Odisha Elections 2024

ରାଜଧାନୀରେ ଟିକାକରଣ କେନ୍ଦ୍ର ସଂଖ୍ୟା ବଢ଼ିଲା

ଭୁବନେଶ୍ୱର,୨୦।୭(ବ୍ୟୁରୋ): ଦିନକୁ ଦିନ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ବୁଷ୍ଟର ଅଥବା ପ୍ରିକସନ୍‌ ଡୋଜ୍‌ ଦେବା ପ୍ରକ୍ରିୟାକୁ ତ୍ୱରାନ୍ବିତ କରାଯାଉଛି। ଏହି କ୍ରମରେ ଭୁବନେଶ୍ୱରରେ ଟିକାକରଣ କେନ୍ଦ୍ର ସଂଖ୍ୟା ବୃଦ୍ଧି ପାଇଛି। ପୂର୍ବରୁ ଏହା ୧୯ ଥିବା ବେଳେ ବୃଦ୍ଧି ପାଇ ୨୭ଟି ହୋଇଛି। ୧୨ରୁ୧୪ ବର୍ଷ ବୟସ ବର୍ଗଙ୍କ କୋର୍ବେଭାକ୍ସ ଟିକା ପାଇଁ ୫ଟି କେନ୍ଦ୍ର ରଖାଯାଇଛି । ସେହିଭଳି ୧୮ରୁ ୫୯ ବର୍ଷ ବୟସ ବର୍ଗଙ୍କ କୋଭିସିଲ୍ଡ ଟିକାର ବୁଷ୍ଟର ଡୋଜ ୟୁନିଟ-୯ ପୌର ସ୍ବାସ୍ଥ୍ୟକେନ୍ଦ୍ରରେ ଦିଆଯିବ । ସେହିପରି କ୍ୟାପିଟାଲ ହସ୍ପିଟାଲ, ବିଏମ୍‌ସି ହସ୍ପିଟାଲ, ଏମ୍ସ ହସ୍ପିଟାଲ ଓ ରେଲୱେ ହସ୍ପିଟାଲ ସମେତ ଅବଶିଷ୍ଟ ୨୧ଟି କେନ୍ଦ୍ରରେ କୋଭାକ୍ସିନ ଟିକାର ପ୍ରଥମ, ଦ୍ୱିତୀୟ ଓ ତୃତୀୟ ବା ପ୍ରିକସନ ଡୋଜ ଉପଲବ୍ଧ ହେବ। ଏଥିପାଇଁ ସକାଳ ୯ଟାଠାରୁ ଅପରାହ୍ନ ଗୋଟାଏ ଓ ପୁଣି ଅପରାହ୍ନ ୩ଟାଠାରୁ ସାଢେ ୫ଟା ସମୟ ଧାର୍ଯ୍ୟ କରାଯାଇଛି। cowin ପୋର୍ଟାଲରେ ନାମ ପଞ୍ଜିକରଣ କରି ର୍ନିଦ୍ଧାରିତ ସମୟ ଓ ସ୍ଥାନରେ ମାସ୍କ ପରିଧାନ କରି ଟୀକା ଗ୍ରହଣ କରିବାକୁ ବିଏମସି ପକ୍ଷରୁ ଆହ୍ବାନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରକୁ ଆସିଲେ କିଏ ହେବେ ମୁଖ୍ୟମନ୍ତ୍ରୀ, କହିଲେ ନଡ୍ଡା

ଭୁବନେଶ୍ୱର,୨୩।୫: ଏରସମା ସଭାରେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ବିଜେଡି ଉପରେ ବର୍ଷିଛନ୍ତି। ନଡ୍ଡା କହିଛନ୍ତି, ଓଡ଼ିଶାରେ ନେତା ସୃଷ୍ଟି ହେବା ବନ୍ଦ ହୋଇଗଲାଣି।...

ମୁହାଁମୁହିଁ ହେଲେ ଲେଖାଶ୍ରୀ-ପ୍ରତାପ ଷଡଙ୍ଗୀ, ସଭାମଞ୍ଚରେ ଦେଲେ ବଡ଼ ଆହ୍ବାନ

ବାଲେଶ୍ୱର,୨୩।୫: ମୁହାଁମୁହିଁ ହୋଇଛନ୍ତି ବିଜେଡି ଲୋକ ସଭା ପ୍ରାର୍ଥୀ ଲେଖାଶ୍ରୀ ସାମନ୍ତସିଂହାର ଓ ଭାଜପା ଲୋକ ସଭା ପ୍ରାର୍ଥୀ ପ୍ରତାପ ଷଡଙ୍ଗୀ। ଲେଖାଶ୍ରୀଙ୍କ ଭଣ୍ଡବାବା ମନ୍ତବ୍ୟ...

୨୫ ତାରିଖରେ ମତଦାନ କରିବାକୁ ଜିଲାପାଳଙ୍କ ନିବେଦନ

ଭୁବନେଶ୍ୱର,୨୩ା୫(ଅସମାପିକା ସାହୁ): ଖୋର୍ଦ୍ଧା ଜିଲାରେ ଆସନ୍ତା ୨୫ ତାରିଖରେ ଭୋଟ୍‌ ଗ୍ରହଣ ହେବ। ଭାରତର ଶ୍ରେଷ୍ଠ ଗଣତାନ୍ତ୍ରିକ ବ୍ୟବସ୍ଥା ଏବଂ ସମ୍ବିଧାନ ପ୍ରତ୍ୟେକ ନାଗରିକଙ୍କୁ ମତଦାନ...

ଭାଜପାରେ ମିଶୁ ମିଶୁ ଅପରାଜିତାଙ୍କ ପାଇଁ ପ୍ରଚାର କଲେ ଜିତୁ, କହିଦେଲେ ଏମିତି କଥା…

ଭୁବନେଶ୍ୱର,୨୩।୫: ଖୋର୍ଦ୍ଧା ବିଧାୟକ ଜିତୁ ମିତ୍ର ଗୁରୁବାର ଭାଜପାରେ ସାମିଲ ହୋଇଛନ୍ତି। ତେବେ ଭାଜପାରେ ମିଶିବା ପରେ ସେ କହିଛନ୍ତି, ଭାଜପା ବିପୁଳ ଜନସମର୍ଥନ ପାଉଛି।...

ମୁଖ୍ୟମନ୍ତ୍ରୀଙ୍କ ଗ୍ୟାରେଣ୍ଟି: ଜୁଲାଇରୁ ୯୦ ପ୍ରତିଶତ ପରିବାର ପାଇବେ…

ଭୁବନେଶ୍ୱର,୨୩।୫: ରାଜ୍ୟ ସରକାର ରାଜ୍ୟ ସରକାରଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି। ନିର୍ବାଚନ ଇସ୍ତାହାରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଯଦି ରାଜ୍ୟରେ ବିଜେଡି ଆଉଥରେ ସରକାରକୁ...

ଖୋର୍ଦ୍ଧା ରାଜନୀତିରେ ରୋଚକ: ଭାଜପାରେ ସାମିଲ ହେଲେ ବିଧାୟକ ଜିତୁ ମିତ୍ର

ଭୁବନେଶ୍ୱର,୨୩।୫: ଖୋର୍ଦ୍ଧା ବିଧାୟକ ଜିତୁ ମିତ୍ର ଗୁରୁବାର ଭାଜପାରେ ସାମିଲ ହୋଇଛନ୍ତି। ତେବେ ଜିତୁ ଭାଜପାରେ ମିଶୁମିଶୁ ଅପରାଜିତା ଷଡ଼ଙ୍ଗୀ ଓ ପ୍ରଶାନ୍ତ ଜଗଦ୍ଦେବଙ୍କ ପାଇଁ...

୨୫ ସକାଳ ସୁଦ୍ଧା ବଙ୍ଗୋପସାଗରରେ ବାତ୍ୟା ସମ୍ଭାବନା, ଜାଣନ୍ତୁ କେଉଁଠି ଛୁଇଁବ ଉପକୂଳ

ଭୁବନେଶ୍ୱର,୨୩।୫: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଘନୀଭୂତ ହୋଇ ସୁଦୃଶ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି। ଆସନ୍ତା କାଲି ସକାଳ ସୁଦ୍ଧା ଘନୀଭୂତ ହୋଇ ଅବପାତ...

‘ପ୍ରଭୁ ଜଗନ୍ନାଥ ଆମକୁ ଶକ୍ତି ଦିଅନ୍ତୁ, ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ହେଉ’

ବାଣପୁର,୨୩ା୫: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ଗୁରୁବାର ଓଡ଼ିଶା ଗସ୍ତରେ ଆସିଥିବା ବେଳେ ଚିଲିକାର ବାଣପୁରରେ ଆୟୋଜିତ ଏକ ଜନସଭାରେ ଯୋଗ ଦେଇଛନ୍ତି। ଯୋଗୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri