୧୦୦ରୁ ଅଧିକ ସିନେମା ହଲ, ବଡ ସହରରେ ସ୍କ୍ରିନରେ ପ୍ରଦର୍ଶିତ ହେବ ମହାରାଣୀଙ୍କ ଅନ୍ତିମ ସଂସ୍କାର

ଲଣ୍ଡନ,୧୮ ।୯: ବ୍ରିଟେନ ମହାରାଣୀ ସ୍ୱର୍ଗତ ଏଲିଜାବେଥ ଦ୍ୱିତୀୟଙ୍କ ରାଜକୀୟ ଅନ୍ତିମ ସଂସ୍କାର ୧୯ ସେପ୍ଟେମ୍ବରରେ ଲଣ୍ଡନର ୱେଷ୍ଟମିଂଷ୍ଟର ଏବେରେ କରାଯିବ । ଏହା ପୂର୍ବରୁ ବ୍ରିଟିଶ ସରକାର ଶନିବାର କହିଛନ୍ତି ମହାରାଣୀ ଏଲିଜାବେଥଙ୍କ ରାଜକୀୟ ଅନ୍ତିମ ସଂସ୍କାର ସାରା ଦେଶରେ ପ୍ରାୟ ୧୨୫ ସିମେନା ହଲରେ ପ୍ରଦର୍ଶିତ ହେବ । ଆହୁରି ମଧ୍ୟ ଏହି ଅନ୍ତିମ ସଂସ୍କାର ସମାରୋହକୁ ଦେଖିବାକୁ ପାର୍କ, ଚୌକ ଓ ଗିର୍ଜାଘରେ ବଡ ବଡ ସ୍କ୍ରିନ ଲଗାଯିବ ।
ବ୍ରିଟେନ ସଂସ୍କୃତି ବିଭାଗ ଏକ ବୟାନରେ କହିଛି ୱେଷ୍ଟମିଂଷ୍ଟର ଏବେରେ ଅନ୍ତିମ ସଂସ୍କାର ଓ ସମ୍ପୂର୍ଣ୍ଣ ଲଣ୍ଡନରେ ବାହାରିଥିବା ରାଲି ବି ବିବିସି, ଆଇଟିବି ଓ ସ୍କାଇ ଟେଲିଭିଜନରେ ସିଧା ପ୍ରସାରଣ କରାଯିବ । ବ୍ରିଟେନରେ ସବୁଠାରୁ ଅଧିକ ସମୟ ଧରି ଶାସନ ଗାଦିରେ ବସିଥିବା ମହାରାଣୀ ଏଲିଜାବେଥ ଦ୍ୱିତୀୟ୍‌କ ଅନ୍ତିମ ସଂସ୍କାରରେ ସାରା ବିଶ୍ୱର ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ରାଜ ପରିବାରର ସଦସ୍ୟ ସାମିଲ ହେବା ଅନୁମାନ କରାଯାଉଛି । ସୂଚନାଯୋଗ୍ୟ, ସେପ୍ଟେମ୍ବର ୮ରେ ସ୍କଟଲ୍ୟାଣ୍ଡର ବାଲ୍ମରେଲ କ୍ୟ।।ସଲରେ ମହାରାଣୀଙ୍କ ପରଲୋକ ହୋଇଥିଲା । ସେ ୯୬ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିିଲେ ।
ସରକାର ମହାରାଣୀଙ୍କ ଅନ୍ତିମ ସଂସ୍କାର ପାଇଁ ସୋମବାର ସାର୍ବଜନିକ ଅବକାଶ ଘୋଷଣା କରିଛନ୍ତି । କୁହାଯାଉଛି କି ବ୍ରିଟିଶ ଇତିହାସରେ ଅନ୍ୟ ପ୍ରମୁଖ କାର୍ଯ୍ୟକ୍ରମ, ଯେମିତିକି ୧୯୯୭ରେ ରାଜକୁମାରୀ ଡାଏନାଙ୍କ ଅନ୍ତିମ ସଂସ୍କାର, ୨୦୧୨ରେ ଲଣ୍ଡନ ଅଲିମ୍ପିକ୍ସ ଓ ରାଜ ପରିବାରର ବିବାହ ଉତ୍ସବ ତୁଳନାରେ ମହାରାଣୀଙ୍କ ଅନ୍ତିମ ସଂସ୍କାର କାର୍ଯ୍ୟକ୍ରମରେ ଏହାଠାରୁ ଅଧିକ ଜନତା ପହଞ୍ଚିପାରନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ବାଇକ୍‌କୁ ଧକ୍କାଦେଲା ବାଇକ୍‌, ମହିଳାଙ୍କ ମୁଣ୍ଡରୁ ପ୍ରବଳ ରକ୍ତସ୍ରାବ

ଗଞ୍ଜାମ,୩୧ା୧୨(ବିଦ୍ୟାଧର ସାହୁ): ୧୬ ନଂ ଜାତୀୟ ରାଜପଥ ଶନିମନ୍ଦିର ଛକଠାରେ ପୁଣି ଏକ ଦୁର୍ଘଟଣା ଘଟିଛି। ବିପଦସଙ୍କୁଳ ଛକ କୁହାଯାଉଥିବା ଏହି ଛକଠାରେ ବୁଧବାର ଅପରାହ୍ନରେ...

ଆଶ୍ଚର୍ଯ୍ୟ…ଚଳନ୍ତା ଯାତ୍ରୀବାହୀ ବସରୁ ଛିଡିପଡ଼ିଲା ଚକା, ଅଳ୍ପକେ ବର୍ତ୍ତିଲେ ୪୦ରୁ ଉର୍ଦ୍ଧ୍ବ ପର୍ଯ୍ୟଟକ  

ଦିଗପହଣ୍ଡି,୩୧|୧୨(ଅଶେଷ ନାଥ ମିଶ୍ର): ଏକ  ବଡ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଗଲା ଯାତ୍ରୀବାହୀ ବସ୍ ।ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟରାଜପଥର  ଗଣିଆନାଳ ଛକ...

ହାତରେ ମଦ ବୋତଲ ଧରି ବୁଲୁଛନ୍ତି ତେନ୍ଦୁଲକରଙ୍କ ଝିଅ ସାରା, ଭିଡିଓ ଭାଇରାଲ୍

ଗୋଆ,୩୧ା୧୨: କ୍ରିକେଟ୍ ଦୁନିଆର ମହାନ ଖେଳାଳି ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକର ଏବେ ଚର୍ଚ୍ଚାରେ। ନିକଟରେ ସାରାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍...

କେମିତି ରହିବ ମୋଦି-ଟ୍ରମ୍ପଙ୍କ ୨୦୨୬? ଭବିଷ୍ୟବାଣୀରେ ଜଣାପଡିଲା ସତ!

୨୦୨୫ ବର୍ଷ ଶେଷ ହେବାକୁ ଯାଉଛି। ୨୦୨୬ ଏବେ ପାଖେଇ ଆସୁଛି। ୨୦୨୬ ବର୍ଷ ଲୋକଙ୍କ ପାଇଁ କିପରି ହେବ ସେ ବିଷୟରେ ଜ୍ୟୋତିଷମାନେ ଭବିଷ୍ୟବାଣୀ...

ଶକ୍ତିଶାଳୀ ଦିଲ୍ଲୀକୁ ହରାଇଲା ଓଡ଼ିଶା, ବିରାଟ ଅନୁପସ୍ଥିତିରେ ମାଟି କାମୁଡ଼ିଲା ରିଷଭଙ୍କ ଟିମ୍

ବେଙ୍ଗାଲୁରୁ,୩୧ା୧୨: ବିଜୟ ହଜାରେ ଟ୍ରଫିର ଏଲିଟ୍ ଗ୍ରୁପ୍-ଡି ମୁକାବିଲାରେ ଓଡ଼ିଶା କ୍ରିକେଟ୍ ଦଳ ଶକ୍ତିଶାଳୀ ଦିଲ୍ଲୀକୁ ୭୯ ରନ୍‌ରେ ପରାସ୍ତ କରିଛି। ଷ୍ଟାର୍ ବ୍ୟାଟର ବିରାଟ...

ରାଶିଫଳ ୨୦୨୬: ମେଷରୁ ମୀନ ରାଶି ପାଇଁ କିପରି କଟିବ ନୂତନ ବର୍ଷ, ସବୁ…

ନୂତନ ବର୍ଷ ନୂତନ ଆଶା ଏବଂ ନୂତନ ସୁଯୋଗ ସହିତ ଆରମ୍ଭ ହୁଏ। ଏହି ସମୟରେ ସମସ୍ତେ ଭାବନ୍ତି ଯେ ନୂଆ ବର୍ଷ କ’ଣ ହେବ...

ନୂଆବର୍ଷ ଗୋଟିଏ ଦିନ ପୂର୍ୱରୁ ସରକାରୀ କର୍ମଚାରୀଙ୍କୁ ଝଟ୍‌କା! ଏମାନଙ୍କୁ ମିଳିବନି ଗ୍ରାଚ୍ୟୁଇଟି

ନୂଆଦିଲ୍ଲୀ,୩୧।୧୨: କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ଆସିଛି। ପେନସନ ଏବଂ ପେନସନଭୋଗୀ କଲ୍ୟାଣ ବିଭାଗ (DoPPW) ଗ୍ରାଚ୍ୟୁଇଟି ସମ୍ୱନ୍ଧୀୟ...

ଏମିତି ସ୍ଥାନ, ଯେଉଁଠି ବିବାହ ପରେ କନ୍ୟା ନୁହନ୍ତି, ବର ଯାଆନ୍ତି ଶାଶୁଘର

ଭାରତରେ ଜାତି, ଧର୍ମ, ବର୍ଣ୍ଣ ସମେତ ବିଭିନ୍ନ ସ୍ଥାନରେ ଭିନ୍ନଭିନ୍ନ ପରମ୍ପରା ରହିଛି। ଏହି ଅନନ୍ୟ ପରମ୍ପରା ଭାରତକୁ ଅନ୍ୟ ଦେଶଠାରୁ ସ୍ବତନ୍ତ୍ର କରେ। ଭାରତରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri