ରିଲିଜ ପୂର୍ବରୁ ‘ଲାଲ ସିଂ ଚଢା’କୁ ନେଇ ମୁହଁ ଖୋଲିଲେ ଆମିର

ମୁମ୍ବାଇ: ବଲିଉଡ୍ ଅଭିନେତା ଆମିର ଖାଁ ଏବେ ତାଙ୍କ ଫିଲ୍ମ ‘ଲାଲ ସିଂ ଚଢା’କୁ ନେଇ ଖୁବ ଚର୍ଚ୍ଚାରେ । ଏବେ ସେ ଫିଲ୍ମର ଖୁବ୍ ପ୍ରମୋଶନ କରୁଥିବା ଦେଖାଯାଉଛି । ଅଗଷ୍ଟ ୧୧ରେ ଫିଲ୍ମଟି ରିଲିଜ୍ ହେବ । ଫିଲ୍ମଟି ରିଲିଜ୍ ହେବା ପୂର୍ବରୁ କିନ୍ତୁ ବିବାଦରେ ଫସିଯାଇଛି । ସୋସିଆଲ ମିଡିଆରେ ‘ଲାଲ ସିଂ ଚଢା’ବୁ ବୟକଟ କରିବାକୁ ଦାବି କରାଯାଉଛି । କିଛିଦିନ ହେବ ସୋସିଆଲ ମିଡିଆରେ ବୟକଟ ଲାଲ ସିଂ ଚଢା ଟ୍ରେଣ୍ଡ କରୁଛି । ଏବେ ଏହାକୁ ନେଇ ଆମିର ମୁହଁ ଖୋଲିଛନ୍ତି ।
ନୂଆଦିଲ୍ଲୀରେ ଗଣମାଧ୍ୟମ ସହ କଥା ହୋଇ ଆମିର କହିଛନ୍ତି, ମୁଁ କାହାକୁ ଆଘାତ ଦେବାକୁ ଚାହୁଁନାହିଁ । ହେଲେ ମୁଁ ଯଦି କାହାକୁ ଆଘାତ ଦେଇଛି ତେବେ ମୁଁ ସେଥିପାଇଁ ଦୁଃଖିତ । ଯେଉଁମାନେ ଫିଲ୍ମ ଦେଖିବାକୁ ଚାହୁଁ ନାହାନ୍ତି ମୁଁ ସେମାନଙ୍କ କଥାକୁ ସମ୍ମାନ ଦେଉଛି ।
ଆମିର ଆହୁରି ମଧ୍ୟ କହିଛନ୍ତି, ଅଧିକରୁ ଅଧିକ ଦର୍ଶକ ଫିଲ୍ମ ଦେଖନ୍ତୁ । ଆମେ ବହୁତ କଷ୍ଟ କରି ଫିଲ୍ମ ତିଆରି କରୁଛୁ । ଫିଲ୍ମରେ କେବଳ ମୁଁ ନାହିଁ, ଫିଲ୍ମର ନିର୍ମାଣ ପାଇଁ ଶହ ଶହ ଲୋକ ପରିଶ୍ରମ କରିଥାଆନ୍ତି । ଆଶା କରୁଛି ଦର୍ଶକେ ଏହାକୁ ପସନ୍ଦ କରିବେ ।
ସୂଚନାଯୋଗ୍ୟ, ଲାଲ ସିଂ ଚଢା ହଲିଉଡ ଫିଲ୍ମର ରିମେକ । ଏହି ଫିଲ୍ମ ମାଧ୍ୟମରେ ବେଶ କିଛି ବର୍ଷପରେ ଆମିର ବଡ ପରଦାକୁ ଫେରୁଛନ୍ତି । ଲାଲ ସିଂ ଚଢାରେ ଆମିରଙ୍କ ସହ କରିନା କପୁର, ମୋନା ସିଂ ଓ ନାଗା ଚୈତନ୍ୟ ନଜର ଆସିବେ । ଅଦୈତ ଚନ୍ଦନ ଏହାର ନିର୍ଦ୍ଦେଶନା ଦେଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

କ’ଣ ଭାରତରେ ଲିଭ୍‌ ଇନ୍‌ ରିଲେଶନସିପରେ ରହିବା ଅବୈଧ? ନିୟମ ଜାଣିଲେ ତାଜୁବ ହେବେ

ଭାରତୀୟ ସମାଜରେ ବିବାହକୁ ଏକ ପବିତ୍ର ଓ ଏକ ଜରୁରି ଉତ୍ସବ ଭାବେ ପରିଗଣିତ କରାଯାଇଥାଏ । କାରଣ ବିବାହ ପରେ ହିଁ ପୁରୁଷ ଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri