Posted inଜାତୀୟ

ସିଙ୍ଗାପୁର ଯାଇ ପାରିବେ ନାହିଁ କେଜରିୱାଲ

ନୂଆଦିଲ୍ଲୀ,୨୯ ।୭: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ସିଙ୍ଗାପୁର ଗସ୍ତ କରି ପାରିବେ ନାହିଁ । ଦିଲ୍ଲୀ ସରକାରଙ୍କ ପକ୍ଷରୁ ଜାରି ବୟାନରେ କୁହାଯାଇଛି କେନ୍ଦ୍ର ନିକଟରୁ ଜରୁରୀ ଅନୁମତି ମିଳିବାକୁ ନେଇ ବହୁ ସମୟ ନଷ୍ଟ ହୋଇଯାଇଛି । ୨୦ ଜୁଲାଇ ସୁଦ୍ଧା ସିଙ୍ଗାପୁର ଗସ୍ତ ପାଇଁ ଔପଚାରିକତା ପୂରଣ କରିବାର ସମୟ ଥିଲା । ହେଲେ ଉପରାଜ୍ୟପାଳ ୨୧ ଜୁଲାଇକୁ ଏହି ଗସ୍ତ ସହ ଜଡିତ ଫାଇଲକୁ ଫେରସ୍ତ କଲେ । ଦିଲ୍ଲୀ ସରକାର ଏଥିପାଇଁ କେନ୍ଦ୍ରକୁ ଦୋଷୀ ବୋଲି କହିଛନ୍ତି ।

ଏହାପୂର୍ବରୁ ବୈଦେଶିକ ମନ୍ତ୍ରଣାଳୟର ପ୍ରବକ୍ତା ଅରିନ୍ଦମ ବାଗଚି କହିଥିଲେ ଆୟୋଜକ ଦେଶ ସିଙ୍ଗରାପୁର ନିଜ ନିମନ୍ତ୍ରଣରେ ଅପଡେଟ ଓ ପରିବର୍ତ୍ତନ ଦିଲ୍ଲୀ ସରକାରଙ୍କ ସହ ଶେୟାର କରିଛନ୍ତି । ଏହାର ସୂଚନା ଦିଲ୍ଲୀ ସରକାରଙ୍କ ନିକଟରେ ରହିଛି । ମନ୍ତ୍ରଣାଳୟକୁ ୨୧ ଜୁଲାଇରେ କେଜରିୱାଲଙ୍କ ସିଙ୍ଗାପୁର ଗସ୍ତର ରାଜନୈତିକ ମଞ୍ଜୁରୀର ଆବେଦନ ମିଳିଥିଲା । ବୈଦେଶିକ ମନ୍ତ୍ରଣାଳୟର ବୟାନ ଆସିବା ପରେ ଗୁରୁବାର ବିଳମ୍ବିତ ସନ୍ଧ୍ୟାରେ ଦିଲ୍ଲୀ ସରକାର ଉପରାଜ୍ୟପାଳଙ୍କ ନିକଟରେ ମଞ୍ଜୁରୀ ସହ ଜଡିତ ଫାଇଲ କିଛି ଦିନ ହେବ ପଡି ରହିଥିବା କହିଥିଲେ ।
ଜୁଲାଇକୁ ଦିଆଯାଇଥିବା ଫାଇଲକୁ ପ୍ରାୟ ଦେଢ ମାସ ପରେ ୨୧ ଜୁଲାଇରେ ଉପରାଜ୍ୟପାଳ ଫେରସ୍ତ କରିଥିଲେ । ଯେତେବେଳେ ଯାତ୍ରା ସମ୍ପର୍କିତ ଔପଚାରିକତା ପୂରଣ କରିବାର ସମୟ ସୀମା ୨୦ ଜୁଲାଇରେ ଶେଷ ହୋଇଥିଲା । ଦୋଷ ଦିଆଯାଇଛି କି କେନ୍ଦ୍ର ସରକାରଙ୍କ ଉଦ୍ଦେଶ୍ୟ ହେଉଛି ଶିକ୍ଷା ଓ ସ୍ୱାସ୍ଥ୍ୟ ବ୍ୟତୀତ ଦିଲ୍ଲୀରେ ଅନ୍ତର୍ଜାତୀୟ ସ୍ତରରେ କରାଯାଇଥିବା ବିଶ୍ୱ ସ୍ତରୀୟ କାର୍ଯ୍ୟ ବିଷୟରେ ମୁଖ୍ୟମନ୍ତ୍ରୀଙ୍କୁ ଅଟକାଇବା । ଏହାଦ୍ୱାରା ହୁଏତ କେନ୍ଦ୍ରର ଉଦ୍ଦେଶ୍ୟ ପୂରଣ ହୋଇଥାଇପାରେ ହେଲେ ବିଶ୍ୱ ସମୁଦାୟ ମଧ୍ୟରେ ଦେଶକୁ ଅପମାନିତ କରାଯିବା ପାଇଁ କେନ୍ଦ୍ର ସରକାର ଦାୟୀ ।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

ରାସନ୍ କାର୍ଡ E-KYC ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଏତିକି ଦିନ ବଢ଼ିଲା ଅବଧି

ଭୁବନେଶ୍ବର,,୩୧/୧୨: ରାସନକାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଖବର । ଆହୁରି ୨ ମାସ ବଢିଲା ରାସନ୍ କାର୍ଡ E-KYC ଅବଧି । ଆଜି  E-KYC ଅବଧି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri