ମା’ ସମ୍ମୁଖରେ ପୁଅକୁ ହାଣିଦେଲେ

ବଲାଙ୍ଗୀର ଅଫିସ,୧୭ା୮: ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲ ଭିତରେ ମଙ୍ଗଳବାର ସକାଳୁ ଏକ ହତ୍ୟାକାଣ୍ଡ ଘଟିଛି। ମା’ ସମ୍ମୁଖରେ ଜଣେ ଯୁବକଙ୍କୁ ଖଣ୍ଡାରେ ହାଣି ୨ ଦୁର୍ବୃତ୍ତ ହତ୍ୟା କରି ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। ମୃତକ ହେଲେ ସୁଦପଡା ନିବାସୀ ଅଜୟ ଦୋରା ଓରଫ୍‌ ଅଜୁ (୨୫)।
ହସ୍ପିଟାଲ କ୍ୟାମ୍ପସ ଚକ୍ଷୁ ଓପିଡି ସେଣ୍ଟର ସମ୍ମୁଖରେ ମୃତ ଅଜୁଙ୍କ ପିତା ରାଧେକୃଷ୍ଣ ଦୋରା ଗତ ୫ ବର୍ଷରୁ ଊର୍ଦ୍ଧ୍ୱ ହେବ ଠେଲାରେ ଇଡଲି ବିକ୍ରି କରିଥାନ୍ତି। ପ୍ରତିଦିନ ସକାଳୁ ଏହି ସ୍ଥାନକୁ ଅଜୁଙ୍କ ପିତା, ମାତା ଜୟନ୍ତୀ ଓ ବଡଭାଇ ରାଜୁ ଆସି ଇଡଲି ବିକ୍ରି କରିଥାନ୍ତି। ମଙ୍ଗଳବାର ଭୋର ୫ଟା୧୫ରେ ଅଜୁ ଏକ ସ୍କୁଟିରେ ତାଙ୍କ ମା ଜୟନ୍ତୀଙ୍କୁ ବସାଇ ନିକଟସ୍ଥ ସୁଦପଡାରୁ ହସ୍ପିଟାଲ ଅଭିମୁଖେ ଆସୁଥିଲେ। ନୂଆକରି ତିଆରି ହୋଇଥିବା ଅକ୍ସିଜେନ୍‌ ସେଣ୍ଟର ରାସ୍ତାରୁ ପୁରୁଣା ଡାଇରିଆ ୱାର୍ଡ ତଥା ସିକ୍ୟୁରିଟି ଅଫିସ ସମ୍ମୁଖ ଦେଇ ସେ ହସ୍ପିଟାଲରେ ପଶିଥିଲେ। ଏତିକିବେଳେ ସିକ୍ୟୁରିଟି ଅଫିସ ସମ୍ମୁଖ ବୁଲାଣିରେ ଛପି ରହିଥିବା ମୁଖାପିନ୍ଧା ଦୁଇ ଦୁର୍ବୃତ୍ତ ଅଜୁଙ୍କୁ ଏକ ଖଣ୍ଡାରେ ଚୋଟ ମାରିଥିଲେ। ଏଥିରେ ସ୍କୁଟିରୁ ଅଜୁ ଓ ତାଙ୍କ ମା’ ଛିଟିକି ପଡିଥିଲେ। ରକ୍ତ ଜୁଡୁବୁଡୁ ଅବସ୍ଥାରେ ତଳେ ପଡି ଅଜୁ ଛଟପଟ ହେଉଥିବାବେଳେ ଦୁର୍ବୃତ୍ତମାନେ ତାଙ୍କ ମୁଣ୍ଡକୁ ଆଉ ଏକ ଚୋଟ ମାରିଥିଲେ। ଜୟନ୍ତୀ ପୁଅକୁ ବଞ୍ଚାଇବାକୁ ଯିବାବେଳେ ସେ ମଧ୍ୟ ଆକ୍ରମଣର ଶିକାର ହୋଇଥିଲେ। ସେଠାରେ ଥିବା କେତେକ ଲୋକ ମା, ପୁଅଙ୍କୁ କାଜୁଆଲଟି ଓ୍ବାର୍ଡକୁ ନେଇଥିଲେ। ହେଲେ ସେଠାରେ ଡାକ୍ତର ଅଜୁଙ୍କୁ ମୃତ ଘୋଷିତ କରିଥିଲେ। ଜୟନ୍ତୀ ଏବେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ହତ୍ୟାକାଣ୍ଡର କାରଣ ସ୍ପଷ୍ଟ ହୋଇ ନ ଥିଲେ ମଧ୍ୟ ଇଡଲି ଠେଲା ଲଗାଇବାକୁ ନେଇ ବଚସା କାରଣରୁ ହୋଇଥିବା କୁହାଯାଉଛି। ତେବେ ଏହି ହତ୍ୟାକାଣ୍ଡ ପଛରେ କଫ୍‌ ସିରପ ବ୍ୟବସାୟ ଏବଂ ପୂର୍ବଶତ୍ରୁତା ରହିଥିବା ଅନୁମାନ କରି ପୋଲିସ ତଦନ୍ତ ଆରମ୍ଭ କରିଛି। ଟାଉନ୍‌ ଥାନାରେ ଏ ନେଇ ଏକ ମାମଲା (୪୧୨/୨୨) ରୁଜୁ କରାଯାଇଛି। ହସ୍ପିଟାଲ କ୍ୟାମ୍ପସରେ ଏଭଳି ଏକ ହତ୍ୟାକାଣ୍ଡ ପରେ ହସ୍ପିଟାଲ ଷ୍ଟାଫ୍‌, ରୋଗୀ, ରୋଗୀ ପରିଜନ ଓ ସହରବାସୀ ଭୟଭୀତ ହୋଇପଡିଛନ୍ତି। ଘଟଣା ସମ୍ପର୍କରେ ଅନୁସନ୍ଧାନ ଆରମ୍ଭ ହୋଇଥିବା ସଦର ଏସଡିପିଓ ତୋଫାନ ବାଗ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନନ୍ଦନକାନନ କାର୍ଯ୍ୟାଳୟରେ ଅଧିକାରୀଙ୍କୁ ମାରଣାସ୍ତ୍ରରେ ଆକ୍ରମଣ

ବାରଙ୍ଗ,୨୯।୪(ଲିଙ୍ଗରାଜ ରାଉତ): ନନ୍ଦନକାନନ ଉପ-ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରେ ସୋମବାର ଅପରାହ୍ନରେ ଜଣେ ଯୁବକ ଉତ୍ପାତ କରି କମ୍ପ୍ୟୁଟର, ଝରକାକାଚ, ଟେବୁଲ ଓ ଅନ୍ୟାନ୍ୟ ସାମଗ୍ରୀ ଭାଙ୍ଗିବା ସହ...

ପହଞ୍ଚିଲେ ନିର୍ବାଚନୀ ଖର୍ଚ୍ଚ ପର୍ଯ୍ୟବେକ୍ଷକ

କଟକ,୨୯ା୪(କାର୍ତ୍ତିକ ସାହୁ): ସାଧାରଣ ନିର୍ବାଚନ ୨୦୨୪ ନିମନ୍ତେ କଟକ ଜିଲାରେ ୩ଜଣ ଖର୍ଚ୍ଚ ପର୍ଯ୍ୟବେକ୍ଷକ ସୋମବାର ପହଞ୍ଚିଛନ୍ତି। ଭାରତୀୟ ରାଜସ୍ବ ସେବାର ବରିଷ୍ଠ ଅଧିକାରୀ  ସୁରେଶ...

ପଞ୍ଜୀକରଣର ୧୦୦ ମିନିଟ୍‌ ମଧ୍ୟରେ ହେବ କାର୍ଯ୍ୟାନୁଷ୍ଠାନ

କଟକ,୨୯ା୪(କାର୍ତ୍ତିକ ସାହୁ): ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ସମ୍ବନ୍ଧିତ ଅଭିଯୋଗ ଦାଖଲ ପାଇଁ କଟକ ଜିଲାପାଳଙ୍କ କାର୍ଯ୍ୟାଳୟରେ ଏକ ୨୪ ଘଣ୍ଟିଆ ସମନ୍ବିତ କଣ୍ଟ୍ରୋଲ ରୁମ୍‌...

ଭାଜପା ଛାଡିବା ଖବରକୁ ଖଣ୍ଡନ କଲେ ନୀତେଶ, କହିଲେ ମୋ ଆକାଉଣ୍ଟ…

ଭୁବନେଶ୍ୱର,୨୯।୪: ଭାଜପା ଛାଡ଼ିଲେ ସମ୍ବଲପୁର ଏମ୍‌ପି ନୀତେଶ ଗଙ୍ଗଦେବ। ତେବେ ଏଭଳି ଏକ ଖବରକୁ ଖଣ୍ଡନ କରିଛନ୍ତି ନୀତେଶ। ସେ କହିଛନ୍ତି, ତାଙ୍କ ଫେସବୁକ୍‌ ଆକାଉଣ୍ଟ...

ଆତ୍ମସମର୍ପଣ କଲେ ୨୩ ମାଓବାଦୀ

ମାଲକାନଗିରି,୨୯ା୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ଦାନ୍ତେୱାଡାରେ ସୋମବାର ୨୩ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଲୋନ୍‌ ଭାରାଟୁ ଅଭିଯାନରେ ପ୍ରଭାବିତ ହୋଇ ଆତ୍ମସମର୍ପଣ କରିଥିବା...

ଆସନ୍ତା ୨ରେ କଣ୍ଟାବାଞ୍ଜି ବିଧାନସଭା ଆସନ ପାଇଁ ପ୍ରାର୍ଥିପତ୍ର ଦାଖଲ କରିବେ ନବୀନ

ଭୁବନେଶ୍ୱର,୨୯।୪: ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୨ ତାରିଖରେ କଣ୍ଟାବାଞ୍ଜି ବିଧାନସଭା ଆସନ ପାଇଁ ନିଜର ନାମାଙ୍କନ ପତ୍ର ଦାଖଲ କରିବେ। ଏଥିସହ...

ଭାଜପାରୁ ଇସ୍ତଫା ଦେଲେ ସମ୍ବଲପୁର ଏମ୍‌ପି ନୀତେଶ ଗଙ୍ଗଦେବ

ଭୁବନେଶ୍ୱର,୨୯।୪: ଭାଜପା ଛାଡ଼ିଲେ ସମ୍ବଲପୁର ଏମ୍‌ପି ନୀତେଶ ଗଙ୍ଗଦେବ। ସୋମବାର ନୀତେଶ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ସୋସିଆଲ ମିଡିଆରେ ପୋଷ୍ଟ କରି ଏମ୍‌ପି...

ଯବାନଙ୍କ ସହ ଗୁଳି ବିନିମୟ, ଜଣେ ମାଓବାଦୀ ମୃତ, ଅନେକ ଆହତ

ମାଲକାନଗିରି,୨୯ା୪(ଦୁର୍ଯ୍ୟୋଧନପାତ୍ର): ମାଲକାନଗିରି ଜିଲା ସୀମାନ୍ତ ସୁକ୍‌ମା ଜିଲାରେ ସୋମବାର ଡିଆର୍‌ଜି ଯବାନଙ୍କ ସହ ଗୁଳି ବିନିମୟରେ ଜଣେ ମାଓବାଦୀଙ୍କ ମୃତ୍ୟୁ ହୋଇଛି। ଏଥିରେ ଅନେକେ ଆହତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri