Posted inଜାତୀୟ

୬ ଗୁଣ ମୃତ୍ୟୁ ଆଶଙ୍କା ବଢ଼ାଇବ ରାତିର ତାତି

ନୂଆଦିଲ୍ଲୀ,୧୦।୮: ଜଳବାୟୁ ପରିବର୍ତ୍ତନର ପ୍ରଭାବ ଯୋଗୁ ରାତି ବେଳା ତାପମାତ୍ରା ବୃଦ୍ଧି ପାଉଛି। ଫଳରେ ସ୍ବାଭାବିକ ନିଦ୍ରାରେ ବ୍ୟାଘାତ ଘଟୁଛି। ରାତି ତାପମାତ୍ରା ବୃଦ୍ଧି ଯୋଗୁ ଭବିଷ୍ୟତରେ ଲୋକଙ୍କ ମୃତ୍ୟୁ ଆଶଙ୍କା ୬ ଗୁଣ ବଢ଼ାଇପାରେ ବୋଲି ଏକ ନୂତନ ଅଧ୍ୟୟନରେ ସତର୍କ କରିଦିଆଯାଇଛି।
ଲାନସେଟ୍‌ ପ୍ଲାନେଟାରୀ ହେଲ୍‌ଥ ନାମକ ପୁସ୍ତକରେ ପ୍ରକାଶିତ ଅଧ୍ୟୟନ ଅନୁଯାୟୀ ଯେତେବେଳେ ଆପଣ ନିଦ୍ରା ଯାଆନ୍ତି, ସେତେବେଳେ ଆପଣଙ୍କ ଶରୀର ଓ ମାଂସପେଶୀର ମରାମତି ହୋଇଥାଏ ଓ ଏହା ସେଗୁଡ଼ିକର ବୃଦ୍ଧିରେ ସହାୟକ ହୁଏ। ନିଦ୍ରା ସମୟରେ ଆପଣଙ୍କ ଶରୀର ପ୍ରୋଟିନ୍‌ ପ୍ରସ୍ତୁତ କରେ ଓ ଏହା କୋଷଗୁଡ଼ିକର ନିର୍ମାଣ ଓ ମରାମତିରେ ସାହାଯ୍ୟ କରିଥାଏ। ତେବେ ଜଳବାୟୁ ପରିବର୍ତ୍ତନ ଯୋଗୁ ରାତ୍ର ସମୟର ତାପମାତ୍ରା ବଢ଼ିବା ଉଦ୍‌ବେଗର କାରଣ ହୋଇଛି। ଆଗାମୀ ବର୍ଷଗୁଡ଼ିକରେ ରାତି ଅତ୍ୟଧିକ ଉତ୍ତପ୍ତ ହେବାକୁ ଯାଉଛି। ଏହାର ପରିଣାମରେ ସାରା ବିଶ୍ୱରେ ମାନବ ମୃତ୍ୟୁ ହାର ଚଳିତ ଶତାବ୍ଦୀ ଶେଷ ବେଳକୁ ୬୦ ପ୍ରତିଶତ ବଢ଼ିବା ପୂର୍ବାନୁମାନ କରାଯାଇଛି। ଚାଇନା, ଦକ୍ଷିଣ କୋରିଆ, ଜାପାନ, ଜର୍ମାନୀ ଏବଂ ଆମେରିକାର ବୈଜ୍ଞାନିକମାନେ ଗବେଷଣାରୁ ଏହା ଜାଣିବାକୁ ପାଇଛନ୍ତି।
ରାତି ତାପମାତ୍ରା ବୃଦ୍ଧି ଯୋଗୁ କମ୍‌ ନିଦ ଶରୀରର ରୋଗ ପ୍ରତିରୋଧ ଶକ୍ତିକୁ ନଷ୍ଟ କରିଦେଇପାରେ। ଏଥିସହିତ ହୃଦ୍‌ରୋଗ, ଦୀର୍ଘମିଆଦୀ ରୋଗ, ପ୍ରଦାହ, ମାନସିକ ସ୍ବାସ୍ଥ୍ୟାବସ୍ଥା ଉପରେ ଅଧିକ ବିପଦ ଦେଖାଦେବ ବୋଲି ଅଧ୍ୟୟନରେ କୁହାଯାଇଛି। ରାତି ଉତ୍ତାପ ବଢ଼ୁଥିବା ନେଇ ସତର୍କ କରାଗଲେ ମଧ୍ୟ ଏହାକୁ କ୍ରମାଗତ ଭାବେ ଅଣଦେଖା କରାଯାଉଥିବା ଅଧ୍ୟୟନର ଅନ୍ୟତମ ଲେଖକ ତଥା ଉତ୍ତର କାରୋଲିନା ୟୁନିଭର୍ସିଟିର ଜଳବାୟୁ ବୈଜ୍ଞାନିକ ୟୁକିଆଙ୍ଗ ଝାଙ୍ଗ୍‌ କହିଛନ୍ତି।
ଆକଳନ ଅନୁଯାୟୀ ୨୦୯୦ ସୁଦ୍ଧା ରାତି ତାପମାତ୍ରା ପାଖାପାଖି ୨ ଗୁଣ ହୋଇଯିବ। ପୂର୍ବ ଏସିଆର ୨୮ଟି ସହରରେ ଏହି ସମୟରେ ରାତି ତାପମାତ୍ରା ୨୦.୪ରୁ ବୃଦ୍ଧି ପାଇ ୩୯.୭ ଡିଗ୍ରୀ ସେଲ୍‌ସିୟସରେ ପହଞ୍ଚତ୍ବ ବୋଲି ଆକଳନ କରାଯାଇଛି। ଏଥିଯୋଗୁ ବିଭିନ୍ନ ରୋଗ ମଧ୍ୟ ଦେଖାଦେବ। ଜଳବାୟୁ ପରିବର୍ତ୍ତନ ଓ ମୃତ୍ୟୁ ହାର ଉପରେ ଏହାର ପ୍ରଭାବ ନେଇ ହୋଇଥିବା ପ୍ରଥମ ଅଧ୍ୟୟନରେ ଏହା କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଛତ୍ରପୁର ଏନଏସି ହେବ ମ୍ୟୁନିସିପାଲଟି, ଜିଲା  ସଦର ମହକୁମାକୁ ନୂଆବର୍ଷର ଭେଟି 

ଛତ୍ରପୁର,୨୮।୧୨: ପ୍ରଥମ ପର୍ଯ୍ୟାୟରେ ଗଞ୍ଜାମ ଜିଲାର ଭଞ୍ଜନଗର, ପୋଲସରା ଓ କବିସୂର୍ଯ୍ୟନଗର ଏନ୍‌ଏସିକୁ ମ୍ୟୁନିସିପାଲଟି ମାନ୍ୟତା ଦିଆଯାଇଥିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଯାହାକି ଗଞ୍ଜାମ...

ଶୀତ ମହୋତ୍ସବରେ ଯୋଗଦେବେ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର: ଭାଜପା କର୍ମକର୍ତ୍ତଙ୍କୁ ଭେଟି …

ଦାରିଙ୍ଗବାଡି,୨୭।୧୨(ଅରୁଣ ସାହୁ ): ଦାରିଙ୍ଗବାଡିରେ ଆସନ୍ତା ଜାନୁଆରୀ ୮ରୁ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଛି। ଗତ ୨୦୧୫ରୁ ପ୍ରଥମଥର ପାଇଁ ତାଜ୍ୟ ସ୍ତରୀୟ...

ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା: ଭଞ୍ଜନଗର ଆଇଆରବି ବାଟାଲିୟନ ରନର୍ସ ଅପ୍‌

ଭଞ୍ଜନଗର, ୨ ୮।୧୨(ବାବୁଲା ପ୍ରଧାନ): ସ୍ପେଶାଲ ଅପରେଶନ ଗ୍ରୁପ (ଏସଓଜି) ଚନ୍ଦକା ଠାରେ ୮ମ ରାଜ୍ୟ ପୋଲିସ ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି...

ମ୍ଭାରୀଗୁଡା ରାସ୍ତାପଟେ ବୃଦ୍ଧା ଯାଉଥିବା ବେଳେ ହଠାତ୍‌ ଆସିଲା ଭାଲୁ : ପରେ…

ନୂଆପଡ଼ା/ସିନାପାଲି,୨୮ା୧୨ (ମକାରୁ ବେମାଲ/ମନଫୁଲ ମେହେର): ନୂଆପଡ଼ା ଜିଲା ସିନାପାଲି ଥାନା ଗଣ୍ଡାବାହାଲି ଗାଁରେ ଶୁକ୍ରବାର ଭାଲୁ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୁତ୍ୟୁ ଘଟିଛି। ସେ ହେଲେ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

କାଠଗଡ଼ାକୁ ଯିବେ ରହମାନ୍‌ ଡକୈତ

ମୁମ୍ୱାଇ,୨୮ା୧୨: ‘ଧୁରନ୍ଧର’ ଫିଲ୍ମର ସୁପରହିଟ୍‌ ସଫଳତା ପରେ ଅଭିନେତା ଅକ୍ଷୟ ଖାନ୍ନାଙ୍କ ଡିମାଣ୍ଡ ରାତାରାତି ବଢ଼ିଯାଇଛି। ସେ ନିଜ ସାଲାରି ୩ ଗୁଣା ବଢ଼ାଇଦେଇଛନ୍ତି। ଏପରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri