ଭୁବନେଶ୍ୱରରେ ଆଉ ୫୦ ମିନି ପାର୍କ

ଭୁବନେଶ୍ୱର, ୩।୮ (ବ୍ୟୁରୋ): ସ୍ମାର୍ଟ ସିଟି ଭୁବନେଶ୍ୱରକୁ ସବୁଜସୁନ୍ଦର କରିବା ସହ ଲୋକଙ୍କ ଆମୋଦପ୍ରମୋଦ ଓ ସୁସ୍ଥ ଜୀବନଯାପନ ପାଇଁ ବିଏମ୍‌ସି ପକ୍ଷରୁ ଆଉ ୫୦ଟି ମିନି ପାର୍କ ନିର୍ମାଣ କରାଯିବ। ରାଜ୍ୟ ସରକାରଙ୍କ ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଅଭିଯାନ (ମୁକ୍ତା) ଯୋଜନା ଅନ୍ତର୍ଗତ ଏହି ପାର୍କଗୁଡିକୁ ଲୋକଙ୍କ ପାଇଁ ଉତ୍ସର୍ଗ କରାଯିବ। ଏହି କାର୍ଯ୍ୟକ୍ରମରେ ମିଶନ ଶକ୍ତି ଗୋଷ୍ଠୀଗୁଡ଼ିକୁ ଅନ୍ତର୍ଭୁକ୍ତ କରାଯିବ। ଗୋଷ୍ଠୀଗୁଡିକର ସଦସ୍ୟାମାନେ ଯୋଜନା ଓ କାର୍ଯ୍ୟାନ୍ବୟନ କାର୍ଯ୍ୟରେ ସାମିଲ ହେବେ। ବ୍ୟବସ୍ଥା ଅନୁଯାୟୀ ସ୍ଥାନୀୟ ଇଞ୍ଜିନିୟରଙ୍କ ନାମରେ କାର୍ଯ୍ୟାଦେଶ ହୋଇଛି। ସମ୍ପୃକ୍ତ ଅଞ୍ଚଳର ମିଶନ ଶକ୍ତି ଗୋଷ୍ଠୀ ଏହାର ତଦାରଖ କରିବେ। ଏଥିପାଇଁ ସେମାନଙ୍କୁ ବଜେଟ୍‌ ମୂଲ୍ୟର ୭.୫ ପ୍ରତିଶତ ପ୍ରଦାନ କରାଯିବ। ପାର୍କଗୁଡିକର ପରିସୀମା ଅଧା ଏକର କିମ୍ବା ଏହାଠାରୁ କମ୍‌ ରହିବ। ପ୍ରତ୍ୟେକ ପାର୍କ ପାଇଁ ୩୫ ରୁ ୬୦ ଲକ୍ଷ ଟଙ୍କା ଖର୍ଚ୍ଚ ହେବ। ପାର୍କର ଆକାର ଅନୁଯାୟୀ ବଜେଟ ଓ ସୁବିଧା ଭିନ୍ନ ଭିନ୍ନ ରହିଛି। ପାର୍କରେ ସୀମା ପ୍ରାଚୀର, ଗାର୍ଡ ରୁମ, ଯୋଗ ପିଣ୍ଡି, ଆଇରନ ଗେଟ, ଜଗିଂ ଟ୍ରାକ (ମୁରୁମ ଟ୍ରାକ ୧୦୦ ମିଟର), ପାଭର୍‌ ବ୍ଲକ (୨୦୦ ମିଟର) ଆଦି ରହିବ। ଏଥିସହ ପରିସ୍ରାଗାର (ପୁରୁଷ ଓ ମହିଳା), ଆଲୋକୀକରଣ, ସିମେଣ୍ଟ ଏବଂ ଏଫ୍‌ଆର୍‌ପି ବେଞ୍ଚ, ଜଳସେଚନ ବ୍ୟବସ୍ଥା ଆଦି ସୁବିଧା ରହିବ। ଏହା ବ୍ୟତୀତ ପିଲାଙ୍କ ପାଇଁ ବିଭିନ୍ନ ଖେଳ ଉପକରଣ ରହିବ ବୋଲି ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମ୍ଭାରୀଗୁଡା ରାସ୍ତାପଟେ ବୃଦ୍ଧା ଯାଉଥିବା ବେଳେ ହଠାତ୍‌ ଆସିଲା ଭାଲୁ : ପରେ…

ନୂଆପଡ଼ା/ସିନାପାଲି,୨୮ା୧୨ (ମକାରୁ ବେମାଲ/ମନଫୁଲ ମେହେର): ନୂଆପଡ଼ା ଜିଲା ସିନାପାଲି ଥାନା ଗଣ୍ଡାବାହାଲି ଗାଁରେ ଶୁକ୍ରବାର ଭାଲୁ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୁତ୍ୟୁ ଘଟିଛି। ସେ ହେଲେ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

କାଠଗଡ଼ାକୁ ଯିବେ ରହମାନ୍‌ ଡକୈତ

ମୁମ୍ୱାଇ,୨୮ା୧୨: ‘ଧୁରନ୍ଧର’ ଫିଲ୍ମର ସୁପରହିଟ୍‌ ସଫଳତା ପରେ ଅଭିନେତା ଅକ୍ଷୟ ଖାନ୍ନାଙ୍କ ଡିମାଣ୍ଡ ରାତାରାତି ବଢ଼ିଯାଇଛି। ସେ ନିଜ ସାଲାରି ୩ ଗୁଣା ବଢ଼ାଇଦେଇଛନ୍ତି। ଏପରି...

ପୁରୀ, ଭୁବନେଶ୍ୱରରେ ରେଳ ଚଳାଚଳ ଦୁଇଗୁଣା ବଢ଼ିବ

ଭୁବନେଶ୍ୱର,୨୮ା୧୨(ଅନୁରାଧା ମହାରଣା): ଆସନ୍ତା ୫ ବର୍ଷରେ ଅର୍ଥାତ୍‌ ୨୦୩୦ ସୁଦ୍ଧା ଭୁବନେଶ୍ୱର, ପୁରୀ ଏବଂ ବିଶାଖାପାଟଣାରେ ରେଳ ଚଳାଚଳ କ୍ଷମତା ଦ୍ୱିଗୁଣା କରାଯିବ। ଏଥିପାଇଁ ପ୍ରମୁଖ...

ପ୍ରତିଷ୍ଠା ଦିବସର ଦିନକ ପରେ ବଡ଼ ଘୋଷଣା କଲା ବିଜେଡି

ଭୁବନେଶ୍ୱର,୨୮ା୧୨(ସୁନିତ୍‌ ମିଶ୍ର): ବିଜେଡି ପ୍ରତିଷ୍ଠା ଦିବସ ପାଳନର ଦିନକ ପରେ ୧୧ ସାଙ୍ଗଠନିକ ଜିଲା ପାଇଁ ଦଳ ସଭାପତି ନବୀନ ପଟ୍ଟନାୟକ ଶନିବାର ତାଲିକା ପ୍ରକାଶ...

୭୦% ଚାଷୀଙ୍କୁ ମିଳୁନି କେସିସି ଋଣ

ଭୁବନେଶ୍ୱର,୨୭।୧୨(ରବିନାରାୟଣ ଜେନା): ରାଜ୍ୟରେ ଚାଷୀଙ୍କ ବିକାଶ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ବହୁବିଧ ଯୋଜନା କାର୍ଯ୍ୟକାରୀ କରାଯାଉଛି। ଏହାକୁ ତୃଣମୂଳସ୍ତରରେ କାର୍ଯ୍ୟକାରୀ କରିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri