ବିପର୍ଯ୍ୟସ୍ତ ହେବ କୃଷି, ପାନୀୟ ଜଳ

କେନ୍ଦ୍ରାପଡ଼ା ଅଫିସ, ୧୬ା୭: ମହାନଦୀର ଜଳଧାରା ସମ୍ପୂର୍ଣ୍ଣ ବ୍ୟାହତ ହୋଇପାରେ। ରାଜ୍ୟ ଜଳସମ୍ପଦ ମନ୍ତ୍ରୀ ଟୁକୁନୀ ସାହୁ ମହାନଦୀ ଜଳ ବିବାଦକୁ ନେଇ ଏପରି ଆଶଙ୍କା ବିଧାନସଭାରେ ପ୍ରକଟ ପରେ ଏହାର ପ୍ରତିଧ୍ୱନି କେନ୍ଦ୍ରାପଡ଼ା ଜିଲାରେ ଶୁକ୍ରବାର ଦେଖିବାକୁ ମିଳିଛି। ଛତିଶଗଡ଼ଠାରେ ନଦୀବନ୍ଧ ନିର୍ମାଣ ହେବା ଦ୍ୱାରା ଜିଲାର କୃଷି ଓ ପାନୀୟ ଜଳ ବିପର୍ଯ୍ୟସ୍ତ ହେବ ବୋଲି ଜିଲାବାସୀ ମତବ୍ୟକ୍ତ କରିଛନ୍ତି।
ଏ ସମ୍ପର୍କରେ ବୁଦ୍ଧିଜୀବୀ ଗଣେଶ ଚନ୍ଦ୍ର ସାମଲ କହିଛନ୍ତି, ମହାନଦୀର ଜଳଧାରା କେନ୍ଦ୍ରାପଡ଼ା ଜିଲାର ଉପାନ୍ତ ବ୍ଲକ ମହାକାଳପଡ଼ାର ମହାନଙ୍ଗଳଠାରୁ ମାତ୍ର ୧୦ କିଲୋମିଟର ପ୍ରବାହିତ ହୋଇ ଗଡରୋମିତ ପର୍ଯ୍ୟନ୍ତ ଲମ୍ବିଛି। ଏଥିସହ କଟକ ଜିଲା ଗୁଆଳନାସୀଠାରୁ ଜିଲାରେ ପ୍ରବାହିତ ଚିତ୍ରୋପତ୍ଳା ନଦୀ ମହାନଦୀଠାରୁ ଜଳ ଗ୍ରହଣ କରୁଛି। ଚିତ୍ରୋପତ୍ଳା ନଦୀରୁ ଲୁଣା ନଦୀ ବରପଦାଠାରେ ସୃଷ୍ଟି ହୋଇଛି। ସେହିପରି ଜଗତପୁରର ତେଣ୍ଡାକୁଡାଠାରେ ପାଇକା ନଦୀ ଓ ଚୌଦ୍ୱାର ନିକଟରେ ବିରୂପା ନଦୀ ମହାନଦୀର ଜଳଗ୍ରହଣ କରି ପୂର୍ଣ୍ଣଗର୍ଭା ହୋଇଛି। ଜଗତପୁରର ବ୍ୟାରେଜ ନିକଟରେ କେନ୍ଦ୍ରାପଡ଼ା କେନାଲ ସୃଷ୍ଟି କରାଯାଇ ମହାନଦୀର ଜଳକୁ ଜିଲାରେ ପ୍ରବାହିତ ଗୋବରୀ କେନାଲ, ପଟ୍ଟାମୁଣ୍ଡାଇ କେନାଲ ଓ ଗୋବରୀ ସମ୍ପ୍ରସାରିତ କେନାଲକୁ ଛଡା ଯାଇଥାଏ। ଫଳରେ ମହାନଦୀର ଜଳକୁ ଭିତ୍ତିକରି ଜିଲାର ୪୧,୬୮୧ ହେକ୍ଟର କ୍ଷେତରେ ଚାଷ ହେଉଛି। ଏଥିସହ ଲୁଣା ଅଞ୍ଚଳ ଭାବେ ପରିଚିତ ରାଜନଗର, ମହାକାଳପଡ଼ା ବ୍ଲକ ସମେତ କେନ୍ଦ୍ରାପଡ଼ା ସହରବାସୀ ଏହାର ମଧୁର ଜଳକୁ ପାନୀୟ ଜଳ ଭାବେ ବ୍ୟବହାର କରୁଛନ୍ତି। ଆଗାମୀଦିନରେ ଦୁଇଟି ମେଗା ପାନୀୟ ଜଳ ପ୍ରକଳ୍ପ ସହ ମହାକାଳପଡ଼ାର ଆଖଡାଶାଳୀ ନିକଟରେ ଦେଶର ପ୍ରଥମ ନଦୀଭିତ୍ତିକ ବନ୍ଧର ନିର୍ମାଣ ଯୋଜନା ରହିଛି। ଉପରମୁଣ୍ଡରେ ମହାନଦୀର ଜଳ ପ୍ରବାହ କମିଲେ ତଳମୁଣ୍ଡରେ ଥିବା କେନ୍ଦ୍ରାପଡା ଜିଲା ବିଶେଷ ଭାବେ କ୍ଷତିଗ୍ରସ୍ତ ହେବ ବୋଲି ସାମଲ କହିଛନ୍ତି। ପୂର୍ବତନ କାଉନସିଲର ହିରଣ୍ୟ କୁମାର ପଣ୍ଡା କହିଛନ୍ତି, ମହାନଦୀର ଜଳକୁ ଛତିଶଗଡ଼ ସରକାର ଏକଚାଟିଆ ଭାବେ ବ୍ୟବହାର କରିବା ପାଇଁ ଚାହୁଁଛନ୍ତି। ସେଠାରେ ନଦୀବନ୍ଧ ନିର୍ମାଣ ହେଲେ ରାଜ୍ୟର ବିଦ୍ୟୁତ୍‌ ଉତ୍ପାଦନ, କୃଷି ଓ ପାନୀୟ ଜଳ ପ୍ରଭାବିତ ହେବ। ଏପରି କି ଏହାର ପ୍ରଭାବ ଯୋଜନାରେ ଥିବା ଆଖଡାଶାଳୀ ବନ୍ଦର ଉପରେ ପଡିବ। ସଂଘୀୟ ବ୍ୟବସ୍ଥାରେ ଦେଶ ଚାଲୁଥିବା ବେଳେ ରାଜ୍ୟଗୁଡିକ ମଧ୍ୟରେ ବିବାଦ ଆଦୌ ସମୀଚୀନ ନୁହେଁ। ବିବାଦର ଅନ୍ତ ପାଇଁ ସମସ୍ତ ରାଜନୈତିକ ଦଳ ଏକାଠି ହୋଇ ରାଜ୍ୟ ସ୍ବାର୍ଥ ପାଇଁ ସ୍ବର ଉଠାଇବା ଆବଶ୍ୟକ। ପାଟକୁରା ଆଞ୍ଚଳିକ ବିକାଶ କମିଟିର ସଭାପତି ସେକ୍‌ ଫଜରୁଲ ହକ କହିଛନ୍ତି, କଟକ ଜିଲାର ଗୁଆଳିନାସୀଠାରେ ମହାନଦୀରୁ ଚିତ୍ରୋପତ୍ଳା ସୃଷ୍ଟି ହୋଇଛି। କେନ୍ଦ୍ରାପଡ଼ା ଜିଲାର ମହମ୍ମଦପୁରରୁ କୁଅଁାରପୁର ପର୍ଯ୍ୟନ୍ତ ୩୬ କିଲୋମିଟର ଏହି ନଦୀ ବ୍ୟାପିଛି। ଏହାର ଅବବାହିକାରେ ହେଉଥିବା ପନିପରିବାଠାରୁ ଆରମ୍ଭ କରି ଧାନ ଫସଲ ପର୍ଯ୍ୟନ୍ତ ଏହି ନଦୀ ଜଳକୁ ଚାଷୀମାନେ ଚାଷ କାର୍ଯ୍ୟରେ ବ୍ୟବହାର କରିଥାନ୍ତି। ସ୍ଥାନୀୟ ଅଧିବାସୀଙ୍କ ଦୈନନ୍ଦିନ ଜୀବନରେ ଚିତ୍ରୋପତ୍ଳା ନଦୀ ବହୁ କାର୍ଯ୍ୟରେ ଆସୁଛି। ମହାନଦୀର ଜଳଧାରା କ୍ଷମତା କମିଲେ ଚିତ୍ରୋପତ୍ଳା ମରିଯିବ। ଫଳରେ ଜନଜୀବନ ବିପର୍ଯ୍ୟସ୍ତ ହେବ। କୃଷକ ନେତା ବିଜୟ କୁମାର ପରିଡା କହିଛନ୍ତି, ମହାନଦୀ ଜଳ ବିବାଦ ଶୀଘ୍ର ସମାଧାନ ହେବା ଆବଶ୍ୟକ। ସମାଧାନ ବିଳମ୍ବିତ ହେଲେ କେନ୍ଦ୍ରାପଡ଼ା ଜିଲାର ଜନଜୀବନ ପ୍ରଭାବିତ ହେବ। କୃଷି, ପାନୀୟ ଜଳ ସହ ପରିବେଶ ନଷ୍ଟ ହେବ। ଜିଲାର ବିଭିନ୍ନ ନଦୀ ଓ କେନାଲକୁ ଏହି ନଦୀ ପାଣି ଯୋଗାଉଛି। ଏହାର ଜଳଧାରା ବନ୍ଦ ହେଲେ ବହୁ ଅଞ୍ଚଳ ଖୁବ୍‌ଶୀଘ୍ର ଲୁଣା ପାଲଟିଯିବ। ଏହି ବିବାଦକୁ ରାଜନୀତିକରଣ କରା ନ ଯାଇ ଓଡ଼ିଶାର ସ୍ବାର୍ଥ ପାଇଁ ରାଜନୈତିକ ଦଳ ସମେତ ସ୍ଥାନୀୟ ଶିକ୍ଷାବିତ୍‌, ବୁଦ୍ଧିଜୀବୀମାନେ ସ୍ବର ଉଠାନ୍ତୁ ବୋଲି ସେ ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକ୍‌ରେ ପିଟି ହୋଇ ଦୁଇ ବାଇକ୍‌ ଆରୋହୀ ଗୁରୁତର, ଜଣେ ବୁର୍ଲା ସ୍ଥାନାନ୍ତର

ବଲାଙ୍ଗୀର,୧୦।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ଭବାନୀପାଟଣା ୨୬ ନମ୍ବର ଜାତୀୟ ରାଜପଥର ମଠଖାଇ ମନ୍ଦିର ଓ ସିନଖମନ ରାସ୍ତା ମଝିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରାସ୍ତାରେ...

ଏସବୁ ରାଜ୍ୟରେ ବଢିବ SIR ସମୟସୀମା: ରିପୋର୍ଟ

ନୂଆଦିଲ୍ଲୀ,,୧୦।୧୨: ସ୍ୱତନ୍ତ୍ର ପରିଚୟପତ୍ର ସଂଶୋଧନ (SIR) ପାଇଁ ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ସମେତ ଅନେକ ରାଜ୍ୟରେ ସମୟସୀମା ବଢ଼ାଇବାକୁ ନିର୍ବାଚନ କମିଶନ (EC) ଯୋଜନା କରୁଥିବା ଶୀର୍ଷ...

ପଲାଣଘାଟି ପଞ୍ଚାୟତକୁ ଜିଲାସ୍ତରୀୟ ପୁରସ୍କାର

ପାଟଣା,୧୦ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ପଲାଣଘାଟି ପଞ୍ଚାୟତକୁ ଜିଲା ଜଳ ଓ ପରିମଳ ମିଶନ ପକ୍ଷରୁ ବିଶ୍ୱ ଶୌଚାଳୟ ଦିବସରେ ଜିଲାସ୍ତରରେ...

ଚାଷୀଙ୍କ ସହ ଆଲୋଚନା କଲେ ବିଧାୟକ, ଅମଳ ଧାନକୁ ନେଇ…

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ବିଧାୟକ ଇଂ. ରୂପେଶ କୁମାର ପାଣିଗ୍ରାହୀ କାଶୀନଗର ବ୍ଲକ ଖାରଡ଼ା ଗ୍ରାମାଞ୍ଚଳ ଗସ୍ତ କରି ଚାଷୀଙ୍କ ସହ ବିଭିନ୍ନ...

ରାସ୍ତାରେ ଓଲଟି ପଡ଼ିଲା ଗ୍ୟାସ୍‌ ବୋଝେଇ ଟ୍ୟାଙ୍କର, ଦୁର୍ଘଟଣା ଏତେ ଭୟଙ୍କର ଯେ ଲୋକେ…

ଲାଞ୍ଜିଗଡ଼,୧୦ା୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ବଞ୍ଜାରି ଘାଟି ନିକଟରେ ବୁଧବାର ସନ୍ଧ୍ୟାରେ ଗୋଟିଏ...

ନବନିଯୁକ୍ତ ରାଇରଙ୍ଗପୁର ଭାଜପା ପ୍ରଭାରୀଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ପାଟଣା,୧୦ା୧୨(ବୀରକିଶୋର ଦାଶ): ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି କେନ୍ଦୁଝର ଜିଲା ଭାଜପା ପୂର୍ବତନ ସଭାପତି ଅଂଶୁମାନ...

ଜାପାନରରେ ପୁଣି ୬.୫ ତୀବ୍ରତାର ଭୂକମ୍ପ; ଦୁଇ ଦିନରେ ଦ୍ୱିତୀୟ ଶକ୍ତିଶାଳୀ ଝଟକା

ମୁମ୍ବାଇ,୧୦।୧୨: ଗତ ସୋମବାର ୭.୫ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ ଯୋଗୁଁ ସୁନାମୀ ଚେତାବନୀ ଜାରି ହେବାର ୪୮ ଘଣ୍ଟା ମଧ୍ୟରେ ବୁଧବାର ପୁଣିଥରେ ଜାପାନର ଉତ୍ତରାଞ୍ଚଳ...

ଦିଗପହଣ୍ଡିରେ ଏଡିଜେ କୋର୍ଟ ପ୍ରତିଷ୍ଠା ଦାବି

ଦିଗପହଣ୍ଡି,୧୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ଦିଗପହଣ୍ଡି ଠାରେ ଏଡିଜେ କୋର୍ଟ ସହ ଜିଲା ସବଡିଭିଜନ କାର୍ଯ୍ୟାଳୟ ପ୍ରତିଷ୍ଠା ନିମନ୍ତେ ସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri