Posted inଜାତୀୟ

‘ଚିତାବାଘଠାରୁ ବି ଦ୍ରୁତ ପ୍ରଧାନମନ୍ତ୍ରୀ ମୋଦି’

ଜୟପୁର,୧୪।୯: ଅଲ ଇଣ୍ଡିଆ ମଜଲିସ-ଇ-ଇତେହାଦୁଲ ମୁସଲିମିନ (ଏଆଇଏମଆଇଏମ) ମୁଖ୍ୟ ତଥା ହାଇଦ୍ରାବାଦ ଏମ୍‌ପି ଅସଦୁଦ୍ଦିନ ଓୱାଇସି ବୁଧବାର ରାଜସ୍ଥାନରେ ପହଞ୍ଚିଛନ୍ତି। ଏଠାରେ ଖବରଦାତାଙ୍କ ସହ କଥାବାର୍ତ୍ତା ବେଳେ ସେ ଅନେକ ପ୍ରସଙ୍ଗରେ ନିଜର ମତ ଦେଇଥିଲେ। ଏହି ସମୟରେ ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସମାଲୋଚନା କରିବାକୁ ମଧ୍ୟ ପଛାଇ ନ ଥିଲେ। ଗମ୍ଭୀର ପ୍ରସଙ୍ଗକୁ ଏଡ଼ାଇବାରେ ମୋଦି ଚିତାବାଘଠାରୁ ଦ୍ରୁତ ବୋଲି ସେ କହିଥିଲେ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ଜନ୍ମଦିନରେ ମଧ୍ୟପ୍ରଦେଶର କୁନୋ ପାଲପୁର ଜାତୀୟ ଉଦ୍ୟାନ ପରିଦର୍ଶନ କରି ନାମ୍ବିଆରୁ ଆସୁଥିବା ୮ଟି ଚିତାବାଘକୁ ସ୍ବାଗତ କରିବେ। ଏହା ସହ ଜଡିତ ଏକ ପ୍ରଶ୍ନ ଉପରେ ଓୱାଇସି କହିଛନ୍ତି, ମୋଦି ଜୀ ବେରୋଜଗାରୀ, ମହଙ୍ଗା କଥା ଆସିଲେ ଚିତାବାଘ ଠାରୁ ବି ଦ୍ରୁତ ଗତିରେ ଦୌଡିବେ। ଏହି ବିଷୟଗୁଡ଼ିକରେ ମୋଦି ଜୀଙ୍କର ଗତି ବହୁତ ଭଲ।
ଓୱାଇସି ଦୁଇ ଦିନିଆ ଗସ୍ତରେ ରାଜସ୍ଥାନ ପହଞ୍ଚିଛନ୍ତି। ସେ ଜୟପୁରର କିଛି ଅଞ୍ଚଳର ଲୋକଙ୍କୁ ଭେଟିଥିଲେ। ଆସନ୍ତା ବର୍ଷ ଶେଖାୱାଟୀ ଅଞ୍ଚଳରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ଆଖି ଆଗରେ ରଖି ଓ୍ବଓ୍ବାଇସି ସେଠାକୁ ଯାଇଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ରାଜନୀତିରେ ଅଜବ ଦୃଶ୍ୟ, ମଇଁଷି-ମେଣ୍ଢା ଉପରେ ଆସି କରୁଛନ୍ତି ନାମାଙ୍କନ ଦାଖଲ

କୋଲକାତା,୪।୫: ଲୋକ ସଭା ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ କାର୍ଯ୍ୟକ୍ରମ ଜାରି ରହିଛି। ବିଭିନ୍ନ ଦଳର ପ୍ରାର୍ଥୀ ନିଜର ଖାସ୍‌ ଅନ୍ଦାଜରେ ଆସି ନାମାଙ୍କନ...

ହ୍ବାଟସଆପର ଭୁଲ ବ୍ୟବହାର କଲେ ନିଆଯିବ କାର୍ଯ୍ୟାନୁଷ୍ଠାନ, ୭୯ ଲକ୍ଷରୁ ଅଧିକ ଆକାଉଣ୍ଟ ଉପରେ ମେଟା ଲଗାଇଲା ପ୍ରତିବନ୍ଧକ

ନୂଆଦିଲ୍ଲୀ,୪।୫: ମେଟା ମାଲିକାନା ହ୍ବାଟସ ଆପ କହିଛି ଯେ ମାର୍ଚ୍ଚରେ ଏହା ଭାରତରେ ୭୯ଲକ୍ଷରୁ ଅଧିକ ଆକାଉଣ୍ଟକୁ ନିଷିଦ୍ଧ କରିଛି। ମାର୍ଚ୍ଚ ୧ ରୁ ୩୧ମଧ୍ୟରେ...

ସଫେଇ ଦେଲେ ଚେସ ଚାମ୍ପିଅନ କାସପାରୋଭ

ନୂଆଦିଲ୍ଲୀ,୪।୫: ରୁଷିଆର ମହାନ ଚେସ ଖେଳାଳି ଗ୍ୟାରି କାସପାରୋଭ ନିକଟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିଷୟରେ ଏକ ସୋସିଆଲ ମିଡିଆ ପୋଷ୍ଟ କରିଥିଲେ। ବର୍ତ୍ତମାନ...

ରାହୁଲଙ୍କୁ ପ୍ରଶଂସା କଲେ ପାକିସ୍ତାନ ନେତା…

ନୂଆଦିଲ୍ଲୀ/ଇସଲାମାବାଦ,୪।୫: ପାକିସ୍ତାନୀ ନେତା ଚୌଧୁରୀ ଫୱାଦ ହୁସେନ ପୂର୍ବତନ କଂଗ୍ରେସ ସଭାପତି ତଥା ବରିଷ୍ଠ ନେତା ରାହୁଲ ଗାନ୍ଧୀଙ୍କୁ ପ୍ରଶଂସା କରିଛନ୍ତି। ଫୱାଦ ହୁସେନ ଏକ୍ସରେ...

ରାହୁଲ ଗାନ୍ଧୀଙ୍କର ନାହିଁ ନିଜସ୍ବ ଘର, ଏତେ ଲକ୍ଷ ଟଙ୍କା କରଜରେ କଂଗ୍ରେସ ନେତା

ନୂଆଦିଲ୍ଲୀ,୪।୫: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଶୁକ୍ରବାର ଉତ୍ତର ପ୍ରଦେଶର ରାଏବରେଲି ଆସନରୁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଏହି କ୍ରମରେ ନିର୍ବାଚନ କମିଶନରଙ୍କ ପାଖରେ...

ନିଜର ସମ୍ମାନ ଭୁଲି ଶସ୍ତା କଥା କହୁଛନ୍ତି ପ୍ରଧାନମନ୍ତ୍ରୀ: କଂଗ୍ରେସ

ନୂଆଦିଲ୍ଲୀ,୪।୫: ଲୋକ ସଭା ନିର୍ବାଚନକୁ ନେଇ ରାଜନନୈତିକ ଦଳ ମଧ୍ୟରେ ଅଭିଯୋଗ ଏବଂ କାଉଣ୍ଟର ଅଭିଯୋଗ ଜାରି ରହିଛି। ସେପଟେ କଂଗ୍ରେସ ଦଳ ପୁଣି ଥରେ...

ଇତିହାସ ରଚିଲେ ସିଜେଆଇ ଚନ୍ଦ୍ରଚୁଡ

ନୂଆଦିଲ୍ଲୀ,୪।୫: ଭାରତର ପ୍ରଧାନ ବିଚାରପତି ଡି. ଓ୍ବାଇ. ଚନ୍ଦ୍ରଚୂଡ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ସେ ତାଙ୍କ ନାମରେ ଏକ ରେକର୍ଡ କରିଛନ୍ତି ଯାହା ଏପର୍ଯ୍ୟନ୍ତ...

ଆତଙ୍କବାଦୀ ନିଜ୍ଜର ହତ୍ୟାକାରୀଙ୍କ ଲରେନ୍ସ ବିଶ୍ନୋଇଙ୍କ ସହ ରହିଛି କନେକସନ, କାନାଡା ପୋଲିସ ଜାରି କଲା ଅଭିଯୁକ୍ତଙ୍କ ଫଟୋ

ଓଟାଓ୍ବା,୪।୫: ଖାଲିସ୍ତାନୀ ସମର୍ଥକ ଆତଙ୍କବାଦୀ ହାର୍ଦ୍ଦିକ ସିଂ ନଜ୍ଜାରଙ୍କ ହତ୍ୟା ମାମଲାରେ କାନାଡା ପୋଲିସ ତିନି ଜଣଙ୍କୁ ଗିରଫ କରିଛି। ତିନି ଅଭିଯୁକ୍ତଙ୍କ ଫଟୋ ଶେୟାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri