ସାଜସଜ୍ଜା ଅପେକ୍ଷା ରୀତିନୀତିକୁ ଗୁରୁତ୍ୱ

ଜଗତସିଂହପୁର ଅଫିସ, ୨୫।୯: ଦୁର୍ଗାପୂଜା ନେଇ ଜଗତ୍‌ସିଂହପୁର ସହରରେ ଧୀରେ ଧୀରେ ପରିବେଶ ଚଳଚଞ୍ଚଳ ହେବାକୁ ଲାଗିଲାଣି। ମୂର୍ତ୍ତି, ମେଢ, ସାଜସଜ୍ଜା ଆଦି କିପରି ଅଧିକ ଆକର୍ଷଣୀୟ ହେବ ସେନେଇ ବିଭିନ୍ନ ପୂଜା କମିଟି ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। କିନ୍ତୁ ଦୁର୍ଗା ବଜାରସ୍ଥିତ ଦୁର୍ଗା ମନ୍ଦିରରେ ପୂଜା କମିଟି ପକ୍ଷରୁ ପୂଜାପାଠ ଉପରେ ଅଧିକ ଧ୍ୟାନ ଦିଆଯିବ ବୋଲି କୁହାଯାଇଛି। କମିଟି ପକ୍ଷରୁ କୁହାଯାଇଛି, ଦୁର୍ଗା ମନ୍ଦିରରେ ପ୍ରତ୍ୟହ ରୀତିନୀତି ଅନୁଯାୟୀ ପୂଜାପାଠ କରାଯାଏ। ଦୁର୍ଗାପୂଜାରେ ପୂଜାପାଠକୁ ଅଧିକ ନିଷ୍ଠା ଓ ଆଧ୍ୟାତ୍ମିକମୟ କରିବା ପାଇଁ ଉଦ୍ୟମ କରାଯାଉଛି। ଏଥିସହ ଆଲୋକ ସାଜସଜ୍ଜା ଉପରେ ମଧ୍ୟ ଧ୍ୟାନ ଦିଆଯିବ ।
୧୯୮୩ରୁ ଏଠାରେ ଦୁର୍ଗାପୂଜା ହୋଇଆସୁଛି। ସେତେବେଳେ ଦୁର୍ଗା ବଜାର ଏତେ ସମ୍ପ୍ରସାରିତ ହୋଇ ନ ଥିଲା । ହାତ ଗଣତି କେତୋଟି କେବିନ୍‌ ଥିଲା । ସେତେବେଳେ ବଜାରକୁ ଲାଗି ଥିବା ସାହିର ଲୋକେ ପୂଜା କରିବା ପାଇଁ ଅଣ୍ଟା ଭିଡିଥିଲେ । ଭୋଳାନାଥ ରାଉତ, ଡ. ନଟବର ନାୟକ, ସ୍ବର୍ଗତ ନଗେନ୍ଦ୍ର ମହାନ୍ତି, ଡ.ଆର୍‌. ଏନ୍‌. ମିତ୍ର ପ୍ରମୁଖ ଦୁର୍ଗାପୂଜା କରିବା ପାଇଁ ପ୍ରାଥମିକ ପର୍ଯ୍ୟାୟରେ ଏକ ବୈଠକ କରି ନିଷ୍ପତ୍ତି ନେଇଥିଲେ। ଏଥିରେ ସାହି ଲୋକଙ୍କ ପୂର୍ଣ୍ଣ ସହଯୋଗ କରିବାରୁ ପୂଜା ଆରମ୍ଭ ହୋଇଥିଲା। ଅତୀତରେ ମାଟିର ପ୍ରତିମା ପୂଜା ପାଉଥିଲା। ୧୯୯୬-୯୭ରେ ସିମେଣ୍ଟ ପ୍ରତିମା ହେଲା। ରଶ୍ମି ଟକିଜ୍‌ ମାଲିକ ବନମାଳୀ ସାହୁ ମନ୍ଦିର ନିର୍ମାଣ ପାଇଁ ଜମି ଦାନ କରିଥିଲେ। ଏହାପରେ ୨୨ ଫୁଟ ଲମ୍ବ, ୧୫ ଫୁଟ ଓସାର ଓ ୨୦ ଫୁଟ ଉଚ୍ଚତାର ମନ୍ଦିର ତିଆରି ହୋଇଥିଲା। ୧୯୯୯ ପୂର୍ବରୁ ମନ୍ଦିର କାମ ଶେଷ ହୋଇଥିଲା। ଜଗତ୍‌ସିଂହପୁରର ଏହା ଦ୍ୱିତୀୟ ଦୁର୍ଗା ମନ୍ଦିର ଭାବେ ପରିଚିତ। ମନ୍ଦିର ଭିତରେ ମା’ ଦୁର୍ଗା, ଶିବ, ପାର୍ବତୀ, ଲକ୍ଷ୍ମୀ, ଗଣେଶ, କାର୍ତ୍ତିକ ଆଦି ପୂଜା ପାଉଛନ୍ତି। ପ୍ରତ୍ୟହ ଷୋଡ଼ଶ ଉପଚାରରେ ପୂଜା କରାଯାଏ। ଦଶହରା ସମୟରେ ଅର୍ଥାତ୍‌ ମୂଳାଷ୍ଟମୀ ବୁଧବାରଠାରୁ ଦୁର୍ଗାଷ୍ଟମୀ ପର୍ଯ୍ୟନ୍ତ ୧୬ ଦିନ ଷୋଳପୂଜା କରାଯିବ। ଏହି ସମୟରେ ଘଟ ବସିବା ସାଙ୍ଗକୁ ଚଣ୍ଡୀପାଠ ଓ ଅନ୍ୟ କର୍ମକାଣ୍ଡ ହେବ। ଏହି ପୂଜା ଅତି ନିଷ୍ଠାର ସହ କରାଯାଉଥିବାରୁ ଅନେକ ଶ୍ରଦ୍ଧାଳୁଙ୍କ ଆଗମନ ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ପାଣ୍ଡିଆନଙ୍କ ବ୍ରହ୍ମପୁର ସମ୍ପର୍କ, କହିଲେ ଝିଅ ପାଇଛି ଏହିଠୁ…

ଭୁବନେଶ୍ୱର,୫।୫: ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ବିଜେଡି ନେତା ଭିକେ ପାଣ୍ଡିଆନ ୪ଟି ଜିଲାର ୩ ଲୋକ ସଭା ଆସନରେ ମାରାଥନ ପ୍ରଚାର କରିଛନ୍ତି।...

ହାତ ମିଶାଇଲେ ସୌମ୍ୟ-ଅନୁଭବ, ଖଣ୍ଡପଡ଼ାରେ ହେବ ବଡ଼ ଲଢେଇ

ବ୍ରହ୍ମପୁର,୫।୫: ଖଣ୍ଡପଡ଼ାରେ ରୋଚକ ହେଉଛି ବିଧାନସଭା ଲଢେଇ। ହାତ ମିଶାଇଛନ୍ତି ବିଜେଡିରୁ ନିଲମ୍ବିତ ଖଣ୍ଡପଡା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଏବଂ ପୂର୍ବତନ ବିଧାୟକ ଅନୁଭବ ପଟ୍ଟନାୟକ।...

କୁକୁଡ଼ାଫାର୍ମ ଗନ୍ଧରେ ଅତିଷ୍ଠ ବସ୍ତିବାସିନ୍ଦା

ରାଉରକେଲା,୫ା୫(ବିପ୍ଲବ ରଞ୍ଜନ ଦାଶ)ରାଉରକେଲା ମହାନଗର ନିଗମ ଓ୍ବାର୍ଡ ନଂ. ୪ରେ ଥିବା ପ୍ରଧାନପାଲି ବସ୍ତି ନିକଟରେ କୁକୁଡ଼ାଫାର୍ମ ରହିଛି। ଫଳରେ ବସ୍ତି ପରିବେଶ ପ୍ରଦୂଷିତ ହେଉଥିବା...

୯୨୮ ଅଙ୍ଗନୱାଡି କେନ୍ଦ୍ରର ନାହିଁ ନିଜସ୍ବ ଗୃହ

ଭଦ୍ରକ,୫।୫ (ସନାତନ ରାଉତ)ଭଦ୍ରକ ଜିଲାରେ ୯୨୮ ଅଙ୍ଗନୱାଡି କେନ୍ଦ୍ରର ନିଜସ୍ବ ଗୃହ ନିର୍ମାଣ ହୋଇପାରି ନାହିଁ। ଫଳରେ ନିକଟସ୍ଥ ସ୍କୁଲ, କମ୍ୟୁନିଟି ସେଣ୍ଟର ଓ ଅଙ୍ଗନୱାଡି...

ଗଞ୍ଜାମରେ ଆଖୁ ଚାଷ ନିରାଶାଜନକ

ବ୍ରହ୍ମପୁର,୫।୫(ଅଶୋକ କୁମାର ସାହୁ):ଗଞ୍ଜାମ ଜିଲାରେ ଆଖୁ ଚାଷ ଚଳିତବର୍ଷ ନିରାଶାଜନକ ହୋଇଛି। ୨୦୨୩-୨୪ରେ ଜିଲାରେ ୮୦୧ ହେକ୍ଟର ଆଖୁଚାଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ ଥିବାବେଳେ ୬୮୦...

ଭଲ ଲୋକଙ୍କୁ ଭୋଟ ଦିଅନ୍ତୁ: ମୁଖ୍ୟମନ୍ତ୍ରୀ

ପାରଳାଖେମୁଣ୍ଡି, ୫।୫ (ଗିରିଧାରୀ ପରିଛା):ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଶନିବାର ଗଜପତି ଜିଲା ପାରଳାଖେମୁଣ୍ଡିଠାରେ ନିର୍ବାଚନ ପ୍ରଚାର କରିଛନ୍ତି।...

ବଢ଼ୁଛି ହାତୀ ଜନିତ କ୍ଷୟକ୍ଷତି

ବଇଣ୍ଡା,୫।୫(ପରିକ୍ଷିତ ସାହୁ)ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ଧଣ୍ଡାତୋପା ରେଞ୍ଜରେ କିଛିଦିନ ହେବ ହାତୀ ଉପଦ୍ରବ ଲାଗି ରହିଛି। ନିକଟସ୍ଥ ଜଙ୍ଗଲରୁ ଚାଲି ଆସୁଥିବା ହାତୀ ଜମି...

ଦୁର୍ଦ୍ଦିନରେ ଠିକା ଶ୍ରମିକ, କର୍ମଚାରୀ

ଯାଜପୁର,୫ା୫(ହର୍ଷବର୍ଦ୍ଧନ ବେହେରା)ଯାଜପୁର ଜିଲା କଳିଙ୍ଗନଗର ଶିଳ୍ପାଞ୍ଚଳର ଜିନ୍ଦଲ ଷ୍ଟେନ୍‌ଲେସ୍‌ ଷ୍ଟିଲ୍‌ (ଜେଏସ୍‌ଏଲ୍‌)ରେ ନିୟୋଜିତ ଏକ ଅଣଓଡ଼ିଆ ଠିକାସଂସ୍ଥା ଜିଏମ୍‌ ଏଣ୍ଟରପ୍ରାଇଜର୍ସ ୪୬ ଜଣ ଗରିବ ଶ୍ରମିକଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri