ପେସାରେ ବ୍ୟବସାୟୀ, କିନ୍ତୁ ପ୍ରାଣୀ ଉଦ୍ଧାର ତାଙ୍କ ନିଶା। ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ଗୋଆର ଅତୁଲ ସରିନ। ସେ ବୁଲାଗୋରୁ, କୁକୁର, ବିଲେଇ ଏପରି କି ପକ୍ଷୀମାନଙ୍କୁ ମଧ୍ୟ ଉଦ୍ଧାର କରୁଛନ୍ତି। ଏବେ ସୁଦ୍ଧା ସେ ୧୫,୦୦୦ ପ୍ରାଣୀଙ୍କୁ ଉଦ୍ଧାର କରିସାରିଲେଣି। ଅତୁଲ ଉତ୍ତର ଗୋଆର ସିଓଲିମ୍ ଟାଉନ୍ରେ ସେ ରହନ୍ତି। ପ୍ରଥମେ ତାଙ୍କ ପରିବାର କେନିଆରେ ରହୁଥିଲେ ଏବଂ ପରେ ଇଂଲଣ୍ଡକୁ ଯାଇଥିଲେ। ସେଠାରେ ସେ ମଧ୍ୟ ପାରିବାରିକ ବ୍ୟବସାୟରେ ନିଜକୁ ସାମିଲ କରିଥିଲେ। କିନ୍ତୁ ୨୦୦୫ରେ ପରିବାର ସହ ସେ ଭାରତ ଫେରି ସିଓଲିମ୍ରେ ରହିଲେ। ସେଠାରେ ବୁଲା କୁକୁରଙ୍କୁ ପ୍ରତିଦିନ ଖାଇବାକୁ ଦେବା ସହ ଆହତ ପ୍ରାଣୀଙ୍କ ଚିକିତ୍ସା ଆରମ୍ଭ କରିଥିଲେ। ୨୦୧୨ରେ ସେ ଓ୍ବେଲ୍ଫେୟାର ଫର୍ ଆନିମଲ ଇନ୍ ଗୋଆ(ଡବ୍ଲ୍ୟୁଏଜି) ଏନ୍ଜିଓ ପଞ୍ଜୀକରଣ କରିବା ପରେ ବୁଲା କୁକୁରଙ୍କ ସହ ଗୋରୁ, ବିଲେଇ ଓ ପକ୍ଷୀମାନଙ୍କୁ ଉଦ୍ଧାର କରୁଛନ୍ତି। ସେ ୫,୦୦୦ ଗାଈଙ୍କୁ ନେଇ ଆଶ୍ରୟସ୍ଥଳରେ ରଖିଛନ୍ତି। ଡବ୍ଲ୍ୟୁଏଜି ଗୋରୁ, କୁକୁର, ଛେଳି, ଘୁଷୁରି, ବିଲେଇ ଓ ପକ୍ଷୀ ଆଦି ପ୍ରାୟ ୧୫,୦୦୦ ପଶୁପକ୍ଷୀଙ୍କୁ ଉଦ୍ଧାର ସହ ବିଭିନ୍ନ ସ୍ଥାନରେ ‘ଅତୁଲ ହାଉସ’ ନିର୍ମାଣ କରି ସେଥିରେ ରଖିଛନ୍ତି। ପ୍ରାଣୀମାନଙ୍କ ଚିକିତ୍ସା ପାଇର୍ଁ ଭେଟେରିନାରି ରେସ୍କ୍ୟୁ କ୍ଲିନିକ୍ ଖୋଲିିଛନ୍ତି।
ଆସାମର ହାତୀ-ଟ୍ରେନ୍ ଧକ୍କା
ଶନିବାର(୨୦-୧୨-୨୫) ବିଳମ୍ବିତ ରାତିରେ ଆସାମରେ ଘଟିଥିବା ହାତୀ-ଟ୍ରେନ୍ ଧକ୍କା ଏକ ବଡ଼ ଘଟଣା। ଗୋଟିଏ ଧକ୍କାରେ ୮ଟି ହାତୀଙ୍କ ମୃତ୍ୟୁ ହୋଇଛି। ଆସାମରେ ଏହା ଏପର୍ଯ୍ୟନ୍ତ...
ଶିକ୍ଷା ଓ ଶିକ୍ଷକ
ଶିକ୍ଷା ହେଉଛି ଗୋଟିଏ ଦେଶର ସବୁଠୁ ମୌଳିକ ଓ ଶକ୍ତିଶାଳୀ ସାମାଜିକ ଭିତ୍ତିଭୂମି। ଏହା କେବଳ ପାଠପଢ଼ା, ପରୀକ୍ଷା, ସାର୍ଟିଫିକେଟ କିମ୍ବା ଚାକିରି ପାଇବାର ଉପାୟ...
ଦିଲ୍ଲୀରୁ ଯିବ ରାଜଧାନୀ
ଦିଲ୍ଲୀ ଭାରତର ରାଜଧାନୀ ହୋଇଥିବାରୁ ଦେଶର ବିଭିନ୍ନ ପ୍ରାନ୍ତର ଲୋକ ସେଠାରେ ରହିବାକୁ କିମ୍ବା ବୁଲିଯିବାକୁ ପସନ୍ଦ କରିଥାଆନ୍ତି। ସେଠି ପାର୍ଲାମେଣ୍ଟ, ଲାଲ୍କିଲ୍ଲା, ସୁପ୍ରିମକୋର୍ଟ, ଇଣ୍ଡିଆ...
ଏବର ଚାଷବାସ
କୃଷି ବିନା ସମ୍ଭବ ନୁହେଁ ଖୁସି। ଖୁସି ସେହିଠାରୁ ଆସେ ଯେଉଁଠି ଥାଏ ଅନ୍ନ। ଅନ୍ନଗ୍ରହଣ ନାଶକରେ ଭୋକ। ଭୋକରୁ ଉତ୍ତୀର୍ଣ୍ଣ ହେବାକୁ ହେଲେ ମାଟି...
ସଙ୍କଟରେ ଗ୍ରାମୀଣ ଶ୍ରମିକଙ୍କ ରୋଜଗାର
ବହୁଚର୍ଚ୍ଚିତ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମାଞ୍ଚଳ ରୋଜଗାର ଗ୍ୟାରେଣ୍ଟି ଆଇନ ବା ଏମ୍ଜିଏନ୍ଆର୍ଇଜିଏ କୁ ସମାପ୍ତ କରି ତା’ ସ୍ଥାନରେ ‘ବିକଶିତ ଭାରତ ରୋଜଗାର ଓ...
ଭେଜାଲ ପାଇଁ ମୃତ୍ୟୁଦଣ୍ଡ
ବିଶ୍ୱରେ ସମ୍ଭବତଃ ଭାରତ ଏକମାତ୍ର ଦେଶ ଯେଉଁଠାରେ ଜୀବନରକ୍ଷାକାରୀ ଔଷଧ ଓ ଖାଦ୍ୟରେ ଅପମିଶ୍ରଣ ବା ଭେଜାଲ ବଢ଼ିଚାଲିଛି। ଏଭଳି ଖବର ଅନ୍ୟ ଦେଶରୁ ଆସୁଥିବା...
ଏଇ ଭାରତରେ
ମହାରାଷ୍ଟ୍ରର ୨୦୪ଟି ମରୁଡ଼ିପ୍ରବଣ ଗାଁରେ ଜଳ ସଙ୍କଟ ଦୂର କରିବାକୁ ପ୍ରୟାସ ଜାରି ରଖିଛନ୍ତି ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍ଏସ୍) ଉଜ୍ଜ୍ୱଳ କୁମାର ଚଭନ।...
ମୋବାଇଲ ସ୍କ୍ରିନ୍ ଆସକ୍ତି
କାଳେ ନିଦରୁ ଉଠିବାରୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ, ଆଖି ସବୁଠାରୁ ଅଧିକ ଯେଉଁ ବସ୍ତୁଟିକୁ ଦେଖୁଛି, ତାହା ହେଉଛି ଆମ ମୋବାଇଲ୍ ସ୍କ୍ରିନ୍।...
Archives


