Posted inଜାତୀୟ

‘କଂଗ୍ରେସ ପାଇଁ ଐତିହାସିକ ମୁହୂର୍ତ୍ତ’

ନୂଆଦିଲ୍ଲୀ,୭।୯: କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ବୁଧବାର ‘ଭାରତ ଯୋଡ ଯାତ୍ରା’କୁ ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା ବୋଲି ବର୍ଣ୍ଣନା କରିଛନ୍ତି। ବୁଧବାର କଂଗ୍ରେସ ପକ୍ଷରୁ ‘ଭାରତ ଯୋଡ ଯାତ୍ରା’ କନ୍ୟାକୁମାରୀରୁ ଆରମ୍ଭ ହୋଇଛି। ଏହି ଅବସରରେ ସୋନିଆ ଗାନ୍ଧୀ ଏକ ଭାବପ୍ରବଣ ଚିଠି ଲେଖି ଯାତ୍ରାକୁ ସମ୍ବୋଧିତ କରିଥିଲେ।
ସୋନିଆ କର୍ମୀମାନଙ୍କୁ ସମ୍ବୋଧନ କରି କହିଛନ୍ତି, ମୁଁ ଚାଲିଥିବା ଡାକ୍ତରୀ ଚିକିତ୍ସା ଯୋଗୁ ଆପଣଙ୍କ ସହ ଯୋଗଦେଇପାରିନାହିଁ। ଏଥିପାଇଁ ମୁଁ ଦୁଃଖିତ। ମହାନ ଦଳ କଂଗ୍ରେସ ପାଇଁ ଏହା ଏକ ଐତିହାସିକ ସମୟ। ମୋର ବିଶ୍ୱାସ ଅଛି, ଏହାଦ୍ୱାରା ଆମ ଦଳର ସଂଗଠନ ଆହୁରି ମଜଭୁତ ହେବ। ଏହି ଯାତ୍ରା ଭରତୀୟ ରାଜନୀତିରେ ପରିବର୍ତ୍ତନଶୀଳ ମୁହୂର୍ତ୍ତ।
ଏହାସହ ସୋନିଆ ପଦଯାତ୍ରାରେ ସାମିଲ ୧୨୦ଜଣ ଦଳୀୟ ସହକର୍ମୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ବିଭିନ୍ନ ରାଜ୍ୟରେ ଏହି ପଦଯାତ୍ରାରେ ଯୋଗଦେବାକୁ ଆହୁରି ଶହ ହଜାର ହଜାର ଲୋକ ଯୋଗଦେବେ ବୋଲି କହିଛନ୍ତି।
ଯୋଜନା ଅନୁଯାୟୀ, ଏହି ପଦଯାତ୍ରା ଦୁଇଟି ସିଫ୍ଟରେ ଚାଲିବ। ଏହି ଯାତ୍ରା ପ୍ରଥମ ସିଫ୍ଟରେ ସକାଳ ୧୦.୩୦ରେ ଏବଂ ଅପରାହ୍ନ ୩.୩୦ରେ ଆରମ୍ଭ ହେବ। ପ୍ରତିଦିନ ୨୨ ରୁ ୨୩ କିଲୋମିଟର ଦୂରତା ଅତିକ୍ରମ କରିବାର କାର୍ଯ୍ୟକ୍ରମ ରହିଛି। ବିଭିନ୍ନ ରାଜ୍ୟରୁ ପ୍ରତିନିଧିତ୍ୱ କରୁଥିବା ୧୨୦ଭ କଂଗ୍ରେସ ନେତା ଏହି ଯାତ୍ରାରେ ଅଂଶଗ୍ରହଣ କରିବେ। କଂଗ୍ରେସ କର୍ମୀମାନେ ମଧ୍ୟ ସେଠାରେ ପଦଯାତ୍ରା କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ହଷ୍ଟେଲ ଖାଦ୍ୟରେ ଝିଟିପିଟିି: ୫ ଛାତ୍ରୀ ଅସୁସ୍ଥ

ବନ୍ଧୁଗାଁ,୧୩ା୧୨(ବେଣୁଧର ଲାବାଲା)- କୋରାପୁଟ ଜିଲା ବନ୍ଧୁଗାଁ ବ୍ଲକ ସଦର ପଞ୍ଚାୟତ ବାଉଁଶପୁଟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ହଷ୍ଟେଲରେ ଝିଟିପିଟି ପଡ଼ିଥିବା ଭାତ ଖାଇ ୫...

ମାଓବାଦୀ ବିରୋଧୀ ଅଭିଯାନ: ୯୨ କୋଟିର ସମ୍ପତ୍ତି ଜବତ

ନୂଆଦଲ୍ଲୀ,୧୩ା୧୨: ଦେଶରେ ମାଓବାଦୀ ବିରୋଧୀ ଅଭିଯାନ ବେଳେ ୯୨ କୋଟି ଟଙ୍କାର ସମ୍ପତ୍ତି ଜବତ ହୋଇଛି। ବିଭିନ୍ନ ସୁରକ୍ଷା ଏଜେନ୍ସି ମିଳିତ ଚଢ଼ାଉ ଫଳରେ ମାଓବାଦୀମାନଙ୍କ...

ମହାନଦୀ ସଙ୍କଟ: ସ୍ପଷ୍ଟୀକରଣ ମାଗିଲେ ପ୍ରସନ୍ନ ଆଚାର୍ଯ୍ୟ

ବରଗଡ଼,୧୩ା୧୨(ପ୍ରେମାନନ୍ଦ ଖମାରୀ): ମହାନଦୀ ଜଳ ବିବାଦ ତଥା ମହାନଦୀ ସଙ୍କଟକୁ ନେଇ ବିଜେଡ଼ି ପୁଣି ରାଜ୍ୟ, କେନ୍ଦ୍ର ସରକାରକୁ ଘେରିବା ଆରମ୍ଭ କରିଛି। ଓଡ଼ିଶା ଏବଂ...

ପୂର୍ବତନ ବାୟୁସେନା ଅଧିକାରୀ ଗିରଫ

ଗୁଆହାଟୀ,୧୩ା୧୨: ପାକିସ୍ତାନ ଗୁପ୍ତଚରଗିରି ନେଟ୍‌ଓ୍ବର୍କ ସହ ସମ୍ପୃକ୍ତି ଅଭିଯୋଗରେ ଭାରତୀୟ ବାୟୁସେନାର ଜଣେ ଅବସରପ୍ରାପ୍ତ ଅଫିସରଙ୍କୁ ଆସାମ ପୋଲିସ ଗିରଫ କରିଛି। ଅଭିଯୁକ୍ତ କୁଳେନ୍ଦ୍ର ଶର୍ମାଙ୍କ...

ବୃଦ୍ଧଙ୍କୁ ନଦୀପଠାରେ ହତ୍ୟା ଘଟଣା: ଜେଲ୍‌ ଗଲେ ମହିଳା ଅଭିଯୁକ୍ତ

ଦିଗପହଣ୍ଡି,୧୩ା୧୨(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ନୂଆପଡ଼ା ଗ୍ରାମ ନିକଟ ବାହୁଦା ନଦୀପଠାରେ ଗ୍ରାମର ବୃଦ୍ଧ ନାରାୟଣ ପ୍ରଧାନ(୬୧)ଙ୍କୁ ହତ୍ୟା ଘଟଣାରେ ତଦନ୍ତକାରୀ...

ରିକି କେଜ୍‌ଙ୍କ ଘରୁ ଚୋରି: ଅଭିଯୁକ୍ତଙ୍କୁ ଚିହ୍ନଟ କରିବାରେ ସହାୟତା କରିବାକୁ ନିବେଦନ

ବେଙ୍ଗାଲୁରୁ,୧୩ା୧୨: ଗ୍ରାମୀ ପୁରସ୍କାର ବିଜେତା ତଥା ବିଶିଷ୍ଟ ସଙ୍ଗୀତଜ୍ଞ ରିକି କେଜ୍‌ଙ୍କ ଘରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଘରୁ ଏକ ସମ୍ପ୍‌ କଭର ଚୋରି...

ହାଡ଼ଭଙ୍ଗା ଶୀତରେ ଥରୁଛି ଥୁଆମୂଳ ରାମପୁର: ନିଆଁ ଭରସାରେ ଦୁର୍ଗମବାସୀ

ଥୁଆମୂଳ ରାମପୁର,୧୩ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାରେ କିଛିଦିନ ଧରି ପାରଦ ଖସିବାରେ ଲାଗିଛି। ଦୁର୍ଗମ ଅଞ୍ଚଳ ଥୁଆମୂଳ ରାମପୁର ବ୍ଲକ ଅଞ୍ଚଳରେ ମଧ୍ୟ ପାରଦ ୫ରୁ...

ମଣ୍ଡିରୁ ଉଠୁନି ଧାନ: ବଢୁଛି ଚାଷୀ ଅସନ୍ତୋଷ

ନୂଆପଡ଼ା,୧୨ା୧୨(ମକାରୁ ବେମାଲ): ନୂଆପଡ଼ା ଜିଲାରେ ମଣ୍ଡି ଆରମ୍ଭର ୧୦ ଦିନ ବିତିଯାଇଥିଲେ ମଧ୍ୟ କୌଣସି ମଣ୍ଡିରେ ଧାନ ଉଠା ନ ଯିବା ନେଇ ଶୁକ୍ରବାର ନୂଆପଡା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri