‘ଉଚ୍ଚମାନର ଖଣିକୁ ନିମ୍ନମାନର ଦର୍ଶାଯାଉଛି’

ଭୁବନେଶ୍ବର,୧୩ା୯(ବ୍ୟୁରୋ):ଓଡ଼ିଶାର ଖଣି ଦୁର୍ନୀତି ‘ଭ୍ରଷ୍ଟାଚାର’ ନୁହେଁ, ଏକ ବିରାଟ ସ୍କାମ୍‌। ରାଜ୍ୟରେ ଥିବା ବିଭିନ୍ନ ଖଣି ଘରୋଇ ମାଲିକାନାରେ ରହିଛି। ଏଥିରୁ ବାହାରୁଥିବା ଉଚ୍ଚମାନର ଲୁହାପଥରକୁ ନିମ୍ନମାନର ବୋଲି ଦର୍ଶାଯାଉଛି, ଯାହାଫଳରେ କୋଟି କୋଟି ଟଙ୍କାର ରାଜସ୍ବ କ୍ଷତି ହେଉଛି। ସରକାରୀ କଳ ଓ ଖଣି ମାଲିକମାନେ ମିଳିମିଶି ଏଭଳି ଷଡ଼ଯନ୍ତ୍ର କରୁଛନ୍ତି। ଉଚ୍ଚମାନର ଲୁହାପଥରକୁ ନିମ୍ନମାନର ଦର୍ଶାଯିବା ଫଳରେ ଜରିମାନା କ୍ଷେତ୍ରରେ ଲକ୍ଷେ ଟନ୍‌ରେ ୪୧ କୋଟି ଟଙ୍କା କ୍ଷତି ହୋଇଥିବା ବେଳେ ୧୦ ଲକ୍ଷ ଟନ୍‌ରେ ୪୧୦ କୋଟି କ୍ଷତି ହୋଇଛି ବୋଲି ଭୁବନେଶ୍ୱର ଏମ୍‌ପି ଅପରାଜିତା ଷଡ଼ଙ୍ଗୀ ଅଭିଯୋଗ କରିଛନ୍ତି।
ଅପରାଜିତା ସୋମବାର ଏକ ଖବରଦାତା ସମ୍ମିଳନୀ ଜରିଆରେ କହିଛନ୍ତି ଯେ, ସେହିପରି ଲମ୍ପ୍ସ କ୍ଷେତ୍ରରେ ଲକ୍ଷେ ଟନ୍‌ରେ ୬୨ କୋଟି ଓ ୧୦ ଲକ୍ଷ ଟନ୍‌ରେ ୬୨୦ କୋଟି ଟଙ୍କା କ୍ଷତି ହୋଇଛି। ନିମ୍ନମାନର ଲୁହାପଥର ଦର୍ଶାଇ ରପ୍ତାନି ହେବାରୁ ଏକ୍ସପୋର୍ଟ ଡ୍ୟୁଟି କମିଛି। ନିମ୍ନମାନର ଉତ୍ପାଦନ ଦ୍ୱାରା ବିକ୍ରି ମୂଲ୍ୟ ମଧ୍ୟ କମିଛି। ୨୦୧୯-୨୦ ଆର୍ଥିକ ବର୍ଷରେ ଯେଉଁ ଖଣିରୁ କମ୍‌ ପରିମାଣର ନିମ୍ନମାନର ଲୁହାପଥର ବାହାରିଥିଲା, ନିଲାମ ପରେ ୨୦୨୧-୨୨ରେ ସେହିସବୁ ଖଣିରୁ ନିମ୍ନମାନର ଲୁହାପଥର ଅଧିକ ପରିମାଣରେ ବାହାରିଲା। ଖଣି ଦୁର୍ନୀତିର ତଦନ୍ତ ପାଇଁ ଶାହା କମିଶନ ଗଠନ ହୋଇଥିଲା। ଶାହା କମିଶନଙ୍କ ରିପୋର୍ଟରୁ ରାଜ୍ୟରେ ୬୫ ହଜାର କୋଟି ଟଙ୍କାର ଭ୍ରଷ୍ଟାଚାର ହୋଇଥିବା ନେଇ ଜଣାପଡ଼ିଥିଲା। ରାଜ୍ୟ ସରକାର ଏନେଇ ଅବଗତ ଥିଲେ, ହେଲେ ଶାହା କମିଶନଙ୍କ ରିପୋର୍ଟକୁ ଗୁରୁତ୍ୱ ଦେଇ ନ ଥିଲେ। ଯଦି ରାଜ୍ୟ ସରକାର ଗୁରୁତ୍ୱ ଦେଇଥାନ୍ତେ, ରାଜ୍ୟର ରାଜସ୍ବ ବଢ଼ିଥାଆନ୍ତା। ୨୦ଟି ଘରୋଇ ଖଣିରେ ଦୁର୍ନୀତି ସମ୍ପର୍କିତ ତଥ୍ୟ ତାଙ୍କ ପାଖରେ ଅଛି ବୋଲି ସେ କହିଛନ୍ତି। ଏହାସହ ୬ଟି ଖଣିରେ ଦୁର୍ନୀତି ସମ୍ପର୍କରେ ତଥ୍ୟ ଦେଇଛି,ବାକି ୧୪ଟି ଖଣିର ଦୁର୍ନୀତି ସମ୍ପର୍କିତ ତଥ୍ୟ ଦେବି ବୋଲି ଅପରାଜିତା କହିଛନ୍ତି। ଅନ୍ୟପକ୍ଷରେ ଅପରାଜିତାଙ୍କ ଅଭିଯୋଗକୁ ଖଣ୍ଡନ କରି ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲିକ କହିଛନ୍ତି, ଖଣି ନିଲାମି ଓ ପରିଚାଳନାରେ ଓଡ଼ିଶା ସାରା ଦେଶରେ ଶ୍ରେଷ୍ଠ ରାଜ୍ୟ ପାଲଟିଛି। ଏଥିପାଇଁ ଓଡ଼ିଶାକୁ ପ୍ରଧାନମନ୍ତ୍ରୀ ଓ ଖଣି ମନ୍ତ୍ରାଳୟ ପ୍ରଶଂସା କରିଛନ୍ତି। ଏବର୍ଷ ଆମେ ୫୦ ହଜାର କୋଟି ଟଙ୍କା ରାଜସ୍ବ ଆଦାୟ କରିଛୁ। ଅପରାଜିତାଙ୍କୁ ଅନୁରୋଧ ସେ ପ୍ରଧାନମନ୍ତ୍ରୀ ଓ ଖଣି ମନ୍ତ୍ରାଳୟକୁ ଏ ବିଷୟରେ ପଚାରନ୍ତୁ ବୋଲି ମନ୍ତ୍ରୀ ମଲିକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜୀବିକା ଆଗରେ ଫିକା ପଡ଼ିଛି ହାଡ଼ଭଙ୍ଗା ଶୀତ, ପନିପରିବା ଧରି ଗ୍ରାହକଙ୍କ ଅପେକ୍ଷାରେ ବ୍ୟବସାୟୀ

ରାଇକିଆ,୨୬ା୧୨(ପ୍ରଦୀପ ବେହେରା): କନ୍ଧମାଳ ଜିଲାରେ ଲାଗି ରହିଛି ହାଡ଼ଭଙ୍ଗା ଶୀତ। କିଛିଦିନ ଧରି କ୍ରମାଗତ ତାପମାତ୍ରା କମ୍‌ ରହିବା ସହ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି।...

ଶୀତ ଲହରି ଜାରି, ଗାଡ଼ି ଚଳାଚଳରେ ବାଧକ ସାଜିଛି କୁହୁଡ଼ି

ଦାରିଙ୍ଗବାଡ଼ି,୨୬ା୧୨(ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିରେ ଶୀତ ଲହରି ଜାରି ରହିଛି। ଶୁକ୍ରବାର ତାପମାତ୍ରା ୬.୫ ଡିଗ୍ରୀ ରହିଛି। ତେବେ କୁହୁଡି ଯୋଗୁ ଶୀତ...

ପୂର୍ବତନ ବିଧାୟିକା ସଞ୍ଚିତା ମହାନ୍ତିଙ୍କ ପରଲୋକ, ୨୦୦୪ ରୁ ୨୦୦୯ ଯାଏଁ ଥିଲେ….

ଭୁବନେଶ୍ବର,୨୬।୧୨:  ପୂର୍ବତନ ବିଧାୟିକାଙ୍କ ପରଲୋକ । କୋରେଇର ପୂର୍ବତନ ବିଧାୟିକା ସଞ୍ଚିତା ମହାନ୍ତିଙ୍କର ଦେହାନ୍ତ ହୋଇଛି । ଭୁବନେଶ୍ବର ସ୍ଥିତ ବାସଭବନରେ ପରଲୋକ ହୋଇଥିବା ସୂଚନା...

ଅଶାଳୀନ ମନ୍ତବ୍ୟ ଦେଲେ ଫ୍ୟାନ୍‌: ସମସ୍ତଙ୍କୁ ଚକିତ କଲା ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପ୍ରତିକ୍ରିୟା

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ୍ ଅଲ୍-ରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସହ ଜଣେ ଫ୍ୟାନ୍‌ଙ୍କ ଅଶାଳୀନ ଆଚରଣର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଖ୍ରୀଷ୍ଟମାସ...

ବଡ଼ଧରଣର ଭିଜିଲାନ୍ସ ରେଡ୍: ଏକକାଳୀନ ଫରେଷ୍ଟରଙ୍କ ୫ଟି ଠିକଣାରେ ଚଢ଼ାଉ

ଭୁବନେଶ୍ୱର,୨୬।୧୨: ଆୟ ବହିର୍ଭୂତ ସମ୍ପତ୍ତି (DA) ଠୁଳ ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସ ବିଭାଗ ପକ୍ଷରୁ ଶୁକ୍ରବାର କୋରାପୁଟ ଫରେଷ୍ଟ ଡିଭିଜନ୍‌ର ଫରେଷ୍ଟର ନିରଞ୍ଜନ ଶତପଥୀଙ୍କର ୫ଟି...

ଐତିହ୍ୟ-ପାରମ୍ପରିକ ଲୋକକଥାର କାହାଣୀ କହେ ଯୋଗୀମଠ ଜଳପ୍ରପାତ, ବିଡିଓ କହିଲେ ରାସ୍ତା ସହ…

ଦାରିଙ୍ଗବାଡ଼ି,୨୬ା୧୨(ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିରେ ଏକାଧିକ ପର୍ଯ୍ୟଟନକ୍ଷେତ୍ର ରହିଛି। ସେଥିମଧ୍ୟରୁ ଯୋଗୀମଠ ଜଳପ୍ରପାତ ଅନ୍ୟତମ। ତେବେ ଯୋଗୀମଠ ଜଳପ୍ରପାତରେ ପହଞ୍ଚିବା ପାଇଁ ସବୁଦିନିଆ...

ମାଲକାନଗିରି ବ୍ଲକ୍ ଜେଇଙ୍କ ଘରେ ଭିଜିଲାନ୍ସ ରେଡ୍‌, ଏକକାଳୀନ ୪ଟି ସ୍ଥାନରେ ଚଢ଼ାଉ

ମାଲକାନଗିରି,୨୬।୧୨: ସକାଳୁ ସକାଳୁ ଭିଜିଲାନ୍ସ ଚଢ଼ାଉ । ମାଲକାନଗିରି ବ୍ଲକ୍ ଜେଇଙ୍କ ଘରେ ଭିଜିଲାନ୍ସ ରେଡ୍‌ କରିଛି । ନିହାର ସରକାରଙ୍କ ନାମରେ ପୂର୍ବରୁ ଦୁର୍ନୀତି...

ଡେଲିଭରୀ କର୍ମଚାରୀଙ୍କ ଦେଶବ୍ୟାପୀ ଧର୍ମଘଟ: ଏହି ଦୁଇଦିନ ହେବ ସେବା ପ୍ରଭାବିତ

ନୂଆଦିଲ୍ଲୀ,୨୬।୧୨: ସ୍ୱିଗି (Swiggy), ଜୋମାଟୋ (Zomato), ଜେପ୍ଟୋ (Zepto), ବ୍ଲିଙ୍କିଟ୍ (Blinkit), ଆମାଜନ (Amazon), ଫ୍ଲିପକାର୍ଟ (Flipkart) ସମେତ ବିଭିନ୍ନ ଇ-କମର୍ସ ଏବଂ ଫୁଡ୍ ଡେଲିଭରୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri