ସୀମା ଡେଇଁଲା ଚାଇନା ଯୁଦ୍ଧବିମାନ

ତାଇପେଇ,୧୫ା୮ ଚାଇନାର ୧୧ଟି ମିଲିଟାରି ଏୟାରକ୍ରାଫ୍ଟ ରବିବାର ତାଇଓ୍ବାନ୍‌ ପ୍ରଣାଳୀର ମଧ୍ୟରେଖା (ମେଡିଆନ୍‌ ଲାଇନ୍‌) ଅତିକ୍ରମ କରିଛି। ଏହି ଯୁଦ୍ଧବିମାନଗୁଡ଼ିକ ତାଇଓ୍ବାନ୍‌ର ଏୟାର ଡିଫେନ୍ସ ଜୋନ୍‌ ଅତିକ୍ରମ କରିଥିବା ତାଇପେଇ ପକ୍ଷରୁ ଅଭିଯୋଗ ଅଣାଯାଇଛି। ତାଇଓ୍ବାନ୍‌ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ବେଜିଂ ଲଗାତର ଭାବେ ଦ୍ୱୀପରାଷ୍ଟ୍ର ନିକଟରେ ସାମରିକ ଗତିବିଧି ବଢ଼ାଇବାରେ ଲାଗିଛି। ଚାଇନା ତାଇଓ୍ବାନ୍‌କୁ ନିଜ ମୂଳ ଭୂଖଣ୍ଡର ଅଂଶ ବୋଲି ବିବେଚନା କରୁଥିବାରୁ ଏହାକୁ ବଳପୂର୍ବକ ଦଖଲ କରିବା ପାଇଁ ପ୍ରସ୍ତୁତି ଚଳାଇଛି। ଅନ୍ୟପକ୍ଷେ ତାଇଓ୍ବାନ୍‌ ସରକାରଙ୍କ ମତରେ ଚାଇନା କେବେହେଲେ ଏହି ଦ୍ୱୀପରାଷ୍ଟ୍ରକୁ ଶାସନ କରିନାହିଁ। ତାଇଓ୍ବାନ୍‌ର ଭବିଷ୍ୟତ ନିର୍ଦ୍ଧାରଣ କରିବା ଅଧିକାର ବେଜିଂର ନାହିଁ। ତାଇଓ୍ବାନ୍‌ବାସୀ ହିଁ ନିଜ ଭବିଷ୍ୟତ ନିର୍ଦ୍ଧାରକ।
ପ୍ରକାଶ ଯେ, ଚାଇନାର ବାରଣ ସତ୍ତ୍ୱେ ପ୍ରତିନିଧି ସଭା ସ୍ପିକର ନାନ୍ସି ପେଲୋସି ଗତ ୨ ତାରିଖରେ ତାଇଓ୍ବାନ୍‌ ଗସ୍ତ କରିଥିଲେ। ଏହାକୁ ନେଇ କ୍ଷୁବ୍ଧ ଚାଇନା ତାଇଓ୍ବାନ୍‌ ପ୍ରଣାଳୀରେ ସମରାଭ୍ୟାସ କରି ଯୁଦ୍ଧବିମାନ ଓ ଯୁଦ୍ଧଜାହାଜର ଶକ୍ତି ପ୍ରଦର୍ଶନ କରିଥିଲା। ଏବେ ତାଇଓ୍ବାନ୍‌ରେ ଆମେରିକାର ଏକ ପ୍ରତିନିଧି ଦଳ ପହଞ୍ଚତ୍ଥିବାରୁ ଚାଇନା ପୁଣି ଖେଳ ଆରମ୍ଭ କରୁଥାଇପାରେ।

ଭାରତକୁ ଧନ୍ୟବାଦ ଦେଲା ତାଇପେଇ

ଚାଇନା ସହ ମୁହଁାମୁହଁି ଅବସ୍ଥାରେ ଥିବା ତାଇଓ୍ବାନ୍‌ ରବିବାର ଭାରତ ସମେତ ଅନେକ ରାଷ୍ଟ୍ରକୁ ସହଯୋଗ ତଥା ପରାମର୍ଶ ପାଇଁ ଧନ୍ୟବାଦ ଦେଇଛି। ଚାଇନା ଜାଣିଶୁଣି ଅସ୍ଥିରତା ସୃଷ୍ଟି ଉଦ୍ୟମ କରୁଛି। ସଂଯମ ରହିବାକୁ ପରାମର୍ଶ ଦେଇଥିବା ଭାରତ ସମେତ ୫୦ ଦେଶକୁ ଧନ୍ୟବାଦ ବୋଲି ସେଠାର ବହିର୍ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ବିବୃତିରେ କୁହାଯାଇଛି। ପ୍ରକାଶ ଯେ, ଏହା ପୂର୍ବରୁ ତାଇଓ୍ବାନ୍‌ ପ୍ରଣାଳୀରେ ଶାନ୍ତି ଓ ସ୍ଥିରତା ରକ୍ଷା କରି ସ୍ଥିତାବସ୍ଥା ବଜାୟ ରଖିବା ପାଇଁ ଭାରତର ବହିର୍ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଉଭୟ ବେଜିଂ ଓ ତାଇପେଇକୁ ପରାମର୍ଶ ଦିଆଯାଇଥିଲା।

ତାଇଓ୍ବାନ୍‌ରେ ଆମେରିକା ପ୍ରତିନିଧି

ଆମେରିକା ହାଉସ୍‌ ସ୍ପିକର ନାନ୍ସି ପେଲୋସିଙ୍କ ତାଇଓ୍ବାନ୍‌ ଗସ୍ତର ୧୨ ଦିନ ପରେ ବାଇଡେନ୍‌ ପ୍ରଶାସନର ଏକ ପ୍ରତିନିଧି ଦଳ ତାଇପେଇ ଯାଇଛି। ମାସାଚ୍ୟୁସେଟ୍ସର ଡେମୋକ୍ରାଟିକ୍‌ ସିନେଟର ଏଡ୍‌ ମାର୍କିଙ୍କ ନେତୃତ୍ୱରେ ଏହି ପ୍ରତିନିଧି ଦଳ ସ୍ଥାନୀୟ ସମୟ ରବିବାର ରାତି ୭ଟାରେ ସୋଙ୍ଗ୍‌ଶାନ ଏୟାରପୋର୍ଟରେ ପହଞ୍ଚତ୍ଛି। ମାର୍କି ଅନ୍ୟ ଏକ ବିମାନରେ ତାଓୟୁଆନ୍‌ରେ ଅବତରଣ କରିଛନ୍ତି। ୫ ଜଣିଆ ପ୍ରତିନିଧି ଦଳ ତାଇଓ୍ବାନ୍‌ ରାଷ୍ଟ୍ରପତି ସାଇ ଇଙ୍ଗ୍‌-ଓ୍ବେନ୍‌ ଓ ଅନ୍ୟ ଅଧିକାରୀମାନଙ୍କୁ ଭେଟିବା କାର୍ଯ୍ୟକ୍ରମ ରହିଛି। ସାକ୍ଷାତ୍‌ ବେଳେ ଦୁଇପକ୍ଷ ଆମେରିକା-ତାଇଓ୍ବାନ୍‌ ସମ୍ପର୍କ, କ୍ଷେତ୍ରୀୟ ସୁରକ୍ଷା, ବାଣିଜ୍ୟ, ନିବେଶ ଓ ଅନ୍ୟ ପ୍ରସଙ୍ଗଗୁଡ଼ିକ ଉପରେ ଆଲୋଚନା କରିବେ ବୋଲି ବାଇଡେନ୍‌ ପ୍ରଶାସନର ପ୍ରତିନିଧିତ୍ୱ କରୁଥିବା ଆମେରିକାନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଇନ୍‌ ତାଇଓ୍ବାନ୍‌ ପକ୍ଷରୁ କୁହାଯାଇଛି। ଅନ୍ୟ ଆମେରିକୀୟ ପ୍ରତିନିଧିମାନେ ହେଲେ ରିପବ୍ଲିକାନ୍‌ ଅଉମୁଆ ଆମାଟା କୋଲମ୍ୟାନ୍‌ ରାଡଓ୍ବୋଗେନ୍‌, ଡେମୋକ୍ରାଟିକ୍‌ ହାଉସ୍‌ ମେମ୍ବର ଜନ୍‌ ଗାରାମେଣ୍ଡି, ଆଲାନ୍‌ ଲୋଓ୍ବେନ୍ଥାଲ ଏବଂ ଡନ୍‌ ବେୟର।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri