ଫାଟୁସିନେରି ନିକଟରେ ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀ

ପଟ୍ଟାଙ୍ଗୀ,୨୭ା୮(ଡି.ଏନ୍‌.ଏ.): କୋରାପୁଟ ଜିଲା ପଟ୍ଟାଙ୍ଗୀ ବ୍ଲକ ଅନ୍ତର୍ଗତ ତଥା ପଡ଼ୋଶୀ ଆନ୍ଧ୍ର ସୀମାନ୍ତ କୋଟିଆ ପଞ୍ଚାୟତର ଫାଟୁସିନେରି ଗ୍ରାମ ନିକଟରେ ଆନ୍ଧ୍ର ସୀମାରେ ଥିବା ସ୍ଥାନରେ ଏକ ରାସ୍ତା ନିର୍ମାଣ ପାଇଁ ଶୁକ୍ରବାର ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀ ପିଡିକା ରାଜନ ଦୋରା ଭୂମିପୂଜା କରିଛନ୍ତି। ଏହାକୁ ଗୁରୁତର ସହ ନେଇ ଓଡ଼ିଶା ପକ୍ଷରୁ ସୀମାନ୍ତ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ଆନ୍ଧ୍ରର ଅଧିକାରୀ ଅବା ଉପ ମୁଖ୍ୟମନ୍ତ୍ରୀ ଯେପରି ଓଡ଼ିଶା ସୀମାରେ ଅନୁପ୍ରବେଶ ନ କରନ୍ତି, ସେଥିପ୍ରତି ପୋଲିସ ସଜାଗ ଥିଲା।
ଖବରରୁ ଜଣାପଡିଛି, ୨୦୨୧ ଅଗଷ୍ଟ ୧୬ରେ ଆନ୍ଧ୍ରର ସାଲୁର ବିଧାୟକ ତଥା ଉପ ମୁଖ୍ୟମନ୍ତ୍ରୀ ଦୋରା ଓଡ଼ିଶାର ଫାଟୁସିନେରି ଏବଂ ପଗୁଣସିନେରି ଗ୍ରାମରେ ପହଞ୍ଚତ୍ ନିଜ ରାଜ୍ୟର ସରକାରୀ ଯୋଜନା ସମ୍ପର୍କରେ ଲୋକଙ୍କ ସହ ଆଲୋଚନା କରିଥିଲେ। ଏହି ଖବର ଜଣାପଡ଼ିବା ପରେ ସେ ସମୟରେ ଓଡ଼ିଶାର କୋରାପୁଟ ଜିଲା ପ୍ରଶାସନ ଓ ଜିଲାର ୫ ବିଧାୟକ ମିଳିତ ଭାବେ ବିରୋଧ କରିଥିଲେ। ଏହି ସମୟରେ ଆନ୍ଧ୍ର ବିଧାୟକ ଓ ସରକାରୀ ଅଧିକାରୀମାନେ ଆସୁଥିବା ଖବର ପାଇ ସାଲୁର ବ୍ଲକର କୋଡମା ପଞ୍ଚାୟତର ୧୮ଟି ଗ୍ରାମର ଗ୍ରାମବାସୀ ଫାଟୁସିନେରିରେ ପହଞ୍ଚତ୍ ଗ୍ରାମକୁ ରାସ୍ତା ନିର୍ମାଣ ଲାଗି ଜଣାଇବାକୁ ଉପ ମୁଖ୍ୟମନ୍ତ୍ରୀ ଦୋରା ଓ ଅଧିକାରୀମାନଙ୍କୁ ଅପେକ୍ଷା କରିଥିଲେ। ମାତ୍ର କୋରାପୁଟ ଜିଲା ପ୍ରଶାସନ ଏବଂ ୫ ବିଧାୟକ ଏହାକୁ ଭଣ୍ଡୁର କରି ଦେଇଥିଲେ। ଫଳରେ ଏହି ପଞ୍ଚାୟତବାସୀ ନିଜ ସମସ୍ୟା ଜଣାଇ ପାରି ନ ଥିଲେ। ଏହି ସମୟରେ ଓଡ଼ିଶାର ବିଧାୟକମାନେ ନିଜ ହାତରୁ ୧ ଲକ୍ଷ ଟଙ୍କା ଲେଖାଏ ପ୍ରଦାନ କରି ଉକ୍ତ ପଞ୍ଚାୟତବାସୀଙ୍କ ପାଇଁ ରାସ୍ତା ନିର୍ମାଣ କରିବାକୁ ଘୋଷଣା କରିଥିଲେ। ଗତ ୧୭ ତାରିଖରେ ପୂର୍ବତନ ବିଧାୟକ ପ୍ରଫୁଲ୍ଲ ପାଙ୍ଗୀ ଉକ୍ତ ପଞ୍ଚାୟତରେ ପହଞ୍ଚତ୍ ରାସ୍ତା ନିର୍ମାଣ ଲାଗି ଭିତ୍ତିପ୍ରସ୍ତର ସ୍ଥାପନ କରି ରାସ୍ତା କାର୍ଯ୍ୟ ଆରମ୍ଭ କରିଥିଲେ। ୧୮ ତାରିଖରେ ଆନ୍ଧ୍ରର ଜଙ୍ଗଲ ବିଭାଗ ଅଧିକାରୀ ଓ କର୍ମଚାରୀ ପହଞ୍ଚତ୍ ଏହା ଜଙ୍ଗଲ ବିଭାଗ ଅଧୀନ ଜାଗା କହି ନିର୍ମାଣ କାର୍ଯ୍ୟ ବନ୍ଦ କରି ଦେଇଥିଲେ। ସେବେଠାରୁ ଉକ୍ତ ରାସ୍ତା ନିର୍ମାଣ ବନ୍ଦ ରହିଥିଲା। ବର୍ତ୍ତମାନ ଉକ୍ତ ନିର୍ମାଣ କାର୍ଯ୍ୟକୁ ଆନ୍ଧ୍ରର ନୂତନ ଜିଲା ମାନ୍ୟାମ ପାର୍ବତୀପୁରମ ପ୍ରଶାସନ ହାତକୁ ନେଇ ୧୦ କିଲୋମିଟର ପାଇଁ ୧୧ କୋଟି ୩୨ଲକ୍ଷ ୫୮ହଜାର ଟଙ୍କା ବ୍ୟୟରେ ରାସ୍ତା ନିର୍ମାଣ କରିବାକୁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ଆନ୍ଧ୍ର ଉପ ମୁଖ୍ୟମନ୍ତ୍ରୀ ଦୋରା। ଏହି ସମୟରେ ନୂତନ ଜିଲାର ଜିଲା ପରିଷଦ ଅଧ୍ୟକ୍ଷ ଏମ. ଶ୍ରୀନିବାସ ରାଓ ଓ ଜିଲାପାଳ ନିଶାନ୍ତ କୁମାରଙ୍କ ସମେତ ସରକାରୀ ଅଧିକାରୀମାନେ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ, ଉକ୍ତ ରାସ୍ତା ନିର୍ମାଣ ପାଇଁ କୋଡମା ପଞ୍ଚାୟତବାସୀ ଅନେକ ଥର ଆନ୍ଧ୍ର ସରକାରଙ୍କୁ ଜଣାଇଥିଲେ ମଧ୍ୟ ଆନ୍ଧ୍ର କୌଣସି ପଦକ୍ଷେପ ଗ୍ରହଣ କରୁ ନ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri