ଜାତୀୟ ଗଣମାଧ୍ୟମ ଦିଲ୍ଲୀ କୈନ୍ଦ୍ରିକ

ଭୁବନେଶ୍ୱର,୨୫।୮(ବ୍ୟୁରୋ)- ୨୦୧୪ ମସିହାରେ ଆଫଗାନ୍‌ରେ ରାଷ୍ଟ୍ରପତି ନିର୍ବାଚନ ବେଳେ ଖବର ସଂଗ୍ରହ କରି ଚର୍ଚ୍ଚାକୁ ଆସିଥିଲେ ମହିଳା ଖବରଦାତା ଆର୍ଫା ଖାନମ୍‌ ଶେର୍‌ୱାନି। ସେହି ସମୟରେ ପ୍ରତିକୂଳ ପରିସ୍ଥିତିକୁ ସାମ୍ନା କରି ସେଠାରୁ ରିପୋର୍ଟିଂ କରିବାରେ ଆର୍ଫା ହେଉଛନ୍ତି ଏକମାତ୍ର ଭାରତୀୟ ସାମ୍ବାଦିକା । ସମ୍ପ୍ରତି ସେ ‘ଦ ୱ୍ବେର’ର ବରିଷ୍ଠ ସମ୍ପାଦିକା ଭାବେ କାର୍ଯ୍ୟରତ ଆର୍ଫା ରେଡ୍‌ ଇଙ୍କ୍‌ ଆୱାର୍ଡ, ଚମେଲି ଦେବୀ ଜେନ୍‌ ଆୱାର୍ଡ, ଆଉଟଷ୍ଟାଣ୍ଡିଂ ୱିମେନ୍‌ ମିଡିଆପର୍ସନ ଭଳି ମର୍ଯ୍ୟାଦାଜନକ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି। ୧୯୮୦ ନଭେମ୍ବର ୧ରେ ଉତ୍ତରପ୍ରଦେଶର ବୁଲନ୍ଦ ସହରରେ ଜନ୍ମିତ ଆର୍ଫା ଏହା ପୂର୍ବରୁ ରାଜ୍ୟ ସଭା ଟିଭି, ଏନ୍‌ଡି ଟିଭିରେ କାର୍ଯ୍ୟ କରି ସୁନାମ ଅର୍ଜିଛନ୍ତି। ବର୍ତ୍ତମାନ ଯୁବ ସାମ୍ବାଦିକମାନଙ୍କ ପ୍ରେରଣା ସାଜିଥିବା ଆର୍ଫା ଗୁରୁବାର ସିଟିଜେନ୍ସ ଫର୍‌ କମ୍ୟୁନାଲ୍‌ ହାରମୋନି, ପିସ୍‌ ଆଣ୍ଡ ଜଷ୍ଟିସ୍‌ ଓଡ଼ିଶା ପକ୍ଷରୁ ‘ଶାନ୍ତି ଓ ସଦ୍‌ଭାବନା ସମାରୋହ’ରେ ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲେ। ଜାତୀୟ ଗଣମାଧ୍ୟମଗୁଡ଼ିକ ନିଜ ଉତ୍ତରଦାୟିତ୍ୱ ଭୁଲି ଦିଲ୍ଲୀ କୈନ୍ଦ୍ରିକ ହୋଇଯାଇଥିବା ଧରିତ୍ରୀକୁ ସ୍ବତନ୍ତ୍ର ସାକ୍ଷାତ୍‌କାର ବେଳେ ସେ ମତ ରଖିଛନ୍ତି।

୨୦୦୮ରେ ଘଟିଥିବା କନ୍ଧମାଳ ଦଙ୍ଗା ସମ୍ପର୍କିତ ଖବରକୁ ଜାତୀୟ ଗଣମାଧ୍ୟମ କାହିଁକି ବିଶେଷ ଗୁରୁତ୍ୱ ଦେଇ ନ ଥିଲା?
କନ୍ଧମାଳ ସହର ରାଜଧାନୀ ଭୁବନେଶ୍ୱରଠୁ ଦୂରରେ ଅବସ୍ଥିତ। ଜାତୀୟ ଗଣମାଧ୍ୟମଗୁଡିକ ନିଜ ନୈତିକତା ଓ ଉତ୍ତରଦାୟିତ୍ୱକୁ ଭୁଲିଯାଇ ଉତ୍ତର ଭାରତୀୟ ଗଣମାଧ୍ୟମ ପାଲଟିଯିବାରୁ କନ୍ଧମାଳ ଦଙ୍ଗା ମିଡିଆ ନଜରକୁ ଆସିପାରି ନ ଥିଲା। କୌଣସି ହିନ୍ଦୀଭାଷୀ ରାଜ୍ୟରେ ଦଙ୍ଗା ଘଟିଲେ ତାହା ଉପରେ ରୋଚକ ଓ ମସଲାଦାର ଖବର ପ୍ରସାରଣ ପାଇଁ ମିଡିଆ ହାଉସ୍‌ଗୁଡ଼ିକ ମଧ୍ୟରେ ଯେପରି ତତ୍ପରତା ଓ ପ୍ରତିଯୋଗୀତାମୂଳକ ମନୋଭାବ ପ୍ରକାଶ ପାଉଛି ତାହା ଏଠି ଦେଖିବାକୁ ମିଳୁନାହିଁ। ସେହି ସମୟରେ କନ୍ଧମାଳ ଦଙ୍ଗା ଖବର ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିଲେ ହେଁ ଏହାକୁ ଗୁରୁତ୍ୱ ଦେଇ ଯେତିକି ପ୍ରସାରଣ ହେବା କଥା ତାହା ହୋଇପାରି ନ ଥିଲା।

ଓଡ଼ିଶାର ରାଜନୈତିକ, ଅର୍ଥନୈତିକ ଓ ସାମାଜିକ ପ୍ରସଙ୍ଗ ଗୁଡ଼ିକୁ ଜାତୀୟ ଗଣମାଧ୍ୟମରେ ବିଶେଷ ସ୍ଥାନ ନ ମିଳିବାର କାରଣ କ’ଣ?
ଜାତୀୟ ଗଣମାଧ୍ୟମ ସାରା ଦେଶର ଖବର ପ୍ରକାଶ କରିଥାଏ। ଦିଲ୍ଲୀ ଓ ନୋଏଡାରେ ଅନେକ ସାମ୍ବାଦିକ ଅଛନ୍ତି। କୌଣସି ବଡ଼ ଘଟଣାର ଖବର ସଂଗ୍ରହ ପାଇଁ ବିଭିନ୍ନ ଅଞ୍ଚଳରେ ବ୍ୟୁରୋ ମଧ୍ୟ ରହିଛନ୍ତି। ଜାତୀୟ ଗଣମାଧ୍ୟମଗୁଡ଼ିକ ପ୍ରଧାନମନ୍ତ୍ରୀ, କ୍ୟାବିନେଟ୍‌, ଦିଲ୍ଲୀ ଆଖପାଖର ଖବରକୁ ଧ୍ୟାନ ଦେଉଥିବାରୁ ଏହାକୁ ପ୍ରକୃତରେ ଦିଲ୍ଲୀ କୈନ୍ଦ୍ରିକ ମିଡିଆ ବୋଲି କୁହାଯାଇପାରିବ। ଏହାର ଗଠନ ପ୍ରଣାଳୀରେ ହିଁ ସମସ୍ୟା ରହିଛି।

ଗଣମାଧ୍ୟମ ବିଭିନ୍ନ ରାଜନୈତିକ ଦଳ, କର୍ପୋରେଟ ସଂସ୍ଥା ଦ୍ୱାରା ପରିଚାଳିତ ହେଉଥିବା ନେଇ ଅଭିଯୋଗ ଆସୁଥିବାବେଳେ ଆଗକୁ ସାମ୍ବାଦିକତାର ଭବିଷ୍ୟତ କିଭଳି ରହିବ?
‘ଦ ୱେର’ ଜନସାଧାରଣଙ୍କ ମାଧ୍ୟମ। ଏହି ସଂସ୍ଥା ଆଗକୁ ବଢ଼ି ନିଜ ସତ୍ତା ବଜାୟ ରଖିପାରିବ। ଏହାର ମାଲିକାନା କୌଣସି ରାଜନୈତିକ ଦଳ କିମ୍ବା ବଡ଼ ଉଦ୍ୟୋଗ ହାତରେ ନାହିଁ। ଜନସାଧାରଣଙ୍କ ପ୍ରତି ଉତ୍ତରଦାୟିତ୍ୱ ହିଁ ଆମକୁ ପାଣ୍ଠି ଯୋଗାଇଥାଏ। ତେଣୁ ଏଭଳି କେତେଜଣ ବ୍ୟକ୍ତିବିଶେଷଙ୍କ ସମର୍ଥିତ ଗଣମାଧ୍ୟମ ଆଗକୁ ତିଷ୍ଠିପାରିବ।

ଗଣମାଧ୍ୟମରେ ଡିଜିଟାଇଜେଶନ୍‌ର ମାତ୍ରା ଅଧିକ ଦେଖିବାକୁ ମିଳୁଛି। ଏହା ଉପରେ କ’ଣ ମତ ରଖିବେ?
ଡିଜିଟାଇଜେଶନ୍‌ ଏକ ଉତ୍ତମ ବ୍ୟବସ୍ଥା। ସମସ୍ତେ ଡିଜିଟାଲ ପ୍ଲାଟ୍‌ଫର୍ମ ସହ ଜଡ଼ିତ ହୋଇପାରୁ ନଥିବେ ବୋଲି ଅନେକେ ମନେକରନ୍ତି। କିନ୍ତୁ ‘ୱେର’ ସହରଠୁ ନେଇ ପ୍ରତି ଗାଁରେ ପହଞ୍ଚି ଆଦୃତି ଲାଭ କରିପାରିଛି। ଏବେ ପ୍ରାୟ ସମସ୍ତଙ୍କ ପାଖରେ ଇଣ୍ଟରନେଟ ସେବା ଉପଲବ୍ଧ। ତେଣୁ ଡିଜିଟାଇଜେଶନ୍‌ ଜରିଆରେ ଗଣମାଧ୍ୟମରେ ଗଣତାନ୍ତ୍ରିକ ପଦ୍ଧତିରେ ଖବର ପ୍ରସାରଣ ହୋଇପାରୁଛି। ଅର୍ଥାତ୍‌ ପାଠିକାପାଠକ ଓ ଦର୍ଶକ ଚାହୁଁଥିବା ଖବର ସେମାନଙ୍କ ପାଖରେ ପହଞ୍ଚାଯାଇପାରୁଛି।

ଆଗାମୀ ପିଢ଼ିର ସାମ୍ବାଦିକଙ୍କ ପାଇଁ ବାର୍ତ୍ତା କ’ଣ ରହିବ? ବିଶେଷକରି ମହିଳା ଖବରଦାତାଙ୍କୁ କି ପରାମର୍ଶ ଦେବାକୁ ଚାହିଁବେ?
ସାମ୍ବାଦିକତା କ୍ଷେତ୍ରରେ ପୁରୁଷଙ୍କ ତୁଳନାରେ ମହିଳାମାନେ ଅଧିକ ଭଲ ପ୍ରଦର୍ଶନ କରି ଆଗକୁ ବଢ଼ିବା ଆବଶ୍ୟକ। ଏହା ସେମାନଙ୍କ ଉପରେ ଏକ ଅତିରିକ୍ତ ଦାୟିତ୍ୱ । ସାମ୍ବାଦିକମାନେ କୌଣସି ରାଜନୈତିକ ଦଳ ପାଇଁ ନୁହେଁ ବରଂ ସମାଜ, ସତ୍ୟ ଓ ସମ୍ବିଧାନ ପ୍ରତି ଉତ୍ତରଦାୟୀ ରହିବା ଉଚିତ।
-ସାକ୍ଷାତ୍‌କାର : ଶର୍ମିଷ୍ଠା


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri