ଗଣଶିକ୍ଷା ବିଭାଗର ତଦନ୍ତ ନିର୍ଦ୍ଦେଶ

ଖୋର୍ଦ୍ଧା ଅଫିସ,୩ା୮: ଖୋର୍ଦ୍ଧା ଜିଲା ବାଣପୁର ବ୍ଲକର ତଳବୋରେଇ ସରକାରୀ ଆଶ୍ରମ ବିଦ୍ୟାଳୟରେ ମିଥ୍ୟା ବିଲ୍‌ ଦେଇ ମଧ୍ୟାହ୍ନ ଭୋଜନ ଯୋଜନା (ଏମ୍‌ଡିଏମ୍‌)ରେ ଅର୍ଥ ହେରଫେର କରାଯାଇଥିବା ସମ୍ପର୍କରେ ଗତ ୧ ତାରିଖରେ ‘ଧରିତ୍ରୀ’ ରେ ଏକ ଖବର ପ୍ରକାଶ ପାଇଥିଲା। ଏହି ଖବର ପରେ ସ୍କୁଲ ଗଣଶିକ୍ଷା ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ମଙ୍ଗଳବାର ରାଜ୍ୟ ପ୍ରକଳ୍ପ ପରିଚାଳନା ୟୁନିଟ୍‌ (ଏସପିଏମୟୁ) ପିଏମ୍‌ ପୋଷଣ ଅଭିଯାନର ରାଜ୍ୟ ନୋଡାଲ ଅଫିସର ଏହି ଅନିୟମିତତାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଏକ ୩ ଜଣିଆ ଟିମ୍‌ ମଧ୍ୟାହ୍ନ ଭୋଜନ ଲାଗି ରାଶନ, ପରିବା ଏବଂ ଅଣ୍ଡା କିଣାରେ ହୋଇଥିବା ଆର୍ଥିକ ଅନିୟମିତତାର ତଦନ୍ତ କରିବେ। ଏସପିଏମୟୁର ସିନିୟର ଆସିଷ୍ଟାଣ୍ଟ କାଳୁଚରଣ ବାରିକ, ଆକାଉଣ୍ଟାଣ୍ଟ ପ୍ରମୋଦ କୁମାର ଷଣ୍ଢ ଏବଂ ବାଣପୁର ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର ଏବିଇଓ ମନୋଜ କୁମାର ହରିଚନ୍ଦନ ତଦନ୍ତ ଦାୟିତ୍ୱରେ ରହିଛନ୍ତି। ଦୁଇ ଦିନ ମଧ୍ୟରେ ତଦନ୍ତ ସାରି ମୁଖ୍ୟାଳୟରେ ରିପୋର୍ଟ କରିବେ। ତଦନ୍ତ ସମୟରେ ଏମଡିଏମରେ ବ୍ୟବହୃତ ସମସ୍ତ ରେକର୍ଡ ଏବଂ ରେଜିଷ୍ଟରକୁ ଜବତ କରିବା ସହ ଯେଉଁ ସମୟରେ ଏହି ଅନିୟମିତତା କରାଯାଇଥିବା ଅଭିଯୋଗ ଆସିଛି, ତାହାର ଯାଞ୍ଚ କରିବାକୁ ରାଜ୍ୟ ନୋଡାଲ ଅଫିସର ନିର୍ଦ୍ଦେଶ ଦେଇଛନ୍ତି।
ସୂଚନାଥାଉ କି, ଜାଲ୍‌ ରସିଦରେ ମଧ୍ୟାହ୍ନଭୋଜନ ବିଲ୍‌ କରାଯାଇ ଲକ୍ଷାଧିକ ଟଙ୍କାର ଆତ୍ମସାତ୍‌ କରାଯାଇଥିବା ନେଇ ସୂଚନା ଅଧିକାର ଆଇନ (ଆର୍‌ଟିଆଇ) ତଥ୍ୟରୁ ଜଣାପଡିଥିଲା। ରାଶନ, ପରିବା ଏବଂ ଅଣ୍ଡା କିଣାରେ ଜାଲିଆତି କରାଯାଇଛି। ଯେଉଁଠୁ ସାମଗ୍ରୀ କିଣାଯାଇ ବିଲ୍‌ ପଇଠ କରାଯାଇଛି, ସେଭଳି ଦୋକାନ ବାଣପୁରରେ ନ ଥିବା ଜଣାପଡିଛି। ଗୋଟିଏ ଦୋକାନରୁ କିଣାଯାଇଥିବା ସାମଗ୍ରୀ ଭିନ୍ନ ଦର ରହିଛି। ଦୋକାନ ନଁାରେ ଫଲସ୍‌ ରସିଦ ଛପାଯାଇଛି। ଗୋଟିଏ ଦିନରେ ୪ରୁ ୫ଟି ବିଲ୍‌ କରାଯାଇଥିବା ବେଳେ ବିଲ୍‌ରେ କୌଣସି ତାଲମେଳ ରହୁନାହିଁ। ଦୋକାନୀ ଗୋଟିଏ କିନ୍ତୁ ଦର ଅଲଗା ରହିଛି। ପରିବା, ସୋୟାବଢ଼ି ଗୋଟିଏ ଦୋକାନରୁ କିଣାଯାଇଛି, କିନ୍ତୁ ଦର ଭିନ୍ନ ଭିନ୍ନ ରହିଛି। ୨୦୧୮, ୨୦୧୯ ଏବଂ ୨୦୨୦ରେ ଏହି ଦୁର୍ନୀତି ହୋଇଥିବା ଜଣାପଡିଛି। ୨୦୧୫ରେ ଜିଏସ୍‌ଟି ଲାଗୁ ହେଲା। ତେବେ ୩ ବର୍ଷରେ ଦିଆଯାଇଥିବା ବିଲ୍‌ରେ ଭାଟ୍‌ ଲାଗୁ ହୋଇଛି। ସାମଗ୍ରୀ କିଣାରେ ହେରଫେର ହୋଇଥିବା ଏଥିରୁ ସ୍ପଷ୍ଟ ହେଉଛି। ଗୋଟିଏ ତାରିଖ, ଗୋଟିଏ ଦୋକାନରୁ ଜିନିଷ କିଣାଯାଇଛି। ତେବେ ଦର କିପରି ଅଲଗା ରହିଲା ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ୨୦୨୦ ମାର୍ଚ୍ଚ ୨୦ ରେ ରାଜ୍ୟ ସରକାର ସମସ୍ତ ସ୍କୁଲ, କଲେଜ ବନ୍ଦ କରିଦେଇଥିଲେ। ଏହାର ସପ୍ତାହକ ପୂର୍ବରୁ ଅର୍ଥାତ ମାର୍ଚ୍ଚ ୧୩ରେ ୬କୁଇଣ୍ଟାଲ ଆଳୁ, ୧୦୦ କେଜି ପିଆଜ, ୫୮ କେଜି ବାଇଗଣ, ୪ ହଜାର ଅଣ୍ଡା, ୧୦୦ ଲିଟର ତେଲ କିଣାଯାଇଥିବା ବିଲ୍‌ରେ ଦର୍ଶାଯାଇଛି। ତେବେ ସ୍କୁଲ ବନ୍ଦ ହେବା ପରେ ଏସବୁ ସାମଗ୍ରୀ କୁଆଡ଼େ ଗଲା ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri