Posted inଖେଳ

ଟିମ୍‌ ଇଣ୍ଡିଆ ପାଇଁ କର ବା ମର ସ୍ଥିତି…

ସାରଜା, ୬।୯ : ପାକିସ୍ତାନଠାରୁ ପରାଜିତ ହେବା ପରେ ଟିମ୍‌ ଇଣ୍ଡିଆକୁ ଏସିଆ କପରେ ରହିବା ପାଇଁ ପ୍ରତ୍ୟେକ ମ୍ୟାଚ ଜିତିବାକୁ ପଡ଼ିବ। ଫଳରେ ଟିମ୍‌ ଇଣ୍ଡିଆ ପାଇଁ କର ବା ମର ସ୍ଥିତି ସୃଷ୍ଟି ହୋଇଛି। ଗୋଟିଏ ପରାଜୟ ଟିମ୍‌ ଇଣ୍ଡିଆକୁ ଫାଇନାଲ ପାଇଁ ଦୌଡ଼ରୁ ବାହାର କରିପାରେ। ସାତଥର ବିଜେତା ଟିମ ଇଣ୍ଡିଆ ମଙ୍ଗଳବାର ସୁପର ଫୋର୍‌ ମ୍ୟାଚରେ ଶ୍ରୀଲଙ୍କାକୁ ଭେଟୁଛି। ଟିମ୍‌ ଇଣ୍ଡିଆ ପାଇଁ ମ୍ୟାଚ୍‌ରେ ଶ୍ରେଷ୍ଠ ବୋଲରଙ୍କ ଆବଶ୍ୟକତା ରହିଛି। ବର୍ତ୍ତମାନ ଟୁର୍ନାମେଣ୍ଟରେ ରହିବାକୁ ପରୀକ୍ଷଣ କରିବାକୁ ଟିମ୍‌ ଇଣ୍ଡିଆ ହାତରେ ଆଉ ଅଧିକ ସମୟ ନାହିଁ ।

ଆହତ ରବିନ୍ଦ୍ର ଜାଡେଜା, ହର୍ଷଲ ପଟେଲ ଏବଂ ଜସପ୍ରୀତ ବୁମ୍ରାଙ୍କ ଅନୁପସ୍ଥିତିରେ ବୋଲିଂ କରିବାକୁ ଭାରତର ଅଧିକ ବିକଳ୍ପ ନାହିଁ। ଯେଉଁ ବୋଲରମାନେ ଭାରତ ପାଖରେ ଅଛନ୍ତି ସେମାନଙ୍କର ସ୍ଥିରତାର ଅଭାବ ରହିଛି। ବିଶେଷ କରି ୟୁଜବେନ୍ଦ୍ର ଚହଲ ଏହି ସମୟରେ ରୋହିତ ଶର୍ମାଙ୍କ ଚିନ୍ତାର କାରଣ ହେବେ। ରବିବାର ମଧ୍ୟ ପାକିସ୍ତାନ ବିପକ୍ଷରେ ପାଞ୍ଚ ବୋଲରଙ୍କ ସହ ଖେଳି ଭାରତ ସଫଳ ହୋଇ ନଥିଲା। ଟିମ୍‌ ଇଣ୍ଡିଆ ପାଖରେ ଜଣେ ଅତିରିକ୍ତ ଦ୍ରୁତ ବୋଲରଙ୍କୁ ଅଭାବ ରହିଛି। ବିଶେଷକରି ଭୁବନେଶ୍ୱର କୁମାର ଏବଂ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିଫଳତା ସହିତ ଷଷ୍ଠ ବୋଲରଙ୍କ ଆବଶ୍ୟକତା ଅନୁଭବ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ରାଷ୍ଟ୍ରପତିଙ୍କୁ ରକ୍ତରେ ଚିଠି ଲେଖିଲେ ଶିକ୍ଷୟିତ୍ରୀ: କାରଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ଲକ୍ଷ୍ନୌ,୧୩।୧: ଉତ୍ତର ପ୍ରଦେଶର ବାଗପତ ଜିଲାରୁ ସମ୍ବେଦନଶୀଳ ଖବର ସାମ୍ନାକୁ ଆସିଛି। ଜଣେ ମହିଳା ଶିକ୍ଷୟିତ୍ରୀ ରକ୍ତରେ ଲିଖିତ ଏକ ଚିଠି ଜିଲା ମାଜିଷ୍ଟ୍ରେଟଙ୍କୁ ପ୍ରଦାନ...

ବିକ୍ରି ବେଳେ ମାଡିବସିଲେ ଅବକାରୀ ବିଭାଗ, ୧୫ଲକ୍ଷର ଗଞ୍ଜେଇ ଜବତ

ବଣାଇଁ, ୧୩ା୧(ପ୍ରଦୀପ ତ୍ରିପାଠୀ): ଜଙ୍ଗଲରେ ଗଞ୍ଜେଇ ଚାଷ କରି ବିକ୍ରି ବେଳେ ବିଶ୍ବସ୍ତ ସୁତ୍ରରୁ ଖବର ପାଇ ମାଡିବସିଲେ ଅବକାରୀ ବିଭାଗ । ଅବକାରୀ ଅଧୀକ୍ଷକଙ୍କ...

କେମିତି ବୃଦ୍ଧି କରିବେ ସ୍ମରଣ ଶକ୍ତି: ଆପଣାନ୍ତୁ ଏହି ଉପାୟ

ସ୍ମରଣ ଶକ୍ତି ବୃଦ୍ଧି କରିବାର ଏକ ସହଜ ତଥା ସରଳ ଉପାୟ ହାତ ପାଆନ୍ତାରେ ରହିଛି। ଯଦି ଜଣେ ବ୍ୟକ୍ତି ନିଜ ମନ ପସନ୍ଦର ଗୀତ...

ଭାରସାମ୍ଯ ହରାଇ ଓଲଟିଲା ଅଟୋ; ୫ ମହିଳା ଶ୍ରମିକ ଗୁରୁତର, ମୂଲ ଲାଗିବା…

ପୁରୁଷୋତ୍ତମପୁର,୧୩।୧ (ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର ରାସ୍ତାର ନୂଆଁପଲ୍ଲାୀ ଛକ ନିକଟରେ ଅଟୋ ଦୁର୍ଘଟଣା । ମଙ୍ଗଳବାର ଏକ ଅଟୋ...

ମୁମ୍ବାଇରେ ବିଳାସପୂର୍ଣ୍ଣ ଆପାର୍ଟମେଣ୍ଟ କିଣିଲେ ରୋହିତଙ୍କ ସ୍ତ୍ରୀ ରିତିକା, ମୂଲ୍ୟ ଜାଣିଲେ…

ମୁମ୍ବାଇ: ଭାରତୀୟ କ୍ରିକେଟର କିମ୍ବଦନ୍ତୀ ବ୍ୟାଟସମ୍ୟାନ ରୋହିତ ଶର୍ମାଙ୍କ ପତ୍ନୀ ରିତିକା ସଜଦେହ ତାଙ୍କ ନୂତନ ଘର ପାଇଁ ଚର୍ଚ୍ଚାରେ ଅଛନ୍ତି। ନିକଟରେ ରିତିକା ମୁମ୍ବାଇରେ...

ପ୍ରେମରେ ପଡ଼ିଛନ୍ତି ଦିଶା, ଏହି ବ୍ୟକ୍ତିଙ୍କୁ କରୁଛନ୍ତି ଡେଟ୍‌

ପୁଣି ପ୍ରେମରେ ପଡ଼ିଛନ୍ତି ଅଭିନେତ୍ରୀ ଦିଶା ପଟାନି। ଟାଇଗର ଶ୍ରଫ୍‌ଙ୍କ ସହ ବ୍ରେକ୍‌ଅପ୍‌ ପରେ ଦିଶାଙ୍କୁ ମିଳିଯାଇଛି ନୂଆ ଜୀବନ ସାଥୀ। ଉଦୟପୁରରେ କ୍ରିତି ସାନନଙ୍କ...

‘ମୁଁ ଯାହା ଚାହିଁବି ତାହା କରିବି!’ ଟ୍ରମ୍ପଙ୍କ ନିଷ୍ପତ୍ତିକୁ ନେଇ ରାଗିଲା ଚାଇନା, ଏମିତି AI ଭିଡିଓ ଜାରିକଲା ସମସ୍ତେ ଆଶ୍ଚର୍ଯ୍ୟ

ବେଜିଂ,୧୩।୧: ଡୋନାଲ୍ଡ ଟ୍ରମ୍ପ ଆମେରିକାର ରାଷ୍ଟ୍ରପତି ହେବା ପରଠାରୁ, ତାଙ୍କ ନୀତିଗୁଡ଼ିକ ନିରନ୍ତର ଶିରୋନାମା ପାଲଟିଛି। ଟ୍ରମ୍ପ ଅନେକ ଦେଶ ଉପରେ ଶୁଳ୍କ ଲାଗୁ କରିଛନ୍ତି...

ସେକେଣ୍ଡ ଇନିଂସ… ପ୍ରେମିକା ସୋଫିଙ୍କ ସହ ଶିଖର ଧାୱନଙ୍କ ନିର୍ବନ୍ଧ ଶେଷ, ଏହିଦିନ ପଡ଼ିବ ହାତଗଣ୍ଠି

ନୂଆଦିଲ୍ଲୀ,୧୩।୧: ପୂର୍ବତନ ଭାରତୀୟ ଓପନର ଶିଖର ଧାୱନ ତାଙ୍କ ପ୍ରେମିକା ସୋଫି ସାଇନଙ୍କ ସହ ନିର୍ବନ୍ଧ ଘୋଷଣା କରିଛନ୍ତି । ଧାୱନ ସୋମବାର ତାଙ୍କ ଇନଷ୍ଟାଗ୍ରାମ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri