କୋଇଲା ଉତ୍ତୋଳନର ସମୀକ୍ଷା କଲେ ସଚିବ

ଝାରସୁଗୁଡ଼ା ଅଫିସ,୧।୧୦: କେନ୍ଦ୍ର କୋଇଲା ମନ୍ତ୍ରଣାଳୟ ସଚିବ ଡ. ଅନିଲ କୁମାର ଜୈନ ଗୁରୁବାର ଏମ୍‌ସିଏଲ୍‌ ମୁଖ୍ୟାଳୟ ବୁର୍ଲାରେ ଏକ ସମୀକ୍ଷା ବୈଠକ କରିଥିଲେ। ଏଥିରେ କେନ୍ଦ୍ର କୋଇଲା ମନ୍ତ୍ରଣାଳୟ ଯୁଗ୍ମ ସଚିବ ବିସ୍ମିତା ତେଜ, ଏମ୍‌ସିଏଲ୍‌ ସିଏମ୍‌ଡି ଓମ ପ୍ରକାଶ ସିଂହ, ନିର୍ଦ୍ଦେଶକ (ପର୍ଶନାଲ) କେଶବ ରାଓ ପ୍ରମୁଖ ଉପସ୍ଥିତଥିଲେ। ବୈଠକରେ ଅଧିକ କୋଇଲା ଉତ୍ତୋଳନ ସମ୍ପର୍କରେ ଆଲୋଚନା ହୋଇଥିଲା। ଦ୍ୱିତୀୟ ଦିନରେ ସଚିବ ଝାରସୁଗୁଡା ଜିଲାର ଲଖନପୁର କୋଇଲା କ୍ଷେତ୍ରର ବିଭିନ୍ନ ଖଣି ଓ ରେଲଓ୍ବେ ସାଇଡିଂ ପରିଦର୍ଶନ କରିଥିଲେ। ଲଖନପୁର ଖୋଲାମୁହଁ କୋଇଲା ଖଣି କାର୍ଯ୍ୟ ତଦାରଖ କରିଥିଲେ। ଏହାପରେ କୋଇଲା ପରିବହନ କରୁଥିବା ରେଲଓ୍ବେର ବରିଷ୍ଠ ଅଧିକାରୀଙ୍କ ସହିତ ବନ୍ଧବାହାଲସ୍ଥିତ ତ୍ରିବେଣୀ ଅତିଥି ଭବନରେ ଆଲୋଚନା କରିଥିଲେ। ଏଥିରେ ସଚିବଜୈନଙ୍କ ସମେତ ଏମ୍‌ସିଏଲ୍‌ ସିଏମ୍‌ଡି ସିଂହ, ଲଖନପୁର କ୍ଷେତ୍ର ପ୍ରବନ୍ଧକ ସଞ୍ଜୟ କୁମାର ଝା,ଏଲ୍‌ଓସିପି ପ୍ରକଳ୍ପ ଅଧିକାରୀ ବୀରେନ୍ଦ୍ର କୁମାର ସିଂହ, ବିଓସିଏମ୍‌ ପ୍ରକଳ୍ପ ଅଧିକାରୀ ସତ୍ୟଭୂଷଣ ବାରିକ ପ୍ରମୁଖ ଯୋଗଦେଇଥିଲେ। ସଚିବ ଜୈନ ଖବରଦାତାଙ୍କୁ ଭେଟି କହିଥିଲେ, ବର୍ଷାଋତୁରେ ବିଭିନ୍ନ କାରଣରୁ କୋଇଲା ରତ୍ପାନୀ କମିଯାଇଥାଏ ା ଫଳରେ ଦେଶର ବିଶେଷକରି ଉତ୍ତର ଓ ପଶ୍ଚିମ ଭାରତରେ ବିଦ୍ୟୁତ୍‌ ଚାହିଦା ବଢିଯାଇଥାଏ ା ଗତବର୍ଷ ସେପ୍ଟେମ୍ବର ଓ ଅକ୍ଟୋବରରେ ଦେଖାଦେଇଥିବା ସମସ୍ୟା ଚଳିତବର୍ଷ ଯେମିତି ନ ହେବ ଏ ନେଇ ଏମ୍‌ସିଏଲ୍‌ କର୍ତ୍ତୃପକ୍ଷ ଯତ୍ନବାନ ହୋଇ କୋଇଲା ଉତ୍ତୋଳନ ଜାରି ରଖିଛନ୍ତି। ଏଥିପାଇଁ ସେ ଏମ୍‌ସିଏଲ୍‌ କର୍ତ୍ତୃପକ୍ଷଙ୍କୁ ପ୍ରଶଂସା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏହି ସବୁ ଅଞ୍ଚଳରେ ୯ ଘଣ୍ଟା ପାଇଁ ହେବ ବିଦ୍ୟୁତ୍‌ କାଟ, ସକାଳୁ…

ବରଗଡ଼,୪।୧୨(ପ୍ରେମାନନ୍ଦ ଖମାରୀ): ଓଡ଼ିଶା ବିଦ୍ୟୁତ୍‌ ଶକ୍ତି ସଞ୍ଚାରଣ ନିଗମ ଲିମିଟେଡ (ଓପିଟିସିଏଲ) ପକ୍ଷରୁ ୧୩୨/୩୩ କେ.ଭି. ପ୍ରଧାନପାଲି ଗ୍ରୀଡ ସବଷ୍ଟେସନରେ ବାର୍ଷିକ ରକ୍ଷଣାବେକ୍ଷଣ କାର୍ଯ୍ୟ ଲାଗି...

ଶୀତ ପାଇଁ ସକାଳୁଆ ସ୍କୁଲ ବନ୍ଦ

କୋରାପୁଟ,୫ା୧୨(ଅମିତାଭ ବେହେରା)-କୋରାପୁଟ ଜିଲାରେ ଅସହ୍ୟ ଶୀତ ହେଉଥିବାରୁ ଫ୍ରେବୃଆରୀ ଯାଏ ସକାଳୁଆ କ୍ଲାସ ବନ୍ଦ ରଖିବାକୁ ଜିଲାପାଳ ମନୋଜ ସତ୍ୟବାନ ମହାଜନ ଏକ ନିର୍ଦ୍ଦେଶନାମା ଜାରି...

ସ୍ବାସ୍ଥ୍ୟକୁ ସୁସ୍ଥ ରଖେ କ୍ରୀଡ଼ା, ନିୟମିତ ଖେଳକୁଦ ଅଭ୍ୟାସ ପାଇଁ…

ଭଞ୍ଜନଗର,୫ା୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ୩୬ ତମ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି...

ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଜଣାଇଲେ ସମସ୍ୟା, ସମାଧାନ ପାଇଁ

ନୂଆପଡ଼ା,୫ା୧୨ (ମକାରୁ ବେମାଲ): ନୂଆପଡ଼ା ଜିଲାର ଷ୍ଟୋନ କ୍ରଶର ଓ ପଥର କ୍ୱାରୀ ବ୍ୟବସାୟୀଙ୍କ ବିଭିନ୍ନ ସମସ୍ୟା ଉପରେ ଭାଜପା ରାଜ୍ୟ କାର୍ଯ୍ୟକାରିଣି ସଦସ୍ୟ ଯଦୁମଣି...

ପ୍ରଶ୍ନପତ୍ର ଲିକ୍‌: ବାତିଲ ହେଲା ଏଏନ୍‌ଏମ୍‌ ପରୀକ୍ଷା, ନିରାଶରେ ଫେରିଲେ ପରୀକ୍ଷାର୍ଥୀ

ଗଜପତି,୫।୧୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡିରେ ଏଏନ୍‌ଏମ୍‌ ପରୀକ୍ଷା ବାତିଲ ହୋଇଛି। ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ନେଇ ଆଜି ବିଧାନସଭା ଗୃହରେ କଂଗ୍ରେସ ବିଧାୟକ ରାଜନ...

ମହୁଲି ଭାଟି ଉପରେ ପୋଲିସର ଚଢ଼ାଉ, ମଦ ରନ୍ଧା ସାମଗ୍ରୀରେ ଲଗାଇଦେଲା ନିଆଁ

ପାଟଣା,୫ା୧୨(ବୀରକିଶୋର ଦାଶ): ବେଆଇନଦେଶୀ ମହୁଲି ଭାଟି ଉପରେ ପୋଲିସ ଚଢ଼ାଉ କରି ଲକ୍ଷାଧିକ ଟଙ୍କାର ମହୁଲି ମଦ ସହ ପୋଚ ନଷ୍ଟ କରିଛି। କେନ୍ଦୁଝର ଜିଲାତୁରୁମୁଙ୍ଗା...

ଲୁହା ଜଞ୍ଜିରରେ ଛାତ୍ରଙ୍କ ଗୋଡ଼କୁ ବାନ୍ଧିବା ଘଟଣାରେ କାର୍ଯ୍ୟାନୁଷ୍ଠାନ: ନିଲମ୍ବିତ ହେଲେ ପ୍ରଧାନ ଶିକ୍ଷକ-ସହକାରୀ ଶିକ୍ଷକ

ନୀଳଗିରି, ୫।୧୨ (ପ୍ରଶାନ୍ତ କୁମାର ବିଶ୍ୱାଳ): ବାଲେଶ୍ୱର ଜିଲା ନୀଳଗିରି ବ୍ଳକ ବେଗୁନିଆ ପଞ୍ଚାୟତ ବେଗୁନିଆ ୟୁପି ବିଦ୍ୟାଳୟ ଛାତ୍ରାବାସରେ ଜଣେ ଚତୁର୍ଥ ଶ୍ରେଣୀର ଛାତ୍ରଙ୍କ...

ଭିଜିଲାନ୍ସ ଜାଲରେ ଫରେଷ୍ଟର, ଲାଞ୍ଚ ମାଗିବା ବେଳେ ମାଡ଼ିବସିଲା…

ଝାରସୁଗୁଡ଼ା,୫ା୧୨(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡା ବନଖଣ୍ଡ ଅନ୍ତର୍ଗତ ବ୍ରଜରାଜନଗର ରେଞ୍ଜ ବନ୍ଧବାହାଲ ସେକ୍ସନର ଫରେଷ୍ଟର ଗୌରାଙ୍ଗ ସାହୁ ହୋଇଛନ୍ତି। ଜଣେ ଲୋକଙ୍କଠାରୁ ଗୌରାଙ୍ଗ ୫ ହଜାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri