Posted inରାଜ୍ୟ

ରାଜତନ୍ତ୍ରର ସ୍ମୃତି ବଖାଣୁଛି ବାରିପଦା ପୌର ପରିଷଦ

ମୟୂରଭଞ୍ଜ ଜିଲା ବାରିପଦା ପୌର ପରିଷଦ ୧୧୭ ବର୍ଷରେ ପଦାର୍ପଣ କରିଛି। ମୟୂରଭଞ୍ଜ ରାଜତନ୍ତ୍ରର ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ଶାସନକାଳ ସମୟରେ ବାରିପଦା ସହରର ୨ବର୍ଗ କି.ମି ଆୟତନକୁ ନେଇ ୧୯୦୫ ଜୁଲାଇ ୧ତାରିଖରେ ପୌରପରିଷଦ କାର୍ଯ୍ୟାରମ୍ଭ କରିଥିଲା। ମହାରାଜାଙ୍କ ଦ୍ୱାରା ମନୋନୀତ ହରିଶ ଚନ୍ଦ୍ର ଭଞ୍ଜଦେଓ ହୋଇଥିଲେ ପ୍ରଥମ ଅଧ୍ୟକ୍ଷ ଓ ମୟୂରଭଞ୍ଜ ରାଜ୍ୟର ସରକାରୀ ଓକିଲ ଉତ୍କଳମଣି ଗୋପବନ୍ଧୁ ଦାସ ଥିଲେ ପ୍ରଥମ ଉପାଧ୍ୟକ୍ଷ। ୧୯୪୮ରେ ତ୍ରିଲୋଚନ ଦାସ ପ୍ରଥମ ନିର୍ବାଚିତ ଅଧ୍ୟକ୍ଷ ଭାବେ ଆସନ ଅଳଙ୍କୃତ କରିଥିଲେ। ସେ ସମୟରେ ଉଚ୍ଚ ଚିନ୍ତାଧାରାକୁ ନେଇ ସହରର ରାସ୍ତାଘାଟ, ପାନୀୟଜଳ, ପରିମଳ ବ୍ୟବସ୍ଥା, ବିଦ୍ୟୁତ୍‌ସେବା ସହ ବିଭିନ୍ନ ଦିଗରେ ପୌରପରିଷଦ ଆଗରେ ଥିଲା।
ଏହି ପୌର ପରିଷଦ ଅଧୀନରେ ଏବେ ରହିଛି ୨୮ଟି ୱାର୍ଡ। ୨୦୧୧ ଜନଗଣନା ଅନୁଯାୟୀ ପରିଷଦ ଅଧୀନରେ ଜନସଂଖ୍ୟା ୧ଲକ୍ଷ ୧୬ହଜାର ଥିବା ବେଳେ ୧୦ବର୍ଷରେ ତାହା ଦେଢ଼ଲକ୍ଷ ଅତିକ୍ରମ କଲାଣି। ବିଭିନ୍ନ ୱାର୍ଡରେ ଡ୍ରେନ୍‌ ସଫେଇ ଓ ପରିମଳ ବ୍ୟବସ୍ଥାରେ ଉନ୍ନତିକରଣଠାରୁ ଆରମ୍ଭ କରି ଜମ୍ଭୀରା ନଦୀରୁ ପାନୀୟ ଜଳ ଯୋଗାଣ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବାରେ ବିଳମ୍ବ ହେବା ସରକାରୀ ବ୍ୟବସ୍ଥା ପ୍ରତି ଅଙ୍ଗୁଳି ଉଠାଉଛି। ମଧୁବନ ଅଞ୍ଚଳର ଫଳ ଉଦ୍ୟାନ, ଚିଡ଼ିଆଖାନା, ଉଦ୍ୟାନ ପରିକ୍ରମା ପାଇଁ ରେଳପଥ, ଭଞ୍ଜପୁରର ବ୍ୟାଘ୍ର ସଫାରୀ ଓ ମନୋରଞ୍ଜନ ପାଇଁ ବେଣ୍ଡଷ୍ଟେଣ୍ଡ ଆଦି ସହରବାସୀଙ୍କ ପାଇଁ ସ୍ବପ୍ନ ପାଲଟିଛି। ଜୁବ୍‌ଲୀ ଲାଇବ୍ରେରୀ ଓ ବାରିପଦା କ୍ଲବ ଭଳି କେତେକ ଅନୁଷ୍ଠାନ କେବଳ ସ୍ମୃତିର ମୁକସାକ୍ଷୀ ହୋଇରହିଛି। ରକ୍ଷଣାବେକ୍ଷଣ ଅଭାବରୁ ଐତିହ୍ୟ ଗୁଡ଼ିକ ଏବେ ଜରାଜୀର୍ଣ୍ଣ ଅବସ୍ଥାରେ। ଜବରଦଖଲକାରୀଙ୍କ ପାଇଁ ପୌରପରିଷଦର ମାନଚିତ୍ର ବଦଳିଥିବା ବେଳେ ବେଆଇନ ଗୃହ, ରାସ୍ତା, ଡ୍ରେନ ଓ ଦୋକାନ ଗୃହ ନିର୍ମାଣ ବିକାଶରେ ଅନ୍ତରାୟ ସୃଷ୍ଟି କରୁଛି। କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟା ତୁଳନାରେ ଗାଡ଼ିମୋଟର ଚଳାଚଳ ଓ ଦୋକାନ ବୃଦ୍ଧି ପାଇଁ ପାର୍କିଂ ବ୍ୟବସ୍ଥା ନ ଥିବାରୁ ଟ୍ରାଫିକ ସମସ୍ୟା ବଢୁଛି ା ଦାରୋଗାଡ଼ାହି ନିକଟରେ ଚିହ୍ନଟ ନୂତନ ବସ୍‌ଷ୍ଟାଣ୍ଡ କାର୍ଯ୍ୟକାରୀ ହେବା ଜରୁରୀ ହୋଇପଡ଼ିଛି। ସ୍ବାସ୍ଥ୍ୟ, ଶିକ୍ଷା ଓ ପାରିପାର୍ଶ୍ୱିକ ଉନ୍ନତି ପୌରପାଳିକା ବୟସ ତୁଳନାରେ ପଛରେ ପଡ଼ିଛି। ଅସ୍ତିଆ, ଚିପଟ ଅସ୍ତିଆ, ରଘୁନାଥପୁର, ମୁର୍ଗାବାଡ଼ି ଓ ପାଲବଣି ଅଞ୍ଚଳକୁ ପୌର ପରିଷଦରେ ସାମିଲ ସହିତ ୱାର୍ଡ ସଂଖ୍ୟା ବୃଦ୍ଧି କରାଗଲେ ସହରାଞ୍ଚଳ ବିକାଶ ଯୋଜନାରେ ଲୋକେ ବିଶେଷ ଉପକୃତ ହୋଇପାରନ୍ତେ। ଚଳିତ ସ୍ବାୟତ୍ତଶାସନ ଦିବସ ଅବସରରେ ଦଳମତ ନିର୍ବିଶେଷରେ ଏକ ହୋଇ ସହଯୋଗର ହାତ ବଢ଼ାଇଲେ ପୌର ପରିଷଦର ହଜିଥିବା ଗୌରବ ପୁଣି ଫେରିଆସିବ ବୋଲି ବୁଦ୍ଧିଜୀବୀମାନେ ମତ ପ୍ରକାଶ କରିଛନ୍ତି।
-ନୀଳାଦ୍ରି ବିହାରୀ ଦଣ୍ଡପାଟ


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ଯୁଗଳଙ୍କ ଉପରେ ଆସ୍ଥା ପ୍ରକଟ କଲେ ନବୀନ: କଳାହାଣ୍ଡି ଜିଲା ସମ୍ପାଦକ ପାଇଁ ମନୋନୀତ…

ରିଷିଡା,୩୧।୧୨ (ସୁଶାନ୍ତ ମଲ୍ଲିକ ): କଳାହାଣ୍ଡି ଜିଲା ବିଜୁ ଜନତା ଦଳର ସମ୍ପାଦକ ଭାବେ କର୍ଲାମୁଣ୍ଡା ବ୍ଲକର ଯୁବନେତା ତଥା ନାଟ୍ୟ ନିର୍ଦ୍ଦେଶକ ଯୁଗଳ କିଶୋର...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ବିଗିଡିଲା ଭୁବନେଶ୍ୱର ବାୟୁ ଗୁଣବତ୍ତା, ଓଡ଼ିଶାର ୪ ସହରର ସ୍ଥିତି ସଙ୍ଗିନ

ଭୁବନେଶ୍ବର,୩୧ା୧୨: ଓଡ଼ିଶାର ବାୟୁ ପ୍ରଦୂଷଣ ସ୍ତର ଏବେ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (CPCB) ପକ୍ଷରୁ ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ,...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri