୩ ଜଣଙ୍କୁ ଲକ୍ଷ୍ନୌରୁ ଗିରଫ କଲା ସାଇବର ପୋଲିସ

ଭୁବନେଶ୍ୱର,(ବ୍ୟୁରୋ)୯ା୮:ରାଜଧାନୀରେ ଦିନକୁ ଦିନ ବଢିବାରେ ଲାଗିଛି ସାଇବର ଠକଙ୍କ ଉତ୍ପାତ । ବାରମ୍ବାର ସଚେତନ ସତ୍ତ୍ୱେ ସହରବାସୀ ଚେତୁ ନାହାନ୍ତି। ବିଭିନ୍ନ ପ୍ରକାର ଲୋଭ ଦେଖାଇ ଲୋକଙ୍କଠାରୁ ଠକି ନେଉଛନ୍ତି ଲକ୍ଷ ଲକ୍ଷ ଟଙ୍କା। ଏବେ କୌନ୍‌ ବନେଗା କୋରଡ ପତି (କେବିସି)ର ଲଟେରୀ ଲୋଭ ଦେଖାଇ ଜଣେ ଯୁବକଙ୍କଠାରୁ ୨ ଲକ୍ଷ ୪୦ ହଜାର ଟଙ୍କା ଠକି ନେଇଛନ୍ତି। ଏଥିରେ ସମ୍ପୃକ୍ତ ୩ ଠକଙ୍କୁ ଲକ୍ଷ୍ନୌରୁ ଗିରଫ କରିଛି ସାଇବର ଓ ଅର୍ଥନୈତିକ ଅପରାଧ ଥାନା ପୋଲିସ। ସେମାନେ ହେଲେ ବିହାରର ଦୀପକ କୁମାର, ଲକ୍ଷ୍ନୌର ମୋହିତ ସିଂହ ଓ ମୋବିନ କୁମାର। ୩ ସାଇବର ଠକଙ୍କୁ ସାଇବର ଥାନା ପୋଲିସ ରବିବାର ଗିରଫ କରିବା ପରେ ଲକ୍ଷ୍ନୌ କୋର୍ଟରେ ହାଜର କରିଥିଲା। ଏହାପରେ ସେମାନଙ୍କୁ ଟ୍ରାଞ୍ଜିଟ ରିମାଣ୍ଡରେ ଆଣି ସୋମବାର ଭୁବନେଶ୍ୱର ପହଞ୍ଚତ୍ଛି। ଏଥିସହ ଗିରଫ ଅଭିଯୁକ୍ତଙ୍କ ଆକାଉଣ୍ଟ ସହ ସେଥିରେ ଥିବାବା ୯୦ ହଜାର ଟଙ୍କାକୁ ଜବତ କରାଯାଇଥିବା ସାଇବର ଥାନା ଅଧିକାରିଣୀ ରଶ୍ମିତା ଜେନା କହିଛନ୍ତି। ଅଭିଯୁକ୍ତ ଦୀପକ କେବିସିର ସ୍ବପ୍ନ ଦେଖାଇ ଲୋକଙ୍କଠାରୁ ୩୦ଟି ଆକାଉଣ୍ଟ ଆଣି ବିହାରର ମୁଖ୍ୟ ଅଭିଯୁକ୍ତ ରତନଙ୍କୁ ଦେଉଥିବା ପୋଲିସ ତଦନ୍ତବେଳେ ଜାଣିବାକୁ ପାଇଛି। ତେଣୁ ମୁଖ୍ୟ ଅଭିଯୁକ୍ତଙ୍କୁ ଧରିବା ଲାଗି ତଦନ୍ତ ଚାଲିଛି। ମଙ୍ଗଳବାର ୩ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ସାଇବର ଥାନା ପକ୍ଷରୁ ସୂଚନା ଦିଆଯାଇଛି।
ସୂଚନାନୁସାରେ, କେନ୍ଦ୍ରାପଡା ରାଜକନିକାର ବାବୁରାମ ସାମଲ ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରେ ରହି ଏକ ସିକ୍ୟୁରିଟି ସଂସ୍ଥାରେ କାମ କରନ୍ତି । ୨୬ ଜୁଲାଇରେ ବାବୁରାମଙ୍କ ହ୍ବାଟ୍ସଆପ୍‌କୁ ଏକ ମେସେଜ ଆସିଥିଲା। ଯେଉଁଥିରେ କେବିସିର ୨୫ ଲକ୍ଷ ଟଙ୍କାର ଏକ ଲଟେରି ତାଙ୍କ ନାମରେ ଉଠିଥିବା ଓ ଏକ ନମ୍ବରରେ ଯୋଗାଯୋଗ କରିବାକୁ ଉଲ୍ଲେଖ ଥିଲା। ଏହାପରେ ବାବୁରାମ ଉକ୍ତ ନମ୍ବରକୁ ଫୋନ କରିବାରୁ ଅଭିଯୁକ୍ତ ଠକ ବାବୁରାମଙ୍କୁ ଲଟେରି ଜିତିଛ ବୋଲି କହିଥିଲେ। ଏଥିପାଇଁ ଟାକ୍ସ ବାବଦକୁ ୨ ଲକ୍ଷ ୪୦ ହଜାର ଡିପୋଜିଟ୍‌ କଲେ ତୁବମ ଆକାଉଣ୍ଟକୁ ୨୫ ଲକ୍ଷ ଟଙ୍କା ଟ୍ରାନ୍ସଫର ହେବ। ସାଇବର ଠକ କଥାକୁ ବିଶ୍ୱାସ କରି ବାବୁରାମ ୩ଟି ଆକାଉଣ୍ଟରେ ୨ ଲକ୍ଷ ୪୦ ଟଙ୍କା ଟ୍ରାନ୍ସଫର କରିଥିଲେ। ହେଲେ ଏହାପରେ କୌଣସି ଟଙ୍କା ତାଙ୍କ ଆକାଉଣ୍ଟକୁ ଆସି ନ ଥିଲା। ଏହାପରେ ବାବୁରାମ ଉକ୍ତ ନମ୍ବରରେ ଯୋଗାଯୋଗ କରିବାରୁ ଫୋନ ସୁଇଚ୍‌ ଅଫ୍‌ ଦେଖାଇଲା। ସେ ଠକେଇର ଶିକାର ହେବା ଜାଣିବା ପରେ ଗତ ୫ ତାରିଖରେ ସାଇବର ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ସାଇବର ଥାନା ପୋଲିସ ଉକ୍ତ ଆକାଉଣ୍ଟକୁ ଯାଞ୍ଚ କରିବାରୁ ଏହା ଲକ୍ଷ୍ନୌର ବୋଲି ଜାଣିବାକୁ ପାଇଲେ। ତୁରନ୍ତ ସାଇବର ଥାନା ପୋଲିସ ଗତ ୬ ତାରିଖରେ ଲକ୍ଷ୍ନୌ ଯାଇ ୭ ତାରିଖରେ ୩ ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

ଦିଗପହଣ୍ଡିରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପ ନିମନ୍ତେ ଶିଳାନ୍ୟାସ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର

ଦିଗପହଣ୍ଡି,୨୪|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ବିଭିନ୍ନ ଉନ୍ନୟନ ପ୍ରକଳ୍ପ ନିମନ୍ତେ ବୁଧବାର ବିଧାୟକ ଡ଼.ସିଦ୍ଧାନ୍ତ ମହାପାତ୍ର ଶିଳାନ୍ୟାସ କରିଛନ୍ତି । ରାଜ୍ୟ...

ଶୀତ ମହୋତ୍ସବକୁ ଆସିବା ପାଇଁ ନିମନ୍ତ୍ରଣ ଗ୍ରହଣ କଲେ ପ୍ରଭାତୀ

ଦାରିଙ୍ଗବାଡି, ୨୪/୧୨ (ଅରୁଣ ସାହୁ):  ଦାରିଙ୍ଗବାଡିରେ ଆସନ୍ତା ୮ ଠାରୁ ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ହେବାକୁ ଯାଉଛି । ଏହି ମହୋତ୍ସବରେ ରାଜ୍ୟର ବିଭିନ୍ନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri