କଳାପଥର ଉତ୍ତୋଳନକାରୀଙ୍କୁ ସୁରକ୍ଷା: ସାଟେଲାଇଟ୍‌ ମାପଚୁପରୁ ବାଦ୍‌ ପଡ଼ିଛି ରାହାଡ଼ପୁର, ବରଡ଼ା, ଲୁଣିବର

ଯାଜପୁର ଅଫିସ,୧୮ା୮: ଯାଜପୁର ଜିଲା ଧର୍ମଶାଳା ତହସିଲ ଅଧୀନରେ ଅନୁମତି ପରିମାଣଠାରୁ ଅଧିକ ଉତ୍ତୋଳନରେ ସମ୍ପୃକ୍ତ କଳାପଥର ଖାଦାନ ପଟ୍ଟାଦାରଙ୍କ ବିରୋଧରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନୈରାଶ୍ୟଜନକ ରହିଛି। ୨୦୧୫-୧୬ରୁ ଗତ ମାର୍ଚ୍ଚ ସୁଦ୍ଧା ଜରିମାନା ଆଦାୟ, ଗାଡ଼ି ଜବତ ଆଦି କାର୍ଯ୍ୟାନୁଷ୍ଠାନ ଶୂନ ରହିଥିଲା। ୨୯ା୩ା୨୦୨୨ରେ ବିଧାନସଭାର ଏକ ପ୍ରଶ୍ନର ଉତ୍ତରରେ ଏହା ସ୍ପଷ୍ଟ ହୋଇଥିଲା। ତେବେ ଶୁକ୍ରବାର ୪ ଜଣ କଳାପଥର ଖାଦାନ ପଟ୍ଟାଦାରଙ୍କୁ ୧୦୫ କୋଟି ଟଙ୍କାର ଡିମାଣ୍ଡ ନୋଟିସ ହେବା ପରେ ଏଭଳି କାରବାରରେ ସମ୍ପୃକ୍ତ ଅନ୍ୟ ପଟ୍ଟାଦାରଙ୍କ ବିରୋଧରେ କେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ସେ ନେଇ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ସାଟେଲାଇଟ୍‌ ମାଧ୍ୟମରେ ମାପଚୁପ କରାଯାଇ ଅନୁମତିଠାରୁ ଅଧିକ ଉତ୍ତୋଳନ କରିଥିବା ପଟ୍ଟାଦାରଙ୍କଠାରୁ ଜରିମାନା ଆଦାୟ କରାଗଲେ ରାଜ୍ୟ ସରକାର ବିପୁଳ ପରିମାଣରେ ରାଜସ୍ବ ପାଇପାରିବେ ବୋଲି ମତପ୍ରକାଶ ପାଇଛି।

ଧର୍ମଶାଳା ତହସିଲ ଅଞ୍ଚଳର ସମସ୍ତ ଲିଜ୍‌ପ୍ରାପ୍ତ ଓ ବେଆଇନ କଳାପଥର ଖାଦାନଗୁଡିକରେ ନିୟମିତ ଭାବେ ଆପତ୍ତିଜନକ କାର୍ଯ୍ୟକଳାପ ଚାଲି ଆସୁଛି। ଏହା ପୋଲିସ ଓ ପ୍ରଶାସନ ଅଧିକାରୀମାନଙ୍କ ଜ୍ଞାତସାରରେ ଥାଇ ବି ସେମାନେ ଚାପ ଓ ଲୋଭରେ ପଡ଼ି ତାହାକୁ ଅଣଦେଖା କରି ଆସିଛନ୍ତି। ଏନେଇ କେବେ ବି ତର୍ଜମା ହେଉ ନାହିଁ। ବେଆଇନ ଖାଦାନ ତ ଦୂରର କଥା ଲିଜ୍‌ପ୍ରାପ୍ତ ଖାଦାନରେ ମଞ୍ଜୁରଠାରୁ ଢେର ଗୁଣ ଅଧିକ କଳାପଥର ଉତ୍ତୋଳନ ହେଉଛି। ଏନେଇ ହାଇକୋର୍ଟ, ସୁପ୍ରିମକୋର୍ଟ, ଲୋକାୟୁକ୍ତ ଓ ଏନ୍‌ଜିଟି (ନ୍ୟାଶନାଲ ଗ୍ରୀନ ଟ୍ରିବ୍ୟୁନାଲ)ରେ ଏକାଧିକ ମାମଲା ବିଚାରାଧୀନ ରହିଛି। ବିଛାଖଣ୍ଡି, ଡଙ୍କାରୀ ଓ ଆରୁହା ପାହାଡ଼ ଉପରେ କେବଳ ଏହି ମାମଲାଗୁଡିକ ସୀମିତ ରହିଛି। ଏହାବାଦ୍‌ କୋର୍ଟରେ ପ୍ରଶାସନିକସ୍ତରରେ ଦୃଢ଼ ଜବାବ ରଖିବାରେ ଅବହେଳା ଯୋଗୁ ଜରିମାନା ଆଦାୟ ନିର୍ଦ୍ଦେଶ ମଧ୍ୟ କାର୍ଯ୍ୟକାରୀ ହୋଇପାରିନାହିଁ ବୋଲି ମତପ୍ରକାଶ ପାଇଛି। ଅନ୍ୟପକ୍ଷେ ରାହାଡ଼ପୁର, ବରଡ଼ା ଓ ଲୁଣିବର ପାହାଡ଼ରେ ଥିବା ଖାଦାନଗୁଡିକରୁ ବେଆଇନ ଏବଂ ମଞ୍ଜୁରଠାରୁ ଢେର ଗୁଣ ଅଧିକ ଉତ୍ତୋଳନ ଅଭିଯୋଗକୁ ପ୍ରଶାସନିକସ୍ତରରେ ଅଣଦେଖା କରାଯାଉଛି।
ମିଳିଥିବା ସୂଚନା ଅନୁସାରେ ରାହାଡ଼ପୁର ପାହାଡ଼ର ୨୦ ଏକର ବିଶିଷ୍ଟ ଖାଦାନରୁ ଉତ୍ତୋଳନ ପାଇଁ ୨୦୧୭-୧୮ରୁ ୫ ବର୍ଷିିଆ ଲିଜ୍‌ ଦିଆଯାଇଛି। ଏହି ସମୟରେ ୨,୫୦,୦୦୦ ଘନମିଟର କଳାପଥର ଉତ୍ତୋଳନ ପାଇଁ ଅନୁମତି ମିଳିଛି। ଅର୍ଥାତ ବର୍ଷକୁ ୫୦,୦୦୦ ଘନମିଟର। କିନ୍ତୁ ଏଠାରେ ମାସକୁ ପ୍ରାୟ ୨ ଲକ୍ଷ ଘନମିଟର କଳାପଥର ଉତ୍ତୋଳନ ହେଉଥିବା ଅଭିଯୋଗ ଉଠିଛି। ଏହି ଖାଦାନରୁ ଉତ୍ତୋଳିତ କଳାପଥର ୧୬ ନମ୍ବର ଜାତୀୟ ରାଜପଥ ସମ୍ପ୍ରସାରଣ କାର୍ଯ୍ୟରେ ବିନିଯୋଗ ହେଉଛି। ୭୦ କି.ମି. ରାସ୍ତା ସମ୍ପ୍ରସାରଣ କାର୍ଯ୍ୟରେ କେତେ ପରିମାଣ କଳାପଥର ବିନିଯୋଗ ହୋଇଥିଲା ତାହା ସ୍ପଷ୍ଟ ଅନୁମେୟ। ସେହିପରି ବରଡା କଳାପଥର ଖାଦାନରୁ ବାର୍ଷିକ ୩୦ ହଜାର ଘନମିଟର କଳାପଥର ଉତ୍ତୋଳନ କରିବାକୁ ଚୁକ୍ତି ହୋଇଥିବାବେଳେ ମାସକୁ ପ୍ରାୟ ୧ ଲକ୍ଷ ଘନମିଟର ଉତ୍ତୋଳନ କରାଯାଉଥିବା ଅଭିଯୋଗ ହେଉଛି। ଏଥିରେ ଡଙ୍କାରୀ ପାଦଦେଶରେ ଥିବା ପ୍ରାୟ ୩୦ଟି ମେଗା ଓ ଛୋଟବଡ କ୍ରଶରଗୁଡିକୁ ପଥର ଯୋଗାଣ ହେଉଛି। ଲୁଣିବର କଳାପଥର ଖାଦାନରୁ ବାର୍ଷିକ ୫୦ ହଜାର ଘନମିଟର ଅନୁମତି ଥିବାବେଳେ ଏଠାରୁ ମାସକୁ ୫୦ ହଜାର ଘନମିଟର ଉତ୍ତୋଳନ ହୋଇଥିବା କୁହାଯାଉଛି। ଲୁଣିବର ପାହାଡର ଅନ୍ୟ ଏକ ଖାଦାନରୁ ବାର୍ଷିକ ୫୦ ହଜାର ଅନୁମତି ଥିବାବେଳେ ମାସକୁ ପ୍ରାୟ ୩୦ ହଜାର ଘନମିଟର କଳାପଥର ଉତ୍ତୋଳନ ହେଉଥିବା ଅଭିଯୋଗ ହେଉଛି। ଏଭଳି ଅନେକ ଲିଜପ୍ରାପ୍ତ ଖାଦାନଗୁଡିକରୁ ଅନୁମତିଠାରୁ ଢେର ଗୁଣ ଅଧିକ କଳାପଥର ଉତ୍ତୋଳନ ହେଉଥିଲେ ମଧ୍ୟ ସେଗୁଡିକ ପ୍ରତି ପ୍ରଶାସନର ଅଯାଚିତ ଅନୁକମ୍ପା ରହିଛି।
ଏ ସଂକ୍ରାନ୍ତରେ ଧର୍ମଶାଳା ତହସିଲଦାର ସ୍ବାଗତ ଦାସଙ୍କ ମତାମତ ନେବାକୁ ତାଙ୍କ ମୋବାଇଲ ନମ୍ବରକୁ ଯୋଗାଯୋଗ କରିଥିଲେ ହେଁ ସେ ଫୋନ୍‌ କଲ୍‌ ଗ୍ରହଣ କରି ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମହିଳାଙ୍କ ୪୩ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଆତ୍ମସାତ କରି ଦମ୍ପତି ଫେରାର, ପାଟଣା ଥାନାର ଦ୍ୱାରସ୍ଥ ହେଲେ…

ପାଟଣା,୫।୫(ବୀର କିଶୋର ଦାଶ) :କେନ୍ଦୁଝର ଜିଲା ପାଟଣା ବ୍ଲକ ବଡ ପାଟଣା ପଞ୍ଚାୟତ ମୁଖ୍ୟାଳୟ ଟାଇଁଶିରା ଗ୍ରାମର ୨୩ ଜଣ ମହିଳା ଠକେଇର ଶିକାର ହୋଇଛନ୍ତି।...

ବରୀରେ ଦେବାଶିଷ ନାୟକ ହେଲେ କଂଗ୍ରେସ ପ୍ରାର୍ଥୀ

ଭୁବନେଶ୍ୱର, ୫।୫: ରବିବାର ପାଞ୍ଚ ବିଧାନସଭା ଆସନରେ ପ୍ରାର୍ଥୀ ବଦଳିଛି କଂଗ୍ରେସ। ବରୀରେ ଆରତୀ ଦେଓଙ୍କ ସ୍ଥାନରେ ଦେବାଶିଷ ନାୟକଙ୍କୁ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ।...

ପାରାଦୀପରେ ସୁନାମି ସମ୍ଭାବନା, ଡାକବାଜି ଯନ୍ତ୍ର ଯୋଗେ ସତର୍କ କରାଇଲା ମତ୍ସବିଭାଗ

ପାରାଦୀପ,୫।୫(ଶରତ ରାଉତ): ସମ୍ପ୍ରତି ବଙ୍ଗୋପସାଗରରେ ସମୁଦ୍ର ଅଶାନ୍ତ ହୋଇଛି। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ୫ରୁ ଆସନ୍ତା ୮ ତାରିଖ ମଧ୍ୟରେ ସମୁଦ୍ରରେ ୦.୨ ମିଟରରୁ...

ବୌଦ୍ଧରେ ପାଣ୍ଡିଆନଙ୍କ ମାରାଥନ ପ୍ରଚାର, କହିଲେ-‘ନିର୍ବାଚନ ଆସିଲେ ବିରୋଧୀ ଟୁରିଷ୍ଟ ଭଳି ଆସିବେ’

ବୌଦ୍ଧ, ୫।୫ ( ଅଜିତ କୁମାର ବାରିକ): ସାଧାରଣ ନିର୍ବାଚନ ପାଇଁ ବୌଦ୍ଧ ଜିଲାରେ ତ୍ରିମୁଖି ଲଢାଇ ହେବାକୁ ଯାଉଥିବା ବେଳେ ରବିବାର ୫ଟି ଅଧକ୍ଷ୍ୟ...

ଆଗାମୀ ୨୫ବର୍ଷର ଯାତ୍ରା ସ୍ଥିର କରିବୁ, ଏମିତି କାହିଁକି କହିଲେ ଜୟଶଙ୍କର

କଟକ,୫।୫: କଟକରେ ପହଞ୍ଚିଛନ୍ତି ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର। ସେଠାରେ ସେ ବୁଦ୍ଧିଜୀବୀଙ୍କ ସମ୍ମିଳନୀରେ ଉଦବୋଧନ ଦେଇଛନ୍ତି। ସେ କହିଛନ୍ତି, ବିକଶିତ ଭାରତ ପାଇଁ ଆମକୁ...

କଖଡ଼ି ମହାନଦୀ ଅବବାହିକାରେ ୧୬୫ ପାଣିଚିରି, ୮୨ ଅଣ୍ଡା ଦେଲେ, ୩୫ ଛୁଆ ଫୁଟି ବାହାରିଲେ

ଖୁଣ୍ଟୁଣୀ, ୫।୫(ସଚ୍ଚିଦାନନ୍ଦ ପଣ୍ଡା): ପୃଥିବୀରେ ଇଣ୍ଡିଆନ୍‌ ସ୍କିମର ବା ପାଣିଚିରି ଏକ ବିରଳ ପ୍ରଜାତିର ପକ୍ଷୀ। ବିଶ୍ୱରେ ପକ୍ଷୀ ଗଣନା ଅନୁସାରେ ଏହି ପକ୍ଷୀର ସଂଖ୍ୟା...

ଘରେ ମରାମତି କରୁଥିବା ବେଳେ ଅଘଟଣ: ପୁଅଙ୍କୁ ବିଦ୍ୟୁତ୍‌ ଆଘାତରୁ ବଞ୍ଚାଇବାକୁ ଯାଇ ବାପା ମୃତ, ମା’ ଗୁରୁତର

ଯାଜପୁର,୫।୫(ହର୍ଷବର୍ଦ୍ଧନ ବେହେରା): ଯାଜପୁର ରୋଡ଼ ଥାନା ବେଙ୍ଗପାଟିଆ ଗ୍ରାମରେ ରବିବାର ଅଘଟଣ ଘଟିଛି। ବିଦ୍ୟୁତ୍‌ ଆଘାତରେ ବାପ ଓ ପୁଅଙ୍କ ମୃତ୍ୟୁ ହୋଇଥିବା ବେଳେ ମା’...

ପାଣ୍ଡିଆନଙ୍କ ବ୍ରହ୍ମପୁର ସମ୍ପର୍କ, କହିଲେ ଝିଅ ପାଇଛି ଏହିଠୁ…

ଭୁବନେଶ୍ୱର,୫।୫: ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ବିଜେଡି ନେତା ଭିକେ ପାଣ୍ଡିଆନ ୪ଟି ଜିଲାର ୩ ଲୋକ ସଭା ଆସନରେ ମାରାଥନ ପ୍ରଚାର କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri