Posted inଫୁରସତ

ରେଷ୍ଟୁରାଣ୍ଟରେ ମାତ୍ର ୧୦୦୦ ଟଙ୍କାର ଖାଦ୍ୟ ଖାଇ ଓ୍ବେଟରଙ୍କୁ ୨ ଲକ୍ଷ ଟଙ୍କାର ଦେଲେ ଟିପ୍ସ: ତା’ପରେ ଆସିଲା ଟ୍ବିଷ୍ଟ୍‌

ପ୍ରାୟତଃ ଲୋକମାନେ ରେଷ୍ଟୁରାଣ୍ଟ କିମ୍ବା ହୋଟେଲକୁ ଗଲେ ଭଲ ସେବା ପାଇଁ ୱେଟରଙ୍କୁ ଏକ ଟିପ୍ସ ମଧ୍ୟ ଦିଅନ୍ତି। କିଛି ଲୋକ ଟିପ୍ସରେ ଆଶାଠୁ ଅଧିକ ଟଙ୍କା ଦିଅନ୍ତି। ଟଙ୍କା ପାଇ ଓ୍ବେଟର ମଧ୍ୟ ଖୁସି ହୋଇଯାନ୍ତି। ଆଜିକାଲି ଆମେରିକାରେ ‘ଟିପ୍ସ ଫର୍‌ ଜେଶଶ୍‌’ ଅଭିଯାନରେ ଲୋକମାନେ ରେଷ୍ଟୁରାଣ୍ଟକୁ ଯାଇ ସେଠାରେ ଥିବା ୱେଟର କିମ୍ବା କର୍ମଚାରୀଙ୍କୁ ବହୁ ପରିମାଣର ଦାନ ଦେଇ ଖୁସି କରୁଛନ୍ତି।
ଆମେରିକାର ପେନସିଲଭାନିଆର ଆଲଫ୍ରେଡୋ କାଫେ ନାମକ ଏକ ସ୍ଥାନ ଅଛି, ଯେଉଁଠାରେ ମାରିଆନା ଲାମବର୍ଟ ନାମକ ଜଣେ ମହିଳା ୱେଟର କାମ କରନ୍ତି। ପ୍ରାୟ ତିନିମାସ ପୂର୍ବେ ଏରିକ ସ୍ମିଥ ନାମକ ଜଣେ ବ୍ୟକ୍ତି କାଫେକୁ ଆସି ପ୍ରାୟ ଏକ ହଜାର ଟଙ୍କା ମୂଲ୍ୟର ଖାଦ୍ୟ ଖାଇଥିଲେ, କିନ୍ତୁ ଗଲା ବେଳେ ସେ ଟିପ୍ସ ଆକାରରେ ମାରିଆନାଙ୍କୁ ୨ ଲକ୍ଷ ଟଙ୍କା ଦେଇଥଲେ। ଏତେ ଟଙ୍କା ପାଇଁ ମାରିଆନା ବହୁତ ଆଶ୍ଚର୍ଯ୍ୟ ହୋଇଗଲେ। ଏହା ଦେଖି କହିଥିଲେ ‘ଟିପ୍ସ ଫର୍‌ ଜେଶଶ୍‌’ ଅଭିଯାନ ଦ୍ୱାରା ପ୍ରଭାବିତ ହୋଇ ସେ ଏହି ନିଷ୍ପତ୍ତି ନେଇଛନ୍ତି। କିନ୍ତୁ ଦୁଇ ମାସ ପରେ ମାରିଆନା ଏପରି ଏକ ଝଟକା ପାଇଥିଲେ, ଯାହା କେହି ଆଶା କରି ନ ଥିଲେ।
ଏରିକ ସ୍ମିଥ ଗତ ମାସରେ ରେଷ୍ଟୁରାଣ୍ଟକୁ ଏକ ଚିଠି ପଠାଇ ତାଙ୍କ ଟଙ୍କା ଫେରସ୍ତ କରିବାକୁ କହିଥିଲେ। କ୍ରେଡିଟ କାର୍ଡର ଚାର୍ଜ ବ୍ୟାକ ନିୟମ ଅନୁଯାୟୀ ଏକ ଫେରସ୍ତ ଦାବି ଦାଖଲ କରିଥିଲେ। ରେଷ୍ଟୁରାଣ୍ଟ ପକ୍ଷରୁ ଫେସବୁକରେ ସ୍ମିଥଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲା, କିନ୍ତୁ କୌଣସି ସୁଫଳ ମିଳି ନ ଥିଲା। ଏହା ପରେ ରେଷ୍ଟୁରାଣ୍ଟ କୋର୍ଟର ଦ୍ୱାରସ୍ଥ ହୋଇଥିଲା। ରେଷ୍ଟୁରାଣ୍ଟ ମ୍ୟାନେଜର ଜ୍ୟାକ ଯାଦବସନ କହିଛନ୍ତି,ଏହି ଘଟଣା ମୋତେ ବହୁତ ନିରାଶ କରିଛି। ଆମେ ଭାବୁଥିଲୁ ପ୍ରକୃତରେ କେହି ଜଣେ ଏପରି ଭଲ କାମ କରିବାକୁ ଚାହୁଁଛନ୍ତି, କିନ୍ତୁ ବର୍ତ୍ତମାନ ଆମେ ବିଶ୍ୱାସ ହରାଇଛୁ। ଏନେଇ ମାଜିଷ୍ଟ୍ରେଟ କୋର୍ଟରେ ଏକ ମାମଲା ରୁଜୁ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

ଦିଗପହଣ୍ଡିରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପ ନିମନ୍ତେ ଶିଳାନ୍ୟାସ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର

ଦିଗପହଣ୍ଡି,୨୪|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ବିଭିନ୍ନ ଉନ୍ନୟନ ପ୍ରକଳ୍ପ ନିମନ୍ତେ ବୁଧବାର ବିଧାୟକ ଡ଼.ସିଦ୍ଧାନ୍ତ ମହାପାତ୍ର ଶିଳାନ୍ୟାସ କରିଛନ୍ତି । ରାଜ୍ୟ...

ଶୀତଦିନେ ପରିସ୍ରାର ରଙ୍ଗ ଏପରି ଦେଖାଯାଉଛି କି, ହୋଇପାରେ…

ନୂଆଦିଲ୍ଲୀ,୨୪।୧୨: ଶୀତଦିନ ଆସିବା ସହିତ ଶରୀରରେ ଅନେକ ପରିବର୍ତ୍ତନ ଘଟେ । ଥଣ୍ଡା ବଢ଼ିବା ସହିତ ଖାଦ୍ୟପେୟ, ପାନୀୟ ଅଭ୍ୟାସ ଏବଂ ଦୈନନ୍ଦିନ କାର୍ଯ୍ୟଶୈଳୀରେ ପରିବର୍ତ୍ତନ ଆସେ...

ଡ୍ରେନରେ ପଡ଼ି ସାଇକେଲ ଆରୋହୀ ମୃତ, ମୁକୁଳା ଥିବାରୁ ଅଘଟଣ ଅଭିଯୋଗ

ବଲାଙ୍ଗୀର, ୨୪/୧୨- (ସୁନିଲ କୁମାର ମହାନ୍ତି): ବଲାଙ୍ଗୀରରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ବଲାଙ୍ଗୀର ସହର ଜଗନ୍ନାଥପଡା ପାଟଣେଶ୍ୱରୀ ମନ୍ଦିର ସମ୍ମୁଖରେ ଥିବା...

ନୂଆ ବର୍ଷର ଉପହାର! 3ଟି ନୂଆ ଏୟାରଲାଇନ୍ସକୁ ସରକାରଙ୍କ ସବୁଜ ସଙ୍କେତ

ନୂଆଦିଲ୍ଲୀ,୨୪।୧୨: ନୂଆ ବର୍ଷରେ ଦେଶବାସୀ ତିନୋଟି ନୂତନ ବିମାନ ସେବାର ଉପହାର ପାଇବାକୁ ଯାଉଛନ୍ତି । କେନ୍ଦ୍ର ସରକାର ଦେଶରେ ତିନୋଟି ନୂତନ ବିମାନ ସେବାକୁ...

ଶୀତ ମହୋତ୍ସବକୁ ଆସିବା ପାଇଁ ନିମନ୍ତ୍ରଣ ଗ୍ରହଣ କଲେ ପ୍ରଭାତୀ

ଦାରିଙ୍ଗବାଡି, ୨୪/୧୨ (ଅରୁଣ ସାହୁ):  ଦାରିଙ୍ଗବାଡିରେ ଆସନ୍ତା ୮ ଠାରୁ ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ହେବାକୁ ଯାଉଛି । ଏହି ମହୋତ୍ସବରେ ରାଜ୍ୟର ବିଭିନ୍ନ...

ନକଲି ଜିନିଷ ପାଇଁ ଅସଲି ଗ୍ରାହକ ହେଉଛନ୍ତି ଠକେଇ, ଭଞ୍ଜନଗରରେ ଖାଉଟି ଅଦାଲତ ସ୍ଥାପନ ଦାବି

ଭଞ୍ଜନଗର,୨୪/୧୨(ବାବୁଲା ପ୍ରଧାନ)-ଜାତୀୟ ଖାଉଟି ଦିବସ ପାଳନ ଅବସରରେ ଉପଭୋକ୍ତା ଓକିଲାତି ସଂଘ ବୋର୍ଡ, ଅବସର ସୈନିକ ସଂଘ, ଗ୍ରାହକ ପଞ୍ଚାୟତ ମିଳିତ ସହଯୋଗରେ ବୁଧବାର ଭଞ୍ଜନଗର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri