ରାଣୀପଥରରେ ମେଡିକାଲ ଟିମ୍‌ର ଯାଞ୍ଚ

ଫୁଲବାଣୀ ଅଫିସ, ୨୮ା୧୦: କନ୍ଧମାଳ ଜିଲା ଖଜୁରିପଡା ବ୍ଲକ ସୁଡ୍ରୁକୁମ୍ପା ପଞ୍ଚାୟତ ରାଣୀପଥର ଗାଁରେ ଗ୍ରାମରେ କିଡ୍‌ନୀ ରୋଗୀ ସଂଖ୍ୟା ବଢ଼ିବା ଘଟଣାରେ ଜିଲା ପ୍ରଶାସନର ଚେତା ପଶିଛି। ଗୁରୁବାର ଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ସ୍ବାସ୍ଥ୍ୟ ବିଭାଗର ଏକ ଟିମ୍‌ ଗ୍ରାମକୁ ଯାଇ କିଡ୍‌ନୀ ରୋଗରେ ଆକ୍ରାନ୍ତ ରୋଗୀ, ତାଙ୍କ ପରିବାର ସଦସ୍ୟ ଏବଂ ଗ୍ରାମର ଅନ୍ୟ ଲୋକଙ୍କ ରକ୍ତ ନମୂନା ସଂଗ୍ରହ କରିଛି। କେଉଁ ପରିସ୍ଥିତିରେ ଏହି ରୋଗରେ ଲୋକେ ଆକ୍ରାନ୍ତ ହେଉଛନ୍ତି, ତାହାର କାରଣ ଖୋଜିବା ଆରମ୍ଭ ହୋଇଛି। ଦୁଇ ଦିନ ପର୍ଯ୍ୟନ୍ତ ଏହି କାର୍ଯ୍ୟ ଚାଲିବ ା ପରେ ରିପୋର୍ଟକୁ ଆଧାର କରି କାରଣ ଖୋଜାଯିବ ବୋଲି ଟିମ୍‌ ପ୍ରକାଶ କରିଛି।
ଗ୍ରାମରେ କିଡ୍‌ନୀ ରୋଗୀଙ୍କ ସଂଖ୍ୟା ବଢ଼ିବା ସଂକ୍ରାନ୍ତରେ ପ୍ରଶାସନ ନିକଟରେ ରୋଗୀଙ୍କ ସମେତ ଗ୍ରାମବାସୀ ଅଭିଯୋଗ କରି ଆସୁଥିଲେ। ହେଲେ ଏହା ଉପରେ ସ୍ବାସ୍ଥ୍ୟ ବିଭାଗ ଦୃଷ୍ଟି ଦେଉ ନ ଥିଲା। ଏ ସମ୍ପର୍କିତ ଖବର ‘ଗାଁରେ ହସ ଲିଭାଇଛି କିଡ୍‌ନୀ ରୋଗ’ ଧରିତ୍ରୀରେ ବୁଧବାର ପ୍ରକାଶ ପାଇଥିଲା। ଖବର ପ୍ରକାଶିତ ହେବା ପରେ ପ୍ରଶାସନ ତପତ୍ର ହୋଇଛି। ଗୁରୁବାର ଜିଲା ମୁଖ୍ୟ ଚିକିତ୍ସାଳୟର ଏକ ଟିମ୍‌ ଏବଂ ଖଜୁରିପଡା ମେଡିକାଲର ଆଉ ଏକ ଟିମ୍‌ ଗ୍ରାମରେ ପହଞ୍ଚିଥିଲେ। ସେମାନେ ପ୍ରଥମେ ଆକ୍ରାନ୍ତ ଥିବା ପ୍ରମୋଦ ବେହେରାଙ୍କ ଘରେ ପହଞ୍ଚି ଅନୁଧ୍ୟାନ କରିଥିଲେ। ପ୍ରମୋଦଙ୍କୁ ରୋଗ ସଂକ୍ରାନ୍ତରେ ବିଭିନ୍ନ ପ୍ରଶ୍ନ ପଚାରି ତଥ୍ୟ ସଂଗ୍ରହ କରିଥିଲୋ ଏହାପରେ ପ୍ରମୋଦଙ୍କ ସମେତ ତାଙ୍କ ସ୍ତ୍ରୀ ଏବଂ ପଡୋଶୀଙ୍କ ରକ୍ତ ନମୂନା ସଂଗ୍ରହ କରିଥିଲେ। ପରେ ଟୁକୁନା ବେହେରା, ବିଜୁ ବେହେରାଙ୍କ ଘରକୁ ଯାଇ କାରଣ ଖୋଜିଥିଲେ। ସେମାନଙ୍କ ଦିନ ଚର୍ଯ୍ୟା ଆଦି ବିଷୟରେ ପଚାରି ବୁଝିଥିଲେ। ବିଶେଷ କରି ଉଚ୍ଚ ରକ୍ତ ଚାପ ଥିଲେ ତାହା କିଡ୍‌ନୀ ସମସ୍ୟା ସୃଷ୍ଟି କରୁଥିବାରୁ ରୋଗୀଙ୍କ ସମେତ ପରିବାର ଏବଂ ପଡୋଶୀଙ୍କ ପରୀକ୍ଷା କରିଥିଲେ। ଏବେ ଟିମ୍‌ ଅନ୍ୟାନ ଦିଗକୁ ନେଇ ମଧ୍ୟ ବିଶ୍ଳେଷଣ କରୁଛି। ସେହିପରି ଲୋକ ପିଉଥିବା ପାନୀୟ ଜଳ ନମୂନା ମଧ୍ୟ ସଂଗ୍ରହ କରାଯାଇଛି। ଆସନ୍ତା ଦୁଇ ଦିନ ଧରି ଗ୍ରାମର ପ୍ରତ୍ୟେକ ଘରେ ଥିବା ଲୋକଙ୍କ ରକ୍ତ ନମୂନା ସଂଗ୍ରହ କରାଯିବାକୁ ଟିମ୍‌ ସ୍ଥିର କରିଛି।
ନେତୃତ୍ୱ ନେଇଥିବା ଜିଲା ଅତିରିକ୍ତ ଜନସ୍ବାସ୍ଥ୍ୟ ଅଧିକାରୀ ବସନ୍ତ କୁମାର ପାତ୍ରଙ୍କୁ ପଚାରିବାରୁ ସେ କହିଛନ୍ତି, ଯେଉଁମାନେ କିଡ୍‌ନୀ ରୋଗରେ ଆକ୍ରାନ୍ତ ହୋଇଛନ୍ତି ପ୍ରଥମେ ସେମାନଙ୍କ ପରିବାରକୁ ଗୁରୁତ୍ୱ ଦିଆଯାଉଛି। ଟିମ୍‌ ପ୍ରତ୍ୟେକ ଘରକୁ ଯିବ। ଯେଉଁମାନେ ୩୦ ବର୍ଷରୁ ଅଧିକ ଅଛନ୍ତି ସେମାନଙ୍କ ରକ୍ତ ନମୂନା ସଂଗ୍ରହ କରିବେ। ଉଚ୍ଚ ରକ୍ତ ଚାପ ଏବଂ ମଧୁମେହ ଥିଲେ ସାଧାରଣତଃ ଏହି ରୋଗ ଦେଖା ଦେଇଥାଏ। ଏଥିସହ ଅନ୍ୟାନ୍ୟ ଦିଗ ଯଥା ପାନୀୟ ଜଳ, କୃଷି ଗତ କାର୍ଯ୍ୟକୁ ମଧ୍ୟ ତର୍ଜମା କରାଯାଉଛି। କୃଷି କାର୍ଯ୍ୟରେ ପେଷ୍ଟିସାଇଡ ପ୍ରୟୋଗ ପାଇଁ କିଛି ନିୟମ ରହିଛି। ମୁହଁରେ ମାସ୍କ, ହାତରେ ଗ୍ଲୋବସ୍‌ ଲଗାଇ ଏସବୁ କାର୍ଯ୍ୟ କରିବା କଥା। ଯଦି ସେପରି ହେଉ ନ ଥିବ ତାହା ମଧ୍ୟ ଏକ କାରଣ ହୋଇପାରେ ବୋଲି ଅନୁମାନ କରୁଛୁ। ହେଲେ ଏବେ କିଛି ସ୍ପଷ୍ଟ କହି ହେବ ନାହିଁ। ଯେଉଁମାନେ ଆକ୍ରାନ୍ତ ହୋଇଛନ୍ତି, ସେମାନେ ଡାକ୍ତରଙ୍କ ପରାମର୍ଶରେ ରହି ଔଷଧ ଖାଇବେ ବୋଲି କହିଛନ୍ତି। ସୁଚନାଯୋଗ୍ୟ ରାଣୀପଥର ଗାଁ ରେ ୬ରୁ ଊର୍ଦ୍ଧ୍ୱ କିଡିନୀ ଆକ୍ରାନ୍ତଙ୍କ ମୃତ୍ୟୁ ହେଲାଣି। ଏବେ ବହୁ ରୋଗୀ ଏଥିରେ ଆକ୍ରାନ୍ତ ଅଛନ୍ତି। ବିଶେଷ କରି ଯୁବକମାନେ ଏଥିରେ ଆକ୍ରାନ୍ତ ହେଉଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ନୌରାଶ୍ୟ ଭାବ ଦେଖାଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ତ୍ରୀ, ଶାଳୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା ମାମଲା: ଦୋଷୀଙ୍କୁ ଆଜୀବନ ଜେଲ୍‌ଦଣ୍ଡ

ଭୁବନେଶ୍ୱର,୨୭ା୪(ସତ୍ୟଜିତ୍‌ ରାଉତ): ସ୍ତ୍ରୀ ଏବଂ ଶାଳୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଥିବା ଅଭିଯୁକ୍ତଙ୍କୁ ଶନିବାର ଆଜୀବନ ଜେଲ୍‌ଦଣ୍ଡ ରାୟ ଶୁଣାଇଛନ୍ତି ଖୋର୍ଦ୍ଧା ଜିଲା ଦୌରା ଜଜ୍‌।...

ପୂର୍ବତନ ସମିତି ସଭ୍ୟଙ୍କ ଗଳାକାଟି ହତ୍ୟା, ମାଓବାଦୀଙ୍କ ହାତ ଥିବା ସନ୍ଦେହ

ମାଲକାନଗିରି,୨୭ା୪(ଦୁର୍ଯ୍ୟୋଧନ ପାତ୍ର): ଛତିଶଗଡ଼ରେ କଂଗ୍ରେସ ନେତା ତଥା ପୂର୍ବତନ ସମିତି ସଭ୍ୟଙ୍କୁ ଶନିବାର କେହି ଦୁର୍ବୃତ୍ତ ହତ୍ୟା କରିଛନ୍ତି। ଏଥିରେ ମାଓବାଦୀଙ୍କ ହାତ ଥିବା ସନ୍ଦେହ...

ବଜ୍ରପାତରେ ମା’-ପୁଅଙ୍କ ଜୀବନ ଗଲା

ଡେରାବିଶ,୨୭ା୪(ଅଜୟ ବେବର୍ତ୍ତା): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକ ଖମୋଳ ପଞ୍ଚାୟତ ଅନ୍ତର୍ଗତ ଜହ୍ନିମୂଳ ଗ୍ରାମରେ ଶନିବାର ସନ୍ଧ୍ୟାରେ ବଜ୍ରପାତରେ ମା’ ଓ ପୁଅଙ୍କ ମୃତ୍ୟୁ ଘଟିଛି।...

କୋରେଇ, ଖଣ୍ଡପଡ଼ା, ନୀଳଗିରି ଆସନ ଝୁଲାଇ ରଖିଲା ବିଜେଡି

ଭୁବନେଶ୍ୱର,୨୭।୪: ବିଧାନସଭା ନିର୍ବାଚନ ପାଇଁ ବିଜୁ ଜନତା ଦଳ(ବିଜେଡି) ପକ୍ଷରୁ ଶନିବାର ଆଉ ତିନି ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ଏହାକୁ ମିଶାଇ...

କଟକ-ବାରବାଟୀରୁ ଲଢ଼ିବେ ମୋକିମ୍‌ଙ୍କ ଝିଅ ସୋଫିଆ, ନାଁ ସୁପାରିସ କଲା କଂଗ୍ରେସ

କଟକ,୨୭ା୪: କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମ୍‌ଙ୍କ ଝିଅ ସୋଫିଆ ଫିର୍ଦ୍ଦୋସ ରାଜନୀତିକୁ ଓହ୍ଲାଇବା ନେଇ ଖୁବ୍‌ ଚର୍ଚ୍ଚା ହେଉଛି। ତେବେ ସୋଫିଆଙ୍କୁ ବିଧାୟିକା ପ୍ରାର୍ଥୀ କରିବା...

ପ୍ରମୁଖ ଦଳର ଟିକେଟ୍‌ ଘୋଷଣା ପରେ ଆତସବାଜିରେ କମ୍ପିଲା ନିରାକାରପୁର

ନିରାକାରପୁର,୨୭ା୪(ମାନସ ଚନ୍ଦ୍ର ପଟ୍ଟନାୟକ): ବହୁ ପ୍ରତୀକ୍ଷାର ଅନ୍ତ ଘଟିଛି। ଶନିବାର ଅପରାହ୍ନରେ ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀ ପାଇଁ ଭାଜପା ପ୍ରଶାନ୍ତ କୁମାର ଜଗଦେବଙ୍କୁ ପ୍ରାର୍ଥୀ କରିଥିବା...

ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ କାର୍ତ୍ତିକ ପାଣ୍ଡିଆନ

କୋକସରା,୨୭ା୪(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଶନିବାର ନିର୍ବାଚନୀ ପ୍ରଚାରରେ ଭି.କାର୍ତ୍ତିକ ପାଣ୍ଡିଆନ କଳାହାଣ୍ଡି ଗସ୍ତରେ ଆସିଥିଲେ। ପ୍ରଥମେ କଳାହାଣ୍ଡି ଜିଲା କୋକସରା ବ୍ଲକ ଦଣ୍ଡପାଟ ଅଞ୍ଚଳର ଗୋତମୁଣ୍ଡା...

ଖୋର୍ଦ୍ଧାରେ ପ୍ରଶାନ୍ତ-ରାଜେନ୍ଦ୍ର ଲଢ଼େଇ

ଖୋର୍ଦ୍ଧା,୨୭।୪: ସାଧାରଣ ନିର୍ବାଚନକୁ ନେଇ ପୂର୍ବତନ ବେଗୁନିଆ ବିଧାୟକ ତଥା ଚିଲିକାର ବର୍ତ୍ତମାନର ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଖୋର୍ଦ୍ଧା ବିଧାନସଭା ଆସନରୁ ଟିକେଟ ଦେଇଛି ଭାଜପା।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri