କ୍ୟାନ୍ସରରେ ନିଜ ଝିଅର ମୃତ୍ୟୁ ଘଟିବା ପରେ ତା’ ସ୍ବପ୍ନ ପୂରଣ କରିବା ଲାଗି କ୍ୟାନ୍ସର ରୋଗୀମାନଙ୍କୁ ସାହାଯ୍ୟ କରୁଛନ୍ତି ମୀନାକ୍ଷୀ ଧିଙ୍ଗ୍ରା। ମୀନାକ୍ଷୀଙ୍କ ଝିଅ ତନିଷା ୨୩ ବର୍ଷ ବୟସରେ ୨୦୧୬ରେ ଗୁଗଲରେ କାମ କରୁଥିବାବେଳେ ଓଭାରିଆନ କ୍ୟାନ୍ସରରେ ପୀଡ଼ିତ ହୋଇଥିଲେ ଓ ୨୦୨୧ ଡିସେମ୍ବରରେ ତାଙ୍କର ଦେହାନ୍ତ ଘଟିଥିଲା। ସେ ଏହି ରୋଗରେ ପୀଡ଼ିତ ହୋଇ ମଧ୍ୟ ତାଙ୍କ ମା’ଙ୍କ ସହ କ୍ୟାନ୍ସର ସୋସାଇଟିର ସେଚ୍ଛାସେବୀ ଭାବେ ଯୋଗ ଦେଇଥିଲେ। ସେମାନେ ଉଭୟ ବିଭିନ୍ନ ହସ୍ପିଟାଲ ଯାଇ ରୋଗୀମାନଙ୍କୁ ଭାବଗତ ସମର୍ଥନ ଦେବା ସହ ଦିଲ୍ଲୀ ଏନ୍ସିଆରରେ କ୍ୟାନ୍ସର ପୀଡ଼ିତମାନଙ୍କ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ। ‘ବ୍ରେକ୍ ଫ୍ରି ଫ୍ରମ୍ କ୍ୟାନ୍ସର’ କାର୍ଯ୍ୟକ୍ରମ ମାଧ୍ୟମରେ ତନିଷା ରୋଗୀମାନଙ୍କ ପାଇଁ ହସ କ୍ଲବ୍, କମେଡ଼ି ଶୋ’ ଓ ଫଟୋଶୁଟ୍ର ଆୟୋଜନ କରୁଥିଲେ। ହେୟାର ଡୋନେଶନ ଉପରେ ଗୁରୁତ୍ୱ ଦେଉଥିଲେ। ୨୦୧୭ରୁ ୨୦୧୯ ମଧ୍ୟରେ ସେ ୧୦୦୦ ରୋଗୀ ଓ ତାଙ୍କ ପରିବାରକୁ ସକାରାମତ୍କ ଭାବେ ପ୍ରଭାବିତ କରିବାକୁ ସକ୍ଷମ ହୋଇଥିଲେ। ତେବେ ତନିଷା ଆରମ୍ଭ କରିଥିବା କାର୍ଯ୍ୟକୁ ଜାରି ରଖିବା ଲାଗି ତାଙ୍କ ମା’ ମୀନାକ୍ଷୀ ‘ତନିଷା ଫାଉଣ୍ଡେଶନ’ ଗଠନ କରି ତା’ ମାଧ୍ୟମରେ ୨୫୦୦ ରୋଗୀଙ୍କୁ ସାହାଯ୍ୟ କରିସାରିଲେଣି।
ଆତ୍ମସ୍ଥ ସୁଖ ସନ୍ଧାନେ
ଜଣେ ବ୍ୟକ୍ତି ଥରେ ଜଣେ ସାଧୁବାବାଙ୍କ ନିକଟରେ ପହଞ୍ଚିଲେ ଏକ ଗମ୍ଭୀର ସମସ୍ୟା ନେଇ। ବାବା ଜଣକ ତାଙ୍କୁ ଆଗମନର କାରଣ ପୁଚ୍ଛା କରନ୍ତେ ସେ...
ଜମି ମାଲିକାନା କୃଷକ ହାତକୁ ଯାଉ
କୃଷି ବିଭାଗ ପକ୍ଷରୁ କୁହାଯାଇଛି ଯେ, କୃଷି ଉପତ୍ାଦନ ଦୁଇଗୁଣ ବୃଦ୍ଧି ହୋଇଛି ଏବଂ ଓଡ଼ିଶା ଏ ଦିଗରେ ପ୍ରଥମ। ଜଳସେଚନ ସୁବିଧା ମଧ୍ୟ ଗତ...
ଜିଆ ଖାଉଛି ମାଛକୁ
ଗାଡ଼ିଆରେ ବନିଶିରେ ମାଛ ଧରାଯାଉଥିବାର ଏକ ଦୃଶ୍ୟକୁ ଅବତାରଣା କରାଯାଉ। ଜଣେ ବ୍ୟକ୍ତି ବାଉଁଶ ଛଡ଼ିରେ ସୂତା ଲଗାଇ ସେଥିରେ କଣ୍ଟା ଓହଳାଇ ଥାଏ। ସୂତାକୁ...
ଦୁର୍ଘଟଣାର କାରଣ ପଥ ସମ୍ମୋହନ
ବର୍ତ୍ତମାନ ସହଜ ଗମନାଗମନ ବ୍ୟବସ୍ଥା ପାଇଁ ମଣିଷ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବା ନିମନ୍ତେ ସମୟ କମ୍ ହୋଇଯାଇଛି। ବିଶ୍ୱର ଗୋଟିଏ କୋଣରୁ ଅନ୍ୟ...
ସରକାର ଚାହୁଁଛନ୍ତି
ଲୋକଙ୍କର ଉପକାରରେ ଆସୁ ବା ନ ଆସୁ ରାଜ୍ୟର ଲାଭ ହେଉ ବା କ୍ଷତି, ବ୍ୟବସ୍ଥାରେ କିଛି ପରିବର୍ତ୍ତନ ହେଉ ବା ନ ହେଉ ସରକାର...
ଜଗନ୍ନାଥ ଗ୍ରହଣୀୟ
‘ନାମରେ କ’ଣ ଅଛି ? ଯାହାକୁ ଆମେ ଗୋଲାପ କହୁଛୁ, ଅନ୍ୟ କୌଣସି ନାମରେ ଡାକିଲେ ମଧ୍ୟ ତା’ର ସୁଗନ୍ଧ ସେହିପରି ମିଠା ରହିବ।’ ନାମକୁ...
ଏଇ ଭାରତରେ
ଦୃଢ଼ ଇଚ୍ଛାଶକ୍ତି ଥିବା ମଣିଷ ଲକ୍ଷ୍ୟ ହାସଲ ନ ହେବା ଯାଏ ଥକିଯାଏ ନାହିଁ। ସବୁ ବାଧା ଏପରିକି ସୁଯୋଗକୁ ମଧ୍ୟ ପଛକରି ସେଠାରେ ପହଞ୍ଚିଯାଆନ୍ତି...
ଡଙ୍ଗରୁଣୀର ବାଟରେ ପ୍ରାଥମିକ ଶିକ୍ଷା
ଆମ୍ବଗଛ ଭିତରୁ ଧୀରେ ଧୀରେ ଶୀତୁଆ ଖରା ପିଲାଙ୍କ ଉପରେ ଅଣେଇହୋଇ ଆସୁଥାଏ। ରାୟଗଡ଼ା ଜିଲା ବିଷମକଟକ ବ୍ଲକ୍ର ନିର୍ଗୁଣ୍ଡି ଗାଆଁ। ଗାଆଁ ଭିତରୁ ପବନ...
Archives


