ବ୍ୟବସ୍ଥା ନ କରି ଜରିମାନା

ଭୁବନେଶ୍ୱର,୨୨।୯(ବ୍ୟୁରୋ): ରାଜଧାନୀରେ ଦିନକୁ ଦିନ ଜନସଂଖ୍ୟା ସହ ଗାଡ଼ିସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ଫଳରେ ସହରର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଟ୍ରାଫିକ୍‌ ସମସ୍ୟା ଉପୁଜୁଛି। ବିଶେଷକରି ଭୁବନେଶ୍ୱରର କଟକ ରୋଡ୍‌ରେ କୌଣସି ସ୍ଥାନରେ ପାର୍କିଂ ବ୍ୟବସ୍ଥା ନ ଥିବାରୁ ସାଧାରଣ ଲୋକ ଜରିମାନା ଗଣି ହଇରାଣ ହେଉଛନ୍ତି। ବିଭିନ୍ନ ସମୟରେ ଟ୍ରାଫିକ୍‌ ପୋଲିସ ପକ୍ଷରୁ ଚଢ଼ାଉ କରାଯାଇ ମୋଟା ଅଙ୍କର ଜରିମାନା ନିଆଯାଉଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଛି। କଟକ ରୋଡ୍‌ର ରସୁଲଗଡ଼ରୁ କଳ୍ପନା ପର୍ଯ୍ୟନ୍ତ ଏକାଧିକ ଶପିଂ ମଲ୍‌, ଦୋକାନ, ବ୍ୟାଙ୍କ, ମେଡିକାଲ୍‌ ଓ ବେସରକାରୀ କାର୍ଯ୍ୟାଳୟ ଆଦି ରହିଛି। ତେଣୁ ପ୍ରତ୍ୟେକ ଦିନ ଏହି ରାସ୍ତାରେ ଗହଳି ହୋଇଥାଏ। ଉକ୍ତ ସ୍ଥାନକୁ ପ୍ରତ୍ୟେକ ଦିନ ଯାଉଥିବା ଲୋକମାନେ ବମିଖାଲ୍‌ ଓଭରବ୍ରିଜ୍‌ ତଳେ କେହି କେହି କାର୍‌ ଓ ବାଇକ ଆଦି ପାର୍କିଂ କରୁଥିବାବେଳେ ଝାରପଡ଼ା ଓଭର୍‌ବ୍ରିଜ ତଳେ ମଧ୍ୟ କିଛି ଗାଡ଼ି ପାର୍କିଂ କରୁଛନ୍ତି। ହେଲେ ଅନ୍ୟ ସ୍ଥାନଗୁଡ଼ିକରେ ଗାଡ଼ି ରଖିବାକୁ କୌଣସି ପାର୍କିଂ ବ୍ୟବସ୍ଥା ରହି ନ ଥିବାରୁ ଲୋକମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏପରି କି ପାର୍କିଂ ସାଇନିଂ ବୋର୍ଡ ମଧ୍ୟ କେଉଁଠାରେ ଲଗାଯାଇନାହିଁ। ଫଳରେ ଲୋକମାନେ ବାଧ୍ୟ ହୋଇ ରାସ୍ତାକଡ଼ରେ ଗାଡ଼ି ପାର୍କିଂ କରୁଛନ୍ତି। ପାର୍କିଂ ସମସ୍ୟା ଲାଗି ରହିଥିଲେ ମଧ୍ୟ ଏହାକୁ ପ୍ରଶାସନ ପକ୍ଷରୁ ସମାଧାନ କରାଯିବା ପରିବର୍ତ୍ତେ ପୋଲିସ ପକ୍ଷରୁ ବିଭିନ୍ନ ସମୟରେ ସାଧାରଣଲୋକଙ୍କ ଠାରୁ ଜରିମାନା ନିଆଯାଉଛି। ଗତ ସୋମବାର ସାରେ ଟ୍ରାଫିକ୍‌ ପୋଲିସ ପକ୍ଷରୁ ହଠାତ୍‌ କଟକ ରୋଡ୍‌ରେ ଚଢ଼ାଉ କରାଯାଇଥିଲା। କ୍ରେନ୍‌ ସାହାଯ୍ୟରେ ଏକାଧିକ କାର୍‌ ଏବଂ ବାଇକ୍‌କୁ ପୋଲିସ ଉଠାଇ ନେଇଥିଲା। ହେଲେ ଏନେଇ ଗାଡ଼ି ଚାଳକମାନେ ଜାଣିପାରି ନ ଥିଲେ। ସେମାନେ ରାସ୍ତାକୁ ଆସି ଗାଡ଼ି ନ ଦେଖି ଚିନ୍ତାରେ ପଡ଼ିଥିଲେ। କାର୍‌ ମାଲିକ ସାର୍ଥକ ମହାପାତ୍ରଙ୍କ କହିବା ହେଲା, ବ୍ୟାଙ୍କ କାର୍ଯ୍ୟରେ ଆସିଥିଲି। ଲକ୍ଷ୍ମୀସାଗର ଅଞ୍ଚଳରେ ପାର୍କିଂ ପାଇଁ କୌଣସି ସୂଚନା ଫଳକ ନ ଥିବାରୁ ରାସ୍ତା ପାର୍ଶ୍ୱରେ ଗାଡ଼ି ରଖି ଅଫିସ୍‌କୁ ଯାଇଥିଲି। ହେଲେ କିଛି ସମୟ ପରେ ବାହାରକୁ ଆସି ଦେଖିବା ବେଳକୁ ଗାଡ଼ି ନ ଥିବାରୁ ଚିନ୍ତାରେ ପଡ଼ି ଯାଇଥିଲି। ପରେ ସ୍ଥାନୀୟ ଲୋକଙ୍କୁ ପଚାରିବାରୁ ଗାଡ଼ିକୁ ଟ୍ରାଫିକ୍‌ ପୋଲିସ ନେଇଯାଇଥିବା ଜାଣିବାକୁ ପାଇଥିଲି। ପରେ ଜରିମାନା ଦେଇ ଗାଡ଼ି ମୁକୁଳାଇଲି। ତେବେ ପାର୍କିଂ ବ୍ୟବସ୍ଥା ନ କରି ଲୋକଙ୍କ ଠାରୁ ଏଭଳି ଜରିମାନା ନେବା ଠିକ ନୁହେଁ ବୋଲି ସେ କହିଛନ୍ତି। ଏଠି ପ୍ରଶ୍ନ ଉଠୁଛି, ଯଦି କଟକ ରୋଡ୍‌ରେ ଜଣେ ସାଧାରଣ ଲୋକ କାର୍‌ କିମ୍ବା ବାଇକ ନେଇଯିବେ, ତେବେ ଏହାକୁ ସେ କେଉଁଠି ପାର୍କିଂ କରିବେ। ସେଠାରେ ପାର୍କିଂ ବ୍ୟବସ୍ଥା ନ ଥିବା ସତ୍ତ୍ୱେ ସାଇନିଂ ବୋର୍ଡ ମଧ୍ୟ ଲଗାଯାଇ ନାହିଁ। ଏଭଳି ସ୍ଥିତିରେ ଟ୍ରାଫିକ୍‌ ପୋଲିସ ପକ୍ଷରୁ ଗାଡ଼ି ଉଠାଯାଇ ଜରିମାନା ଲଗାଇବା ଘଟଣା ସାଧାରଣ ଲୋକ ଗ୍ରହଣ କରିପାରୁ ନାହାନ୍ତି। ଏନେଇ ଟୁଇନ୍‌ସିଟି ଟ୍ରାଫିକ୍‌ ଡିସିପି ଠାକୁର ପ୍ରସାଦ ପାତ୍ର କହିଛନ୍ତି, ରାସ୍ତା ପାର୍ଶ୍ୱରେ ପାର୍କିଂ ନିୟମ ବିରୁଦ୍ଧ। ସବୁ ସ୍ଥାନରେ ପାର୍କିଂ ସାଇନିଂ ବୋର୍ଡ ଲଗାଯାଇ ପାରିବା ସମ୍ଭବ ନୁହେଁ। ଗାଡ଼ି ଚାଳକମାନେ ଏସବୁ ନିୟମ ବିଷୟରେ ଜାଣିବା ଦରକାର। ସାଇନିଂ ବୋର୍ଡ ଲଗାଇବା ପାଇଁ କମିଶନରେଟ ପୋଲିସ ପକ୍ଷରୁ ବିଏମ୍‌ସିକୁ କୁହାଯାଇଛି। ରାସ୍ତା କଡ଼ରେ ଥିବା ହ୍ବାଇଟ୍‌ ମାର୍କିଂ ଭିତରେ ଲୋକମାନେ ଗାଡ଼ି ପାର୍କିଂ କରିପାରିବେ ବୋଲି ଡିସିପି ପାତ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ଧନୁ ସଂକ୍ରାନ୍ତି ପରେ ପଦ୍ମ ଫୁଟେନି’

ବରଗଡ଼,୩୦।୪(ପ୍ରେମାନନ୍ଦ ଖମାରୀ)- ସାଧାରଣ ନିର୍ବାଚନକୁ ନେଇ ଘଡ଼ିକୁ ଘୋଡ଼ା ଛୁଟୁଛି । ଏହାକୁ ନେଇ ଦଳୀୟ ନେତା, ପ୍ରାର୍ଥୀଙ୍କ ବୟାନବାଜି ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଥିବାବେଳେ...

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୭୧ କୋଟିର ମାଲିକ

ଭୁବନେଶ୍ୱର,୩୦।୪: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ବାଚନୀ ସତ୍ୟପାଠରେ ନିଜର ସମ୍ପତ୍ତିର ତଥ୍ୟ ଦେଇଛନ୍ତି। ସେ ହେଉଛନ୍ତି ୭୧ କୋଟି ଟଙ୍କା ସମ୍ପତ୍ତିର ମାଲିକ। ତାଙ୍କ ପାଖରେ...

ବିଜେଡି ଛାଡ଼ିଲେ ଆନନ୍ଦପୁର ବିଧାୟକ ଭାଗିରଥୀ ସେଠୀ

ଆନନ୍ଦପୁର,୩୦।୪: ବିଜେଡି ଛାଡ଼ିଲେ ଆନନ୍ଦପୁର ବିଧାୟକ ଭାଗିରଥୀ ସେଠୀ। ଦଳର ପ୍ରାଥମିକ ସଦସ୍ୟ ପଦରୁ ସେ ମଙ୍ଗଳବାର ଇସ୍ତଫା ଦେଇଛନ୍ତି। ଏନେଇ ସେ ନିଜର ଇସ୍ତଫାପତ୍ର...

କାକଟପୁର ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ

ପୁରୀ,୩୦।୪: କାକଟପୁର ପାଇଁ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ। ଦଳ କାକଟପୁରରୁ ବିଶ୍ବଭୂଷଣ ଦାସଙ୍କୁ ଟିକେଟ୍‌ ଦେଇଛି। ଭାଜପାରୁ ଟିକେଟ ନ ମିଳିବାରୁ ସେ କଂଗ୍ରେସରେ...

ହାଇକୋର୍ଟରେ କେନ୍ଦ୍ର ସରକାରଙ୍କର ୪୦ ଓକିଲ, ତଥାପି ଶୁଣାଣିରେ ଅନୁପସ୍ଥିତ

କଟକ,୩୦ା୪ (କାର୍ତ୍ତିକ ସାହୁ) ଓଡ଼ିଶା ହାଇକୋର୍ଟରେ କେନ୍ଦ୍ର ସରକାରଙ୍କ ବିରୋଧରେ ରୁଜୁ ମାମଲାର ବିଚାର ବେଳେ କେନ୍ଦ୍ର ସରକାରଙ୍କ ପକ୍ଷରୁ କେହି ସରକାରୀ ଓକିଲ ଉପସ୍ଥିତ...

୪୬ଡିଗ୍ରୀ ଉପରେ ୨ସହର, ରେକର୍ଡ ଭାଙ୍ଗିଲା ବାରିପଦା

ଭୁବନେଶ୍ୱର,୩୦।୪: ପ୍ରବଳ ଖରାରେ ଜଳୁଛି ସାରା ଓଡିଶା। ଘରୁ ବାହାରିଲେ ମୁହଁ ପୋଡି ଯାଉଛି। ମଙ୍ଗଳବାର ରାଜ୍ୟର ୨ଟି ସହର ୪୬ ଡିଗ୍ରୀ ଉପରେ ରହିଥିବାବେଳେ...

ବିଜେଡି ଛାଡ଼ିଲେ ସୁର ସେଠୀ

କାକଟପୁର,୩୦।୪: ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ କାକଟପୁର ବିଧାୟକ ସୁରେନ୍ଦ୍ର ସେଠୀ। ଦଳ ଟିକେଟ ଦେଇ ନ ଥିବାରୁ ଅସନ୍ତୁଷ୍ଟ ଥିବା ବେଳେ ମଙ୍ଗଳବାର ସେ...

ଟିକେଟ ଫେରାଇଲେ କଂଗ୍ରେସ ପ୍ରାର୍ଥୀ

କଟକ,୩୦।୪: ଟିକେଟ ଫେରାଇଲେ ଆଠଗଡ଼ ବିଧାନସଭା କଂଗ୍ରେସ ପ୍ରାର୍ଥୀ। କଂଗ୍ରେସ ପ୍ରାର୍ଥୀ ମେହବୁବ ଅହମ୍ମଦ ଖାଁ ମଙ୍ଗଳବାର ଟିକେଟ ଫେରାଇଛନ୍ତି। କଟକ ଲୋକ ସଭା ପ୍ରାର୍ଥୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri