Posted inଖେଳ

‘ଚେସ୍‌ ଇତିହାସର ସବୁଠାରୁ ବଡ଼ ସ୍କାଣ୍ଡାଲ’

ସେଣ୍ଟ ଲୁଇସ୍‌, ମିସୋରି (ଆମେରିକା) ୨୭ା୯: ଚଳିତ ମାସ ପ୍ରଥମ ଭାଗରେ ଅନୁଷ୍ଠିତ ‘ସିନ୍‌କ୍ୱିଫିଲ୍ଡ କପ୍‌’ରେ ବିଶ୍ୱ ଚାମ୍ପିୟନ ମାଗ୍ନସ କାର୍ଲସେନ ଓ ଆମେରିକାର ୧୯ବର୍ଷୀୟ ହାନ୍ସ ନିମାନ୍‌ଙ୍କ ମଧ୍ୟରେ ଖେଳାଯାଇଥିବା ମ୍ୟାଚର ଘଟଣାବଳୀକୁ ନେଇ ଏବେ ଚର୍ଚ୍ଚା ଜୋର୍‌ ଧରିଛି। ନିମାନଙ୍କଠାରୁ କାର୍ଲସେନଙ୍କ ପରାଜୟକୁ ନେଇ ଚେସ୍‌ ଜଗତରେ ବିବାଦ ସୃଷ୍ଟି ହୋଇଛି। କେତେକେ ଏହାକୁ ଚେସ୍‌ ଇତିହାସର ସବୁଠାରୁ ବଡ଼ ସ୍କାଣ୍ଡାଲ ବୋଲି କହିବାକୁ ମଧ୍ୟ ପଛାଇ ନାହାନ୍ତି। ନିମାନଙ୍କ ମ୍ୟାଚ ପୂର୍ବରୁ କାର୍ଲସେନ କ୍ରମାଗତ ୫୩ଟି ଗେମ୍‌ରେ ଅପରାଜିତ ରହିଥିଲେ। ଧଳା ଗୋଟି ନେଇ ଖେଳୁଥିବାରୁ ଫାଇଦାରେ ମଧ୍ୟ ରହିଥିଲେ। ଟୁର୍ନାମେଣ୍ଟରେ ନିମ୍ନ ର଼୍ୟାଙ୍କିଙ୍ଗପ୍ରାପ୍ତ ଖେଳାଳି ଭାବେ ପ୍ରବେଶ କରିଥିବା ଜଣେ ଖେଳାଳିଙ୍କୁ ସେ ସାମ୍ନା କରିଥିଲେ। ମ୍ୟାଚର ଅଗ୍ରଗତି ଉପରେ ନଜର ରଖିଥିବା ଅଳ୍ପ କେତେଜଣ ଏକ ବିପର୍ଯ୍ୟୟ ଆଶା କରୁଥିଲେ, ତାହାହିଁ ଘଟିଥିଲା। ହେଲେ କାର୍ଲସେନ ଏହି ଗେମ୍‌ ହାରିବା ଅସ୍ବାଭାବିକ ଥିଲା। ପରଦିନ ଏକ ଅଭୂତପୂର୍ବ କଥା ଦେଖିବାକୁ ମିଳିଲା। ବିଶ୍ୱର ନମ୍ବର ଓ୍ବାନ ଚେସ୍‌ ଷ୍ଟାର ବିନା କୌଣସି କାରଣ ଦର୍ଶାଇ ଟୁର୍ନାମେଣ୍ଟରୁ ଓହରିଯାଇଥିଲେ। ଟୁଇଟର ସେ ତାଙ୍କର ଏକ ଛୋଟ ବକ୍ତବ୍ୟ ପୋଷ୍ଟ କରିଥିଲେ। ସେ ଟୁର୍ନାମେଣ୍ଟରୁ ଓହରିଯାଇଥିବା ଏଥିରେ ଉଲ୍ଲେଖ କରିଥିଲେ। ଏସ୍‌ଟିଏଲ୍‌ ଚେସ୍‌ କ୍ଲବରେ ଖେଳିଲା ବେଳେ ସେ ସବୁବେଳେ ଉପଭୋଗ କରିଛନ୍ତି। ଭବିଷ୍ୟତରେ ମଧ୍ୟ ସେ ଏଠାକୁ ଖେଳିବା ପାଇଁ ଆସିବେ। ଏଥିସହିତ ସେ ପର୍ତ୍ତୁଗୀଜ୍‌ ଫୁଟ୍‌ବଲ ମ୍ୟାନେଜର ଜୋସ୍‌ ମୋରିନୋଙ୍କ ଏକ ଭିଡିଓ କ୍ଲିପ୍‌ ସଂଲଗ୍ନ କରିଥିଲେ। ଓହରିଯିବା କାରଣ ସମ୍ପର୍କରେ ସେ କିଛି କହୁ ନାହାନ୍ତି। ମୁହଁ ଖୋଲିଲେ ନିଜେ ବଡ଼ ସମସ୍ୟାରେ ପଡ଼ିଯିବେ ବୋଲି ଅନୁଭବ କରୁଛନ୍ତି।
କାର୍ଲସେନ୍‌ ଯଦିଓ ସ୍ପଷ୍ଟ ଭାବେ କିଛି କହି ନାହାନ୍ତି ତେବେ ତାଙ୍କର ପ୍ରତିଯୋଗିତାରୁ ଓହରିଯିବା ଏବଂ ସେ ପୋଷ୍ଟ କରିଥିବା ଭିଡିଓ କ୍ଲିପିଂରୁ ସ୍ପଟ ବାରି ହୋଇଯାଉଛି ଯେ ଏହି ମ୍ୟାଚରେ କିଛି ଗୋଟିଏ କାରସାଦି ହୋଇଛି। ନିମ୍ୟାନ କିନ୍ତୁ ତାଙ୍କ ବିରୋଧରେ ଅଣାଯାଇଥିବା ଅଭିଯୋଗର ଦୃଢ ଖଣ୍ଡନ କରିଛନ୍ତି। ହେଲେ ଚେସ୍‌ ଇତିହାସରେ ଏଭଳି ଘଟଣାର ନଜିର ନ ଥିବାରୁ ଖେଳାଳି, କୋଚ୍‌, ୟୁଟ୍ୟୁବର, ଷ୍ଟ୍ରିମର ଓ ଖେଳପ୍ରେମୀମାନେ ଏହାକୁ ସହଜରେ ହଜମ କରିପାରୁନାହାନ୍ତି। ୟୁଟ୍ୟୁବ୍‌ ଚ୍ୟାନେଲରେ ଚେସ୍‌ ଭିତ୍ତିକ କାର୍ଯ୍ୟକ୍ରମ ଉପସ୍ଥାପନ କରି ଲୋକପ୍ରିୟତା ଅର୍ଜନ କରିଥିବା ଓ ଜଣେ ଅନ୍ତର୍ଜାତୀୟ ମାଷ୍ଟର ଲେଭି ରୋଜମ୍ୟାନ କହିଛନ୍ତି, କାର୍ଲସେନଙ୍କ ଭଳି ଜଣେ ଖେଳାଳି ଟୁର୍ନାମେଣ୍ଟ ଛାଡ଼ି ଚାଲିଯିବା ଅର୍ଥ ତାଙ୍କ ପ୍ରତି କିଛି ଅବିଚାର କରାଯାଇଛି। ଏହାକୁ ସେ ଇତିହାସର ସବୁଠାରୁ ବଡ଼ ଚେସ୍‌ ସ୍କାଣ୍ଡାଲ ବୋଲି ଅଭିହିତ କରିଛନ୍ତି। ଜଣେ ଗ୍ରାଣ୍ଡମାଷ୍ଟର ଏରିକ୍‌ ହାନ୍‌ସେନ ଏକ ଲାଇଭଷ୍ଟ୍ରିମ୍‌ରେ କହିଛନ୍ତି ନିମ୍ୟାନ ହୁଏତ ଏକ କ୍ଷୁଦ୍ର ଲେଜର ବ୍ୟବହାର କରିଥାଇପାରନ୍ତି ଯାହାକି ବୋର୍ଡରେ ଅଲ୍‌ଟ୍ରା ଭାଓଲେଟ୍‌ ଲାନ୍‌ ଆଙ୍କି ପାରିବ। ତାହା କେବଳ ସୋଏସିଆଲ (ଏସ୍‌ଆଇସି) କଣ୍ଟାକ୍ଟସ ଜରିଆରେ ଦୃଶ୍ୟମାନ ହୋଇପାରିବ। ମ୍ୟାଚ ପରେ ନିମାନ ଏକ ସାକ୍ଷାତ୍‌କାରରେ କହିଛନ୍ତି, ମୋ ଭଳି ଛୋଟ ଖେଳାଳିଙ୍କ ଠାରୁ ପରାଜିତ ହୋଇଥିବାରୁ କାର୍ଲସେନ ବିବ୍ରତ ହୋଇ ପଡ଼ିଥିଲେ। ମୋତେ ହତୋତ୍ସାହିତ କରିବା ଲାଗି ସେ ଏପରି କହୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା:  ଯାହାକୁ ସ୍ବାମୀ କହୁଥିଲେ ସେ ଥାନାରେ

ଧର୍ମଶାଳା,୧୯।୧୨(ଶିବ ପ୍ରସାଦ ମହାନ୍ତି): ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା। ଯାହାଙ୍କୁ ସ୍ବାମୀ  କହିଲେ ତାଙ୍କୁ ପୋଲିସ ନେଇ ପଚରାଉଚରା କରୁଛି। ଏଭଳି ଅଭାବନୀୟ ଘଟଣା...

‘ଜନସାଧାରଣଙ୍କ ସହଯୋଗ ବିନା ହାତୀ ସୁରକ୍ଷା ଅସମ୍ଭବ’

ଦିଗପହଣ୍ଡି, ୧୯ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ପଞ୍ଚାୟତ ଜନଜାତି ବହୁଳ ଢେପାଗୁଡ଼ା ଗ୍ରାମବାସୀ ଏବଂ ସ୍କୁଲ ଛାତ୍ରୀ ଛାତ୍ରଙ୍କୁ ନେଇ...

ଭାରତରେ Google ଲଞ୍ଚ କଲା ପ୍ରଥମ କ୍ରେଡିଟ୍‌ କାର୍ଡ, ଲାଇଫଟାଇମ୍‌ ଯାଏ Free

ନୂଆଦିଲ୍ଲୀ,୧୯।୧୨: ଭାରତୀୟମାନଙ୍କ ଜୀବନକୁ ଆହୁରି ସହଜ କରିବା ପାଇଁ ଗୁଗଲ ନୂଆ ଡିଜିଟାଲ କ୍ରେଡିଟ କାର୍ଡ ‘ଫ୍ଲେକ୍ସ ବାଇ ଗୁଗଲ ପେ’ ଲଞ୍ଚ କରିଛି। ଏହା...

ଆନ୍ଧ୍ର କୋଟିଆର ମାଉସୀ ହୋଇ ରହୁ, ମା’ ହେବାକୁ ଚେଷ୍ଟା ନ କରୁ: ରାଜସ୍ବମନ୍ତ୍ରୀ

ପଟ୍ଟାଙ୍ଗି,୧୯ା୧୨(ଶରତ କୁମାର ଧଳ)-ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ସୀମାନ୍ତ କୋଟିଆ ପଞ୍ଚାୟତକୁ ଶୁକ୍ରବାର ଗସ୍ତ...

ଫାଇନାଲରେ ଭାରତ, ପାକିସ୍ତାନ ସହ ହେବ ମୁକାବିଲା

ଦୁବାଇ,୧୯।୧୨:  ସିନିଅର୍‌ ମେନ୍ସ ଏସିଆ କପ୍‌ ୨୦୨୫ ପରେ ଏବେ ଅଣ୍ଡର-୧୯ ମେନ୍ସ ଏସିଆ କପ୍‌ ୨୦୨୫ରେ ମଧ୍ୟ ଭାରତ ପ୍ରବେଶ କରିଛି। ଦୁବାଇରେ ଚାଲିଥିବା...

ଛତୁଆ ବିଲ୍‌ କରିଦେବା ପାଇଁ ପୂର୍ବତନ ସିଡିପିଓ ମାଗିଥିଲେ୮୦ ହଜାର ଲାଞ୍ଚ : ଆସିଲା ବଡ଼ ରାୟ 

ଭବାନୀପାଟଣା,୧୯।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ପୂର୍ବତନ ସିଡିପିଓ (ସମ୍ମନିତ ଶିଶୁ ବିକାଶ ସେବା ପ୍ରକଳ୍ପ ଅଧିକାରିଣୀ) ମୀନା ପାତ୍ର ୨୦୨୧ ମସିହାର...

ଆସିଲା ନିଷ୍ପତ୍ତି: ରବି ଚାଷ ପାଇଁ ଘୋଡ଼ାହାଡ଼ ଡ଼୍ୟାମରୁ …

ଦିଗପହଣ୍ଡି,୧୯।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରିି ଗାଁ ନିକଟ ଘୋଡ଼ାହାଡ଼ ଡ଼୍ୟାମରୁ ରବି ଚାଷ ନିମନ୍ତେ ପାଣି ଛଡାଯିବା ପାଇଁ ନିଷ୍ପତ୍ତି...

ସଶକ୍ତ ସମୃଦ୍ଧ କରିବା କେବିକେର ଲକ୍ଷ

ଭଞ୍ଜନଗର,୧୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ଜିଲାର ଅଗ୍ରଣୀ ଚାଷୀ ଏବଂ କୃଷକ ଉତ୍ପାଦକ ସଂଘର କର୍ମକର୍ତ୍ତାମାନଙ୍କୁ ନେଇ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri