ରାଜ୍ୟରେ ମୁଣ୍ଡ ପିଛା ଋଣ ୨୨,୦୪୨ଟଙ୍କା

ଭୁବନେଶ୍ବର, ୨ା୮(ବ୍ୟୁରୋ): ଓଡିଶାର ଏ.ଜି(ମହାଲେଖାକାର)ଙ୍କ ତଥ୍ୟ ଅନୁଯାୟୀ ୨୦୨୧-୨୨ ଆର୍ଥିକ ବର୍ଷ ସୁଦ୍ଧା ରାଜ୍ୟ ସରକାରଙ୍କ ମୋଟ ଋଣ ଭାର୯୭,୭୦୨.୦୩ କୋଟି ଟଙ୍କା ରହିଛି। ଚଳିତ ବର୍ଷ ଅର୍ଥାତ୍‌ ୨୦୨୨-୨୩ରେ ରାଜ୍ୟ ସରକାର ୨୫,୫୮୯ କୋଟି ଟଙ୍କାର ଋଣ ଆହରଣ କରିବାକୁ ଯୋଜନା ରଖିଛନ୍ତି। ସେହିପରି ୧୪,୦୦୧.୩୧ କୋଟି ଟଙ୍କା ଋଣ ପରିଶୋଧ କରିବାକୁ ଲକ୍ଷ୍ୟ ରଖିଛନ୍ତି ବୋଲି ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଛନ୍ତି। ତେବେ ସରକାରଙ୍କ ଏଭଳି ୨୫ ହଜାର କୋଟିରୁ ଅଧିକ ଋଣ ଆଣି ୧୪ ହଜାର କୋଟି ଶୁଝିବାର ଅର୍ଥ କ’ଣ ତାକୁ ନେଇ ପ୍ରଶ୍ନ ଉଠିଛି। ତେବେ ବିଧାୟକ ପ୍ରଫୁଲ ସାମଲଙ୍କ ବିଧାନସଭା ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ପୂଜାରୀ କହିଛନ୍ତି, ମହାଲେଖାକାରଙ୍କ ତଥ୍ୟ ମୁତାବକ, ୨୦୨୧-୨୨ ଆର୍ଥିକ ବର୍ଷ ଶେଷସୁଦ୍ଧା ରାଜ୍ୟରେ ମୁଣ୍ଡପିଛା ଋଣ ଭାର ପରିମାଣ ୨୨,୦୪୨ ଟଙ୍କା ଅଟେ। ୨୦୨୨-୨୩ ଆର୍ଥିକ ବର୍ଷରେ ରାଜ୍ୟ ସରକାର ରାଜ୍ୟରେ ମୋଟ୍‌ ରାଜସ୍ବ ବାବଦରେ ୧,୬୩,୯୬୬ କୋଟି ୫୨ ଲକ୍ଷ ଟଙ୍କା ସଂଗ୍ରହର ଲକ୍ଷ୍ୟ ରଖିଛନ୍ତି। ସେଥିରୁ ନିଜସ୍ବ ରାଜସ୍ବ ଟିକସ ରାଜସ୍ବ ବାବଦରେ ମୋଟ୍‌ ୪୬ ହଜାର କୋଟି ଏବଂ ନିଜସ୍ବ ଅଣରାଜସ୍ବ ବାବଦକୁ ମୋଟ ୪୮,୨୦୦ କୋଟି ଟଙ୍କା ସଂଗ୍ରହର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ୧୦୧ ତମ ସମ୍ବିଧାନ ସଂଶୋଧନ ଅଧିନିୟମ ୨୦୧୬ ଅନୁସାରେ ଜିଏସ୍‌ଟି ପ୍ରଚଳନ ଫଳରେ ରାଜସ୍ବ ଆଦାୟରେ କ୍ଷତଚି ଘଟିଲେ ୫ ବର୍ଷ ପାଇଁ କ୍ଷତି ପୂରଣ ଦିଆଯିବାର ବ୍ୟବସ୍ଥା ରହିଛି। ଏଥିଲାଗି ଜିଏସ୍‌ଟି ଆକ୍ଟ ୨୦୧୭ର ପରିବର୍ତ୍ତନ ହୋଇଛି। କ୍ଷତିପୂରଣ ବାବଦକୁ ୨୦୧୫-୧୬ ଆର୍ଥିକ ବର୍ଷର ସଂଗୃହିତ କର ପରିମାଣକୁ ମୂଳବର୍ଷ ରୂପେ ଗ୍ରହଣ କରାଯାଇଥିଲା। ୨୦୧୫-୧୬ ବର୍ଷରାଜ୍ୟ ସରକାର ଜିଏସ୍‌ଟିରେ ମିଶ୍ରଣ ଘଟିଥିବା ଟିକସ ବାବଦକୁ ୧୧,୦୪୯.୩୪ କୋଟି ଟଙ୍କା ପାଇଥିଲେ। କ୍ଷତିଭରଣା ପ୍ରତି ୨ ମାସରେ ମିଳୁଛି। ୨୦୧୫-୧୬ ଆର୍ଥିକ ବର୍ଷରେ ସଂଗୃହିତ ରାଜସ୍ବରେ ବାର୍ଷିକ ୧୪ ପ୍ରତିଶତ ଅଭିବୃଦ୍ଧି ହାର ପ୍ରୟୋଗ କରି ୨୦୧୭-୧୮ ଆର୍ଥିକ ବର୍ଷର ଜୁଲାଇ ୨୦୧୭ରୁ ମାର୍ଚ୍ଚ ୨୦୧୮ ପାଇଁ ୧୦,୭୬୯.୭୯ କୋଟି ଟଙ୍କା ସୁନିଶ୍ଚିତ ରାଜସ୍ବ ଆକଳନ କରାଯାଇଥିଲା ବୋଲି ମନ୍ତ୍ରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୃତ୍ତିକା ପ୍ରଦୂଷଣ ବଢ଼ାଉଛି ପ୍ଲାଷ୍ଟିକ୍‌

ପ୍ଲାଷ୍ଟିକ୍‌ ପ୍ରଦୂଷଣ ମଧ୍ୟ ସ୍ଥଳଭାଗରେ ନିଜର କାୟା ବିସ୍ତାର କରି ଚାଲିଛି। ପ୍ଲାଷ୍ଟିକ୍‌ ଆବର୍ଜନାକୁ ଖାଦ୍ୟ ବୋଲି ମନେକରି କିଛି ଜୀବ ଭକ୍ଷଣ କରିଥାନ୍ତି। ଏହା...

ଖୋଲୁନି ମଣ୍ଡି, ବଢୁଛି ଧାନ ଚୋରା ଚାଲାଣ

ପଟ୍ଟାମୁଣ୍ଡାଇ,୧୫ା୧୨ (କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲାର ଭାତହାଣ୍ଡି କୁହାଯାଉଥିବା ପଟ୍ଟାମୁଣ୍ଡାଇ ଉତିକଣ ଅଞ୍ଚଳ ସମେତ ଅନ୍ୟ ସ୍ଥାନରେ ଚାଷୀଙ୍କ ଖରିଫ ଧାନ ଫସଲ ୮୦ ଭାଗ...

ବ୍ଲକ ପ୍ରଶାସନର ପକ୍ଷପାତିତା: ସ୍ବାଧୀନ ବିଧାୟକଙ୍କୁ ଟାଣିଲା ବିଜେଡି  

 ନିଶ୍ଚିନ୍ତକୋଇଲି,୧୫।୧୨(ଅଶୋକ କୁମାର ମହାପାତ୍ର): କଟକ ଜିଲା  ନିଶ୍ଚିନ୍ତକୋଇଲି ବ୍ଲକ ପ୍ରଶାସନର ଅପରିଣାମଦର୍ଶିତା ପାଇଁ ବହୁ ଟଙ୍କା ଫେରିଯାଇଛି। ଉନ୍ନୟନ କାଯ୍ୟକ୍ରମ ଠପ୍‌ ହୋଇଯାଇଛି। ଏହାର ପ୍ରତିବାଦରେ...

ମାଂସ ଶିକାରୀଙ୍କ ଲୋଲୁପଦୃଷ୍ଟିରେ ଭିତରକନିକା: କଟକଣା ସତ୍ତ୍ୱେ ନିଷିଦ୍ଧାଞ୍ଚଳରୁ…

କେନ୍ଦ୍ରାପଡ଼ା,୧୫ା୧୨ (ଜଗନ୍ନାଥ ଧଳ): ଏବେ ପିକ୍‌ନିକ୍‌ ଋତୁ ଆରମ୍ଭ ହୋଇଛି। ଏଥିସହ ଆଗକୁ ବଡ଼ଦିନ ଓ ନୂଆବର୍ଷ ଥିବାରୁ ଭୋଜି ପାଇଁ ଶିକାରୀଙ୍କ ଲୋଲୁପଦୃଷ୍ଟି ଜାତୀୟ...

ପ୍ରବଳ ଶୀତ: ରାଜ୍ୟର ସବୁଠାରୁ ଥଣ୍ଡା ସହର ଜି ଉଦୟଗିରି

ଜି ଉଦୟଗିରି, ୧୫।୧୨( ଶିଶିର ପଟ୍ଟନାୟକ /ଚିନ୍ମୟ କୁମାର ସେଠୀ): ଜି ଉଦୟଗିରି ସହର ସମେତ ଆଖ ପାଖ ଅଞ୍ଚଳରେ କ୍ରମାଗତ ୧୦ ଦିନ ହେବ...

ସରକାରଙ୍କ ବଡ଼ ଘୋଷଣା, ବଢ଼ିଲା ଆୟୁର୍ବେଦିକ-ହୋମିଓପାଥିକ୍ କଲେଜ ପିଜି ଛାତ୍ରୀଛାତ୍ରଙ୍କ ଷ୍ଟାଇପେଣ୍ଡ୍‌

ଭୁବନେଶ୍ୱର,୧୫ା୧୨: ବଢ଼ିଲା ଆୟୁର୍ବେଦିକ୍ ଓ ହୋମିଓପାଥିକ୍ କଲେଜ ପିଜି ଛାତ୍ରୀଛାତ୍ରଙ୍କ ଷ୍ଟାଇପେଣ୍ଡ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର ବିଭିନ୍ନ ସରକାରୀ ଆୟୁର୍ବେଦିକ୍ ଓ ହୋମିଓପାଥିକ୍...

ଶାନ୍ତ ପଡ଼ିଲା ମାଲକାନଗିରିରି: ସ୍ବାଭାବିକ ହେଲା ଇଣ୍ଟରନେଟ ସେବା

ମାଲକାନଗିରି,୧୫।୧୨(ଦୁଯ୍ୟୋଧନ ପାତ୍ର): ଶାନ୍ତ ପଡ଼ିଲା ମାଲକାନଗିରିରି। ସ୍ବାଭାବିକ ହେଲା ଇଣ୍ଟରନେଟ ସେବା। ହିଂସାର ୮ ଦିନ ପରେ ସ୍ବାଭାବିକ ହେଲା ଇଣ୍ଟରନେଟ ସେବା। ଗତ ସୋମବାର...

ତୀର୍ଥଯାତ୍ରାରେ ବାହାରିଲେ ୭୭୫ ଜଣ ବରିଷ୍ଠ ନାଗରିକ: ସବୁଜ ପତାକା ଦେଖାଇଲେ ଉପମୁଖ୍ୟମନ୍ତ୍ରୀ

ରାୟଗଡା,୧୫।୧୨(ଆଶିଷ ରଞ୍ଜନ ପଣ୍ଡା): ରାଜ୍ୟ ପର୍ଯ୍ୟଟନ ବିଭାଗ ଆନୁକୂଲ୍ୟରେ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ଅନ୍ତର୍ଗତ ତୀର୍ଥଯାତ୍ରା ଭ୍ରମଣରେ ଯାଇଛନ୍ତି ୭୭୫ ଜଣ ବରିଷ୍ଠ ନାଗରିକ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri