Posted inଫୁରସତ

ତ୍ୟାଗର ମୂଲ୍ୟ ଦେବାରେ ଓଡ଼ିଆ ଜାତି କୃପଣ ନ ଥିଲା

ଆମେ ଆଲୋଚନା କରିସାରିଛେ ମନ୍ଦିର ନିର୍ମାଣ ପାଇଁ ଆବଶ୍ୟକ ଦରବ କେଉଁମାନେ ଦେଇଥିଲେ। କେଉଁମାନେ ଚାରୋଟିଯାକ ଶିଳ୍ପୀ ଶିବିର ଓ ପାଇଟିଆଳଙ୍କ ଖାଦ୍ୟ ବ୍ୟବସ୍ଥା ସହିତ ଜଡ଼ିତ ଥିଲେ। ଆଶ୍ଚର୍ଯ୍ୟ ଲାଗେ ଥରେ ଅଧେ ଖାଦ୍ୟ ପାଇଁ ଆବଶ୍ୟକ ସାମଗ୍ରୀ ତ ଦେଇଥିଲେ, କିନ୍ତୁ ପ୍ରତିବର୍ଷ ମନ୍ଦିର ନିର୍ମାଣ ଶେଷ ପର୍ଯ୍ୟନ୍ତ ଖାଦ୍ୟ ସାମଗ୍ରୀ ଦେବାର ଉଦାହରଣ ବି ମିଳେ। ଆଢ଼ତିଆକରଣ ବୀରବର ପଟ୍ଟନାୟକ କେଉଁଠୁ କେଉଁଠୁ ଖାଦ୍ୟଦ୍ରବ୍ୟ ଯୋଗାଣ ହୋଇଥିଲା ତାହା ତଦାରଖ କରିଥିଲେ। ତଦାରଖ ପରେ ଜଣାପଡ଼ିଲା ରାହାଙ୍ଗ ଦକ୍ଷିଣ ରାଡ଼ସ ପକ୍ଷରୁ ୧,୦୩୪ ଭରଣ ଧାନ ଓ ୨୩୪ ଓଳିଆ ବିରି ପ୍ରତିବର୍ଷ କୋଣାର୍କ ଭଣ୍ଡାରକୁ ଆସୁଥିଲା। ସେହିପରି କୃତ୍ତିବାସ ଦଣ୍ଡପାଟରୁ ୨,୪୮୭ ଭରଣ ଧାନ ଓ ବିରି, କୋଠଦେଶର ବକ୍ରେଶ୍ୱର ଖମାରରୁ ୩,୧୪୦ ଭରଣ ଧାନ (ଭରଣକ ୮୦ ଗୌଣି, ଚାରିସେରିଆରେ ସେତେବେଳେ ହିସାବ ହେଉଥିଲା) ୨୦୦ ଛେଲା ନଡ଼ିଆ (ଛେଲାକ ୯ପଣ, ପଣକ ୨୦ ଗଣ୍ଡା) ୨୩୪ ଭରଣ ବିରି, ୩୩ ଭରଣ ଚମ୍ପାଧାନ ପ୍ରତିବର୍ଷ ଆସୁଥିଲା।
ବର୍ଷକୁ ଆସୁଥିବା ଚାଉଳକୁ ଛାଡ଼ି କେବଳ ଧାନ ଆସୁଥିଲା ୩୦,୨୧୪ ଭରଣ। ଆମେ ଉଦାହରଣ ଦେଲୁ ତିନୋଟି ବିଷୟରୁ (ଜିଲା) ଆସୁଥିବା ଧାନର ପରିମାଣ।
ଶ୍ରୀପୁରୁଷୋତ୍ତମ ମନ୍ଦିର ଭଣ୍ଡାରରୁ ଅର୍ଥାତ୍‌ ପୁରୀରୁ ଶ୍ରୀଜଗନ୍ନାଥଙ୍କ ଭଣ୍ଡାରରୁ ବର୍ଷକୁ ଯୋଗାଇ ଦିଆଯାଉଥିଲା ୩,୪୦୮ ଭରଣ ଧାନ। ଗୋଟିଏ ନୂଆ ମନ୍ଦିର ନିର୍ମାଣ ପାଇଁ ପୁରାତନ ମନ୍ଦିରର ଅବଦାନ ରହିଥିଲା। ଶ୍ରୀଜଗନ୍ନାଥଙ୍କ ଭଣ୍ଡାର ଅତ୍ୟନ୍ତ ସମୃଦ୍ଧ ଥିଲା। ନଇଲେ ଏତେ ପରିମାଣର ଧାନ ମହାରଣା ତଥା ଶିଳ୍ପୀମାନଙ୍କ ଖାଦ୍ୟ ପାଇଁ ପ୍ରତିବର୍ଷ ଯୋଗାଇ ଦିଆଯାଉଥାନ୍ତା କିପରି? କେବଳ ଏତିକି ନୁହେଁ, ୩,୪୭୨ଟି ଛିଦ୍ରଯୁକ୍ତ ସୁନାମୋହର ମଧ୍ୟ ଶ୍ରୀପୁରୁଷୋତ୍ତମ ଭଣ୍ଡାରରୁ ପାରିଶ୍ରମିକ ପାଇଁ ଯୋଗାଇ ଦିଆଯାଉଥିଲା। ଐତିହ୍ୟ ଅଛି ୧୨ଶହ ବଢ଼େଇଙ୍କୁ ୧୨ ବର୍ଷ ଲାଗିଲା… ତାହା ନୁହେଁ, ନିର୍ମାଣରେ ୧୭୫୦ରୁ ଅଧିକ ଶିଳ୍ପୀ ଲାଗିଥିବା ଆମେ ପୂର୍ବରୁ ସୂଚନା ଦେଇଥିଲୁ। ୮୦୦ରୁ ଅଧିକ ପାଇଟିଆଳ, ୧୦୦ ଗାଈଆଳ, ୧୫୦ରୁ ଊର୍ଦ୍ଧ୍ୱ ମହିଳା ଶ୍ରମିକ ନିଯୁକ୍ତ ଥିଲେ। ଶିଳ୍ପୀଙ୍କୁ ପାଣି ଓ ପାନ ଯୋଗାଇବା ପାଇଁ ୧୦୦ରୁ ଅଧିକ ଲୋକ ଥିଲେ। ଚାରି ଶିବିରରେ ରାନ୍ଧିବା ଓ ଯୋଗାଇବା ପାଇଁ ୩୦ଜଣ ଲେଖାଏଁ ୧୨୦ଜଣ ଥିଲେ। ୟା ବାଦେ ଜଗୁଆଳି, ଘୋଡ଼ା ସବାର ଓ ହାତୀଆଳ ଥିଲେ। ଆମେ ୪,୨୨୦ ଜଣଙ୍କ ହିସାବ ଦେଇଛୁ। ପଥର ଚିହ୍ନଟ, ପଥର ଫଟାଇବା, ପଥର ବୋହିବା, ଚାପରେ ଲଦିବା, ଚାପରୁ ଓହ୍ଲାଇବା, ପଥରକୁ ଆବଶ୍ୟକ ଅନୁଯାୟୀ ଚଉପଟ କରିବା କାମ ହାରାହାରି କେତେଜଣ କରୁଥିଲେ ଆମେ ପୂର୍ବରୁ ଆଲୋଚନା କରିଛେ। ଏ ପର୍ଯ୍ୟନ୍ତ ଆମ ଅନୁସନ୍ଧାନ କହୁଛି ୬ ହଜାରରୁ ଅଧିକ ଲୋକ ନିୟୋଜିତ ଥିଲେ। ଆଗକୁ ଆମେ ଗାଈଆଳ ଓ ମହିଳ ଶ୍ରମିକଙ୍କ ଅବଦାନ ପ୍ରସଙ୍ଗ କ୍ରମେ ଆଲୋଚନା କରିବା।
ମନ୍ଦିର ନିର୍ମାଣ ସମୟରେ ଯେପରି ସତର୍କତାର ସହିତ ସମସ୍ତ କାର୍ଯ୍ୟରତ ବ୍ୟକ୍ତିବିଶେଷଙ୍କ ପ୍ରତି ଧ୍ୟାନ ଦିଆଯାଇଥିଲା, ତାହା ଅନୁସନ୍ଧାନ କଲେ ଜାଣିହେଉଛି ଗଜପତି ଏବଂ ରାଜକର୍ମଚାରୀ କେତେ ସଚେତନ ଥିଲେ। ମୁତ୍‌ଫରକା ଆଦେଶ କେବଳ ଜାରି କରାଯାଉ ନ ଥିଲା। ପାନଭାଙ୍ଗି ଯୋଗାଇବା ବ୍ୟବସ୍ଥା ସହିତ ବର୍ଷ ବର୍ଷ ଧରି ଗୋଟା ପାନ ଆଣି ଯୋଗାଇବାକୁ ଖୁର୍ଦ୍ଧା ମଲ୍ଲଙ୍କୁ ଦାୟିତ୍ୱ ଦିଆଯାଇଥିଲା। କାମ ଶେଷ ବେଳକୁ ତାଙ୍କୁ ‘ବାହାଣିଆ’ ଗଁାରେ ୭ମାଣ ୭ଗୁଣ୍ଠ ୭ ବିଶ୍ୱା ଜମି ଉପହାର ଦିଆଯାଇଥିଲା ଗଜପତିଙ୍କ ପକ୍ଷରୁ। ସେ ମାଗଣାରେ ପାନ ଯୋଗାଉ ନ ଥିଲେ, ତଥାପି ଦାୟିତ୍ୱ ଓ କର୍ତ୍ତବ୍ୟ ସେ ଯେପରି କରିଥିଲେ ସେଥିପାଇଁ ମର୍ଯ୍ୟାଦା ଦିଆଯାଇଥିଲା। କେବଳ ଏହା ଗୋଟିଏ ଉଦାହରଣ ନୁହେଁ, ପାଉଣା ନେଇ ବର୍ଷ ବର୍ଷ ଧରି କୋଣାର୍କର ରାସ୍ତା, ଶିବିର ସ୍ଥାନ, ପଥର ଖୋଦେଇ ସ୍ଥାନ, କାଠ ଅଡ଼ା ପ୍ରଭୃତି ୩୦ଜଣ ସଫେଇ କର୍ମଚାରୀ ସଫା କରିଚାଲିଥିଲେ। ତାଙ୍କ ମୁଖିଆ ଥିଲେ ଶ୍ରୀରାମ ରାଉଳ, ସେମାନଙ୍କୁ ଜମି ଉପହାର ଦିଆଯାଇଥିଲା। ପରିଶ୍ରମ, ନିଷ୍ଠା ଓ ତ୍ୟାଗର ମୂଲ୍ୟ ଦେବାରେ ଓଡ଼ିଆ ଜାତି କୃପଣ ନ ଥିଲା।

ଡ. ସୁରେନ୍ଦ୍ର କୁମାର ମିଶ୍ର


Enter your email to get our daily news in your inbox.

All Right Reserved By Dharitri.Com

ସେବାର ଅନ୍ୟନାମ ‘ରେଡ୍‌କ୍ରସ’

ପ୍ରତିବର୍ଷ ମେ’୮ରେ ବିଶ୍ୱ ରେଡକ୍ରସ ଦିବସ ପାଳନ କରାଯାଏ। ଅନ୍ତର୍ଜାତୀୟ ରେଡକ୍ରସ ଏବଂ ରେଡ କ୍ରିସେଣ୍ଟ ଆନ୍ଦୋଳନର ନୀତି ମନେରଖିବା ପାଇଁ ଏହା ପାଳନ କରାଯାଏ।...

”ଜନସଚେତନତା ବିପଦ ଏଡ଼ାଇବ“

ପ୍ରତିବର୍ଷ ମେ’ ୮ ତାରିଖରେ ପାଳିତ ହୋଇଥାଏ ‘ବିଶ୍ୱ ଥାଲାସିମିଆ ଦିବସ’। ଚଳିତ ବର୍ଷର ଏହି ଦିବସ ଉପଲକ୍ଷେ ପ୍ରସାରିତ ବାର୍ତ୍ତାଟିରେ କୌଣସି ଅସ୍ପଷ୍ଟତା ନାହିଁ।...

ଗୋଡ଼ରେ ଭୋଟ ଦେଲେ

ଅହମଦାବାଦ: ମଙ୍ଗଳବାର ଭାରତର ତୃତୀୟ ପର୍ଯ୍ୟାୟ ଲୋକ ସଭା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ଗଣତନ୍ତ୍ରର ଏହି ମହାପର୍ବରେ ଗୁଜରାଟର ଏକ ପୋଲିଂ ବୁଥ୍‌ରେ ଅଙ୍କିତ ସୋନି...

ବାପାଙ୍କ ଦୋକାନ ବନ୍ଦ ହେବନି

ନୂଆଦିଲ୍ଲୀ: ରୋଲ୍‌ ପ୍ରସ୍ତୁତ କରୁଥିବା ଏକ ୧୦ ବର୍ଷୀୟ ବାଳକର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯଶ୍‌ପ୍ରୀତ ନାମକ ଏହି ବାଳକଙ୍କ ମାତ୍ର...

ଗୋଟିଏ ଭୋଟର ମୂଲ୍ୟ ତୁମେ କ’ଣ ବୁଝିବ ବାବୁ! ଭୋଟ ଦେବାକୁ କାଲିଫର୍ନିଆରୁ ବିହାର ପହଞ୍ଚିଲେ ଦମ୍ପତି

ବୈଶାଳି,୬।୫: ଏକ ଶକ୍ତିଶାଳୀ ଗଣତନ୍ତ୍ର ପାଇଁ ଭୋଟର ମହତ୍ତ୍ୱ କ’ଣ। ଯଦି ଆପଣ ଏହି ପ୍ରଶ୍ନର ଉତ୍ତର ଜାଣିବାକୁ ଚାହାଁନ୍ତି ତେବେ ଆପଣଙ୍କୁ ବିହାରର ଏକ...

ପେଟ୍ରୋଲ ମହଙ୍ଗା, ମାତ୍ର ବିମାନରେ ବ୍ୟବହୃତ ଇନ୍ଧନ ଶସ୍ତା,ଜାଣନ୍ତୁ କାହିଁକି…

ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି, ଯାହା ସାଧାରଣ ଲୋକଙ୍କୁ ଅସୁବିଧାରେ ପକାଇଥାଏ। କିନ୍ତୁ ଏହି ସମୟରେ ସୋସିଆଲ ମିଡିଆରେ ଏକ...

ବିଶ୍ୱ ରେଡ୍‌କ୍ରସ ଦିବସ

ପ୍ରତିବର୍ଷ ମେ’ ୮ରେ ବିଶ୍ୱ ରେଡ୍‌କ୍ରସ ଦିବସ ପାଳନ କରାଯାଏ। ଅନ୍ତର୍ଜାତୀୟ ରେଡ୍‌କ୍ରସ ଏବଂ ରେଡ୍‌ କ୍ରିସେଣ୍ଟ ଆନ୍ଦୋଳନର ନୀତି ମନେ ରଖିବା ପାଇଁ ଏହା...

ଭବିଷ୍ୟତରେ କେଉଁ ସୁନା ଅଧିକ ଟଙ୍କା ଦେବ ୨୨ କ୍ୟାରେଟ୍‌ ନା ୨୪ କ୍ୟାରେଟ୍‌, ଜାଣି ରଖନ୍ତୁ…

ସୁନା କେବଳ ମହିଳାଙ୍କ ପସନ୍ଦ ନୁହେଁ, ଏହା ନିବେଶକଙ୍କ ପସନ୍ଦ ମଧ୍ୟ ଅଟେ। ଏହା କେବଳ ପସନ୍ଦ ବିଷୟ ନୁହେଁ, ସୁନା ଏହାର ଦୀର୍ଘକାଳୀନ ମୂଲ୍ୟରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri