Posted inଜାତୀୟ

ବ୍ଲାକ୍‌ ଡାଏରିରେ ପ୍ରମାଣ

ନୂଆଦିଲ୍ଲୀ, ୨୭ା୭: ପଶ୍ଚିମବଙ୍ଗର ବହୁଚର୍ଚ୍ଚିତ ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ଗିରଫ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ସହଯୋଗୀ ତଥା ଅଭିନେତ୍ରୀ ଅର୍ପିତା ମୁଖାର୍ଜୀଙ୍କ ଘରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଏକ ବ୍ଲାକ୍‌ ଡାଏରି ଏବଂ ପକେଟ୍‌ ବୁକ୍‌ ଜବତ କରିଛି। ଡାଇମଣ୍ଡ ସିଟିସ୍ଥିତ ଅର୍ପିତାଙ୍କ ଘରୁ ମିଳିଥିବା ଏହି ଡାଏରିରେ ପାର୍ଥ କିପରି ଟଙ୍କା ନେଇ ଶିକ୍ଷକ ନିଯୁକ୍ତି କରାଉଥିଲେ ତାହାର ବହୁ ପ୍ରମାଣ ଲୁଚି ରହିଥିବା କୁହାଯାଉଛି। ଇଡି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଏହି ଡାଏରିରେ ଶିକ୍ଷକଙ୍କ ନିଯୁକ୍ତି ପାଇଁ ଲାଞ୍ଚ ନେଇଥିବା ବ୍ୟକ୍ତିଙ୍କ ନାମ ରହିଛି। ପାର୍ଥ ଚାଟାର୍ଜୀଙ୍କ ବ୍ୟତୀତ ତୃଣମୂଳ କଂଗ୍ରେସ(ଟିଏମ୍‌ସି)ର ବହୁ ବରିଷ୍ଠ ନେତାଙ୍କ ନାମ ମଧ୍ୟ ସେଥିରେ ଉଲ୍ଲେଖ ରହିଛି। ଏଥିରେ ଓଡ଼ିଶା ଏବଂ ତାମିଲନାଡ଼ୁର ମଧ୍ୟ କେତେଜଣଙ୍କ ନାଁ ଥିବା କୁହାଯାଉଛି। ସେମାନେ ଏହି ଦୁର୍ନୀତିରେ ସମ୍ପୃକ୍ତ ଥିବା ଅଭିଯୋଗ ହୋଇଛି। ଡାଏରିରେ ନାଁ ଲେଖାଥିବା ବ୍ୟକ୍ତିଙ୍କୁ ପଚରାଉଚରା କରିବା ପାଇଁ ପ୍ରସ୍ତୁତି ଚଲାଇଛି। ସ୍ବତନ୍ତ୍ର ପିଏମ୍‌ଏଲ୍‌ଏ କୋର୍ଟରେ ଇଡି ଜବତ କରିଥିବା ସାମଗ୍ରୀ ତାଲିକା ଦାଖଲ କରିଛି। ଅପରପକ୍ଷେ ପାର୍ଥ ଏବଂ ଅର୍ପିତାଙ୍କୁ ଇଡି ୧୦ ଦିନିଆ ରିମାଣ୍ଡରେ ନେବାକୁ ଏକ ସ୍ବତନ୍ତ୍ର କୋର୍ଟ ସୋମବାର ଅନୁମତି ଦେଇଛନ୍ତି।
ଓ ଅର୍ପିତା ମିଳିତ ଭାବେ କେତେକ ସମ୍ପତ୍ତି କ୍ରୟ କରିଥିବା ଇଡି ଜାଣିବାକୁ ପାଇଛି। ତେଣୁ ଏହି ଦୁଇଜଣ ପରସ୍ପରର ଘନିଷ୍ଠ ସହଯୋଗୀ ବୋଲି ଅତିରିକ୍ତ ସଲିସିଟର ଜେନେରାଲ ଏସ୍‌. ଭି. ରାଜୁ କହିଛନ୍ତି। ଉଚ୍ଚ ଶିକ୍ଷା ବିଭାଗର ଏନ୍‌ଭେଲପ୍‌ରେ ୫ ଲକ୍ଷ ନଗଦ ଟଙ୍କା ମିଳିଛି। ତେଣୁ ପାର୍ଥ ଓ ଅର୍ପିତା ନିୟମିତ ଭାବେ ପରସ୍ପରର ଯୋଗାଯୋଗରେ ଥିଲେ ବୋଲି ଏସ୍‌. ରାଜୁ କହିଛନ୍ତି। ମିଳିଥିବା ବ୍ଲାକ୍‌ ଡାଏରୀରେ ଅନୂ୍ୟନ ୪୦ ପୃଷ୍ଠାରେ ଲାଞ୍ଚ ବଦଳରେ ଶିକ୍ଷକ ନିଯୁକ୍ତି ଦିଆଯାଇଥିବା ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ରହିଛି। ସେହିପରି ପକେଟ୍‌ ବୁକ୍‌ର ୧୬ ପେଜ୍‌ରେ ମଧ୍ୟ ଏହି ଦୁର୍ନୀତି ବାବଦରେ ପ୍ରମାଣ ରହିଛି ବୋଲି ଇଡି କହିଛି। ପ୍ରକାଶ ଯେ, ପାର୍ଥ ୨୦୧୪ରୁ ୨୦୨୧ ପର୍ଯ୍ୟନ୍ତ ଶିକ୍ଷାମନ୍ତ୍ରୀ ଥିବାବେଳେ ପଶ୍ଚିମବଙ୍ଗ ବିଦ୍ୟାଳୟ ସେବା ଆୟୋଗ (ଡବ୍ଲ୍ୟୁବିଏସ୍‌ଏସ୍‌ସି) ଅଧୀନରେ ଶିକ୍ଷକ ନିଯୁକ୍ତି ବେଳେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ଆସିଥିଲା। ଅର୍ପିତା ମୁଖାର୍ଜୀଙ୍କ ଘରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ହିସାବ ବହିର୍ଭୂତ ୨୧ କୋଟି ଟଙ୍କ, ୭୬ ଲକ୍ଷ ଟଙ୍କା ମୂଲ୍ୟର ଅଳଙ୍କାର ଆଦି ଜବତ କରିବା ପରେ ଉଭୟଙ୍କୁ ଗିରଫ କରାଯାଇଥିଲା। କୋର୍ଟରେ ହାଜର ହେବା ପୂର୍ବରୁ ପାର୍ଥ ଅସୁସ୍ଥ ହେବାରୁ ତାଙ୍କୁ ଭୁବନେଶ୍ୱର ଏମ୍‌ସ ନେବାକୁ ରବିବାର କାଲ୍‌କାଟା ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ହେଲେ ପାର୍ଥଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବାକୁ ଏମ୍ସ ଡାକ୍ତର ସୋମବାର ମନା କରିବା ପରେ ସେ ଭୁବନେଶ୍ୱରରୁ କୋଲକାତା ଫେରିଥିଲେ। ଅନ୍ୟପକ୍ଷରେ ଅର୍ପିତା କେତେକ ନକଲି କମ୍ପାନୀ ଚଲାଉଥିଲେ ବୋଲି ଇଡି ଜାଣିବାକୁ ପାଇଛି। ଅନୂ୍ୟନ ୧୨ କମ୍ପାନୀର ଦସ୍ତାବିଜ୍‌ ଏହି ତଦନ୍ତକାରୀ ଏଜେନ୍ସି ହାତରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଜଗିଥିଲା ଯମ: ବାପାମା’ଙ୍କ ସହ ଚାଲିଗଲା ଭଉଣୀଙ୍କ ଜୀବନ, ସୌଭାଗ୍ୟକୁ… 

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏମିତି ବି ଆସେ ମୃତ୍ୟୁ। ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଦୁର୍ଘଟଣା ଚାଲିଗଲା ଜୀବନ। ମୃତକମାନେ ହେଲେ ଗଜପତି ଜିଲା ଗୋଶାଣୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri