ଟିଭିଏସ୍‌ର ୨ଟି ଆପାଚି ଆର୍‌ଟିଆର୍‌ ମଡେଲ ଉନ୍ମୋଚିତ

ନୂଆଦିଲ୍ଲୀ,୧୩।୯:ଦେଶର ପ୍ରମୁଖ ଦୁଇ ଓ ତିନି ଚକିଆ ଯାନ ନିର୍ମାତା ଟିଭିଏସ୍‌ ମୋଟର କମ୍ପାନୀ ପକ୍ଷରୁ ସୋମବାର ୨ଟି ଆପାଚି ଆର୍‌ଟିଆର୍‌ ମଡେଲ ସର୍ବଭାରତୀୟସ୍ତରରେ ଉନ୍ମୋଚନ କରାଯାଇଛି। ବିଶେଷକରି କମ୍ପାନୀର ୨୦୨୨ ଟିଭିଏସ୍‌ ଆପାଚି ଆର୍‌ଟିଆର୍‌-୧୬୦ ଏବଂ ୨୦୨୨ ଟିଭିଏସ୍‌ ଆପାଚି ଆର୍‌ଟିଆର୍‌ -୧୮୦ ମଡେଲକୁ ବଜାର ପ୍ରବେଶ କରାଇଛି।
ଏ ସମ୍ପର୍କରେ ଟିଭିଏସ୍‌ ମୋଟର କମ୍ପାନୀର ବ୍ୟବସାୟ ମୁଖ୍ୟ (ପ୍ରିମିୟମ) ବିମଳ ସୁମ୍ବଲି କହିଛନ୍ତି, ଆମର ଗ୍ରାହକଙ୍କ ସହ ଯୋଡ଼ି ହୋଇପାରୁଥିବା ଉତ୍କୃଷ୍ଟ ଉପତ୍ାଦ ବଜାରକୁ ଆଣିବା ପାଇଁ ଟିଭିଏସର ରେସିଂ ଐତିହ୍ୟ ଅନୁସାରେ ଟିଭିଏସ୍‌ ଆପାଚି ସିରିଜ୍‌କୁ ଗଠନ କରାଯାଇଛି। ଏକ ବାସ୍ତବ ରେସିଂ ଅନୁଭୂତି ସହ ସାରା ବିଶ୍ୱରେ ଥିବା ଆପାଚି ଗୋଷ୍ଠୀ ଓ ବିଶ୍ୱାସୀଙ୍କୁ ଉଲ୍ଲସିତ କରିବା ଲାଗି ଆମର ରହିଥିବା ପ୍ରତିବଦ୍ଧତା ପ୍ରତି ପ୍ରତିଫଳନ ହେଉଛି ୨୦୨୨ଟିଭିଏସ୍‌ ଆପାଚି ଆର୍‌ଟିଆର୍‌-୧୬୦ ଓ ଟିଭିଏସ୍‌ ଆପାଚି ଆର୍‌ଟିଆର୍‌-୧୮୦ର ଉପସ୍ଥାପନା।
ଉଭୟ ମୋଟରସାଇକେଲ୍‌ରେ ଆକର୍ଷଣୀୟ ଗ୍ରାଫିକ୍ସ ବ୍ୟବହାର କରାଯାଇଛି। ସେଥିରେ ପ୍ରଥମ ସୁବିଧା ସୁଯୋଗ ଯଥା ସମ୍ପୂର୍ଣ୍ଣ ନୂଆ ଏଲ୍‌ଇଡି ହେଡ୍‌ଲ୍ୟାମ୍ପ୍‌ ଓ ନୂଆ ଏଲ୍‌ଇଡି ଟେଲ୍‌ ଲ୍ୟାମ୍ପ୍‌ ଆଦି ସାମିଲ ରହିଛି। ଏହା ସହିତ ସ୍ମାର୍ଟ ଏକ୍ସକନେକ୍ଟ ଓ ଭଏସ୍‌ ଆସିଷ୍ଟ୍‌ ସୁବିଧା ଥିବା ଉନ୍ନତ ବ୍ଲୁଟୁଥ୍‌ ସଂଯୋଗର ଡିଜିଟାଲ୍‌ ଇନଷ୍ଟ୍ରୁମେଣ୍ଟ କ୍ଲଷ୍ଟର ରହିଛି। ଏଥିରେ ତିନିଟି ରାଇଡ୍‌ ମୋଡ୍‌-ରେନ୍‌, ଅର୍ବାନ୍‌ ଓ ସ୍ପୋର୍ଟସ୍‌ ରହିଛି। ଏକ୍ସ ରିଙ୍ଗ୍‌ ଚେନ୍‌, ୧୨୦ଏମ୍‌ଏମ୍‌ ଚଉଡ଼ା ପଛ ଟାୟାର୍‌, ଗିୟର୍‌ ପୋଜିଶନ୍‌ ଇଣ୍ଡିକେଟର୍‌ ଓ ଟିଭିଏସ୍‌ କନେକ୍ଟ ଆପ୍‌ର ସୁବିଧା ମଧ୍ୟ ରହିଛି। ସେହିପରି ୨୦୨୨ ଟିଭିଏସ୍‌ ଆପାଚି ଆର୍‌ଟିଆର୍‌-୧୮୦ ସିରିଜ୍‌ କଳା ଓ ଧଳା ରଙ୍ଗରେ ଆସୁଥିବା ବେଳେ ୨୦୨୨ ଟିଭିଏସ୍‌ ଆପାଚି ଆର୍‌ଟିଆର-୧୬୦ କଳା, ଧଳା, ଲାଲ, ନୀଳ ଓ ଟି-ଗ୍ରେ ଭଳି ୫ଟି ରଙ୍ଗରେ ଉପଲବ୍ଧ ହୋଇଛି। ଅପରପକ୍ଷରେ ଦିଲ୍ଲୀରେ ଟିଭିଏସ୍‌ ଆପାଚି ଆର୍‌ଟିଆର୍‌-୧୮୦ ଡିସ୍କ ବିଟିର ଦାମ୍‌ ୧,୩୦,୫୯୦ ଟଙ୍କା ଥିବାବେଳେ ଟିଭିଏସ୍‌ ଆପାଚି ଆର୍‌ଟିଆର୍‌-୧୬୦ ଡିସ୍କ ବିଟି ୧,୨୪,୫୯୦ ଟଙ୍କା ଏବଂ ଟିଭିଏସ୍‌ ଆପାଚି ଆରଟିଆର-୧୬୦ ଡିସ୍କର ଦାମ୍‌ ୧,୨୧,୨୯୦ ଟଙ୍କା ଓ ଟିଭିଏସ୍‌ ଆପାଚି ଆର୍‌ଟିଆର୍‌ ୧୬୦ ଡ୍ରମ୍‌ର ଦାମ୍‌ ୧,୧୭,୭୯୦ ଟଙ୍କା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଆଇଟିଆଇଜିଏ ଯୁଗ୍ମ କମିଟିର ୪ର୍ଥ ବୈଠକ

ଭୁବନେଶ୍ୱର,୧୩।୫ (ଅନୁରାଧା ମହାରଣା): ଏଆଇଟିଆଇଜିଏ ଆସିଆନ ଇଣ୍ଡିଆ ଟ୍ରେଡ ଇନ୍‌ ଗୁଡ୍ସ ଏଗ୍ରିମେଣ୍ଟ(ଏଆଇଟିଆଇଜିଏ )ର ସମୀକ୍ଷା ପାଇଁ ଚତୁର୍ଥ ଯୁଗ୍ମ କମିଟି ବୈଠକ ମେ ୭ରୁ...

ଇଣ୍ଡଲ୍‌ଜର ଏକ୍ସକ୍ଲୁସିଭ ଆଉଟଲେଟ

ଭୁବନେଶ୍ୱର,୧୩।୫: ରାଜ୍ୟର ଅଗ୍ରଣୀ ଘରୋଇ ସଂସ୍ଥା ତଥା ବିୟୁଟି ବ୍ରାଣ୍ଡ୍‌ ‘ଇଣ୍ଡଲ୍‌ଜ’ର ୩ଟି ନୂତନ ଏକ୍ସକ୍ଲୂସିଭ ଆଉଟଲେଟ ରବିବାର ଭୁବନେଶ୍ୱରର ଡିଏନ୍‌ ରେଗାଲିଆ ମଲ୍‌, ସମ୍‌...

ବଢ଼ିଲା କୋଇଲା ଆମଦାନୀ

ଭୁବନେଶ୍ୱର,୧3।୫ (ଅନୁରାଧା ମହାରଣା): ୨୦୨୩-୨୪ ଆର୍ଥିକ ବର୍ଷରେ ଭାରତର କୋଇଲା ଆମଦାନୀ ୭.୭% ବୃଦ୍ଧି ହୋଇ ୨୬୮.୨୪ ମେଟ୍ରେିକ୍‌ ଟନ୍‌ (ଏମଟି)ରେ ପହଞ୍ଚିଛି। ବିଟୁବି ଇ-କମର୍ସ...

ହସ୍ତଶିଳ୍ପ ଷ୍ଟଲ୍‌ରେ ପ୍ରବଳ ଭିଡ଼

ଭୁବନେଶ୍ୱର,୧୩।୫: ସନ୍ଧ୍ୟା ହେଲେ ସହରବାସୀ ଭୁବନେଶ୍ୱରର ପ୍ରଦର୍ଶନୀ ପଡ଼ିଆଠାରେ ଆୟୋଜିତ ‘ହ୍ୟାଣ୍ଡଲୁମ୍‌ ଆଣ୍ଡ ହାଣ୍ଡିକ୍ରାଫ୍ଟ ପ୍ରଦର୍ଶନୀ’ରେ ଭିଡ଼ ଜମାଉଛନ୍ତି। ଏପରିକି ଘର ସାଜସଜ୍ଜା ପାଇଁ ସୂକ୍ଷ୍ମ...

ଏକ ଲକ୍ଷ ନୂଆ ନିଯୁକ୍ତି ସୃଷ୍ଟି କରିବ ”ପିଏମ ସୂର୍ଯ୍ୟ ଘର: ମାଗଣା ବିଜୁଳି ଯୋଜନା”

ନୂଆଦିଲ୍ଲୀ,୧୨ା୫: ୧୦ ନିୟୁତ ଘରକୁ ସୌର ପ୍ୟାନେଲ ଯୋଗାଇବାରେ ସାହାଯ୍ୟ କରିବା ପାଇଁ ସରକାର ସୌର ପ୍ୟାନେଲ ସ୍ଥାପନ ଏବଂ ପରିଚାଳନାରେ ପାରଦର୍ଶୀ ଥିବା ୧୦୦,୦୦୦-ଶକ୍ତିଶାଳୀ...

ମହିନ୍ଦ୍ରା ଏକ୍ସୟୁଭି ୩ ଏକ୍ସଓର ଅନାବରଣ

ଭୁବନେଶ୍ୱର,୧୨।୫: ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଲିମିଟେଡ୍‌ର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ‘ଅଲ ନ୍ୟୁ ଦି ଏକ୍ସୟୁଭି ୩ଏକ୍ସଓ’ର ସର୍ବଭାରତୀୟ ଉନ୍ମୋଚନ ନିକଟରେ...

ଆଜି ସରିବ ଲାଲ୍‌ଚାନ୍ଦର ସ୍ବତନ୍ତ୍ର ଅକ୍ଷୟତୃତୀୟା ଅଫର

ଭୁବନେଶ୍ୱର,୧୨।୫ (ଅଭୟ ଦାଶ): ଲାଲ୍‌ଚାନ୍ଦ ଜୁଏଲର୍ସର ସ୍ବତନ୍ତ୍ର ଅକ୍ଷୟ ତୃତୀୟା ଅଫର ରବିବାର ଶେଷ ହେଉଛି। ଏହି ଅଫର ୨୦୨୪ ମେ ୫ରୁ ଆନୁଷ୍ଠାନିକ ଭାବେ...

ଅକ୍ଷୟତୃତୀୟା କାରବାର ଉତ୍ସାହଜନକ

ଭୁବନେଶ୍ୱର,୧୧।୫ (ଅଭୟ ଦାଶ): ପ୍ରତି ବର୍ଷ ଭଳି ଚଳିତ ବର୍ଷର ଅକ୍ଷୟ ତୃତୀୟା କାରବାର ମଧ୍ୟ ବେଶ୍‌ ଉତ୍ସାହଜନକ ରହିଥିଲାବେଳେ ସର୍ବଭାରତୀୟ ସ୍ତରରେ ସୁନା କାରବାର ୧୫ରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri