ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରୁ ମିଳିଲାନି ନିଃଶୁଳ୍କ ଔଷଧ

ଢେଙ୍କାନାଳ ଅଫିସ, ୭।୯: ସରକାରୀ ଡାକ୍ତରଖାନାରେ ଯୋଗାଇ ଦିଆଯାଉଛି ନିଃଶୁଳ୍କ ଔଷଧ। ସାଧାରଣ ଥଣ୍ଡା, ଜ୍ୱରଠାରୁ ଆରମ୍ଭ କରି ଦୁର୍ଘଟଣାଗ୍ରସ୍ତ ରୋଗୀ ଯେପରି ଉତ୍ତମ ଚିକିତ୍ସା ସୁବିଧା ପାଆନ୍ତି, ସେଥିଲାଗି କରାଯାଇଛି ସମସ୍ତ ବ୍ୟବସ୍ଥା। ହେଲେ ଗ୍ରାମଞ୍ଚଳର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଲୋକଙ୍କ ସରଳତାର ସୁଯୋଗ ନେଇ ରୋଗୀଙ୍କୁ ଶୋଷଣ କରାଯାଉଛି। ନିଃଶୁଳ୍କ ଔଷଧ ଦେବା ପରିବର୍ତ୍ତେ ବାହାରୁ ଟଙ୍କା ଦେଇ କିଣିବାକୁ ବାଧ୍ୟ କରାଯାଉଛି। ଢେଙ୍କାନାଳ ଜିଲା ଗଁଦିଆ ବ୍ଲକ ଶ୍ରୀରାମଚନ୍ଦ୍ରପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରୁ ଆସିଛି ଏଭଳି ଏକ ଅଭିଯୋଗ। ଜଣେ ଦୁର୍ଘଟଣାଗ୍ରସ୍ତ ଶ୍ରବଣବାଧିତ ଦିବ୍ୟାଙ୍ଗ ରୋଗୀଙ୍କୁ ମେଡିକାଲକୁ ଯୋଗାଣ ହେଉଥିବା ଔଷଧ ପ୍ରଦାନ କରିବା ପରିବର୍ତ୍ତେ ବାହାରୁ କିଣିବାକୁ ବାଧ୍ୟ କରାଯାଇଛି। ଡାକ୍ତର ଲେଖିଥିବା ୯୨୦ ଟଙ୍କାର ଔଷଧ କିଣିବା ପାଇଁ ଉକ୍ତ ଗରିବ ଦିନ ମଜୁରିଆ ଦିବ୍ୟାଙ୍ଗଙ୍କୁ ଜଣେ ଜନପ୍ରତିନିଧିଙ୍କ ସହାୟତା ଲୋଡ଼ିବାକୁ ପଡ଼ିଥିବାବେଳେ ଏହି ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି।
ଅଭିଯୋଗ ଅନୁଯାୟୀ, ଗଁଦିଆ ବ୍ଲକ ବିଧାରପୁର ପଞ୍ଚୟତ ବାଇଶିଅଁା ଗ୍ରାମ ଶବର ସାହିର ଦିନ ମଜୁରିଆ ତଥା ଦିବ୍ୟାଙ୍ଗ ବିରଞ୍ଚତ୍ ଦେହୁରୀ ମଙ୍ଗଳବାର ଅପରାହ୍ନରେ କାମସାରି ସାଇକେଲରେ ଘରକୁ ଫେରୁଥିଲେ। ନାଗେନା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ନିକଟରେ ଏକ ବାଇକ୍‌ ଧକ୍କା ଦେବାରୁ ତାଙ୍କ ମୁଣ୍ଡ ଫାଟି ଯାଇଥିଲା। ରାସ୍ତାରେ ଯାଉଥିବା ଜଣେ ଯାତ୍ରୀ ତାଙ୍କୁ ଉଦ୍ଧାର କରି ଶ୍ରୀରାମଚନ୍ଦ୍ରପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସ୍ବାସ୍ଥ୍ୟକେନ୍ଦ୍ରର ଜଣେ କର୍ମଚାରୀ ତାଙ୍କର ଡ୍ରେସିଂ କରିବା ପରେ ତାଲିକା ଧରାଇ ଦେଇ ବାହାରୁ ମେଡିସିନ କିଣି ଆଣିବାକୁ କରିଥିଲେ। ଔଷଧ ମୂଲ୍ୟ ୯୨୦ ଟଙ୍କା ହୋଇଥିବାବେଳେ ବିରଞ୍ଚତ୍ଙ୍କ ପାଖରେ ଆବଶ୍ୟକ ଅର୍ଥ ନ ଥିଲା। ସେ ନିଜ ଅସହାୟତା ସମ୍ପର୍କରେ ପୂର୍ବତନ ବିଧାୟକ ନବୀନ ନନ୍ଦଙ୍କୁ ଜଣାଇଥିଲେ। ବିଧାୟକଙ୍କ ହସ୍ତକ୍ଷେପ କରିବା ପରେ ସେ ମେଡିସିନ କିଣି ଆଣିଥିଲେ। ଏ ସଂକ୍ରାନ୍ତରେ ପୂର୍ବତନ ବିଧାୟକ ନନ୍ଦ ଜିଲାପାଳ, ସିଡିଏମ୍‌ଓଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ଗରିବ ରୋଗୀଙ୍କୁ କରାଯାଉଥିବା ଏଭଳି ଶୋଷଣକୁ ନେଇ ଉଦ୍‌ବେଗ ବ୍ୟକ୍ତ କରିଛନ୍ତି। ତେବେ ଏହା କେବଳ ଗୋଟିଏ ଘଟଣା ନୁହେଁ। କିଛିଦିନ ତଳେ ବ୍ଲକ ଅଧୀନ କାଶୀପୁର ପଞ୍ଚାୟତ ଲହଡ଼ା ଗ୍ରାମର ଜଣେ ମହିଳାଙ୍କ ଦେହରେ ଗରମ ପେଯ ପଡ଼ିଯିବାରୁ ସେ ଉକ୍ତ ସ୍ବାସ୍ଥ୍ୟକେନ୍ଦ୍ରକୁ ଆସିଥିଲେ। ତାଙ୍କୁ ମଧ୍ୟ ବାହାରୁ ଔଷଧ ଅଣାଯିବାକୁ କୁହାଯାଇଥିବା ଅଭିଯୋଗ ହୋଇଛି, ଯାହା ତଦନ୍ତ ସାପେକ୍ଷ।
ଏ ନେଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଦାୟିତ୍ୱରେ ଥିବା ଡା. ସ୍ଥିତପ୍ରଜ୍ଞ ମହାନ୍ତି କୁହନ୍ତି, କେଉଁ ସମୟରେ ଆହତ ବ୍ୟକ୍ତି ଜଣକ ସ୍ବାସ୍ଥ୍ୟକେନ୍ଦ୍ରକୁ ଆସିଥିଲେ, ତାହା ଜାଣିବା ଦରକାର। ସ୍ବାସ୍ଥ୍ୟକେନ୍ଦ୍ରର ପ୍ରେସ୍‌କ୍ରିପ୍‌ସନରେ ମେଡିସିନ ଆଣିବା ପାଇଁ ଲେଖା ହୋଇଛି ନା ସାଦା କାଗଜରେ ଆଣିବାକୁ ଲେଖା ହୋଇଛି, ତାହା ଦେଖିବା ପରେ ଯାହା କରାଯାଇପାରିବ ବୋଲି ସେ କହିଛନ୍ତି। ସିଡିଏମ୍‌ଓ ଡ. ଅଶୋକ କୁମାର ଦାଶ କୁହନ୍ତି, ଦିବ୍ୟାଙ୍ଗ ବ୍ୟକ୍ତି ଏବଂ ତାଙ୍କୁ ଡାକ୍ତରଖାନାକୁ ଆଣିଥିବା ବ୍ୟକ୍ତି ଏ ବିଷୟରେ ଆମକୁ ଜଣାଇବା କଥା। ‘ମୋ ସରକାର’ ବ୍ୟବସ୍ଥାରେ ଡାକ୍ତରଖାନାରେ ଅଧିକାଂଶ ଔଷଧ ମାଗଣାରେ ଯୋଗାଇ ଦିଆଯାଉଛି। ପୂର୍ବତନ ବିଧାୟକଙ୍କ ଅଭିଯୋଗ ସଂକ୍ରାନ୍ତ ମେସେଜ୍‌ ମିଳିଛି। ଘଟଣା କ’ଣ ହୋଇଛି ପଚାରି ବୁଝାଯିବ ବୋଲି ସେ କହିଛନ୍ତି।
ଉଲ୍ଲେଖଯୋଗ୍ୟ, ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିଙ୍କୁ ମେଡିକାଲରେ ତୁରନ୍ତ ଚିକିତ୍ସା ସୁବିଧା ଯୋଗାଇ ଦେବା ସହ ନିଃଶୁଳ୍କ ଔଷଧ ପ୍ରଦାନ କରାଯିବାର ନିୟମ ରହିଛି। ସମସ୍ୟା ଗମ୍ଭୀର ଥିଲେ ତୁରନ୍ତ ଜିଲା ଚିକିତ୍ସାଳୟକୁ ଆମ୍ବୁଲାନ୍ସରେ ପଠାଇବା ନିର୍ଦ୍ଦେଶ ରହିଛି। ତେବେ ଦିନ ମଜୁରିଆ ବିରଞ୍ଚତ୍ଙ୍କୁ କିଏ ଏବଂ କାହିଁକି ବାହାରୁ ମେଡିସିନ ଆଣିବାକୁ ପରାମର୍ଶ ଦେଲେ, ତାହା ତଦନ୍ତ ସାପେକ୍ଷ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ପାଇଁ ପ୍ରଚାର କରି ଅଙ୍ଗନୱାଡି ସହାୟିକା ବହିଷ୍କୃତ

ନୟାଗଡ଼,୧।୫(ଲୋକନାଥ ମିଶ):ଭାଜପା ପାଇଁ ପ୍ରଚାର କରି ନୟାଗଡ଼ ଜିଲା ଓଡ଼ଗଁା ବ୍ଲକ୍‌ ରୋହିବାଙ୍କ ପଞ୍ଚାୟତ ଭଗବତୀପ୍ରସାଦ ଅଙ୍ଗନୱାଡ଼ି କେନ୍ଦ୍ରର ସହାୟିକାଙ୍କ ଚାକିରି ଯାଇଛି। ନିର୍ବାଚନ ଆଚରଣ...

ସମାଜ ଗଠନରେ ଶ୍ରମିକଙ୍କ ତ୍ୟାଗ ଅନୁଳନୀୟ

ଭଦ୍ରକ,୧।୫(ସନାତନ ରାଉତ): ଭଦ୍ରକ ବରପଦା ଇଞ୍ଜିନିୟରିଂ କଲେଜ କର୍ମଚାରୀମାନେ ବୁଧବାର ଶ୍ରମିକ ଦିବସ ପାଳନ କରିଛନ୍ତି l କର୍ମଚାରୀ ସଂଗଠନର ୪୧ତମ ଶ୍ରମିକ ଦିବସ ପାଳନ...

ନାମାଙ୍କନ ପତ୍ର ଦାଖଲ କଲେ ବିଜେଡି ପ୍ରାର୍ଥୀ ମୀନା ମାଝି

କେନ୍ଦୁଝର,୧।୫(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀ ମୀନା ମାଝି ଆଜି ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ସେ ତାଙ୍କ ସମର୍ଥକଙ୍କ ସହ...

ନିର୍ବାଚନକୁ ନେଇ ଯାଞ୍ଚ କଡ଼ାକଡ଼ି

ଛତ୍ରପୁର,୧।୫(ସନ୍ତୋଷ ପାଢ଼ୀ)- ଗଞ୍ଜାମ ଜିଲାରେ ଆଗାମୀ ସାଧାରଣ ନିର୍ବାଚନକୁ ଶାନ୍ତି ଶୃଙ୍ଖଳାର ସହିତ ଅବାଧ, ମୁକ୍ତ କରିବା ନେଇ ସମସ୍ତ ପ୍ରକାର ପ୍ରସ୍ତୁତି ଜୋରଦାର ଚାଲିଛ।...

ନାମାଙ୍କନ ପତ୍ର ଦାଖଲ କଲେ ଭାଜପା ପ୍ରାର୍ଥୀ ମୂରଲୀ ଶର୍ମା

କେନ୍ଦୁଝର,୧।୫(ନରେଶ ଚନ୍ଦ୍ର ପଟ୍ଟନାୟକ): ଆଜି ନାମାଙ୍କନ ପତ୍ର ଦାଖଲର ଆଜି ତୃତୀୟ ଦିନରେ ଭାଜପାର ଚମ୍ପୁଆ ବିଧାନସଭା ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀ ମୂରଲୀ ଶର୍ମା ବୁଧବାର...

ଖାଇବା ପାଇଁ ବେଲା ନ ଦେବାରୁ ବୋହୂଙ୍କୁ ହତ୍ୟା

ତିହିଡ଼ି,୧।୫ (ସଞ୍ଜିତ ବଳ):ଖାଇବା ପାଇଁ ବେଲା ନ ଦେବାରୁ ବୋହୂଙ୍କୁ ଏକ ଶାଢ଼ି ଦ୍ୱାରା ଶ୍ୱାସରୁଦ୍ଧ କରି ଶାଶୁ ଓ ଶ୍ୱଶୁର ହତ୍ୟା କରିଛନ୍ତି। ସୋମବାର...

ବଲାଙ୍ଗୀର ଲୋକସଭା ଭାଜପା ପ୍ରାର୍ଥୀ ସଙ୍ଗୀତାଙ୍କ ସମ୍ପତ୍ତି ୫୦.୯୨ କୋଟି

ବଲାଙ୍ଗୀର, ୧ା୫(ବୀରେନ୍ଦ୍ର କୁମାର ଝାଙ୍କର): ବଲାଙ୍ଗୀର ଲୋକସଭା ନିର୍ବାଚନ ମଣ୍ଡଳୀର ଭାଜପା ପ୍ରାର୍ଥୀ ସଙ୍ଗୀତା କୁମାରୀ ସିଂଦେଓ ବଲାଙ୍ଗୀର ଜିଲାପାଳ କାର୍ଯ୍ୟାଳୟରେ ୨୦୨୪ ନିର୍ବାଚନ ସକାଶେ...

ରାସ୍ତାକଡ଼ରୁ ଯୁବକଙ୍କ ରକ୍ତଜୁଡୁବୁଡୁ ମୃତଦେହ ଉଦ୍ଧାର

ବାଲେଶ୍ବର ଅଫିସ,୧।୫(ମାନସ ବିଶ୍ୱାଳ): ବାଲେଶ୍ବର ଜିଲା ବସ୍ତା ଥାନା ଅନ୍ତର୍ଗତ ଛାନୁଆ ଗ୍ରାମରେ ଅଭାବନୀୟ ଘଟଣା ଘଟିଛି। ସୂଚନା ଅନୁଯାୟୀ ଛାନୁଆ ପ୍ରାଥମିକ ବିଦ୍ୟାଳୟ ନିକଟସ୍ଥ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri