Posted inଜାତୀୟ

ସୋନିଆଙ୍କ ସ୍ବାସ୍ଥ୍ୟ ସହିତ ଖେଳିବା ଠିକ ନୁହେଁ, ଗୁଲାମନବୀ-ଆନନ୍ଦ ଶର୍ମାଙ୍କ କ୍ଷୋଭ…

ନୂଆଦିଲ୍ଲୀ, ୨୭।୭ : କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଇଡ଼ିର ପଚରାଉଚରାନେଇ ବରିଷ୍ଠ ନେତା ଗୁଲାମନବୀ ଆଜାଦ ଏବଂ ଆନନ୍ଦ ଶର୍ମା ମୁହଁ ଖୋଲିଛନ୍ତି। ଏହି ବୟସରେ ସୋନିଆ ଗାନ୍ଧୀଙ୍କର ସୱାସ୍ଥ୍ୟ ସହିତ ଖେଳିବା ଠିକ ନୁହେଁ ବୋଲି ଗୁଲାମ ନବୀ ଆଜାଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ଉଦ୍ଦେଶ୍ୟରେ କହିଛନ୍ତି। ଏଥି ସହିତ କଂଗ୍ରେସର ବରିଷ୍ଠ ନେତା ଗୁଲାମ ନବୀ ଆଜାଦ କହିଛନ୍ତି ଦୁଇମାସ ମୁଁ ଅସୁସ୍ଥ ଥିଲି। ଯେଉଁଥିପାଇଁ ମୁଁ ପ୍ରଥମ ପ୍ରଦର୍ଶନରେ ଭାଗ ନେଇପାରିଲି ନାହିଁ। ନ୍ୟାଶନାଲ ହେରାଲ୍ଡର କେଉଁ କାଗଜ ପତ୍ର ବିଷୟରେ କୁହାଯାଉଛି ଯାହା ଇଡି ପାଖରେ ନାହିଁ? ଏହି ଲୋକମାନେ ବହୁ ବର୍ଷ ଧରି ଅନୁସନ୍ଧାନ କରୁଛନ୍ତି।

ରାହୁଲଙ୍କୁ ଇଡି ଦ୍ୱାରା ଅନେକ ଥର ଡକାଯାଇ ପଚରାଉଚରା କରାଯାଇଥିଲା। ମାମଲା ଗୋଟିଏ, ପରିବାର ସହିତ ଜଡ଼ିତ। ଯେତେବେଳେ ତୁମେ ପୁଅଙ୍କୁ ପାଞ୍ଚ ଘଣ୍ଟା ପଚରାଉଚରା କଲ, ତେବେ ତୁମେ ଏହି ମାମଲାରେ ସୋନିଆ ଗାନ୍ଧୀଙ୍କୁ କାହିଁକି ପୁଣି ଡାକିଲ? ସୋନିଆ ଜୀଙ୍କର ସ୍ବାସ୍ଥ୍ୟ ଭଲ ନୁହେଁ, ସେ ମଧ୍ୟ ବୃଦ୍ଧା ହୋଇ ଯାଉଛନ୍ତି। ସୋନିଆ ଜୀ ଏହି ଅବସ୍ଥାରେ ଏଭଳି ଚାପ ବହନ କରି ପାରିବେ କି ? ଯେତେବେଳେ ଯୁବକମାନେ ଏହାକୁ ସହି ପାରୁ ନାହାନ୍ତି ସୋନିଆ ଗାନ୍ଧୀଙ୍କୁ ଇଡି ଏଭଳି ପ୍ରଶ୍ନ କାହିଁକି ପଚାରୁଛି। ବୋଲି ଗୁଲାମନବୀ ପ୍ରଶ୍ନ କରିଛନ୍ତି।

ପୂର୍ବରୁ ହେଉଥିବା ଯୁଦ୍ଧରେ ରୋଗୀ ଏବଂ ମହିଳାମାନଙ୍କ ଉପରେ ହାତ ନ ଉଠାଇବାକୁ ସମ୍ରାଟଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଉଥିଲା। ମୁଁ ସରକାରଙ୍କୁ ଇଡି କୁ କହିବି ଯେ ସୋନିଆ ଜୀଙ୍କୁ ଡାକିବା ଉଚିତ ନୁହେଁ। ରାହୁଲ ଗାନ୍ଧୀଙ୍କୁ ପ୍ରଶ୍ନ କରାଯାଇଛି। ସୋନିଆ ଜୀଙ୍କ ସୱାସ୍ଥ୍ୟ ସହିତ ଖେଳିବା ଠିକ ନୁହେଁ ବୋଲି ସେ କହିଛନ୍ତି।

କଂଗ୍ରେସର ବରିଷ୍ଠ ନେତା ଆନନ୍ଦ ଶର୍ମା କହିଛନ୍ତି ଯେ ଦୀର୍ଘ ସମୟ ପରେ ମୁଁ ଏବଂ ଗୁଲାମ ନବୀ ଆଜାଦ ପରସ୍ପର ସହ ସାକ୍ଷାତ ହୋଇଛୁ। ଅନୁସନ୍ଧାନ ଏକ ଅସୁବିଧା ନୁହେଁ । ଆମ ଦେଶ ଏକ ଗଣତାନ୍ତ୍ରିକ ଦେଶ । ଆମ ଦେଶରେ ସମସ୍ତଙ୍କର ମୌଳିକ ଅଧିକାର ଅଛି। ମାତ୍ର ଏବେ ଆଇନକୁ ଅସ୍ତ୍ର ଭାବରେ ବ୍ୟବହାର କରାଯାଉଛି। ସମସ୍ତ ତଥ୍ୟ ସାମ୍ନାରେ ଅଛି, ଗତ ଦଶନ୍ଧି ଧରି ଏହା ସମସ୍ତଙ୍କ ସାମ୍ନାରେ ରହିଛି। ସମାନ ମାମଲାରେ ଯେତେବେଳେ ରାହୁଲ ଗାନ୍ଧୀଙ୍କୁ ପ୍ରଶ୍ନ କରାଯାଇଥିଲା, ସେତେବେଳେ ସୋନିଆଙ୍କୁ ତୃତୀୟ ଦିନରେ କାହିଁକି ଡକାଗଲା? ଗଣତନ୍ତ୍ର ପାଇଁ ଏହା ଭଲ ନୁହେଁ। ଦେଶରେ ମୁଦ୍ରାସ୍ଫୀତି ଏବଂ ବେକାରୀ ଏକ ବଡ ପ୍ରସଙ୍ଗ । ସଂସଦର ସମ୍ମାନ ରକ୍ଷା କରିବା ଏବଂ ଗଣତନ୍ତ୍ରକୁ ବଞ୍ଚାଇବା ପାଇଁ ମୁଁ ସରକାରଙ୍କୁ ନିବେଦନ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

‘ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲରେ ମେଡିକାଲ କଲେଜ ପ୍ରତିଷ୍ଠା ହେଉ’

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲକୁ ଏକ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରି ସହିତ ଜିଲା ହସ୍ପିଟାଲ ପରିସରରେ ୧୦୦ ଏମବିବିଏସ ସିଟ୍...

କିସ୍‌ ଛାତ୍ର ମୃତ୍ଯୁ ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ କଲେ ବଳଭଦ୍ର ମାଝୀ, କହିଲେ ଶିକ୍ଷାନୁଷ୍ଠାନ ଉପରେ…

ଭୁବନେଶ୍ୱର,୧୭ା୧୨:  କିସ୍ ଛାତ୍ର ମୃତ୍ୟୁ ମାମଲାରେ ଗୋଟିଏ ପରେ ଗୋଟିଏ ସତ ସାମ୍ନାକୁ ଆସିବାରେ ଲାଗିଛି । କିସ୍‌ ଛାତ୍ରଙ୍କୁ ହତ୍ୟା  କରାଯାଇଥିବା ନେଇ ପୋଲିସ...

ଶିଆଳ କାମୁଡାରେ ଏକାଧିକ ଗୁରୁତର, ମେଡିକାଲରେ ଭର୍ତ୍ତି

ଧର୍ମଶାଳା,୧୭/୧୨(ଶିବ ପ୍ରସାଦ ମହାନ୍ତି): ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତରେ ଏକ ଶିଆଳ କାମୁଡାରେ ଏକାଧିକ ଗୁରୁତର ହୋଇଛନ୍ତି । ସମସ୍ତ ଆହତ ଧର୍ମଶାଳା ଗୋଷ୍ଠୀ...

ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ଘଟଣା, ଆଇନ ମନ୍ତ୍ରୀ କହିଲେ…

ପୁରୀ ୧୭ା୧୨( ଅଜିତ୍ କୁମାର ମହାନ୍ତି ): କିଛି ଦିନର ବ୍ୟବଧାନ ପରେ ପୁଣି ଶ୍ରୀମନ୍ଦିର ଭତିରର ଫୋଟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ...

ଏବେ ବୁନ୍ଧାଏ ପାଣି ପାଇଁ ବି ଡହଳ ବିକଳ ହେବ ପାକିସ୍ତାନ! ଭାରତ ପରେ ଏହି ଦେଶ ନେଲା ବଡ ଆକ୍ସନ

ଇସଲାମାବାଦ,୧୭।୧୨: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ପାକିସ୍ତାନକୁ ସିନ୍ଧୁ ନଦୀ ଜଳ ଯୋଗାଣ ବନ୍ଦ କରିଦେଇଛି, ଯାହା ଫଳରେ ଅନେକ ଅଞ୍ଚଳରେ ମରୁଡ଼ି ଭଳି...

ଲକ୍ଷ୍ନୌରେ ଭୟଙ୍କର ବାୟୁ ପ୍ରଦୂଷଣ: ଟସ୍ ବିଳମ୍ବ, ମାସ୍କ ପିନ୍ଧି ହାର୍ଦ୍ଦିକଙ୍କ ଫଟୋ ଭାଇରାଲ

ଲକ୍ଷ୍ନୌ,୧୭ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଲକ୍ଷ୍ନୌର ଏକାନା ଷ୍ଟାଡିୟମରେ ଖେଳାଯିବାକୁ ଥିବା ଚତୁର୍ଥ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍‌ର ଟସ୍ ଘନ କୁହୁଡ଼ି...

କିସ୍‌ ଛାତ୍ରଙ୍କୁ ହତ୍ୟା, ପ୍ରେସ୍‌ମିଟ୍‌ରେ ସ୍ପଷ୍ଟ କରି ପୋଲିସ କମିଶନର କହିଲେ…

ଭୁବନେଶ୍ୱର,୧୭ା୧୨: କିସ୍‌ ଛାତ୍ରଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ କରିଛନ୍ତି ପୋଲିସ କମିଶନର। ପ୍ରେସମିଟ୍‌ରେ ପୋଲିସ କମିଶନର ଏସ୍‌ ଦେବଦତ୍ତ ସିଂ ଏକଥା ସ୍ପଷ୍ଟ କରିଛନ୍ତି। ‘ଜୋକର...

‘ଭାରତରେ ଉତ୍ପାଦନ ହ୍ରାସ ପାଉଛି…,’ ଜର୍ମାନୀରେ BMW ଫ୍ୟାକ୍ଟ୍ରିରେ ପହଞ୍ଚି ଭିଡିଓ ଶେୟାର କଲେ ରାହୁଲ

ବର୍ଲିନ,୧୭।୧୨: କଂଗ୍ରେସ ନେତା ଏବଂ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ବୁଧବାର ଜର୍ମାନୀର BMW କାରଖାନା ପରିଦର୍ଶନ କରିଥିଲେ। ଏହି ଗସ୍ତ ସମୟରେ ସେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri