Posted inଫୁରସତ

ଡିଏନ୍‌ଏ ମରାମତି କରିପାରେ ଜେଲିଫିଶ୍‌

ମାଡ୍ରିଡ୍‌: ପୃଥିବୀରେ ଜନ୍ମ ମାନେ ମୃତ୍ୟୁ ସୁନିଶ୍ଚିତ। କିନ୍ତୁ ଜେଲିଫିଶ୍‌ର ଏକ ପ୍ରଜାତି ନିକଟରେ ବୁଢ଼ା ନ ହେବା ଏବଂ ଅମର ହେବା ଭଳି ବିଶେଷ ଗୁଣ ବୈଜ୍ଞାନିକଙ୍କୁ ଆଶ୍ଚର୍ଯ୍ୟ କରିଛି। ନିକଟରେ କରାଯାଇଥିବା ଏକ ଅଧ୍ୟୟନରେ ଏହି ଜେଲିଫିଶ୍‌ ନ ମରିବା ଭଳି ପ୍ରକୃତିର କାରଣ ବାବଦରେ ଗବେଷକମାନେ ଜାଣିବାକୁ ପାଇଛନ୍ତି। ସ୍ପେନ୍‌ ବୈଜ୍ଞାନିକଙ୍କ ଏହି ରିସର୍ଚ୍ଚ ରିପୋର୍ଟ ନ୍ୟାଶନାଲ ଏକାଡେମୀ ଅଫ୍‌ ସାଇନ୍ସେସ୍‌ରେ ପ୍ରକାଶ ପାଇଛି। କେତେକ ଜେଲିଫିଶ୍‌ ବାରମ୍ବାର ବୃଦ୍ଧାବସ୍ଥାରୁ ନିଜ ଯୁବ ଅବସ୍ଥାକୁ ଫେରିପାରିଥାନ୍ତି। ନିଜ ଡିଏନ୍‌ଏର ଅବିକଳ କପି ବନାଇବା ସହ ଆବଶ୍ୟକସ୍ଥଳେ ଏହାକୁ ମରାମତି କରିପାରିଥାନ୍ତି ବୋଲି ଗବେଷଣାରୁ ଜଣାପଡ଼ିଛି। ଟୁରିଟୋପିସିସ୍‌ ଡୋହର୍‌ନି ପ୍ରଜାତିର ଜେଲିଫିଶ୍‌ ଅମର ହେବା ପଛର କାରଣ ଜାଣିବା ପାଇଁ ଜେନେଟିକ୍‌ ସିକ୍ୱେନ୍ସିଂ କରାଯାଇଥିଲା। ସେଥିରେ ଏକ ସ୍ବତନ୍ତ୍ର ଜିନୋମ ରହିଛି ଯାହାକି କେବଳ ବୃଦ୍ଧାବସ୍ଥାକୁ ରୋକେ ନାହିଁ ବରଂ ମୃତ୍ୟୁ ହେବାରୁ ମଧ୍ୟ ବଞ୍ଚାଇଥାଏ ବୋଲି ଗବେଷକମାନେ ଜାଣିବାକୁ ପାଇଛନ୍ତି।
ଡୋହର୍‌ନି ସମେତ ପ୍ରାୟ ସମସ୍ତ ଜେଲିଫିଶ୍‌ ୨ଟି ଜୀବନ ଚକ୍ର ଦେଇ ଗତିକରିଥାନ୍ତି। ଏହାର ଆସେକ୍ସୁଆଲ ବା ଯୌନ ପ୍ରଜନନ ପୂର୍ବବର୍ତ୍ତୀ ପର୍ଯ୍ୟାୟରେ ଖାଦ୍ୟାଭାବ ପରିସ୍ଥିତିରେ ଜେଲିଫିଶ୍‌ ସମୁଦ୍ର ଚଟାଣରେ ପଡ଼ିରହି ଜୀବିତ ରହିଥାଏ। ଯେତେବେଳେ ପରିସ୍ଥିତି ଅନୁକୂଳ ହୁଏ ଜେଲିଫିଶ୍‌ ଯୌନ ପ୍ରଜନନ କରିପାରେ। ଅନେକ ଜେଲିଫିଶ୍‌ ସେମାନଙ୍କ ଜୀବନର ପୂର୍ବାବସ୍ଥା ଏପରିକି ଲାର୍ଭା ଅବସ୍ଥାକୁ ଯାଇପାରନ୍ତି। କିନ୍ତୁ ଯୌନ ପରିପକ୍ୱତା ଅବସ୍ଥାରେ ପହଞ୍ଚିବା ପରେ ଅଧିକାଂଶ ଜେଲିଫିଶ୍‌ଙ୍କଠାରେ ଏହି କ୍ଷମତା ହ୍ରାସ ପାଇଥାଏ। ତେବେ ଟୁରିଟୋପିସିସ୍‌ ଡୋହର୍‌ନି ପ୍ରଜାତିର ଜେଲିଫିଶ୍‌ଠାରେ ଏହାର ବ୍ୟତିକ୍ରମ ଘଟିଥାଏ। ଏହାର କାରଣ ଜାଣିବା ପାଇଁ ବୈଜ୍ଞାନିକମାନେ ଉକ୍ତ ପ୍ରଜାତି ଏବଂ ଯୌନ ପ୍ରଜନନ ପରେ ଯୁବାବସ୍ଥାକୁ ଫେରିବା କ୍ଷମତା ହରାଉଥିବା ଟୁରିରୋପ୍‌ସିସ୍‌ ରୁବ୍ରା ପ୍ରଜାତିର ଜେନେଟିକ୍‌ ସିକ୍ୱେନ୍ସକୁ ତୁଳନା କରିଥିଲେ। ଏଥିରୁ ଜଣାପଡ଼ିଥିଲା ଯେ, ଟୁରିଟୋପିସିସ୍‌ ଡୋହର୍‌ନିର ଜିନୋମ୍‌ଠାରେ କେତେକ ବ୍ୟତିକ୍ରମ ରହିଛି, ଯାହା କି ଏହି ପ୍ରଜାତିର ଡିଏନ୍‌ଏକୁ ଆହୁରି ବିକଶିତ କରି ତାହାର ନକଲ ବନାଇବା ଏବଂ ଆବଶ୍ୟକସ୍ଥଳେ ଡିଏନ୍‌ଏ ମରାମତି କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ଏହାବାଦ୍‌ ଏକ ନିର୍ଦ୍ଦିଷ୍ଟ କ୍ରୋମୋଜୋମ୍‌ ‘ଟେଲୋମିଅର୍ସ’ର ଲମ୍ବ ବଜାୟ ରଖିଥାଏ। ସାଧାରଣତଃ ମଣିଷ କ୍ଷେତ୍ରରେ ବୟସ ବଢ଼ିବା ସାଙ୍ଗକୁ ଟେଲୋମିଅର ଲମ୍ବ କମିଯାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

୬ ବଲ୍‌ରେ ୫ ଉଇକେଟ…ଇତିହାସ ରଚିଲେ ୨୮ ବର୍ଷୀୟ ଏହି ବୋଲର୍‌; ପ୍ରଥମ ଥର…

ନୂଆଦିଲ୍ଲୀ,୨୩।୧୨: ଟି୨୦ଆଇ କ୍ରିକେଟ୍‌ରେ ଏକ ଓଭରରେ ୫ ଉଇକେଟ୍ ନେବା ପ୍ରତ୍ୟେକ ବୋଲରଙ୍କ ସ୍ୱପ୍ନ ଅଟେ। ୪ ଓଭରର ସ୍ପେଲ୍‌ରେ ଏହି କାରନାମା କରିବା ବହୁତ...

ଆଶେସ୍‌ ଖରାପ ପ୍ରଦର୍ଶନ ପରେ ମଦ ପିଇ ମାତାଲ ହେଲେ ଇଂଲଣ୍ଡ କ୍ରିକେଟର, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୩।୧୨: ଅଷ୍ଟ୍ରେଲିଆ ବିପକ୍ଷ ଆଶେସ୍ ସିରିଜ୍ ମଧ୍ୟରେ ଇଂଲଣ୍ଡ କ୍ରିକେଟ୍ ଦଳ ପାଇଁ ଏକ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି। ଦଳର ଷ୍ଟାର୍ ବ୍ୟାଟର ବେନ୍...

ଦିଲ୍ଲୀ କ୍ୟାପିଟାଲ୍ସର ବଡ଼ ଘୋଷଣା: ୨୫ ବର୍ଷୀୟ ଏହି ଖେଳାଳି ହେଲେ ନୂଆ ଅଧିନାୟକ

ନୂଆଦିଲ୍ଲୀ,୨୩।୧୨: ଦିଲ୍ଲୀ କ୍ୟାପିଟଲ୍ସ ଏକ ବଡ଼ ଘୋଷଣା କରିଛି। ମହିଳା ପ୍ରିମିୟର ଲିଗ୍ (WPL) ୨୦୨୬ ସିଜନ୍ ପୂର୍ବରୁ ଟିମ୍‌କୁ ନୂଆ ଅଧିନାୟକ ମିଳିଛି। ଅକ୍ସନ୍...

Gotra Matching for Marriage: ସମାନ ଗୋତ୍ରରେ ବିବାହ କରିବା ଶୁଭ ନା ଅଶୁଭ? ଜାଣନ୍ତୁ କ’ଣ କୁହେ…

ହିନ୍ଦୁ ଧର୍ମରେ ବିବାହ ପୂର୍ବରୁ କୁଣ୍ଡଳୀ ମିଳନ ସହିତ ଗୋତ୍ରର ପରୀକ୍ଷା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ। ଏକ ଗୋତ୍ରରେ ବିବାହକୁ ସାଧାରଣତଃ ଅଶୁଭ...

ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା: ପାଖରେ ପଡ଼ିଛି ମୋବାଇଲ, ବ୍ୟାଗ୍‌; ମିଳିନି ପରିଚୟ…

ଛତ୍ରପୁର, ୨୩।୧୨(ଦିଲ୍ଲୀପ ସାମଲ): ବିଶାଖାପାଟଣାରୁ ଭୁବନେଶ୍ୱର ଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ମୃତକଙ୍କ ପରିଚୟ ଜଣା ପଡ଼ିନାହିଁ।...

୨୦୨୬ ତାମିଲନାଡୁ ନିର୍ବାଚନ: ୩୦%ରୁ ଅଧିକ ଭୋଟ୍ ପାଇବା ନେଇ ବିଜୟଙ୍କ ଦାବି

ଚେନ୍ନାଇ,୨୩।୧୨: ୨୦୨୬ ତାମିଲନାଡୁ ବିଧାନସଭା ନିର୍ବାଚନକୁ ନେଇ ଏବେଠାରୁ ରାଜନୀତି ସରଗରମ ହେବାରେ ଲାଗିଛି। ସୁପରଷ୍ଟାର ବିଜୟଙ୍କ ନୂତନ ରାଜନୈତିକ ଦଳ ‘ତାମିଲଗା ଭେଟ୍ରି କାଝାଗାମ’...

ମହାନଦୀ ଜଳ ବିବାଦର ସମାଧାନ ପାଇଁ ତତ୍ପରତା: ଆନ୍ତଃ-ମନ୍ତ୍ରିସ୍ତରୀୟ କମିଟିର ପ୍ରଥମ ବୈଠକ ଅନୁଷ୍ଠିତ

ଭୁବନେଶ୍ୱର,୨୩।୧୨: ମହାନଦୀ ଜଳ ବିବାଦର ସୌହାର୍ଦ୍ଦ୍ୟପୂର୍ଣ୍ଣ ସମାଧାନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଗଠିତ ଆନ୍ତଃ-ମନ୍ତ୍ରିସ୍ତରୀୟ କମିଟିର ପ୍ରଥମ ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱରସ୍ଥିତ...

ବିଜୟ ହଜାରେ ଟ୍ରଫି ଖେଳିବେ ବିରାଟ କୋହଲି, ରୋହିତ ଶର୍ମା: ପ୍ରତି ମ୍ୟାଚ୍ ପାଇଁ କେତେ ଟଙ୍କା ପାଇବେ ?

ମୁମ୍ବାଇ,୨୩।୧୨: ଭାରତୀୟ କ୍ରିକେଟର ଦୁଇ ମହାରଥୀ ବିରାଟ କୋହଲି ଏବଂ ରୋହିତ ଶର୍ମା ଚଳିତ ବିଜୟ ହଜାରେ ଟ୍ରଫିରେ ନିଜ ନିଜର ଘରୋଇ ଦଳ ପକ୍ଷରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri