ଜମ୍ମୁ-କଶ୍ମୀରର ଡୋଡ଼ାରେ ସାମ୍ପ୍ରଦାୟିକ ସୌହାର୍ଦ୍ଦ୍ୟର ଏକ ଛବି ସାମ୍ନାକୁ ଆସିଛି। ଏଠାରେ ମୁସଲମାନ ଲୋକେ ହିନ୍ଦୁମାନଙ୍କ ସହ ମିଶି ପାହାଡ଼ ଚଢ଼ି ୭୦୦ କେ.ଜି. ଓଜନର ଦେବବେଦୀ ମୂର୍ତ୍ତିଗୁଡ଼ିକୁ ମନ୍ଦିରକୁ ନେଇଛନ୍ତି।
ଭଦ୍ରଓ୍ବାହ-ଡୋଡା ରାଜପଥଠାରୁ ୩ କି.ମି. ଦୂର କୁରସାରୀର ପାହାଡ଼ ଉପରେ ଥିବା ଶିବ ମନ୍ଦିରରେ ଏଭଳି ଭାଇଚାରା ଦେଖିବାକୁ ମିଳିଛି। ଏହି ମନ୍ଦିରର ପୁନରୁଦ୍ଧାର ପାଇଁ ରାଜସ୍ଥାନରୁ ୫୦୦ରୁ ୭୦୦ କେ.ଜି. ଓଜନ ବିଶିଷ୍ଟ ଏବଂ ଗ୍ରାନାଇଟରେ ନିର୍ମିତ ୬ଟି ପ୍ରତିମା ଅଣାଯାଇଥିଲା। ମନ୍ଦିରକୁ ଭଲ ରାସ୍ତା ନ ଥିବାରୁ ସେଠାକୁ ମୂର୍ତ୍ତି ନେବା କଷ୍ଟସାଧ୍ୟ ଥିଲା। ଅସୁବିଧାକୁ ଅନୁଭବ କରି କୁରସରୀ ପଞ୍ଚାୟତର ସରପଞ୍ଚ ସାଜିଦ ମୀର ସଡ଼କ ନିର୍ମାଣ ପାଇଁ ୪.୬ ଲକ୍ଷ ଟଙ୍କା ଆବଣ୍ଟନ କରିବା ସହ ତାଙ୍କ ସମ୍ପ୍ରଦାୟର ୧୫୦ ଗ୍ରାମବାସୀଙ୍କୁ ସାହାଯ୍ୟ କରିବାକୁ କହିଥିଲେ। ୪ ଦିନ ମଧ୍ୟରେ, ଉଭୟ ସମ୍ପ୍ରଦାୟର ଲୋକେ ମୂର୍ତ୍ତିଗୁଡ଼ିକୁ ମନ୍ଦିରକୁ ଆଣିିଥିଲେ। ଅଗଷ୍ଟ ୯ରେ ଏକ ଧାର୍ମିକ ସମାରୋହରେ ମୂର୍ତ୍ତିଗୁଡ଼ିକର ସ୍ଥାପନ କରାଯିବ ବୋଲି ମୀର କହିଛନ୍ତି। ସେନାର ସ୍ଥାନୀୟ ୟୁନିଟ୍, ସଡ଼କ ନିର୍ମାଣକାରୀ କମ୍ପାନୀ ଏବଂ ନାଗରିକ ପ୍ରଶାସନ ମଧ୍ୟ ଆଗକୁ ଆସି ପୂୂର୍ଣ୍ଣ ସହଯୋଗ କରିଥିବା ସେ କହିଛନ୍ତି। ଶିବ ମନ୍ଦିର କମିଟି ମୁସଲିମ ପଡ଼ୋଶୀମାନଙ୍କୁ ସେମାନଙ୍କର କାର୍ଯ୍ୟ ଏବଂ ଉତ୍ସାହ ପାଇଁ ପ୍ରଶଂସା କରିଛନ୍ତି। ମନ୍ଦିର କମିଟିର ଅଧ୍ୟକ୍ଷ ରବିନ୍ଦର ପରଦୀପ କହିଛନ୍ତି, ମୂର୍ତ୍ତିଗୁଡ଼ିକର ପରିବହନ ଏକ ଅସମ୍ଭବ କାର୍ଯ୍ୟ ପରି ମନେହୋଇଥିଲେ ମଧ୍ୟ ଭାଇଚାରା ଦ୍ୱାରା ଏହା ସମ୍ଭବ ହୋଇପାରିଛି।
ଏଇ ଭାରତରେ
ରାଜସ୍ଥାନର କୋଲିଆ ଗାଁର ଗୁପ୍ତା ପରିବାରର ପ୍ରୟାସରେ ଅନେକ ହଜାର ମହିଳା ସଶକ୍ତହେବା ସହ ରୋଜଗାରକ୍ଷମ ହୋଇପାରିଛନ୍ତି। ୨୦୧୫ରେ ଏକ କୌଶଳ ବିକାଶ କେନ୍ଦ୍ର ଖୋଲି...
ଉତ୍ସବ ଓ ଭାଷଣ
ଗୋଟିଏ ବର୍ଷ ସରୁଛି, ଆଉ ଗୋଟିଏ ଆସୁଛି। ଏଇ ଗମନାଗମନ ବେଳରେ ସାରା ରାଇଜ ଉତ୍ସବମୁଖର ହୋଇଉଠିଛି। ଶିକ୍ଷା ଅନୁଷ୍ଠାନରେ ଚାଲିଛି କ୍ରୀଡ଼ା ଉତ୍ସବ, ପୁରସ୍କାର...
ପେନ୍ସନ୍ଭୋଗୀଙ୍କ ଆଶଙ୍କା
ଏବେ ସାମାଜିକ ଗଣମାଧ୍ୟମରେ ଗୋଟିଏ ବାର୍ତ୍ତା ପ୍ରଚାରିତ ହେଉଛି ଯେ ଆଗାମୀ ଅଷ୍ଟମ ଦରମା ଆୟୁକ୍ତଙ୍କ ସୁପାରିସରେ ପେନ୍ସନଭୋଗୀଙ୍କ ପେନ୍ସନ୍ ପରିମାଣ ପୁନଃ ନିର୍ଦ୍ଧାରିତ ହେବନାହିଁ।...
ନୀରବ ଘାତକ
ବାୟୁ ପ୍ରଦୂଷଣ କୋଭିଡ୍ ପରବର୍ତ୍ତୀ କାଳରେ ଭାରତର ସବୁଠାରୁ ଗମ୍ଭୀର ଜନସ୍ବାସ୍ଥ୍ୟ ସଙ୍କଟ ବୋଲି ଜଣାପଡ଼ିଛି। ଚିକିତ୍ସା ବିଶେଷଜ୍ଞମାନେ ସତର୍କ କରାଇଛନ୍ତି ଯେ, ଜରୁରୀ ଓ...
ଏଇ ଭାରତରେ
ତ୍ରିପୁରା ସେପାହିଜାଲା ଜିଲାରେ ଅତ୍ୟଧିକ ବାଲ୍ୟବିବାହ ହୋଇଥାଏ। ଏବେ କିନ୍ତୁ ତାହା ବହୁ ପରିମାଣରେ କମିଯାଇଛି। ସେପାହିଜାଲା ଜିଲାପାଳ ସିଦ୍ଧାର୍ଥ ଜୟସ୍ବାଲଙ୍କ ଦ୍ୱାରା ଏହା ସମ୍ଭବ...
ସତରେ ଆମେ କ’ଣ ମଣିଷ
ତପଡ଼ାରୁ ପୁରୀ ଫେରିବା ବାଟରେ ଏକ ଅଜବ ତଥା ଭାରାକ୍ରାନ୍ତ ଅନୁଭୂତି ନେଇ ଘରକୁ ଫେରିଲି। ବିଶେଷକରି ସାତପଡ଼ାରୁ ବ୍ରହ୍ମଗିରି ମୁଖ୍ୟ ରାସ୍ତାରେ ପଲପଲ ଗାଈ,...
ଭାରତର ସାଗରକେନ୍ଦ୍ର
ସାମଗ୍ରିକ ଭାବେ ମହାକାଶ ଏବଂ ବିଶେଷକରି ଚନ୍ଦ୍ର ଓ ମଙ୍ଗଳ ଉପରେ ବିଗତ ବର୍ଷ ବର୍ଷ ଧରି ଚାଲିଛି ବିବିଧ ଗବେଷଣା। ଏବେ ସେଠାରେ ନିୟମିତ...
ଓଟ ଉପରେ ବରଫ
ଓଟକୁ ମରୁଭୂମିର ଜାହାଜ ବୋଲି କୁହାଯାଏ। ବିସ୍ତୀର୍ଣ୍ଣ ବାଲୁକା ଉପରେ ଏହି ପ୍ରାଣୀ ମାଇଲ ମାଇଲ ଯାଉଥିବାର ଦୃଶ୍ୟ ଆଖିରେ ଯେଉଁମାନେ ଦେଖି ନ ଥିବେ...
Archives


