ଷ୍ଟୋର୍‌, ଇ-କମର୍ସର ସମ୍ପ୍ରସାରଣ କରିବ ଆର୍‌ଆଇଏଲ୍‌

ମୁମ୍ବାଇ,୯।୮: ଦେଶର ପ୍ରମୁଖ ବାଣିଜି୍ୟକ ପ୍ରତିଷ୍ଠାନ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌ (ଆର୍‌ଆଇଏଲ୍‌) ପକ୍ଷରୁ ରିଟେଲ୍‌ କ୍ଷେତ୍ରରେ ୨୦୨୧-୨୨ ଆର୍ଥିକ ବର୍ଷରେ ୩୦,୦୦୦ କୋଟି ଟଙ୍କା ନିବେଶ କରାଯାଇଛି। ସେହିଭଳି ଗତ ଆର୍ଥିକ ବର୍ଷରେ କମ୍ପାନୀ ୨,୫୦୦ ନୂଆ ଷ୍ଟୋର୍‌ ଯୋଡ଼ିଥିବା ବେଳେ ଏହାର ମୋଟ ଷ୍ଟୋର ସଂଖ୍ୟା ୧୫,୧୯୬ ରେ ପହଞ୍ଚତ୍ଛି। ହାରାହାରି ଭାବେ ରିଲାଏନ୍ସ ରିଟେଲ୍‌ ଦୈନିକ ସାତଟି ଷ୍ଟୋର୍‌ ଖୋଲିଛି। ଏହି ଆର୍ଥିକ ବର୍ଷରେ ରିଲାଏନ୍ସ ରିଟେଲ୍‌ ୧୧.୧ ନିୟୁତ ବର୍ଗଫୁଟର ଓୟାର ହାଉସ୍‌ ସ୍ଥାନ ଯୋଡ଼ିଛି। ଫଳରେ କମ୍ପାନୀର ଓୟାରହାଉସ୍‌ ସ୍ଥାନ ପରିମାଣ ୨୨.୭ ନିୟୁତ ବର୍ଗଫୁଟକୁ ବୃଦ୍ଧି ପାଇଛି ବୋଲି ଆର୍‌ଆଇଏଲ୍‌ର ୨୦୨୧-୨୨ ବାର୍ଷିକ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ସେହିପରି ଆର୍‌ଆଇଏଲ୍‌ର ବାର୍ଷିକ ରିପୋର୍ଟ ଅନୁଯାୟୀ, ରିଲାଏନ୍ସ ରିଟେଲ୍‌ ଗତ ଆର୍ଥିକ ବର୍ଷରେ ୧.୫ ଲକ୍ଷରୁ ଅଧିକ ନିଯୁକ୍ତି ଯୋଡ଼ିଥିବାରୁ କମ୍ପାନୀର ମୋଟ କର୍ମଚାରୀ ସଂଖ୍ୟା ୩.୬୧ ଲକ୍ଷକୁ ବୃଦ୍ଧି ପାଇଛି। ନିଜର ସୋର୍ସିଂ ବ୍ୟବସ୍ଥାକୁ ଦୃଢ଼ କରିବା ଲାଗି କମ୍ପାନୀ ଉତ୍ପାଦନକାରୀ, ଏମ୍‌ଏସ୍‌ଏମ୍‌ଇ, ସେବା ପ୍ରଦାନକାରୀ ଓ ସ୍ଥାନୀୟ ଓ ଆନ୍ତର୍ଜାତିକ ବ୍ରାଣ୍ଡ୍‌ କମ୍ପାନୀସହ ଯୋଡ଼ି ହୋଇ କାମ କରିଛି। ଅପରପକ୍ଷରେ ପୂର୍ବବର୍ଷ ତୁଳନାରେ ୨୦୨୧-୨୨ ଆର୍ଥିକ ବର୍ଷରେ କମ୍ପାନୀର ବ୍ୟବସାୟୀ ସହଭାଗିତା ଓ ଡିଜିଟାଲ୍‌ କମର୍ସ ଉଲ୍ଳେଖନୀୟ ଅଭିବୃଦ୍ଧି ହାସଲ ସହ ମୋଟ ରାଜସ୍ବର ୧୭%ରେ ପହଞ୍ଚତ୍ଛି, ଯାହା ୨୦୨୦-୨୧ ବର୍ଷରେ ୧୦% ରହିଥଲା। ଆଗାମୀ ଦିନରେ ରିଲାଏନ୍ସ ରିଟେଲ୍‌ ଏହାର ନୂଆ ଷ୍ଟୋର୍‌ ସମ୍ପ୍ରସାରଣକୁ ତ୍ୱରାନ୍ବିତ କରିବା ଓ ଡିଜିଟାଲ୍‌ କମର୍ସ ବ୍ୟବସାୟକୁ ବଢ଼ାଇବା ଉପରେ ଗୁରୁତ୍ୱାରୋପ କରିବ ବୋଲି ବାର୍ଷିକ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଗତ ଆର୍ଥିକ ବର୍ଷରେ ରିଲାଏନ୍ସ ରିଟେଲ୍‌ ନ୍ୟୁ କମର୍ସ କ୍ଷେତ୍ରରେ ଉଲ୍ଲେଖନୀୟ ଅଭିବୃଦ୍ଧି ହାସଲ କରିଛି। ବ୍ୟବସାୟୀ ସହଭାଗୀଙ୍କ ସଂଖ୍ୟା ୩ଗୁଣା ବଢ଼ିଥିବା ବେଳେ ଡିଜିଟାଲ୍‌ କମର୍ସ ଅର୍ଡର ପର୍ବ ବର୍ଷ ତୁଳନାରେ ଅଢ଼େଇ ଗୁଣା ବୃଦ୍ଧି ହୋଇଛି। ସେହିଭଳି, ପଞ୍ଜୀକୃତ ଗ୍ରାହକଙ୍କ ସଂଖ୍ୟା ୨୪% ବୃଦ୍ଧି ପାଇ ୧୯.୩ କୋଟିରେ ପହଞ୍ଚତ୍ଛି। ଏହି ଆର୍ଥିକ ବର୍ଷରେ ରିଲାଏନ୍ସ ରିଟେଲ୍‌ କଞ୍ଜୁମର ଇଲେକ୍ଟ୍ରୋନିକ୍ସ ଓ ଫାର୍ମା ବ୍ୟବସାୟୀଙ୍କ ପାଇଁ ନ୍ୟୁ କମର୍ସ ସେବାର ଶୁଭାରମ୍ଭ କରିଥିଲା। ୨୦୨୧-୨୨ରେ କମ୍ପାନୀ ଜଷ୍ଟ ଡାଏଲ୍‌ର ସିଂହଭାଗ ଅଂଶଧନ କିଣିବା ସହ ବହୁ ଭାରତୀୟ ଓ ବିଦେଶୀ ବ୍ରାଣ୍ଡ୍‌ର ଫ୍ରାଞ୍ଚାଇଜ ଅଧିକାରକୁ ମଧ୍ୟ ଅଧିଗ୍ରହଣ କରିଥିଲା। ସେ ସବୁ ନେଇ କମ୍ପାନୀ ନୂଆ ବ୍ରାଣ୍ଡ୍‌ ବିକାଶ କରିବ, ଅଧିଗ୍ରହଣର ସମନ୍ବୟ କରିବ ଓ ନୂଆ ବ୍ୟବସାୟର ଶୁଭାରମ୍ଭ ସହ ତାହାକୁ ବ୍ୟାପକ କରିବ। ୨୦୨୨ ମାର୍ଚ୍ଚ ୩୧ସୁଦ୍ଧା ଶେଷ ହୋଇଥିବା ଗତ ଆର୍ଥିକ ବର୍ଷରେ ରିଲାଏନ୍ସ ରିଟେଲ୍‌ ପ୍ରାୟ ୨ଲକ୍ଷ କୋଟି ଟଙ୍କାର କମ୍ପାନୀରେ ପରିଣତ ହୋଇଛି ଓ ଆଲୋଚ୍ୟ ଆର୍ଥିକ ବର୍ଷରେ ଏହାର ବିକ୍ରି ଓ ସେବାର ମୂଲ୍ୟ ୧,୯୯,୭୪୯ କୋଟି ଟଙ୍କା ରହିଥିଲା। ଭାରତର କ୍ଷୁଦ୍ର ସହରଗୁଡ଼ିକ ଯୋଗୁ ଏହି ଅଭିବୃଦ୍ଧି ସମ୍ଭବ ହୋଇଛି। ରିଲାଏନ୍ସ ରିଟେଲ୍‌ର ଦୁଇ ତୃତୀୟାଂଶ ଷ୍ଟୋର୍‌ ଟିୟର-୨ ସହର କିମ୍ବା ତା’ଠାରୁ ଛୋଟ ସହରଗୁଡ଼ିକରେ ରହିଛି। ଛୋଟ ସହରଗୁଡ଼ିକରେ ଆଗୁଆ ପହଞ୍ଚତ୍ଥିବା କାରଣରୁ କମ୍ପାନୀ ଗ୍ରାହକମାନଙ୍କୁ ପାଖରେ ରଖିପାରିଛି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri