ଚାଇନା ନାଗରିକଙ୍କ ବିରୋଧରେ ଲୁକ୍‌ ଆଉଟ୍‌ ସର୍କୁଲାର

ଭୁବନେଶ୍ୱର,୧୩।୭ (ବ୍ୟୁରୋ): ଗ୍ରାହକଙ୍କୁ ଆପ୍‌ ଦ୍ୱାରା ଲୋନ୍‌ ଦେଇ ପରବର୍ତ୍ତୀ ସମୟରେ ମାନସିକ ନିର୍ଯାତନା ଦେବା ସହ ଅଧିକ ଟଙ୍କା ଆଦାୟ ମାମଲାରେ ମାଷ୍ଟରମାଇଣ୍ଡ୍‌ ହେଉଛନ୍ତି ଜଣେ ଚାଇନା ନାଗରିକ। ସେ ହେଲେ ଲିୟୁ ଇ। କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ଅଭିଯୁକ୍ତ ଲିୟୁଙ୍କୁ ଧରିବାକୁ କେନ୍ଦ୍ର ସରକାରଙ୍କ ବ୍ୟୁରୋ ଅଫ୍‌ ଇମିଗ୍ରେଶନ୍‌ (ବିଓଆଇ)ର ସହାୟତା ଲୋଡ଼ିଛି। ଇଓଡବ୍ଲ୍ୟୁର ଅନୁରୋଧକ୍ରମେ ବିଓଆଇ ପକ୍ଷରୁ ତାଙ୍କ ବିରୋଧରେ ଲୁକ୍‌ ଆଉଟ୍‌ ସର୍କୁଲାର ଜାରି କରାଯାଇଛି। ଲିୟୁ ଏବେ ଭାରତରେ ଅଛନ୍ତି ନା ବିଦେଶରେ, ତାହା ଜଣାପଡ଼ି ନ ଥିଲେ ମଧ୍ୟ ଦେଶର ସମସ୍ତ ଏୟାରପୋର୍ଟ ଓ ସି ବିଚ୍‌ ସମେତ ଅନ୍ୟାନ୍ୟ ଚେକ୍‌ ପୋଷ୍ଟରେ ଆଲର୍ଟ କରିଦିଆଯାଇଛି। ଏଥିସହ ତାଙ୍କ ଉପରେ ନଜର ରଖିବାକୁ ଲ’ ଏନ୍‌ଫୋର୍ସମେଣ୍ଟ ଏଜେନ୍ସି ଓ ପୋଲିସକୁ ମଧ୍ୟ କୁହାଯାଇଛି। ଏହି ମାମଲାରେ ପୂର୍ବରୁ ଲିୟୁଙ୍କ ୫ ସହଯୋଗୀ ଇଓଡବ୍ଲ୍ୟୁ ଦ୍ୱାରା ଗିରଫ ହୋଇ ଜେଲରେ ଅଛନ୍ତି। ତେବେ ଲିୟୁଙ୍କ ସମେତ ଏକାଧିକ ଚାଇନା ନାଗରିକଙ୍କ ସମ୍ପୃକ୍ତି ରହିଛି। ଭାରତ ସମେତ ଥାଇଲାଣ୍ଡ ଓ ଅନ୍ୟ ଦେଶରେ ଏମାନେ ଲୋନ୍‌ ଆପ୍‌ ଦ୍ୱାରା ଠକେଇ ର଼୍ୟାକେଟ ଚଳାଇଥିବା ସନ୍ଦେହ କରି ଅଧିକ ତଦନ୍ତ ଚାଲିଥିବା ଇଓଡବ୍ଲ୍ୟୁ ସୂଚନା ଦେଇଛି। ମାଷ୍ଟରମାଇଣ୍ଡ ଲିୟୁ ଭାରତରେ କୋକୋ ଲୋନ୍‌, ଜୋଜୋ ଲୋନ୍‌, ଗୋଲ୍ଡେନ ଲାଇଟ୍‌ନିଂ ଲୋନ୍‌, ସିଲ୍‌ଭର କ୍ରେଡିଟ୍‌ ଲୋନ୍‌, ଗୋଲ୍ଡ କ୍ୟାଶ୍‌ ଲୋନ୍‌, ଲିଟିଲ୍‌ ବରୋ ଲୋନ୍‌, ଟ୍ୟାପ୍‌ କ୍ରେଡିଟ୍‌ ଲୋନ୍‌, କ୍ରେଡିଟ୍‌ ବିୟର ଲୋନ୍‌, ସ୍ପିଡି ରୁପି ଲୋନ୍‌, ଏକ୍ସପ୍ରେସ୍‌ କ୍ରେଡିଟ୍‌ ଲୋନ୍‌, କ୍ରେଡିଟ୍‌ ପ୍ଲାନ୍‌ ଲୋନ୍‌ ଭଳି ବହୁ ଆପ୍‌ ଦ୍ୱାରା ଠକେଇ କରିଛନ୍ତି। ତାଙ୍କ ମୂଳ କମ୍ପାନୀ ହେଉଛି ଚାଇନା ହାଙ୍ଗ୍‌ଜୋହୁଠାରେ ଥିବା ‘ଜିଆନ୍‌ବିଙ୍ଗ୍‌ ଟେକ୍ନୋଲୋଜି’। ଏଥିସହ ସେ ‘ଉମ୍‌ଲେଟ୍‌ ଟେକ୍ନୋଲୋଜି ପ୍ରାଇଭେଟ୍‌ ଲିଃ’ କମ୍ପାନୀର ନିର୍ଦ୍ଦେଶକ ଅଛନ୍ତି। ସେହିଭଳି ୱେଲୋ ଟିଉନ୍‌ ଟେକ୍ନୋଲୋଜିସ୍‌ ପ୍ରାଇଭେଟ୍‌ ଲିଃ, ମୁଡ୍‌ମେଟ୍‌ ଟେକ୍ନୋଲୋଜିସ୍‌ ପ୍ରାଇଭେଟ୍‌ ଲିଃ, ପିଙ୍କ୍‌ଲିଫ୍‌ ଆରିୟାନ୍‌ କମ୍ୟୁନିକେଶନ୍ସ ପ୍ରାଇଭେଟ ଲିଃ, ଟେକ୍‌ଲାଇଟ୍‌ ଡେଭଲପ୍‌ମେଣ୍ଟ ପ୍ରାଇଭେଟ୍‌ ଲିଃ, ଉରେଲା ଟେକ୍ନୋଲୋଜିସ୍‌ ପ୍ରାଇଭେଟ ଲିଃ, ଆଇଡବ୍ଲ୍ୟୁଟି ଇଣ୍ଡିଆ ଓ ଓସିଏନ୍‌ ଟ୍ରେଡିଙ୍ଗ୍‌ ସମେତ ୮ଟି କମ୍ପାନୀକୁ ପରିଚାଳନା କରନ୍ତି। ସେ ୨୦୧୯ରେ ଭାରତରେ ବେଆଇନ୍‌ ଲୋନ ଆପ୍‌ କାରବାର ଆରମ୍ଭ କରିଥିଲେ। ସହଯୋଗୀଙ୍କ ଦ୍ୱାରା ଲିୟୁ ସାଧାରଣ ଲୋକଙ୍କୁ ପ୍ରବର୍ତ୍ତାଇ ସେମାନଙ୍କ ନାମରେ ସିମ୍‌ କାର୍ଡ ସହ ବ୍ୟାଙ୍କ ଆକାଉଣ୍ଟ ଖୋଲୁଥିଲେ। ଏଥିସହ ଉକ୍ତ ଲୋକଙ୍କୁ କମ୍ପାନୀର ନିର୍ଦ୍ଦେଶକ ଓ କର୍ମଚାରୀ ଦାୟିତ୍ୱ ଦେଉଥିଲେ। ପରବର୍ତ୍ତୀ ସମୟରେ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟ ଓ କମ୍ପାନୀକୁ ଲିୟୁ ହିଁ ପରିଚାଳନା କରୁଥିଲେ। କେବଳ ସେତିକି ନୁହେଁ, ସେ ଗାଳି ସହ ଧମକ ଦେବାକୁ କଲସେଣ୍ଟର ମଧ୍ୟ ଖୋଲିଥିଲେ। କୋକୋ ଓ ଜୋଜୋ ଆପ୍‌ ସମେତ ଏକାଧିକ ଲୋନ୍‌ ଆପ୍‌ ମାଧ୍ୟମରେ ଠକେଇ ପାଇଁ ଜାଲ ବିଛାଉଥିଲେ। ଯେଉଁ ଗ୍ରାହକଙ୍କ ଆକାଉଣ୍ଟରେ ଠକେଇ ଟଙ୍କା କାରବାର ହେଉଥିଲା, ସେମାନଙ୍କୁ ୩ରୁ ୧୦ ହଜାର ଟଙ୍କା ଦେଇ ବହୁଗୁଣା ଟଙ୍କା ନିଜ ନେଉଥିଲେ। ଟଙ୍କା ନ ଦେଲେ କର୍ମଚାରୀଙ୍କ ଦ୍ୱାରା ଗାଳି, ଧମକ ଓ ନିର୍ଯାତନା ଦିଆଯାଉଥିଲା। ତଦନ୍ତ ବାଟବଣା କରିବାକୁ ଗ୍ରାହକଙ୍କଠାରୁ ମାଷ୍ଟରମାଇଣ୍ଡ୍‌ ଲିୟୁ ବିଭିନ୍ନ ମାଧ୍ୟମ ଦେଇ ଟଙ୍କା ନେଇଥାନ୍ତି। ୧୦୦ରୁ ଊର୍ଦ୍ଧ୍ୱ ଅଭିଯୋଗ ହେବା ପରେ ଇଓଡବ୍ଲ୍ୟୁ ଏପ୍ରିଲ୍‌ ୨୧ରେ ଏକ ମାମଲା ( ନଂ.୯/୨୦୨୨) ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଜନ୍ମଦିନ ପାର୍ଟି ପରେ ଛାତିଥରା ଘଟଣା, ଚଳନ୍ତା କାରରେ କମ୍ପାନୀ ମ୍ୟାନେଜରଙ୍କୁ ଗଣଦୁଷ୍କର୍ମ ପରେ….

ଉଦୟପୁର,୨୫।୧୨: ରାଜସ୍ଥାନର ଉଦୟପୁରରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ଜନ୍ମଦିନ ପାର୍ଟି ପରେ ଚଳନ୍ତା କାରରେ ଜଣେ ଆଇଟି ଫାର୍ମ ମ୍ୟାନେଜରଙ୍କୁ ଗଣବଳାତ୍କାର...

୧୭ ବର୍ଷ ପରେ ଫେରିଲେ ‘ଡାର୍କ ପ୍ରିନ୍ସ’, ଢାକା ରାଜନୀତିରେ ଭୂକମ୍ପ, ଭାରତ ପାଇଁ ଆଶା ନା ସତର୍କ ଘଣ୍ଟି? ଜାଣନ୍ତୁ…

ଢାକା,୨୫।୧୨: ବାଂଲାଦେଶ ରାଜନୀତିରେ ଏକ ବଡ଼ ଘଟଣାକ୍ରମରେ, ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (BNP) ମୁଖ୍ୟ ବେଗମ ଖାଲେଦା ଜିଆଙ୍କ ପୁଅ ତାରିକ ରହମାନ ପ୍ରାୟ ୧୭...

Christmas: ଖ୍ରୀଷ୍ଟମାସ ଅବସରରେ ଚର୍ଚ୍ଚ ଗଲେ ମୋଦି, ପ୍ରାର୍ଥନା ସଭାରେ ଯୋଗଦେଇ….

ନୂଆଦିଲ୍ଲୀ,୨୫।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଖ୍ରୀଷ୍ଟମାସ ଅବସରରେ ଦିଲ୍ଲୀର କ୍ୟାଥେଡ୍ରାଲ୍ ଚର୍ଚ୍ଚ ପରିଦର୍ଶନ କରିଥିଲେ। ସେ ସେଠାରେ ପ୍ରାର୍ଥନା ସେବାରେ ମଧ୍ୟ ଅଂଶଗ୍ରହଣ କରିଥିଲେ।...

ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ, ୨୦୨୬ରେ ମାଲାମାଲ୍‌ ହେବେ ଏହି ୫ ରାଶି

ବାବା ଭେଙ୍ଗା ଅନେକ ଭବିଷ୍ୟବାଣୀ କରିଛନ୍ତି। ନୂଆ ବର୍ଷ ଆରମ୍ଭ ହେବା ପୂର୍ୱରୁ, ଆଗାମୀ ବର୍ଷ ବିଷୟରେ ଅନେକ ଭବିଷ୍ୟବାଣୀ ଭାଇରାଲ ହେଉଛି। ବାବା ଭାଙ୍ଗା...

କେମିତି ପାଇବେ ପ୍ରଦୂଷଣ ସାର୍ଟିଫିକେଟ? ଜାଣନ୍ତୁ ଷ୍ଟେପ ବାଏ ଷ୍ଟେପ…

ଜୋରଦାର ହେବ ଟ୍ରାଫିକ ଧରପଗଡ଼ । ଗାଡ଼ିରେ ଯଦି ଆପଣ ସବୁଜ ଷ୍ଟିକର ଲଗାଇ ନ ଥିବେ, ତେବେ ମୋଟା ଅଙ୍କର ଫାଇନ ଦେବାକୁ ପଡ଼ିବ...

୬ଦିନରେ ସାରି ଦିଅନ୍ତୁ ଏହି ଜରୁରୀ କାମ, ନ ହେଲେ କଟିଯିବ…

ନୂଆଦିଲ୍ଲୀ,୨୫।୧୨: ବର୍ଷ ଶେଷ ହେବାକୁ ଆଉ ମାତ୍ର ଛଅ ଦିନ ବାକି ଥିବାରୁ, ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମାପ୍ତ କରିବାର ଶେଷ ତାରିଖ ପାଖେଇ ଆସୁଛି।...

ବାଂଲାଦେଶ ପହଞ୍ଚିଲେ ତାରିକ ରହମାନ, ୟୁନୁସଙ୍କୁ ଲାଗିଲା ବଡ଼ ଝଟକା

ଢାକା,୨୫।୧୨: ଭାରତର ପଡ଼ୋଶୀ ଦେଶ ବାଂଲାଦେଶରେ ଚାଲିଥିବା ଅଶାନ୍ତି ମଧ୍ୟରେ, ଅନ୍ତରୀଣ ସରକାରକୁ ଏକ ବଡ଼ ଝଟକା ଲାଗିଛି। ଅନ୍ତରୀଣ ସରକାରଙ୍କ ମୁଖ୍ୟ ପରାମର୍ଶଦାତା ମହମ୍ମଦ...

କରଡା ଘାଟିରେ ଗାର୍ଡ ୱାଲ ନାହିଁ, କାମରେ ବିଳମ୍ବ କରୁଛି ଠିକା ସଂସ୍ଥା

ରାଇକିଆ,୨୫।୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ବ୍ଲକର ଚାରୋଟି ପ୍ରମୁଖ ପଞ୍ଚାୟତ କରଡ଼ା, ଇନ୍ଦ୍ରଗଡ଼, ବଡ଼ ବରବା ଏବଂ ରଣବା ରହିଛି ଘାଟି ତଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri