ୧୯୪୭’ରେ ସନ୍ନି ଦେଓଲ

ମୁମ୍ବାଇ: ‘ଗଦର ୨’ର ସଫଳତା ପରେ ସନ୍ନି ଦେଓଲ ଆଉ ଏକ ଦମଦାର ଚଳଚ୍ଚିତ୍ର ‘ଲାହୋର ୧୯୪୭’ସହିତ ପୁଣି ଥରେ ପରଦାକୁ ଆସୁଛନ୍ତି। ଏହା ସଂପୂର୍ଣ୍ଣ...

କଙ୍ଗନାଙ୍କୁ ରାଖୀଙ୍କ ଖୋଲା ଚ୍ୟାଲେଞ୍ଜ

ବମ୍ବେ: ଅଭିନେତ୍ରୀ କଙ୍ଗନା ରାଣାଓ୍ବତଙ୍କୁ ବଡ଼ ଚ୍ୟାଲେଞ୍ଜ ଦେଇଛନ୍ତି ଡ୍ରାମା କୁଇନ୍‌ ରାଖୀ ସାଓ୍ବନ୍ତ। ସର୍ବଦା କିଛି ନା କିଛି କାରଣକୁ ନେଇ ବିବାଦରେ ରହୁଥିବା...

ବାପା ହେଲେ ଏହି ବଲିଉଡ୍‌ ଅଭିନେତା

ବମ୍ବେ: ପୁଣିଥରେ ବାପା ହୋଇଛନ୍ତି ବଲିଉଡ୍‌ ଅଭିନେତା ହରମନ ବାବେଜା। ତାଙ୍କ ଘରକୁ ଏକ କୁନି ରାଜକୁମାରୀ ଆସିଛନ୍ତି। ମାର୍ଚ୍ଚରେ ଅଭିନେତା ବାପା ହୋଇଥିଲେ ହେଁ...

ସଲମାନଙ୍କ ଘର ଉପରକୁ ଗୁଳିମାଡ଼ କରିଥିବା ଅଭିଯୁକ୍ତଙ୍କ ଆତ୍ମହତ୍ୟା

ମୁମ୍ବାଇ,୧ା୫: ବି’ ଟାଉନ୍‌ର ଭାଇଜାନ ସଲମାନ ଖାନଙ୍କ ଘର ଉପରକୁ ଗୁଳିମାଡ଼ ଘଟଣାର ଏକ ବଡ଼ ଖବର ସାମ୍ନାକୁ ଆସିଛି। ସଲମାନଙ୍କ ଗାଲାକ୍ସି ଆପାର୍ଟମେଣ୍ଟ ବାହାରେ...

ଋଷିଙ୍କୁ ମନେପକାଇଲେ ନୀତୁ

ମୁମ୍ବାଇ: ଅଭିନେତା ଋଷି କପୁରଙ୍କ ଚତୁର୍ଥ ଶ୍ରାଦ୍ଧବାର୍ଷିକୀ ମଙ୍ଗଳବାର ପାଳିତ ହୋଇଯାଇଛି। ବଲିଉଡ୍‌ ଇଣ୍ଡଷ୍ଟ୍ରିର ଏହି ଭେଟେରାନ ଅଭିନେତାଙ୍କର ଦେହାନ୍ତ ହେବାରେ ଇତି ମଧ୍ୟରେ ୪...

ଏହି ଯୁବ କ୍ରିକେଟରଙ୍କୁ ନେଇ ମନର କଥା କହିଲେ ଶାହାରୁଖ

ମୁମ୍ବାଇ,୩୦।୪: କୋଲକାତା ନାଇଟ ରାଇଡର୍ସ ମାଲିକ ଶାହରୁଖ ଖାନ ଆସନ୍ତା ଟି -୨୦ ବିଶ୍ୱକପରେ ତାଙ୍କ ଦଳର ଆକ୍ରମଣାତ୍ମକ ବ୍ୟାଟ୍ସମ୍ୟାନ ରିଙ୍କୁ ସିଂଙ୍କୁ ଭାରତୀୟ ଦଳରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri