Posted inଜାତୀୟ

ଫ୍ରିଜ୍‌ ଭିତରୁ ମିଳିଲା ମୃତଦେହ

ନୂଆଦିଲ୍ଲୀ,୨୩।୭: ରାଜଧାନୀ ଦିଲ୍ଲୀର ସୀଲମପୁର ଅଞ୍ଚଳରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ୫୦ ବର୍ଷୀୟ ବ୍ୟକ୍ତିଙ୍କ ମୃତଦେହ ଫ୍ରିଜ୍‌ ଭିତରୁ ମିଳିଛି। ସେ ହେଲେ ଜାକିର। ଯାହାକୁ ନେଇ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। କେହି ଜଣେ ତାଙ୍କ ହତ୍ୟା କରି ଏଭଳି କରିଥିବା ସନ୍ଦେହ କରାଯାଉଛି। ତେବେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ସୂଚନାନୁସାରେ, ଜାକିର ସେହି ଅଞ୍ଚଳରେ ଏକା ରହୁଥିଲେ। ବିବାଦ କାରଣରୁ ତାଙ୍କ ସ୍ତ୍ରୀ ଓ ପିଲାମାନେ ସେହି ଅଞ୍ଚଳର ଅଲଗା ଗୋଟିଏ ଘରେ ରହୁଥିଲେ। ଜାକିର ଏକାକୀ ଘରେ ରହୁଥିବାରୁ କେହି ଏହାର ଫାଇଦା ନେଇ ତାଙ୍କୁ ହତ୍ୟା କରିଥିବା କୁହାଯାଉଛି। ପୋଲିସ ଶୁକ୍ରବାର ରାତିରେ ଘଟଣା ସମ୍ପର୍କରେ ସୂଚନା ପାଇଥିଲା। ଜାକିରଙ୍କ ଜଣେ ସମ୍ପର୍କୀୟ ଫୋନ କରି ପୋଲିସକୁ ଘଟଣା ସମ୍ପର୍କରେ କହିଥିଲେ। ସମ୍ପର୍କୀୟଙ୍କ କହିବା ଅନୁଯାୟୀ, ଜାକିର କିଛିଦିନ ହେବ କାହା ସହ ଯୋଗାଯୋଗ କରୁ ନଥିଲେ। ନିଜକୁ ସବୁବେଳେ ଘର ଭିତରେ ବନ୍ଦ କରି ରଖୁଥିଲେ। ସେ କାହିଁକି ଏମିତି କରୁଛନ୍ତି ବୋଲି ସମ୍ପର୍କୀୟ ଜଣଙ୍କ ଶୁକ୍ରବାର ସାରେ ବୁଝିବା ପାଇଁ ଜାକିରଙ୍କ ଘରକୁ ଆସିଥିଲେ। ତେବେ ଘର ଭିତରେ ପହଞ୍ଚିଲା ବେଳକୁ ଜାକିର ଫ୍ରିଜ୍‌ ଭିତରେ ଥିବା ଜାଣିବାକୁ ପାଇଥିଲେ। ଫ୍ରିଜ୍‌ କବାଟବାଟେ ଶରୀରର କିଛି ଅଂଶ ବାହାରକୁ ବାହାରି ରହିଥିଲା। ତେଣୁ ସମ୍ପର୍କୀୟ ଜଣଙ୍କ ଜାକିରଙ୍କୁ ଏପରି ଅବସ୍ଥାରେ ଦେଖି ତୁରନ୍ତ ପୋଲିସକୁ ଫୋନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭରସା କଲେ ନବୀନ ୩ ଜଣଙ୍କୁ ମିଳିଲା ଗୁରୁ ଦାୟିତ୍ୱ

ବ୍ରଜରଜନଗର ୨୯ା୧୨( ବିଜୟ ବରାଡ଼): ଝାରସୁଗୁଡା ଜିଲା ବିଜୁ ଜନତା ଦଳକୁ ସକ୍ରିୟ କରିବା ପାଇଁ ବିଜେଡିର ସଭାପତି ନବୀନ ପଟନାୟକ ବ୍ରଜରଜନଗର ପୌରାଞ୍ଚଳରୁ ୩...

ନୁଆବର୍ଷ ପାଇଁ ହେଉଥିଲା କଫ ସିରପ୍‌ ଚାଲାଣ: ମାଡ଼ି ବସିଲା ପୋଲିସ

ପାଟଣାଗଡ଼ ୨୯ା୧୨ (ସଚ୍ଚିଦାନନ୍ଦ ମହାକୁର)- ବେଆଇନ ଭାବେ କଫ ସିରପ୍‌ ଚାଲାଣ ଘଟଣାରେ ବଲାଙ୍ଗୀର ଜିଲା ପାଟଣାଗଡ଼ ପୋଲିସ ୩ ଜଣଙ୍କୁ ଗିରଫ କରି ସୋମବାର...

ମୁଖ୍ୟ ପ୍ରଶିକ୍ଷକ ପଦରୁ ବିଦା ହେବେ ଗମ୍ଭୀର! BCCI ଉପାଧ୍ୟକ୍ଷ ରାଜୀବ ଶୁକ୍ଲା ଦେଲେ ଚାଞ୍ଚଲ୍ୟକର ବୟାନ

ନୂଆଦିଲ୍ଲୀ,୨୯।୧୨: ନିକଟରେ ଟିମ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ପଦରୁ ଗୌତମ ଗମ୍ଭୀରଙ୍କୁ ହଟାଇବା ନେଇ ଗୁଜବ ଜୋର ଧରିଛି। ନ୍ୟୁଜିଲାଣ୍ଡ ବିପକ୍ଷରେ ଘରୋଇ ଟେଷ୍ଟ ସିରିଜ...

ନ୍ୟାଶନାଲ କବାଡ଼ି ପ୍ରତିଯୋଗିତା, ଶିବପ୍ରସାଦଙ୍କ ରାଇପୁର ଗସ୍ତ

ଗଞ୍ଜାମ,୨୯ା୧୨(ବିଦ୍ୟାଧର ସାହୁ): ଜାନୁଆରୀ ୬ରେ ରାଇପୁର ଭିଲାଇର ରାଜକୁମାର କଲେଜରେ ନ୍ୟାଶନାଲ ଇଭେଣ୍ଟ କବାଡ଼ି ଅନୁଷ୍ଠିତ ହେବ। ଏହି ପ୍ରତିଯୋଗିତାରେ ଗଞ୍ଜାମର ପାଳିବନ୍ଧ ପଞ୍ଚାୟତ ଗୋଖର...

ଫିକା ପଡିବ ନୂଆବର୍ଷ ସେଲିବ୍ରେଶନ: Swiggy-Zomato ଭଳି ଅନେକ ଆପ୍‌ରେ ହେବନି ଡେଲିଭରି, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୨୯।୧୨: ଯେଉଁମାନେ ବନ୍ଧୁ ଏବଂ ପରିବାର ସହିତ ଘରେ ନୂଆବର୍ଷ ପାଳନ କରିବାକୁ ଯୋଜନା କରୁଛନ୍ତି ସେମାନଙ୍କୁ ଏକ ବଡ଼ ଝଟକା ଲାଗିଛି। ଯଦି ଆପଣ...

ସଫେଇ ନାରେ ସୁନାଚେନ୍ ଲୁଟ ଘଟଣା, ଗିରଫ ହେଲେ ଦୁଇ ଆନ୍ତଃ ରାଜ୍ୟ ଲୁଟେରା

ବଲାଙ୍ଗୀର, ୨୯|୧୨ – (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହର ତେଲିଗୋଠପଡା ଠାରେ ଗତ ୨୨ ତାରିଖ ଦିନ ସଫେଇ ନାଁରେ ସୁନା ଚେନ୍ ଲୁଟି...

ନୂତନ ଇନ୍ସପେକ୍ଟରଙ୍କୁ ଶୁଭେଚ୍ଛା ଜଣାଇଲା ଭାଜପା: ଦାରିଙ୍ଗବାଡିରେ ଆଇନଶୃଙ୍ଖଳା ଉପରେ କଡା ନଜର…

ଦାରିଙ୍ଗବାଡି, ୨୯।୧୨ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନାରେ ନୂତନ ଇନ୍ସପେକ୍ଟର ଭାବେ ସଂଗ୍ରାମ କେଶରୀ ଜେନା ନିଯୁକ୍ତି ପାଇଛନ୍ତି। ତାଙ୍କ ନିଯୁକ୍ତି...

Silver Prices Crash: ରୂପା ଦରରେ ବଡ଼ ହ୍ରାସ, ୧ ଘଣ୍ଟାରେ ହ୍ରାସ ପାଇଲା ୨୧ହଜାର ୫୦୦ ଟଙ୍କା

ନୂଆଦିଲ୍ଲୀ,୨୯।୧୨: ସୋମବାର ରୂପା ମୂଲ୍ୟରେ ଏପରି ନାଟକ ଦେଖାଗଲା ଯାହା ପୂର୍ବରୁ କେବେ ଦେଖାଯାଇ ନଥିଲା। ସକାଳେ ଇତିହାସ ସୃଷ୍ଟି କରିଥିବା ରୂପା କିଲୋଗ୍ରାମ ପିଛା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri