କାଠଚୁଲି ଭରସାରେ ୮୨ ବିଦ୍ୟାଳୟ

ସୋନପୁର,୮।୯(ନି.ପ୍ର.): ଛାତ୍ରୀଛାତ୍ରଙ୍କୁ ପାଠପଢା ପ୍ରତି ଆକୃଷ୍ଟ କରିବା ସହିତ ସ୍କୁଲରେ ଉପସ୍ଥାପନ ବୃଦ୍ଧି ପାଇବା ଉଦ୍ଦେଶ୍ୟରେ ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା ହୋଇଛି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହଭାଗିତାରେ ଚାଲିଥିବା ଏହି ଯୋଜନାରେ ଛାତ୍ରୀଛାତ୍ରଙ୍କୁ ଗରମ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଉଛି। ତେବେ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତି ପାଇଁ ସରକାର ସମସ୍ତ ବିଦ୍ୟାଳୟରେ ଗ୍ୟାସ ସଂଯୋଗକୁ ଗୁରୁତ୍ୱ ଦେଉଛନ୍ତି। ଗତ ୩ ବର୍ଷ ପୂର୍ବରୁ ଏ ନେଇ ସରକାରୀ ନିର୍ଦ୍ଦେଶ ଆସିଛି। କିନ୍ତୁ ଏବେ ବି ରାଜ୍ୟରେ ଅନେକ ବିଦ୍ୟାଳୟରେ କାଠ ଚୁଲିରେ ପ୍ରସ୍ତୁତ ହେଉଛି ମଧ୍ୟାହ୍ନ ଭୋଜନ।

ସୁବର୍ଣ୍ଣପୁର ଜିଲାରେ ମୋଟ ୮୧୧ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା କରା ଯାଇଥିବା ବେଳେ ସେଥିରୁ ୭୨୯ ବିଦ୍ୟାଳୟରେ ଇନ୍ଧନ ଗ୍ୟାସ ରହିଛି। ବାକି ୮୨ଟି ବିଦ୍ୟାଳୟରେ କାଠ ଚୁଲିରେ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ ହେଉଛି। ଉଲୁଣ୍ଡା ବ୍ଲକରେ ସର୍ବାଧିକ ୩୫ ବିଦ୍ୟାଳୟରେ ଗ୍ୟାସ ନାହିଁ। ସେହିପରି ତରଭା ବ୍ଲକରେ ୧୭, ବୀରମହାରାଜପୁର ବ୍ଲକରେ ୧୭, ବିନିକାରେ ୮, ସୋନପୁରରେ ୩ ଓ ଡୁଙ୍ଗୁରିପାଲି ବ୍ଲକରେ ୨ଟି ବ୍ଲକରେ ଗ୍ୟାସ ନଥିବା ଜଣାପଡିଛି। ଏମିତିକି ଯେଉଁ ବିଦ୍ୟାଳୟରେ ଇନ୍ଧନ ଗ୍ୟାସ୍‌ ସଂଯୋଗ ଅଛି ଅଧିକ ଖର୍ଚ୍ଚ ଦର୍ଶାଇ ସେଠାରେ ଗ୍ୟାସ ବ୍ୟବହାର କରା ଯାଉନାହିଁ। ବିଶେଷ କରି ଗ୍ରାମାଞ୍ଚଳରେ ଓ ଜଙ୍ଗଲ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ରହିଥିବା ସ୍କୁଲଗୁଡିକରେ ଗ୍ୟାସ୍‌ ବଦଳରେ ବିଦ୍ୟାଳୟ ପରିସରରେ ଥିବା ଗଛ ଓ ଅନ୍ୟ ସ୍ଥାନରୁ କାଠ ସଂଗ୍ରହ କରାଯାଇ ରୋଷେଇ କରାଯାଉଛି। କେତେକ ବିଦ୍ୟାଳୟରେ ଛାତ୍ରୀଛାତ୍ରଙ୍କୁ ଘରୁ କାଠ ଆଣିବା ପାଇଁ କୁହାଯାଉଛି। ସରକାର ମଧ୍ୟାହ୍ନ ଭୋଜନ ପାଇଁ ଯେତିକି ଟଙ୍କା ଦେଉଛନ୍ତି ତାହା ନିଅଣ୍ଟ ପଡୁଛି। ଇନ୍ଧନ ଗ୍ୟାସ ଦର ବୃଦ୍ଧି ପାଇଁ ୧୦୮୨ ଟଙ୍କା ପହଞ୍ଚତ୍ଛି। ସେହିପରି ଡାଲି, ଅଣ୍ଡା ଓ ଅନ୍ୟାନ୍ୟ ସାମଗ୍ରୀର ଦର ଅହେତୁକ ବୃଦ୍ଧି ପାଇଛି। ପ୍ରଥମରୁ ପଞ୍ଚମ ଶ୍ରେଣୀ ଛାତ୍ରୀଛାତ୍ରଙ୍କ ମଧ୍ୟାହ୍ନ ଭୋଜନ ବାବଦରେ ସରକାର ପ୍ରତ୍ୟହ ୫ଟଙ୍କା ୪୨ ପଇସା ଦେଉଥିବା ବେଳେ ଷଷ୍ଠରୁ ଅଷ୍ଟମ ଶ୍ରେଣୀ ଛାତ୍ରୀଛାତ୍ରଙ୍କ ପାଇଁ ୮ଟଙ୍କା ୧୦ପଇସା ଦେଉଛନ୍ତି। ଏତିକି ଟଙ୍କାରେ ପିଲାଙ୍କୁ ପୋଷଣଯୁକ୍ତ ଖାଦ୍ୟ ଦେବା ସମ୍ଭବପର ହେଉନାହିଁ ବୋଲି ଏକ ବିଦ୍ୟାଳୟର ପ୍ରଧାନଶିକ୍ଷକ ନିଜ ନାମ ଗୋପନ ରଖି କହିଛନ୍ତି। ବିଭାଗୀୟ ଅଧିକାରୀଙ୍କ ସୂଚନା ଅନୁସାରେ, ୪୦ରୁ ଅଧିକ ଛାତ୍ରୀଛାତ୍ର ଥିବା ବିଦ୍ୟାଳୟରେ ଗ୍ୟାସ ସଂଯୋଗ ଦେଇଥିବା ବେଳେ ଏହାଠୁ କମ୍‌ ଛାତ୍ରୀଛାତ୍ର ଥିବା କେତେକ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ପାଇଁ ଇନ୍ଧନ ଗ୍ୟାସ ସୁବିଧା ନାହିଁ।

ଅନ୍ୟପକ୍ଷେ ମଧ୍ୟାହ୍ନ ଭୋଜନ ନାଁରେ ହରିଲୁଟ ଚାଲିଛି। ଏ କଥାକୁ କିଛି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସ୍ବୀକାର ମଧ୍ୟ କରିଛନ୍ତି। ସରକାର ମଧ୍ୟାହ୍ନ ଭୋଜନ ବାବଦକୁ ଯେଉଁ ଟଙ୍କା ଦେଉଛନ୍ତି, ସେଥିରେ ଅଧିକ ଟଙ୍କାରେ ଇନ୍ଧନ ଗ୍ୟାସ ବ୍ୟବହାର କରିବା ସମ୍ଭବ ନୁହେଁ। ଯେଉଁ ସ୍କୁଲରେ ଗ୍ୟାସ ବ୍ୟବହାର କରାଯାଉଛି, ସେଠି ଖର୍ଚ୍ଚ ଭରଣା ପାଇଁ ଅଧିକ ଛାତ୍ରୀଛାତ୍ରଙ୍କ ଉପସ୍ଥାନ ଦର୍ଶାଯାଉଛି। ବିଦ୍ୟାଳୟ ପିଛା ୫୦ କିଲୋ ଚାଉଳ ଯୋଗାଣ ହେଉଥିବା କୁହା ଯାଉଥିଲେ ମଧ୍ୟ ଅଖା ବ୍ୟାଗ୍‌ରେ ଓଜନ କମ୍‌ ରହୁଛି। ଅନେକ ବିଦ୍ୟାଳୟରେ ଶତପ୍ରତିଶତ ଉପସ୍ଥାନ ନଥିଲେ ମଧ୍ୟ ସମ୍ପୂର୍ଣ୍ଣ ଉପସ୍ଥାନ ପକାଇ ମଧ୍ୟାହ୍ନ ଭୋଜନ ଟଙ୍କାକୁ ଭାଗବଣ୍ଟା କରାଯାଉଛି। ଏ ନେଇ ନିୟମିତ ଯାଞ୍ଚ ବଦଳରେ କାଁ ଭାଁ କେମିତି କାମଚଳା ତଦାରଖ ହେଉଛି। କରୋନା ସମୟରେ ସରକାର ପିଲାଙ୍କ ଅଭିଭାବକଙ୍କ ଆକାଉଣ୍ଟକୁ ମଧ୍ୟାହ୍ନ ଭୋଜନ ବାବଦ ଟଙ୍କା ପ୍ରଦାନ କରୁଥିଲେ। ଏଥିରେ ସ୍ବଚ୍ଛତା ରହୁଥିଲା ଏବଂ ସବୁ ଛାତ୍ରୀଛାତ୍ର ଟଙ୍କା ପାଉଥିଲେ। ତେବେ ସରକାର ଏବେ ପୂର୍ବଭଳି ରନ୍ଧାଖାଦ୍ୟକୁ ଗୁରୁତ୍ୱ ଦେଇ ବାଟମାରଣରାର ବାଟ ଖୋଲି ଦେଇଥିବା ଆଲୋଚନା ହେଉଛି। ଏ ସମ୍ପର୍କରେ ସୁବର୍ଣ୍ଣପୁର ଜିଲା ଶିକ୍ଷା ଅଧିକାରୀ ଲକ୍ଷ୍ମଣ କୁମାର ଭୋଇ କୁହନ୍ତି ଜିଲାର ସମସ୍ତ ବିଦ୍ୟାଳୟକୁ ଶୀଘ୍ର ଇନ୍ଧନ ଗ୍ୟାସ ପ୍ରଦାନ କରାଯିବ। ସେହିପରି ମଧ୍ୟାହ୍ନ ଭୋଜନର ମାନ ଓ ପିଲାଙ୍କ ଉପସ୍ଥାନ ଯାଞ୍ଚ ପାଇଁ ବିଇଓ, ଏବିଇଓ ଓ ସମ୍ପୃକ୍ତ ଅଞ୍ଚଳର ସିଆରସିସିଙ୍କୁ ନିର୍ଦ୍ଦେଶ ଦିଆଯିବ ବୋଲି କହିଛନ୍ତି।
ରିପୋର୍ଟ-ମୃତ୍ୟୁଞ୍ଜୟ ଶତପଥୀ, ସୋନପୁର।


Enter your email to get our daily news in your inbox.

All Right Reserved By Dharitri.Com

୭ ସରକାରୀ ମେଡିକାଲ କଲେଜରେ ନିର୍ମାଣ ହେବ ରୋଗୀ ସମ୍ପର୍କୀୟଙ୍କ ପାଇଁ ବିଶ୍ରାମାଗାର: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୩।୧୨: ରାଜ୍ୟର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏକ ବଡ଼ ପଦକ୍ଷେପ ସ୍ୱରୂପ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର...

ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା: ପାଖରେ ପଡ଼ିଛି ମୋବାଇଲ, ବ୍ୟାଗ୍‌; ମିଳିନି ପରିଚୟ…

ଛତ୍ରପୁର, ୨୩।୧୨(ଦିଲ୍ଲୀପ ସାମଲ): ବିଶାଖାପାଟଣାରୁ ଭୁବନେଶ୍ୱର ଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ମୃତକଙ୍କ ପରିଚୟ ଜଣା ପଡ଼ିନାହିଁ।...

SCBରେ ନିର୍ମାଣ ହେବ ୧୭ ମହଲା ବିଶିଷ୍ଟ ମଲ୍‌ଟି ଲେଭଲ୍ ପାର୍କିଂ

ଭୁବନେଶ୍ୱର,୨୩।୧୨: ରାଜ୍ୟର ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ଲୋକସେବା ଭବନଠାରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର...

ମହାନଦୀ ଜଳ ବିବାଦର ସମାଧାନ ପାଇଁ ତତ୍ପରତା: ଆନ୍ତଃ-ମନ୍ତ୍ରିସ୍ତରୀୟ କମିଟିର ପ୍ରଥମ ବୈଠକ ଅନୁଷ୍ଠିତ

ଭୁବନେଶ୍ୱର,୨୩।୧୨: ମହାନଦୀ ଜଳ ବିବାଦର ସୌହାର୍ଦ୍ଦ୍ୟପୂର୍ଣ୍ଣ ସମାଧାନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଗଠିତ ଆନ୍ତଃ-ମନ୍ତ୍ରିସ୍ତରୀୟ କମିଟିର ପ୍ରଥମ ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱରସ୍ଥିତ...

ଶିଶୁ ମନ୍ଦିରର ରୋପ୍ୟ ଜୟନ୍ତୀ ସମାରୋହ: ବାର୍ଷିକ ମୁଖପତ୍ର ‘ଆହ୍ବାନ’କୁ ଉନ୍ମୋଚନ କଲେ ବିଧାୟକ

ଦିଗପହଣ୍ଡି,୨୩।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ୨୫ ତମ ପ୍ରତିଷ୍ଠା ଦିବସ ଅବସରରେ ମଙ୍ଗଳବାର ସଂଧ୍ୟାରେ ଆୟୋଜିତ ରୌପ୍ୟ ଜୟନ୍ତୀ...

ମଦ୍ୟପଙ୍କୁ ତାରାତାରିଣୀ ମନ୍ଦିର ମନା: ଏଣିକି ମୋବାଇଲ ସହ ଫଟୋ ଉଠାକୁ ବାରଣ; ପ୍ରଶାସନିକ ବୈଠକରେ… 

ପୁରୁଷୋତ୍ତମପୁର,୨୩।୧୨ (ସବିତା ମିଶ୍ର): ବର୍ତ୍ତମାନ ପର୍ଯ୍ୟଟନର ଋତୁ ଚାଲିଥିବାବେଳେ ଆଉ କିଛି ଦିନ ପରେ ଆସୁଛି ନୂଆବର୍ଷ। ଏହି ଅବସରରେ ଗଞ୍ଜାମ ଜିଲାର ଅଧିଷ୍ଠାତ୍ରୀ ଦେବୀ...

ଦିଗପହଣ୍ଡିରେ ଖୋଲିଲା ଧାନମଣ୍ଡି: ଜିଲାପାଳ କଲେ ଶୁଭାରମ୍ଭ, ବିଧାୟକ ଯୋଗଦେଇ…

ଦିଗପହଣ୍ଡି,୨୩।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାପାଳ ଭି.କୀର୍ତ୍ତି ଭାସନ ମଙ୍ଗଳବାର ଦିଗପହଣ୍ଡି ବ୍ଳକ ଫାସିଗୁଡା ଗ୍ରାମ ପ୍ରାଥମିକ ସେବା ସମବାୟ ସମିତି କାର୍ଯ୍ୟାଳୟ ପରିସରରେ ପହଞ୍ଚି...

ଦିନକ ପରେ ବଡ଼ଦିନ: ପୋଲିସର ଫ୍ଲାଗ ମାର୍ଚ୍ଚ, ପାଟ୍ରୋଲିଂ ବ୍ୟବସ୍ଥା କଡ଼ାକଡି

ବାଲିଗୁଡ଼ା,୨୩।୧୨:(ସଞ୍ଜୟ କୁମାର ପାଣିଗ୍ରାହୀ): ଆଉ ଦିନକ ପରେ ବଡଦିନ ପର୍ବ। ଏହାକୁ ଦୃଷ୍ଟିରେ ରଖି କନ୍ଧମାଳ ଜିଲା ବାଲିଗୁଡ଼ା ଉପଖଣ୍ଡ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri