ପୁରୀ ଅଫିସ,୩୦।୧୦: ଦୀର୍ଘଦିନର ବ୍ୟବଧାନ ପରେ ଶ୍ରୀକ୍ଷେତ୍ରରେ ଶ୍ରୀମନ୍ଦିର ମରାମତି କାର୍ଯ୍ୟକୁ ନେଇ ବିବାଦ ଉଠିଛି। ଗତ କିଛିମାସ ତଳେ ଶ୍ରୀମନ୍ଦିର ରତ୍ନବେଦିରୁ ଚୂନ ଖସିଥିବା ବେଳେ ଏବେ ପୁଣି ଶ୍ରୀଗୁଣ୍ଡିଚା ମନ୍ଦିରର ଜଗମୋହନରୁ ପଥର ଖସିବା ସହ ନାଟମଣ୍ଡପରେ ଫାଟ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି। ତେବେ ଏହି ଘଟଣା ବିଷୟରେ ମନ୍ଦିର ପ୍ରଶାସନ ଓ ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ(ଏଏସ୍ଆଇ)କୁ ଅବଗତ କରାଯାଇଥିଲା। ହେଲେ ଘଟଣାକୁ ୪ ଦିନ ବିତିଯାଇଥିଲେ ମଧ୍ୟ କେହି ଗୁରୁତ୍ୱ ଦେଇ ନ ଥିବାରୁ ସେବାୟତଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ପରେ ପଥର ଖସିବା ଓ ଫାଟ ହେବା କଥା ମନ୍ଦିର ପ୍ରଶାସନ ମାନିଥିବା ବେଳେ ଏନେଇ ଶନିବାର ଶ୍ରୀମନ୍ଦିର ପ୍ରଶାସନର ସ୍ବତନ୍ତ୍ର ବୈଷୟିକ ଟିମ୍ ଶ୍ରୀଗୁଣ୍ଡିଚା ମନ୍ଦିରକୁ ଯାଇ ନାଟମଣ୍ଡପ ଓ ଜଗମୋହନର ସ୍ଥିତି ଅନୁଧ୍ୟାନ କରିଛି। ଜଗମୋହନ ଓ ନାଟମଣ୍ଡପର କଲମ ଓ ବିମ୍ରେ ସମସ୍ୟା ଥିବାରୁ ଏହାର ଅନୁଧ୍ୟାନ କରାଯାଇଛି। ଟିମ୍ରେ ବିଶିଷ୍ଟ ବିଶେଷଜ୍ଞ ତଥା କମିଟି ଚେୟାରମ୍ୟାନ ଏସ୍.କେ. ଭଟ୍ଟାଚାର୍ଯ୍ୟଙ୍କ ସମେତ ଶ୍ରୀମନ୍ଦିର ବୈଷୟିକ କମିଟି ସଦସ୍ୟ ଏନ୍.ସି. ପାଲ, ବିନ୍ଧେଶ୍ୱର ପାତ୍ର, ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ ଜେନା, ଶ୍ରୀମନ୍ଦିର ପରିଚାଳନା କମିଟି ସେବାୟତ ସଦସ୍ୟଙ୍କ ସମେତ ଅନ୍ୟ ଅଧିକାରୀ ଅନୁଧ୍ୟାନ କାର୍ଯ୍ୟରେ ସାମିଲ ହୋଇଥିଲେ। ତେବେ ସମସ୍ୟା ଥିବା ସ୍ଥାନଗୁଡିକୁ ଭଲଭାବେ ଯାଞ୍ଚ କରାଯାଇଛି। ବଡ଼ଧରଣର କୌଣସି ସମସ୍ୟା ନ ଥିବା ଟିମ୍ ପକ୍ଷରୁ କୁହାଯାଇଛି।
ସୂଚନା ଅନୁଯାୟୀ, ଗୁଣ୍ଡିଚା ମନ୍ଦିର ନାଟମଣ୍ଡପରେ ଥିବା ୪ଟି କଲମ ମଧ୍ୟରୁ ୩ଟିରେ ଫାଟ ହୋଇଛି। ତେବେ ଚଳିତବର୍ଷ ରଥଯାତ୍ରା ପୂର୍ବରୁ ଏହାର ସାମୟିକ ମରାମତି ହୋଇଥିଲା। ରଥଯାତ୍ରା ପରେ ସ୍ବତନ୍ତ୍ର ବୈଷୟିକ ଟିମ୍ ଯାଞ୍ଚକରି ପୂର୍ଣ୍ଣାଙ୍ଗ ମରାମତି ନେଇ ଖୁବ୍ଶୀଘ୍ର କାର୍ଯ୍ୟ ଆରମ୍ଭ ହେବ। ନାଟମଣ୍ଡପ କଲମ, ବିମ୍ ସହ ପିଲରର ମଧ୍ୟ ମରାମତି କରାଯିବ। ତେବେ ଏ ନେଇ ବୈଷୟିକ ଟିମ୍ର ବରିଷ୍ଠ ବିଶେଷଜ୍ଞ ଏସ୍.କେ. ଭଟ୍ଟାଚାର୍ଯ୍ୟଙ୍କ କହିବା ଅନୁଯାୟୀ, ବର୍ତ୍ତମାନ ସେପରି କିଛି ସମସ୍ୟା ନାହିଁ। ୪ଟି କଲମ ରହିଛି, ଉକ୍ତ କଲମ ଉପରେ ରୁଫ୍ ରହିଛି। ରୁଫ୍କୁ ସପୋର୍ଟ ଦେବା ପାଇଁ ଲୁହା ବିମ୍ ଦିଆଯାଇଛି। ତେବେ ବହୁଦିନ ତଳେ ଏହି କାମ ହୋଇଥିବାରୁ ସେଥିରେ ଏବେ କିଛିଟା ସମସ୍ୟା ଦେଖାଦେଇଛି। ରୁଫ୍ ଓ ବିମ୍ ମଧ୍ୟରେ ଫାଙ୍କ ଦେଖାଦେଇଛି, ଯାହାର ମରାମତି ନିହାତି ଆବଶ୍ୟକ। ମରାମତି ସମୟରେ ଅନ୍ୟ କ’ଣ କ’ଣ ସମସ୍ୟା ରହିଛି ତାହା ଜଣାପଡ଼ିପାରେ। ଯଦି ଅନ୍ୟ କୌଣସି ସମସ୍ୟା ନ ଥିବ ତେବେ ୨ରୁ ୩ ମାସ ଭିତରେ କାର୍ଯ୍ୟ ସରିଯିବ ବୋଲି ବିଶେଷଜ୍ଞ ଭଟ୍ଟାଚାର୍ଯ୍ୟ କହିଛନ୍ତି। ସେହିପରି ଶ୍ରୀମନ୍ଦିର ବୈଷୟିକ କମିଟି ସଦସ୍ୟ ଏନ୍.ସି. ପାଲ କହିଛନ୍ତି, ଶ୍ରୀଗୁଣ୍ଡିଚା ମନ୍ଦିର, ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ଅଧୀନରେ ରହିଛି। ପୂର୍ବରୁ ୧୯୯୪ ମସିହାରେ ଗୁଣ୍ଡିଚା ମନ୍ଦିରର ଗର୍ଭଗୃହ ମରାମତି ହୋଇଥିଲା। ଚଳିତବର୍ଷ ରଥଯାତ୍ରା ପୂର୍ବରୁ ଗୁଣ୍ଡିଚା ମନ୍ଦିର ନାଟ ମଣ୍ଡପର ଷ୍ଟୋନ୍ କଲମର ସାମୂହିକ କାର୍ଯ୍ୟ କରାଯାଇଥିଲା। ଶ୍ରୀମନ୍ଦିର ନାଟମଣ୍ଡପ ଓ ଗୁଣ୍ଡିଚା ମନ୍ଦିର ନାଟମଣ୍ଡପ ନିର୍ମାଣଶୈଳୀ ପ୍ରାୟ ସମାନ। ସମସ୍ୟା ଥିବା ଗୋଟିଏ ବିମ୍ରେ ସାମୂହିକ ମରାମତି କାର୍ଯ୍ୟ କରିବା ସମୟରେ ଅନ୍ୟ କଲମଗୁଡ଼ିକରେ ସମସ୍ୟା ଥିବା ଆଶଙ୍କା ସୃଷ୍ଟି ହୋଇଥିଲା। ତେଣୁ ରଥଯାତ୍ରା ପରେ ଯାଞ୍ଚ କରାଯିବା ନେଇ ସ୍ଥିର କରାଯାଇଥିଲା। ତେଣୁ ଶନିବାର ଯାଞ୍ଚ କରାଯାଇଥିବାବେଳେ ସେଭଳି କିଛି ଗୁରୁତର ସମସ୍ୟା ନାହିଁ। ପର୍ଯ୍ୟାୟକ୍ରମେ ମରାମତି ହେବ। ତେବେ ଶନିବାର ପ୍ରାଥମିକ ଭାବେ ଅନୁଧ୍ୟାନ କରାଯାଇଛି। ଏ ନେଇ ଏକ ଆଲୋଚନା କରାଯାଇ ୧୦ ଦିନ ଭିତରେ ଫାଇନାଲ ହୋଇ କାର୍ଯ୍ୟ ଆରମ୍ଭ କରାଯିବ। ଅନ୍ୟପଟେ ଗୁଣ୍ଡିଚା ମନ୍ଦିର ନାଟମଣ୍ଡପ ବ୍ୟତୀତ ଅନ୍ୟ କୌଣସି ସ୍ଥାନରେ ସମସ୍ୟା ନାହିଁ ବୋଲି ବୈଷୟିକ କମିଟି ସଦସ୍ୟ ପାଲ୍ କହିଛନ୍ତି।
Posted inHome Left, ଆମ ଜିଲା ଖବର, ପୁରୀ View All
ଡିସେମ୍ବର ୩୧ ପୂର୍ବରୁ ଯଦି ନ କରନ୍ତି ଏହି କାମ, ତେବେ ବନ୍ଦ ହୋଇଯିବ ଆପଣଙ୍କର…
ନୂଆଦିଲ୍ଲୀ,୨୭।୧୨: ଯଦି ଆପଣ ଜଣେ କରଦାତା, ତେବେ ଏହି ଖବର ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। PAN ଏବଂ ଆଧାରକୁ ଲିଙ୍କ କରିବା ଆଉ କେବଳ...
ସଜେଇ ହେଉଛି ଦାରିଙ୍ଗବାଡି: ଶୀତ ମହୋତ୍ସବ ପାଇଁ ବଢୁଛି ଉତ୍କଣ୍ଠା
ଦାରିଙ୍ଗବାଡି,୨୭।୧୨(ଅରୁଣ ସାହୁ): ଓଡିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ଆସନ୍ତା ୮ଠାରୁ ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଛି।ଏଥିପାଇଁ ଦାରିଙ୍ଗବାଡି ଚଳ ଚଞ୍ଚଳ ହୋଇପଡିଛି।...
ଜିରୋ ନାଇଟ ସେଲିବ୍ରେଶନ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି: ନିୟୋଜିତ ରହିବେ…
ଭୁବନେଶ୍ୱର,୨୭।୧୨: ଜିରୋ ନାଇଟ ସେଲିବ୍ରେଶନ ପାଇଁ କମିସନରେଟ ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଏନେଇ ପୋଲିସ କମିସନର ସୁରେଶ ଦେବଦତ୍ତ ସିଂ ସୂଚନା...
ହାତୀ ପାଇଁ ବନ୍ଦ ହେଲା ଶିଖରଚଣ୍ଡୀ, ପୁଣି ଏହି ଦିନ ଖୋଲିବ
ଭୁବନେଶ୍ବର, ୨୭।୧୨: ବନ୍ଦ ରହିଲା ଶିଖରଚଣ୍ଡୀ ପୀଠ । ଶିଖରଚଣ୍ଡୀ ମନ୍ଦିର ପ୍ରବେଶ ଗେଟ୍ରେ ତାଲା ପକାଇଲା ବନ ବିଭାଗ । ହାତୀ ପାଇଁ ଏଭଳି...
ଆହୁରି ବଢିଲା ଶୀତ, ଜନଜୀବନ ଅସ୍ତବ୍ୟସ୍ତ: ପର୍ଯ୍ୟଟକଙ୍କ ଅସମ୍ଭାଳ ଭିଡ଼
ଦାରିଙ୍ଗବାଡି, ୨୭।୧୨ (ଅରୁଣ ସାହୁ ):ଗତ କିଛିଦିନ ହେଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ କୁହୁଡିର ପ୍ରଭାବରେ ଗାଡି ଚଳାଚକ ବାଧାପ୍ରାପ୍ତ ହୋଇଛି। ଶୀତ କମିବାରେ ନାମ...
Salman Khan Birthday: ସଲମାନଙ୍କୁ 60 ବର୍ଷ…କ୍ୟାମେରା ସାମ୍ନାରେ କାଟିଲେ କେକ୍, ଜାଣନ୍ତୁ ଗେଷ୍ଟ ଲିଷ୍ଟ
ନୂଆଦିଲ୍ଲୀ,୨୭ା୧୨ : ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ ଆଜି ଜନ୍ମଦିନ । ୬୦ତମ ଜନ୍ମଦିନକୁ ବହୁତ ଉତ୍ସାହ ଏବଂ ହୃଦୟସ୍ପର୍ଶୀ ଶୈଳୀରେ ପାଳନ କରିଥିଲେ। ଅଭିନେତା...
ବାଲ ଧନୁଯାତ୍ରାରେ ରଙ୍ଗସଭା: କମାଲ କଲେ ସତ୍ୟଜିତ
ମଥୁରା ନଗରୀ,୨୭।୧୨:ବରଗଡ଼ ପିଏମ୍ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟଠାରେ ଚାଲିଥିବା ବାଲ ଧନୁଯାତ୍ରାର ଦ୍ବିତୀୟ ଦିବସରେ ମହାରାଜ କଂସଙ୍କ ଦରବାରରେ ରଙ୍ଗସଭା ଅନୁଷ୍ଠିତ ହୋଇଥିଲା। ଏହି...
ଭୁବନେଶ୍ବରରେ ପହଞ୍ଚିଲେ ମୁଖ୍ୟ ନିର୍ବାଚନ କମିଶନର, ପୁରୀରେ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରି କୋଣାର୍କ ଯିବେ
ଭୁବନେଶ୍ବର,୨୭/୧୨: ଭାରତର ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ୩ ଦିନିଆ ଓଡ଼ିଶା ଗସ୍ତ ରହିଥିବା ବେଳେ ସେ ଭୁବନେଶ୍ବରରେ ଆସି ପହଞ୍ଚିଛନ୍ତି । ଆଜି ପୁରୀରେ...
Archives


