ବାଇକ୍‌ରେ ବୁହାହେଲା ବୃଦ୍ଧାଙ୍କ ମୃତଦେହ

ପୁରୀ ଅଫିସ ୩ା୮: ସ୍ବାସ୍ଥ୍ୟସେବାରେ ଉନ୍ନତି ପାଇଁ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। ଏହାସତ୍ତ୍ୱେ କେତେକ କ୍ଷେତ୍ରରେ ଅଭାବନୀୟ ଚିତ୍ର ସାମ୍ନାକୁ ଆସୁଛି। ମଙ୍ଗଳବାର ପୁରୀ ସହରରେ ବାଇକ୍‌ ଯୋଗେ ଜଣେ ବୃଦ୍ଧାଙ୍କ ମୃତଦେହ ବୁହାଯାଉଥିବା ଦେଖିବାକୁ ମିଳିଥିଲା। ସ୍ବର୍ଗରଥ ନ ମିଳିବା ଓ ଆମ୍ବୁଲାନ୍ସ ମନା କରିଦେବାରୁ ଚନ୍ଦନପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରଠାରୁ ୧୦କି.ମି. ଦୂର ଜିଲା ମୁଖ୍ୟ ଚିକିତ୍ସାଳୟକୁ ଏହି ମୃତଦେହ ଏକ ଲୁନା ଯୋଗେ ଅଣାଯାଇଥିଲା। ମୃତକ ଜଣଙ୍କ ହେଲେ ପୁରୀ ସଦର ବ୍ଲକ ଅନ୍ତର୍ଗତ ତଳଜଙ୍ଗ ଗ୍ରାମର ରମା ନାୟକ (୭୭)।
ପ୍ଳୂଚନା ଅନୁଯାୟୀ, ମଙ୍ଗଳବାର ଭୋର ସମୟରେ ରମା ଶୌଚ ହେବା ଲାଗି ଗ୍ରାମ ନିକଟସ୍ଥ ନଦୀକୁ ଯାଇଥିଲେ। ତେବେ ନଦୀରେ ତାଙ୍କ ଗୋଡ଼ ଖସିଯିବାରୁ ପାଣିରେ ଭାସିଯାଇଥିଲେ। ଅନେକ ସମୟ ଧରି ସେ ଘରକୁ ନ ଫେରିବାରୁ ପରିବାରବର୍ଗ ଖୋଜାଖୋଜି କରିଥିଲେ। ପୂର୍ବାହ୍ନ ପ୍ରାୟ ୧୧ଟାରେ ରମା ନଦୀରେ ଭାସୁଥିବା ଦେଖିବାକୁ ପାଇ ଅଗ୍ନିଶମ ବାହିନୀକୁ ଜଣାଇଥିଲେ। ଅଗ୍ନିଶମ ବାହିନୀ ପହଞ୍ଚି ତାଙ୍କୁ ଉଦ୍ଧାର କରିଥିଲା। ପରେ ଫୋନ୍‌ କରାଯିବାରୁ ଆମ୍ବୁଲାନ୍ସ ଆସି ପହଞ୍ଚିଥିଲା। ମାତ୍ର ରମା ମରିଯାଇଥିବା କହି ତାଙ୍କୁ ଆମ୍ବୁଲାନ୍ସରେ ନେବା ପାଇଁ କର୍ମଚାରୀ ମନା କରିବା ସହ ତାଙ୍କ ଘର ଲୋକଙ୍କଠାରୁ ଏକ ସାଦା କାଗଜରେ ଦସ୍ତଖତ ନେଇ ସେଠାରୁ ପଳାଇଥିଲେ। ନିରାଶ ହୋଇ ପରିବାର ଲୋକେ ରମାଙ୍କୁ ପ୍ରଥମେ ସାଇକେଲ ଓ ପରେ ଲୁନାରେ ଚନ୍ଦନପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ତେବେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିବା ସହ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ନେବା ଲାଗି କହିଥିଲେ। ଡାକ୍ତରଙ୍କୁ ପଚାରିବାରେ ମୃତଦେହ ନେବାକୁ ସେମିତି କିଛି ସୁବିଧା ନ ଥିବା ଓ ସେମାନେ ନିଜେ ନେଇଯିବାକୁ ସେମାନଙ୍କୁ କହିଥିଲେ। ମେଡିକାଲ ଇନ୍‌ଚାର୍ଜଙ୍କୁ ପରିବାର ଲୋକେ ଫୋନ କରିଥିଲେ ମଧ୍ୟ ସେ ରିସିଭ କରି ନ ଥିଲେ। ସେହିପରି ଜିଲା ମୁଖ୍ୟ ଚିକିତ୍ସାଳୟକୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ମୃତଦେହ ନେବାକୁ ମନା କରିଦିଆଯାଇଥିଲା। ରମାଙ୍କ ପରିବାରର ଆର୍ଥକ ଅବସ୍ଥା ସ୍ବଚ୍ଛଳ ନ ଥିବାରୁ ଘରୋଇ ଆମ୍ବୁଲାନ୍ସ ଯୋଗେ ମୃତଦେହକୁ ମେଡିକାଲକୁ ଆଣିବା ପାଇଁ ଅସମର୍ଥ ହୋଇଥିଲେ। ଏପରି କି ମୃତଦେହ ବୋହିବା ପାଇଁ ଗାଡ଼ି ନ ଥିଲା। ତେଣୁ ରମାଙ୍କ ପରିବାର ଲୋକେ ଅନ୍ୟ ଉପାୟ ନ ପାଇ ମୃତଦେହକୁ ଏକ ଲୁନାରେ ଧରି ବ୍ୟବଚ୍ଛେଦ ପାଇଁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ। ବାଟରେ ରମାଙ୍କ ଗୋଡ଼ ରାସ୍ତାରେ ଘଷି ହେଉଥିଲା। ଏହି ଘଟଣା ଚର୍ଚ୍ଚାକୁ ଆସିଛି। ଏ ନେଇ ଜିଲା ମୁଖ୍ୟ ଚିକିତ୍ସାଳୟ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

ଲେଡ଼ବନ୍ଧ ବୁଲାଣିରେ କାର-ବାଇକ୍‌ ମୁହାଁମୁହିଁ ଧକ୍କା: ମା’ ଗୁରୁତର, ଶିଶୁ ସହ ଦାଦା… 

ମୋହନା,୨୬।୧୨(ମନ୍ମଥ ମିଶ୍ର): ବୁଲାଣିରେ କାର- ବାଇକ ମୁହାଁ ମୁହିଁ ଧକ୍କା। ଜଣେ ମହିଳା ଗୁରୁତର। ସେ ହେଲେ ପ୍ରଭାବତୀ ମଳିକ(୨୦)। ତାଙ୍କ ଅବସ୍ଥା ଗୁରୁତର ଥିବାରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri