ସ୍ତ୍ରୀଙ୍କ ଝୁଲନ୍ତା ମୃତଦେହ ଦେଖି ଏସିଡ୍‌ ପିଇଦେଲେ ସ୍ବାମୀ

ଭୁବନେଶ୍ୱର,୧୬ା୭(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରେ ଦିନକୁ ଦିନ ଆତ୍ମହତ୍ୟା ଘଟଣା ବଢିବାରେ ଲାଗିଛି। ପାରିବାରିକ କଳହ ହେଉ କି ଅନ୍ୟ କିଛି ସମସ୍ୟାକୁ ନେଇ କିଏ ବେକରେ ରଶି ଲଗାଇ ଝୁଲି ପଡିଲାଣି ତ ପୁଣି କିଏ ରେଳଧାରଣାରେ ଶୋଇ ଆତ୍ମହତ୍ୟା କଲାଣି। ଶୁକ୍ରବାର ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ଏକ ଦମ୍ପତି ଆତ୍ମହତ୍ୟା ଉଦ୍ୟମ କରିଥିବା ଘଟଣା ସାମ୍ନାକୁ ଆସିଛି। ସ୍ତ୍ରୀ ଘର ଭିତରେ ଫ୍ୟାନରେ ଝୁଲି ପଡିଥିବା ଦେଖି ସ୍ବାମୀ ଏସିଡ୍‌ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଏଥିରେ ସ୍ତ୍ରୀ ସଞ୍ଜନା ପେରିୱାଲଙ୍କ ମୃତ୍ୟୁ ଘଟିଥିବାବେଳେ ସ୍ବାମୀ ସଞ୍ଜୟ ପେରିୱାଲ ଗୁରୁତର ଆହତ ହୋଇଛନ୍ତି। ଖବର ପାଇ ଲକ୍ଷ୍ମୀସାଗର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ସଞ୍ଜନାଙ୍କ ମୃତଦେହକୁ ଜବତ କରିବା ସହ ଗୁରୁତର ଥିବା ସ୍ବାମୀକୁ ହସ୍ପିଟାଲରେ ଭର୍ତ୍ତି କରିଛି। ଆତ୍ମହତ୍ୟାର କାରଣ ପୋଲିସ ସ୍ପଷ୍ଟ କରି ନ ଥିଲେ ମଧ୍ୟ ପାରିବାରିକ କଳହ ଯୋଗୁ ଏଭଳି ଦୁଃଖଦ ଘଟଣା ଘଟିଥିବା ସନ୍ଦେହ କରାଯାଉଛି। ପୋଲିସ ସେମାନଙ୍କ ମୋବାଇଲ୍‌ ଫୋନ୍‌ ଜବତ କରିବା ସହ ନିଜ ଆଡୁ ଅପମୃତ୍ୟୁ ମାମଲା (ନଂ.୨୬/୨୨) ରୁଜୁ କରି ତଦନ୍ତ ଚଳାଇଛି। ଶବ ବ୍ୟବଚ୍ଛେଦ ପରେ ମୃତ୍ୟୁର କାରଣ ଜଣାପଡିବ ବୋଲି ଥାନା ଅଧିକରୀ ଓମ୍‌ ପ୍ରକାଶ ମହାନ୍ତି କହିଛନ୍ତି।
ସଞ୍ଜୟ ଓ ସଞ୍ଜନା ଦୁଇ ପିଲାଙ୍କୁ ନେଇ ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ଥିବା ସିଦ୍ଧି ବିନାୟକ ଆପାର୍ଟମେଣ୍ଟରେ ରୁହନ୍ତି। ଏହି ଥାନା ଅଞ୍ଚଳରେ ସଞ୍ଜୟଙ୍କର ଏକ ଲୁଗା ଦୋକାନ ରହିଛି। ପିଲାଙ୍କୁ ସ୍କୁଲ୍‌ରେ ଛାଡ଼ିବା ପରେ ସଞ୍ଜନା ଦୋକାନକୁ ଯାଇ ସ୍ବାମୀ ସଞ୍ଜୟଙ୍କୁ ବ୍ୟବସାୟରେ ସହଯୋଗ କରିଥାନ୍ତି। ହେଲେ ଶୁକ୍ରବାର ସଞ୍ଜନା ଦୋକାନକୁ ଯାଇ ନ ଥିଲେ। ତେଣୁ ସଞ୍ଜୟ ତାଙ୍କ ପୁତୁରାଙ୍କୁ ଘରକୁ ପଠାଇ ସଞ୍ଜନାଙ୍କୁ ଡାକିଦେବାକୁ କହିଥିଲେ। ପୁତୁରା ଘରକୁ ଯାଇ କବାଟ ବନ୍ଦ ଥିବା ଦେଖି ଡାକିଥିଲେ। କିନ୍ତୁ କୌଣସି ଜବାବ ନ ଆସିବାରୁ ସେ କବାଟ ଖୋଲି ଭିତରକୁ ଯିବା ପରେ ସଞ୍ଜନା ବେକରେ ରଶି ଲଗାଇ ଫ୍ୟାନରେ ଝୁଲି ପଡିଥିବା ଦେଖିବାକୁ ପାଇଥିଲେ। ତୁରନ୍ତ ସେ ଘଟଣା ବିଷୟରେ ସଞ୍ଜୟଙ୍କୁ ଜଣାଇଥିଲେ। ସଞ୍ଜୟ ଘରକୁ ଆସି ସ୍ତ୍ରୀଙ୍କ ଝୁଲନ୍ତା ମୃତଦେହ ଦେଖି ନିଜକୁ ସମ୍ଭାଳି ପାରି ନ ଥିଲେ। ଘର ବାଥ୍‌ରୁମ୍‌ରେ ଥିବା ଏସିଡ୍‌ (ଚଟାଣ ସଫେଇ ପାଇଁ ରହିଥିବା କେମିକାଲ) ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ତେବେ ଯନ୍ତ୍ରଣାରେ ଛଟପଟ ହେଉଥିବାବେଳେ ପୋଲିସ ପହଞ୍ଚତ୍ ତାଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲା।
ସୂଚନାନୁସାରେ, ଉଭୟଙ୍କ ପରିବାର କଟକ ଅଞ୍ଚଳରେ ରୁହନ୍ତି। ଗୁରୁବାର ଉଭୟଙ୍କ ପରିବାର ଓ ସମ୍ପର୍କୀୟଙ୍କର କଟକରେ ଗେଟ୍‌ ଟୁଗେଦର ପାର୍ଟି ହୋଇଥିଲା। ସଞ୍ଜୟ ଓ ସଞ୍ଜନା ମଧ୍ୟ ପିଲାଙ୍କ ସହ ଉକ୍ତ ପାର୍ଟିରେ ଯୋଗଦେଇ ଫେରିଥିଲେ। ଶୁକ୍ରବାର ପିଲାମାନେ ସ୍କୁଲ୍‌ରୁ ଆସିଲେ ସେମାନେ ପୁରୀ ଯାଇଥାନ୍ତେ। କିନ୍ତୁ ଏହା ପୂର୍ବରୁ କ’ଣ ଘଟିଲା ଯେ, ଯେଉଁଥିପାଇଁ ଆତ୍ମହତ୍ୟା ଭଳି ନିଷ୍ଠୁର ନିଷ୍ପତ୍ତିକୁ ଆପଣାଇବାକୁ ବାଧ୍ୟ ହୋଇଥିଲେ। ପୋଲିସ ବିଭିନ୍ନ ଦିଗକୁ ନେଇ ତଦନ୍ତ କରୁଥିବା କହିଛି। ସଞ୍ଜୟଙ୍କ ସ୍ବାସ୍ଥ୍ୟାବସ୍ଥା ସଂକଟାପନ୍ନ ରହିଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri