ପୁଅକୁ ଦେଖା କରିବାକୁ ଆସି ମାଡ଼ ଖାଇଲେ ବାପା

ପୁରୀ ଅଫିସ,୯।୮:ପୁରୁଷର ଲୁହକୁ କେହି କେବେ ବୁଝିନାହାନ୍ତି। ମୋ ପୁଅକୁ ଗଲା ୨ ବର୍ଷ ହେଲା ଦେଖିନି। କୋର୍ଟ ଅନୁମତି ପତ୍ର ମୋ ପାଖରେ ଥାଇ ମଧ୍ୟ ମୋତେ ରାସ୍ତାରେ ମାଡ଼ ମରାଗଲା। ମୋତେ ସାହାଯ୍ୟ କରନ୍ତୁ, ପୁଅକୁ ଥରୁଟିଏ ଦେଖିବାକୁ ଦିଆଯାଉ। ସୋମବାର ପୁରୀ ଜଗନ୍ନାଥ କଲୋନୀରେ ଜଣେ ୩୭ ବର୍ଷୀୟ ଯୁବକ ଏଭଳି କହି କାନ୍ଦିକାନ୍ଦି ସ୍ଥାନୀୟ ଲୋକଙ୍କୁ ନେହୁରା ହେଉଥିବା ଦେଖିବାକୁ ମିଳିଥିଲା। ଏହି ହୃଦୟ ବିଦାରକ ଦୃଶ୍ୟରୁ ସ୍ପଷ୍ଟ ବାରି ହୋଇପଡ଼ୁଥିଲା ଜଣେ ଅସହାୟ ବାପାର ପୁତ୍ର ମୋହ। ବାପା ନିଜ ପୁଅକୁ ଦେଖିବା ପାଇଁ ବିକଳରେ ଲୋକଙ୍କ ନିକଟରେ ନେହୁରା ହେଉଥିଲେ।
ଅନୁଯାୟୀ, ଗୋପ ଷୋଳପୁର ଅଞ୍ଚଳର ଜିତେନ୍ଦ୍ର ମହାନ୍ତି ୨୦୧୫ରେ ମଧୁସ୍ମିତା ଦାଶଙ୍କୁ ବିବାହ କରିଥିଲେ। ଜିତେନ୍ଦ୍ର ବଲାଙ୍ଗୀରରେ ଚାକିରି କରୁଥିବାରୁ ସ୍ତ୍ରୀସ୍ବାମୀ ସେଠାରେ ରହୁଥିଲେ। ତେବେ ୨୦୨୦ରେ କୌଣସି କାରଣକୁ ନେଇ ମଧୁସ୍ମିତା ଜିତେନ୍ଦ୍ରଙ୍କଠାରୁ ଛାଡ଼ପତ୍ର ଚାହିଁଥିଲେ ଓ ନିଜ ଘରକୁ ଚାଲି ଆସିଥିଲେ। ଉଭୟଙ୍କ ପକ୍ଷରୁ ମାମଲା କୋର୍ଟରେ ବିଚାରାଧୀନ ଥିବା ବେଳେ ଜିତେନ୍ଦ୍ର କୋର୍ଟରେ ଆପୋସ ବୁଝାମଣାରେ ସମାଧାନ ପାଇଁ ମଧ୍ୟ ଅପିଲ୍‌ କରିଛନ୍ତି। ଉଭୟଙ୍କର ଏକ ୬ ବର୍ଷର ପୁଅ ଅଛି। ମଧୁସ୍ମିତା ପୁଅକୁ ନେଇ ଅଲଗା ରହୁଛନ୍ତି। ଗତ ଦୁଇ ବର୍ଷ ହେବ ଜିତେନ୍ଦ୍ର ପୁଅକୁ ଦେଖିପାରିନାହାନ୍ତି। ତେବେ ଜିତେନ୍ଦ୍ର ପୁଅକୁ ଦେଖିବା ପାଇଁ ପୁରୀ ପରିବାର କୋର୍ଟର ଆବେଦନ କରିଥିଲେ। ଏ ନେଇ କୋର୍ଟ ଜଣାଇଛନ୍ତି ଯେ, ଜିତେନ୍ଦ୍ର ସରକାରୀ ଛୁଟିଦିନରେ ଓ ପ୍ରତି ରବିବାର ୪ ଘଣ୍ଟା ପାଇଁ ନିଜ ପୁଅକୁ ଦେଖିପାରିବେ ଓ ମିଳାମିଶା କରିପାରିବେ। ମାତ୍ର ମଧୁସ୍ମିତା ପୁଅକୁ ଦେଖାଇ ଦେଉନାହାନ୍ତି। ଏପରିକି ଜିତେନ୍ଦ୍ରଙ୍କଠାରୁ ପୁଅକୁ ଦୂରେଇ ରଖିବା ପାଇଁ ନିଜ ଠିକଣା ବାରମ୍ବାର ପରିବର୍ତ୍ତନ କରୁଛନ୍ତି ବୋଲି ଜିତେନ୍ଦ୍ର ଅଭିଯୋଗ କରିଛନ୍ତି। ଜିତେନ୍ଦ୍ର ରବିବାର ମଧୁସ୍ମିତାଙ୍କ ପୁରୁଣା ଠିକଣା ମାଟିଆପଡ଼ାସ୍ଥିତ ଘରେ ତାଙ୍କୁ ନ ପାଇବା ପରେ ଖୋଜିଖୋଜି ନୂଆ ଠିକଣାରେ ପହଞ୍ଚିଥିଲେ। ସେଠାରେ ମଧୁସ୍ମିତା ରହୁଥିବା ଘର ମାଲିକଙ୍କୁ କୋର୍ଟ କାଗଜପତ୍ର ଦେଖାଇ ପୁଅକୁ ଦେଖିବାକୁ ଅନୁମତି ଚାହିଁଥିଲେ। ହେଲେ ମଧୁସ୍ମିତା ଏସବୁ ଜାଣି ଜିତେନ୍ଦ୍ରଙ୍କୁ ଗାଳିଗୁଲଜ କରିବା ସହ ନିଜ ଭାଇଙ୍କ ସହ ମିଶି ମାଡ଼ ମାରିଥିଲେ। ପରେ ସ୍ଥାନୀୟ ଲୋକଙ୍କ ହସ୍ତକ୍ଷେପ ପରେ ତାଙ୍କୁ ଉଦ୍ଧାର କରାଯାଇଥିଲା। ଜିତେନ୍ଦ୍ର ସେଠାରୁ ଆସି ପୁରୀ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା କରାଇବା ସହ ପୁରୀ ବଳିଆପଣ୍ଡା ଥାନାରେ ନିଜ ଡାକ୍ତରୀ ରିପୋର୍ଟ ଦେଖାଇ ଅଭିଯୋଗ କରିଛନ୍ତି। ଜିତେନ୍ଦ୍ରଙ୍କ ଦାବି ଯେ, କୋର୍ଟ ନିଷ୍ପତ୍ତି ଆଧାରରେ ତାଙ୍କୁ ପୁଅଙ୍କ ସହ ମିଳାମିଶା କରିବାରେ ସୁଯୋଗ ମିଳୁ। ଅନ୍ୟପକ୍ଷେ ପୋଲିସ ଘଟଣାର ତଦନ୍ତ ଚଳାଇଥିବା କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ବାରିପଦାରେ ଲଜ୍ଜା: ୫ ବର୍ଷର ଶିଶୁ କନ୍ୟାକୁ ବିସ୍କୁଟ୍ ଲୋଭ ଦେଖାଇ ବଳାତ୍କାର

ବାରିପଦାରେ,୧୭।୧୨: ମୟୂରଭଞ୍ଜ ଜିଲା ବାରିପଦା ସହରରେ ଏକ ଅମାନବୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ୫ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ କରାଯାଇଥିବା ନେଇ ସାଂଘାତିକ...

ଗାଁ ମଝିରେ ଛିଡ଼ିଲା ବିଦ୍ୟୁତ ତାର: ଅଳ୍ପକେ ବର୍ତ୍ତିଲେ ଜେଜେ ମା’-ନାତି

ଗଞ୍ଜାମ,୧୭।୧୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ଲକ୍ଷ୍ମୀପୁର ଗାଁରେ ବୁଧବାର ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ଗାଁ ମଝିରେ ରାସ୍ତା...

ମୁକେଶଙ୍କୁ ପୁଣି ଗୁରୁଦାୟିତ୍ୱ ଦେଲା ଭାଜପା: ଜିଲା ଉପସଭାପତି ପଦବୀ ପାଇ କହିଲେ…

ଭବାନୀପାଟଣା,୧୭।୧୨(ଉତ୍ତମ କୁମାର ଦାଶ): ରାଜ୍ୟ ଭାଜପା ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ମଙ୍ଗଳବାର କଳାହାଣ୍ଡି ଜିଲା ଭାଜପା ସଭାପତି ଯୁଗଳ କିଶୋର ପୋଢ଼ ଜିଲାର...

କମ୍ୟୁନିଟି ସେଣ୍ଟର ସ୍ଥାନାନ୍ତର ଉଦ୍ୟମକୁ ବିରୋଧ: ବିରୋଧ କଲା ଜିଲା ଆଦିବାସୀ କଲ୍ୟାଣ ସଂଘ

ଅମରପାଲି,୧୭/୧୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଲପଦର ପଞ୍ଚାୟତର ହୋତାପାଲି ( ସୁରଧାପାଲି) ଠାରେ ନିର୍ମାଣ ହେବାକୁ ଥିବା ଏକ କମ୍ୟୁନିଟି ସେଣ୍ଟର...

୧୨ ଘଣ୍ଟିଆ ଦେବଗଡ଼ ବନ୍ଦ: ଆନ୍ଦୋଳନକାରୀଙ୍କୁ ଉଠାଇନେଲା ପୋଲିସ…

ଦେବଗଡ,୧୭।୧୨(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ପୁରୁଣା ଡାକ୍ତରଖାନାରେ ୨୪ ଘଣ୍ଟିଆ ସ୍ବାସ୍ଥ୍ୟସେବା ଦାବିରେ ବନ୍ଦ ଡାକରା ଦେଇଛି ଜିଲା ମହିଳା ଏକତା ମଞ୍ଚ। ସକାଳ ୬ରୁ...

୮ ଦିନ ମଧ୍ୟରେ କିଡନୀ ରୋଗରେ ୩ ଜଣଙ୍କ ମୃତ୍ୟୁ ଘଟଣା: ରକ୍ତ, ପାନୀୟ ଜଳ ନମୁନା ସଂଗ୍ରହ

ଅମରପାଲି,୧୭ା୧୨(ପୀତାମ୍ବର ସାହୁ):ସୁବର୍ଣ୍ଣପୁର ଜିଲଶ ବୀରମହାରାଜପୁର ବ୍ଲକର ଉପାନ୍ତ ଅଞ୍ଚଳରେ କିଡ଼ନୀ ରୋଗରେ ୮ ଦିନ ମଧ୍ୟରେ ୩ ଜଣଙ୍କ ମୃତ୍ୟୁ ଘଟିଥିଲା। ଏନେଇ ଧରିତ୍ରୀରେ ଖବର...

ଶୀତ ମହୋତ୍ସବ ହେବ ଉତ୍ସବମୁଖର: ସାଂସ୍କୃତିକ କାର୍ଯ୍ୟକ୍ରମକୁ ଆକୃଷ୍ଟ ପାଇଁ ଲକ୍ଷ୍ୟ

ଦାରିଙ୍ଗବାଡି,୧୭।୧୨(ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ଶୀତ ମହୋତ୍ସବ ନେଇ ତୃତୀୟଥର ପାଇଁ ପ୍ରସ୍ତୁତି ବୈଠକ ବ୍ଲକ ସଭାଗୃହ ଠାରେ ହୋଇଯାଇଛି। ବିଡ଼ିଓ ତଥା...

୬ ମାସରେ ମାତ୍ର ୨ ପ୍ରତିଶତ ଅଗ୍ରଗତି: ଅନିଶ୍ଚିତତା ଘେରରେ ମେଗା ପାନୀୟ ଜଳ ପ୍ରକଳ୍ପର ଭବିଷ୍ୟତ

ଭଞ୍ଜନଗର,୧୭।୧୨(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ଗ୍ରାମ୍ୟ ପାଇପ ଜଳ ଯୋଗାଣ ବିଭାଗ ଅଧୀନରେ ରାଜ୍ୟର ସବୁଠୁ ବଡ ମେଗା ପାନୀୟ ଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri