କାନରେ ହେଡଫୋନ ଲଗାଇପାରିଲେ ନାହିଁ ପାକିସ୍ତାନ ପ୍ରଧାନମନ୍ତ୍ରୀ: ପୁଟିନ ଦେଖି ହସିଲେ

ସମରକନ୍ଦ,୧୬।୯: ସାଂଘାଇ ସହଯୋଗ ସଂଗଠନ ସମ୍ମିଳନୀରେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀ ମୋଦି ଉଜବେକିସ୍ତାନର ସମରକନ୍ଦରେ ପହଞ୍ଚିଛନ୍ତି। ଅନ୍ୟପକ୍ଷରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହଓ୍ବାଜ ଶରିଫ ଏବଂ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ମଧ୍ୟ ଏଠାରେ ପୂର୍ବରୁ ପହଞ୍ଚି ସାରିଛନ୍ତି। ଏହି ସମ୍ମିଳନୀରେ ଶେହଓ୍ବାଜ ଏବଂ ପୁଟିନଙ୍କ ମଧ୍ୟରେ ଦ୍ୱିପାକ୍ଷିକ ବୈଠକ ହୋଇଥିଲା। ଏହି ସମୟରେ ଏମିତି କିଛି ଘଟିଥିଲା, ଯାହା ଦେଖି ପୁଟିନ ନିଜ ହସକୁ ରୋକି ପାରି ନ ଥିଲେ।
ଉଭୟ ନେତାଙ୍କ ମଧ୍ୟରେ ବାର୍ତ୍ତାଳାପ ପୂର୍ବରୁ ଭାଷା ବୁଝିବା ପାଇଁ ଉଭୟ ପୁଟିନ ଏବଂ ସରିଫ ଜଣେ ଅନୁବାଦକଙ୍କ ଆବଶ୍ୟକ କରୁଥିଲେ। ଏଭଳି ପରିସ୍ଥିତିରେ ତାଙ୍କୁ କାନରେ ହେଡଫୋନ ପରି ମେସିନ ଲଗାଇବାକୁ ପଡିଥିଲା। ସେ ଚେୟାରରେ ବସିବା ମାତ୍ରେ ପୁଟିନ ସହଜରେ ନିଜ କାନରେ ହେଡଫୋନ ଲଗାଇଦେଇଥିଲେ। କିନ୍ତୁ ଶେହଓ୍ବାଜ୍‌ ହେଡଫୋନ ଲଗାଇପାରି ନ ଥିଲେ। ପ୍ରଥମେ ସେ ଗୋଟିଏ କାନରେ ଲଗାଇବାକୁ ଚେଷ୍ଟା କଲେ କିନ୍ତୁ ହେଡଫୋନଟି ଖସିଗଲା। ତା’ପରେ ସେ ଏହାକୁ ଅନ୍ୟ କାନରେ ରଖିବାକୁ ଚେଷ୍ଟା କରିବା ଆରମ୍ଭ କଲେ। କିନ୍ତୁ କରି ନ ପାରିବାରୁ ଶେଷରେ ତାଙ୍କୁ ସାହାଯ୍ୟ ମାଗିବାକୁ ପଡିଲା। ଜଣେ ଅଧିକାରୀ ସରିଫଙ୍କ ନିକଟକୁ ଆସି ହେଡଫୋନକୁ ତାଙ୍କ କାନରେ ରଖିଥିଲେ। ଏହା ଦେଖି ପୁଟିନ ମୁରୁକି ମୁରୁକି ହସିଥିଲେ। ଏବେ ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ଆରମ୍ଭ କଲା। ପାକିସ୍ତାନ ପ୍ରଧାନମନ୍ତ୍ରୀ ୟୁଜର୍ସ ଟ୍ରୋଲ ମଧ୍ୟ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ ଆସୁଥିବା ଜାହାଜରେ କ୍ଷେପଣାସ୍ତ୍ର ମାଡ଼

ନୂଆଦିଲ୍ଲୀ,୨୭ା୪: ଲୋହିତ ସାଗର ଦେଇ ରୁଷିଆରୁ ତେଲ ଆଣି ଭାରତ ଆସୁଥିବା ଏକ ଜାହାଜ ଉପରେ କ୍ଷେପଣାସ୍ତ୍ର ଆକ୍ରମଣ ହୋଇଛି। ୟେମେନ୍‌ର ହୁଟି ଆତଙ୍କବାଦୀ ଏହି...

୨୦ ଫୁଟ ଉପରକୁ ଉଠି ଗଛରେ ପିଟିହେଲା କାର୍‌, ଆମେରିକାରେ ୩ ଭାରତୀୟ ମହିଳାଙ୍କ ଜୀବନ ଗଲା

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୭ା୪: ଆମେରିକାର ଦକ୍ଷିଣ କାରୋଲିନା ରାଜ୍ୟରେ ଏକ ସଡ଼କ ଦୁର୍ଘଟଣାରେ ୩ ଭାରତୀୟ ମହିଳାଙ୍କ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ତିନି ମହିଳା...

ଜାପାନରେ ଶକ୍ତିଶାଳୀ ଭୂକମ୍ପ, ବ୍ୟାପକ କ୍ଷୟକ୍ଷତି ଆଶଙ୍କା

ଟୋକିଓ,୨୭ା୪: ଜାପାନର ବୋନିନ ଦ୍ୱୀପପୁଞ୍ଜରେ ଶନିବାର ଅପରାହ୍ନରେ ଭୂକମ୍ପ ଅନୁଭୂତ ହୋଇଛି। ଏହାର ତୀବ୍ରତା ରିକ୍ଟର ସ୍କେଲ୍‌ରେ ୬.୩ ମାପ କରାଯାଇଛି। ଏହି ଭୂକମ୍ପର କେନ୍ଦ୍ର...

ଜୀବନର ବହୁତ ବଡ କଥା କହିଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ

ଓ୍ବାଶିଂଟନ,୨୭।୪: ଆମେରିକାରେ କିଛି ମାସ ମଧ୍ୟରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବ। ଇତିମଧ୍ୟରେ ରାଷ୍ଟ୍ରପତି ଜୋ ବାଇଡେନ ଏବଂ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ...

ରୁଷିଆ ସେନାକୁ ଚାଇନା ସହାୟତା: ପ୍ରତିବାଦ ଜଣାଇଲେ ବ୍ଲିଙ୍କେନ୍‌

ବେଜିଂ,୨୭ା୪: ଆମେରିକା ପରରାଷ୍ଟ୍ର ସଚିବ ଆଣ୍ଟୋନି ବ୍ଲିଙ୍କେନ୍‌ ଶୁକ୍ରବାର ଚାଇନା କର୍ତ୍ତୃପକ୍ଷଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ୟୁକ୍ରେନ୍‌ ସହ ଯୁଦ୍ଧରେ ରୁଷିଆ ସେନାକୁ...

ପ୍ଲାଷ୍ଟିକ୍‌ ପ୍ରଦୂଷଣ ପାଇଁ ୫୬ କମ୍ପାନୀ ଦାୟୀ

ଲଣ୍ଡନ୍‌,୨୭ା୪: ବିଶ୍ୱର ଅର୍ଦ୍ଧାଧିକ ପ୍ଲାଷ୍ଟିକ୍‌ ପ୍ରଦୂଷଣ ପାଇଁ ୫୬ ବହୁରାଷ୍ଟ୍ରୀୟ କମ୍ପାନୀ ଦାୟୀ। ସେହିପରି ଏକ-ଚତୁର୍ଥାଂଶ ପ୍ରଦୂଷଣ ପାଇଁ ୬ଟି କମ୍ପାନୀ ଦାୟୀ ବୋଲି ଏକ...

Video: ‘ଜୟ ଶ୍ରୀରାମ’ ନାରା ଦେଇ ଚର୍ଚ୍ଚାରେ ପାକିସ୍ତାନର ପ୍ରଥମ ହିନ୍ଦୁ ବ୍ଲଗର୍‌, ଭାବବିହ୍ବଳ କରୁଛି…

ଆଜିକାଲି ସମୟରେ ବ୍ଲଗିଂ ଏକ ସାଧାରଣ କଥାରେ ପରିଣତ ହେଲାଣି। ଏଭଳି କରି ଭଲ ଦୁଇ ପଇସା ରୋଜଗାର ବି କରିହେଉଛି। ହେଲେ ଚ୍ୟାଲେଞ୍ଜିଂ ସମୟରେ...

କିଏ ସେହି ଭାରତୀୟ ଛାତ୍ରୀ ଯାହାଙ୍କୁ ଆମେରିକାରେ କରାଯାଇଛି ଗିରଫ

ଓ୍ବାଶିଂଟନ,୨୬।୪: ଆମେରିକାରେ ଜଣେ ଭାରତୀୟ ଛାତ୍ରୀଙ୍କୁ ଗିରଫ କରାଯାଇଛି। ଏହି ଛାତ୍ର ଇସ୍ରାଏଲକୁ ବିରୋଧ କରୁଥିବାବେଳେ ପାଲେଷ୍ଟାଇନକୁ ସମର୍ଥନ କରି ବିରୋଧ କରିଥିବା ଅଭିଯୋଗ ହୋଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri